Home >
ଵିଵାଦ ଭିତରେ ରିଲିଜ ହେଲା ବଲିଉଡ୍‌ ଫିଲ୍ମ ‘ପଠାନ’
Khabar Odisha:Fans-calls-Shah-Rukh-Khans-film-a-hit-protestors-target-theatres-screening-Pathan-in-Karnataka-and-MP
ଖବର ଓଡିଶା : 25/01/2023:

ବାଦ ଵିଵାଦ, ବୟକଟ୍, ହଙ୍ଗାମା ଭିତରେ ଏବର୍ଷର ସବୁଠୁ ଚର୍ଚ୍ଚିତ ବଲିଉଡ୍‌ ଫିଲ୍ମ ‘ପଠାନ’ ରିଲିଜ ହୋଇଛି। ସିଙ୍ଗେଲ୍ ସ୍କ୍ରିନ୍‌ରୁ ମଲ୍ଟି ପ୍ଲେକ୍ସ ଫୁଲ୍‌ ପ୍ୟାକ୍‌। ସବୁଠି ଦର୍ଶକଙ୍କ ଖଚାଖଚ୍ ଭିଡ଼ ସହ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ୪ ବର୍ଷ ପରେ ବଡ଼ ସ୍କ୍ରିନ୍‌କୁ ବଲିଉଡ୍‌ ବାଦଶାହ ଶାହରୁଖ ଖାନ କମ୍‌ବ୍ୟାକ୍ କରିଥିବାରୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଅଧିକ ରହିଛି। ବିଗ୍‌ ସ୍କ୍ରିନ୍‌ରେ ପଠାନ ରିଲିଜ୍‌ ହୋଇଛି।  ସେପଟେ ଫିଲ୍ମ ରିଲିଜ ହେବା ନେଇ ବିରୋଧ କରିଛି କଳିଙ୍ଗ ସେନା । ଏହି ଚଳଚ୍ଚିତ୍ର ଭାରତୀୟ ସଂସ୍କୃତିରେ ଆଘାତ ପହଞ୍ଚାଉଥିବାରୁ ବିଭିନ୍ନ ସଂଗଠନ  ଏହାକୁ ବିରୋଧ କରିଛି । ପ୍ରଥମ ଥର ପାଇଁ କୌଣସି ହିନ୍ଦୀ ସିନେମା ୬ ହଜାରରୁ ଅଧିକ ପରଦାରେ ରିଲିଜ୍ ହୋଇଛି। ହିନ୍ଦୀ ସମେତ ଇଂରାଜୀ, ତେଲୁଗୁ, ତାମିଲରେ ବି ଏହା ରିଲିଜ୍‌ ହୋଇଥିବା ବେଳେ ରିଲିଜ୍ ପୂର୍ବରୁ ୩ ଲକ୍ଷ ୯୦ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇ ସାରିଥିଲା। ବେଶରମ୍ ରଙ୍ଗ ଗୀତକୁ ନେଇ ବିବାଦରେ ଘେରିଥିବା କିଙ୍ଗ ଖାନ୍‌ଙ୍କ ଏହି ଫିଲ୍ମ ରିଲିଜ୍ ପୂର୍ବରୁ ଏକାଧିକ ରେକର୍ଡ କରିଛି। ଆଜି ଦେଶର ଏକାଧିକ ହଲ୍‌ରେ ଫାଷ୍ଟ ଡେ’ ଫାଷ୍ଟ ଶୋ’ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା । ତେବେ ରିଲିଜ୍ ପୂର୍ବରୁ ପଠାନ୍ ବିବାଦରେ ଫସିଥିଲ। । ଫିଲ୍ମର ବେଶରମ୍ ରଙ୍ଗ ଗୀତ, ଦୀପିକା ପାଦୁକୋନଙ୍କ କଷ୍ଟ୍ୟୁମ୍‌, ଡାଇଲଗ୍ ଓ ଶାହରୁଖଙ୍କ ଲୁକ୍ସକୁ ନେଇ ଅନେକ କଟ୍ଟୁ ସମାଲୋଚନା ସହିବାକୁ ପଡ଼ିଛି।  ବଲିଉଡ୍ ପାଇଁ ଥିବା ବୟକଟ୍ ଟ୍ରେଣ୍ଡ୍ ବି ପଠାନର ସମସ୍ୟା ବଢ଼ାଇଥିଲା । 

Subscribe

National International State Sports Entertainment