Home >
ପୁଣି ଥରିଲା ରାଜସ୍ଥାନ, ବିକାନେରରେ ମୃଦୁ ଭୂମିକମ୍ପ ଅନୂଭୁତ
Khabar Odisha:Another-earthquake-shook-Rajasthan-Bikaner

ରାଜସ୍ଥାନ, ଜୁଲାଇ ୨୨ (ଖବର ଓଡ଼ିଶା): ଆଜି ସକାଳୁ ସକାଳୁ ପୁଣି ଥରିଛି ରାଜସ୍ଥାନ । ଗତକାଲି ରାଜସ୍ଥାନ ବିକାନେର ଅଞ୍ଚଳରେ ଭୂମିକମ୍ପ ଅନୂଭୁତ ହୋଇଥିବା ବେଳେ ଆଜି ପୁଣି ସେହି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୂଭୁତ ହୋଇଛି ।

ସୂଚନା ଅନୂସାରେ ଆଜି ସକାଳ ପ୍ରାୟ ୭.୪୨ ସମୟରେ ରାଜସ୍ଥାନ ବିକାନେର ଅଞ୍ଚଲରେ ମୃଦ୍ୟୁ ଭୂମିକମ୍ପ ଅନୂଭୁତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ର ସୂଚନା ଅନୂଯାଇ ଭୂମିକମ୍ପର ମାତ୍ରା ୪.୮ ରିକ୍ଟର ସ୍କେଲରେ ଥିବା ଜଣାପଡିଛି ।

ତେବେ ଗତକାଲି ଭୋର ସମୟରେ ୫.୩ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୂଭୂତ ହୋଇଥିଲା । ଏହି ଭୂମିକମ୍ପରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment