Home >
କଳାହାଣ୍ତିବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଇନ୍ଦ୍ରାବତୀରେ ନିର୍ମାଣ ହେବ ମ୍ୟୁଜିୟମ ଓ ପାର୍କ
Khabar Odisha:CM-Naveen-Pattnaik-Kalahandi-Visit-today
ଭୁବନେଶ୍ୱର, ଜାନୁଆରୀ 14 (ଖବର ଓଡିଶା) :

ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଉଦଘାଟନ କରିଛନ୍ତି   ମୁଖ୍ୟମନ୍ତ୍ରୀ ନବୀନ କଳାହାଣ୍ଡି ଜିଲ୍ଲା ଗସ୍ତରେ ୧୦୬୪ କୋଟି ୮୬ ଲକ୍ଷ ଟଙ୍କା ବ୍ୟୟ ଅଟକଳର ୫୪ ଟି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି   ମଙ୍ଗଳପୁର ଠାରେ ଆୟୋଜିତ ଜନସମାବେଶରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିକାଶରେ ଇନ୍ଦ୍ରାବତୀ ନଦୀକୁ ଶ୍ରେୟ ଦେଇଛନ୍ତି ।

କଳାହାଣ୍ଡି ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁରରେ ଇନ୍ଦ୍ରାବତୀ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବେ 3 ବ୍ଲକର 3ଲକ୍ଷ ଲୋକ । ମୁଖ୍ୟମନ୍ତ୍ରୀ କହିଛନ୍ତି , ଇନ୍ଦ୍ରାବତୀ ଏକ ନଦୀ ନୁହେଁ ଏହା କଳାହାଣ୍ଡିବାସୀଙ୍କ ଜୀବନ ରେଖା । ଇନ୍ଦ୍ରାବତୀର ଅବଦାନକୁ ସ୍ମରଣୀୟ କରିବାକୁ ଏକ ମ୍ୟୁଜିୟମ ଓ ପାର୍କ ନିର୍ମାଣ କରାଯିବ  । ଏହା ସହ ପାର୍କ ମଧ୍ୟରେ ଇନ୍ଦ୍ରାବତୀଙ୍କ ମନ୍ଦିର ନିର୍ମାଣ କରାଯିବ ବୋଲି କହିଛନ୍ତି ନବୀନ । ଇନ୍ଦ୍ରାବତୀ ମ୍ୟୁଜିୟମ କଳାହାଣ୍ଡିର ବିକାଶ କାହାଣୀ ସାରା ବିଶ୍ୱରେ ପରିଚୟ ପାଇବ 

  • Tags:

Subscribe

National International State Sports Entertainment