ଖବର ଓଡିଶା : 26/05/2023:
ବଲିଉଡ ଅଭିନେତା ଅମୀର ଖାନ ଖୁବ୍ ଶୀଘ୍ର ତୃତୀୟ ବିବାହ କରୁଥିବାର ନଜର ଆସିବେ । ସୋସିଆଲ ମିଡିଆରେ ଏବେ ଏହା ଏକ ଆଲୋଚନାର ବିଷୟ ହୋଇଛି । ଅମୀର ଖାନ ତାଙ୍କର ଜଣେ କୋ-ଷ୍ଟାରଙ୍କ ସହିତ ନିଜର ତୃତୀୟ ବିବାହ କରିବେ ।
ଅମୀର ଖାନ ଏବଂ କିରଣ ରାଓଙ୍କ ହଠାତ୍ ଛାଡପତ୍ର ପରେ ଅଭିନେତ୍ରୀ ଫାତିମା ସାନା ଶେଖ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ । ଫାତିମା ଅମୀର ଖାନଙ୍କ ସହ 'ଦଙ୍ଗଲ' ଏବଂ 'ଥଗ୍ସ ଅଫ୍ ହିନ୍ଦୁସ୍ତାନ'ରେ ନଜର ଆସିଥିଲେ । ଏକ ଗୁଜବ ଥିଲା ଯେ ଆମୀର ଖାନ ଏବଂ ଫାତିମା ସାନା ଶେଖ ରିଲେସେନସିପରେ ଅଛନ୍ତି । ଯଦିଓ ଧୀରେ ଧୀରେ ଏହି ଗୁଜବ ଶାନ୍ତ ପଡିଯାଇଥିଲା । ଏବେ ପୁଣି ଉଭୟଙ୍କ ବାହାଘର ଖବର ଚର୍ଚ୍ଚାକୁ ଆସିଛି । ଅଭିନେତା କମଲ ଆର ଖାନ ଫାତିମା ଏବଂ ଅମୀର ଖାନଙ୍କ ବିବାହକୁ ନେଇ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ ବ୍ରେକିଙ୍ଗ ନ୍ୟୁଜ ! ଅଭିନେତା ଅମୀର ଖାନ ଖୁବଶୀଘ୍ର ରିଲ ଝିଅ ଫାତିମା ସାନା ଶେଖଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଦଙ୍ଗଲ ଫିଲ୍ମରୁ ଉଭୟ ଡେଟ କରିଆସୁଛନ୍ତି ।
ସୂଚନା ଥାଉ କି ଅମୀର ଖାନ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଥର ବିବାହ କରି ସାରିଛନ୍ତି । ଅଭିନେତା ପ୍ରଥମେ ୧୯୮୭ ରେ ରିନା ଦତ୍ତାଙ୍କୁ ବିବାହ କରିଥିଲେ । ୨୦୦୨ ମସିହାରେ ଉଭୟ ଛାଡପତ୍ର ଦେଇ ଦେଇଥିଲେ । ଏହା ପରେ ଆମୀର ଖାନ କିରଣ ରାଓଙ୍କ ହାତ ଧରିଥିଲେ, କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବେଶୀ ଦିନ ରହି ନ ଥିଲା । ଅମୀର ଖାନଙ୍କର ଇରା ଖାନ, ଜୁନେଦ ଖାନ ଏବଂ ଆଜାଦ ରାଓ ଖାନ ନାମକ ତିନୋଟି ସନ୍ତାନ ଅଛନ୍ତି ।