ଗଞ୍ଜାମ, ଜାନୁଆରୀ ୨୪ (ଖବର ଓଡ଼ିଶା):
ରାଜ୍ୟର ସବୁ ମହିଳା ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ସୂଚନା ଜାଣିବା ପାଇଁ ଦିଆଯିବ ମାଗଣା ଫୋନ ଦିଆଯିବ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।
କୌଣସି ସରକାରୀ ଖବର ପାଇବାକୁ ହେଲେ ସେମାନଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା ତେଣୁ ମୋବାଇଲ ମାଧ୍ୟମରେ ସହଜରେ ସୂଚନା ପାଇପାରିବେ ବୋଲି କୁହାଯାଇଛି । ସମସ୍ତ ଅଙ୍ଗନୱେଡ଼ି କେନ୍ଦ୍ରରେ ଏସଏଚଜି ମହିଳାମାନଙ୍କୁ ଅଧିକ କାର୍ଯ୍ୟ ଦକ୍ଷ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି ।