ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା କଲେଜ ଛକ ନିକଟରେ ଏକ ବନ୍ଦ ଘରେ ଦୁଇଟି କୁକୁର ବନ୍ଦୀ ପରି ରହିଛନ୍ତି । ଘର ମାଲିକ ଦୁଇ କୁକୁରଙ୍କୁ ଘରେ ବନ୍ଦ କରି ବାହାରକୁ ଚାଲିଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ ଦୀର୍ଘ ୧୫ ଦିନ ହେବ ବନ୍ଦ ଘରେ ଅଖିଆ ଅପିଆ ପଡି ରହିଛନ୍ତି ଦୁଇଟି ପ୍ରାଣୀ । କୁକୁର ଭୋକିବା ପରେ ସ୍ଥାନୀୟ ଲୋକେ ଝରକା ଫାଙ୍କ ଦେଇ ଖାଦ୍ୟ ଦେଉଛନ୍ତି । ୨ ବର୍ଷ ଘର ଭଡା ନେଇ କମର୍ଦl କଲେଜଛକ ନିକଟରେ ଘରଭଡା ନେଇ ରହୁଥିଲେ ମୋହିତ ଦାସ ନାମକ ଯୁବକ । ସେ କମର୍ଦl ହସ୍ପିଟାଲରେ କାମ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଦୀର୍ଘ ଦିନ ଘରେ ବନ୍ଦୀ ପରି ରହିବ ପରେ ଖାଦ୍ୟ ଓ ପିଇବା ପାଣି ନପାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଦୁଇଟି ନିରୀହ ପଶୁ ।
ଅଧିକ ପଢନ୍ତୁ : ତାତି ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା