ଓଡ଼ିଶାରୁ ୨ ଜଣ ପାଇବେ ରାଷ୍ଟ୍ରପତି ପୋଲିସ୍ ମେଡାଲ। ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣଙ୍କୁ ରାଷ୍ଟ୍ରପତି ପୋଲିସ୍ ପଦକ ପ୍ରଦାନ କରାଯିବ । କଟକରେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ଵତନ୍ତ୍ର ସଚିବ ଧୀରେନ୍ଦ୍ର ସମ୍ଭାଜୀ କୁଟେ ଏବଂ କଟକସ୍ଥିତ ଦୁର୍ନୀତି ନିବାରଣ ନିର୍ଦେଶାଳୟରେ କାର୍ଯ୍ୟରତ କନେଷ୍ଟବଳ ପ୍ରହ୍ଲାଦ କୁମାର ରାଉତ | ସେହିପରି ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାରୁ ୧୧ ଜଣ ପାଇବେ ପୋଲିସ୍ ମେଡାଲ। ଭଦ୍ରକର ଅତିରିକ୍ତ ଏସ୍.ପି. ଯତୀନ୍ଦ୍ର କୁମାର ପଣ୍ଡା ଓ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସୁନ୍ଦରଗଡ଼ ଭିଜିଲାନ୍ସ୍ ୟୁନିଟ୍ର ‘ଏସ୍ଡିପି’ ସୁଧାଂଶୁଶେଖର ପୂଜାରୀ, ଭୁବନେଶ୍ୱର ‘ଏସିପି’ ହିମାଂଶୁଭୂଷଣ ସ୍ବାଇଁ, ଭୁବନେଶ୍ୱରସ୍ଥିତ ‘ବିପିଏସ୍ପିଏ’ର ଡେପୁଟି କମାଣ୍ଡାଣ୍ଟ୍ ଜ୍ଞାନେନ୍ଦ୍ର କୁମାର ଦାସ, ଭୁବନେଶ୍ବରସ୍ଥିତ ସିକ୍ୟୁରିଟି ୱିଙ୍ଗ୍ ଇନ୍ସ୍ପେକ୍ଟର୍ ଅରୁଣ ବଳିଆରସିଂହ, ବ୍ରହ୍ମପୁର ଭିଜିଲାନ୍ସ୍ ଡିଭିଜନ୍ର SI ଯୁଗଳକିଶୋର ପ୍ରଧାନ, କଟକ ନୂଆପାଟଣାର କନେଷ୍ଟବଳ ସରୱରଦ୍ଦୀନ୍ ଖାଁ, ଭୁବନେଶ୍ୱରସ୍ଥିତ ‘ଏସ୍ସିଆର୍ବି’ର ପୁଲିସ ‘ଏଏସ୍ଆଇ’ ବିଜ୍ଞାନଭୂଷଣ ମହାନ୍ତି, ଭୁବନେଶ୍ୱରର ପୁଲିସ ଡ୍ରିଲ୍ ଇନ୍ସ୍ପେକ୍ଟର୍ ଅନୀଲ କୁମାର ମିଞ୍ଜ ଓ ରାଉରକେଲାସ୍ଥିତ ୪ର୍ଥ ବାଟାଲିୟନ୍ର ସିପାହୀ ପ୍ରଦୀପ କୁମାର ବେହେରା। ରାଷ୍ଟ୍ରପତିଙ୍କ ‘ଫାୟାର୍ ସର୍ଭିସ୍ ମେଡାଲ୍’ ପାଇବେ ଲିଡିଙ୍ଗ୍ ଫାୟାର୍ମ୍ୟାନ୍ କାଳିଚରଣ ଶବର, ଡ୍ରାଇଭର୍ ହାବିଲ୍ଦାର ବିପଦଭଞ୍ଜନ ବେହେରା ଏବଂ ଡ୍ରାଇଭର୍ ହାବିଲ୍ଦାର୍ ନକୁଳ ନାୟକ। ସାରା ଦେଶରୁ ମୋଟ୍ ୯୦୧ ଜଣ ପୋଲିସ ମେଡାଲ ପାଇବା ଲାଗି ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪୦ ପୋଲିସ୍ କର୍ମଚାରୀ ସାହସିକତା ପୁରସ୍କାର ପାଇବେ।