ପାହାଡ଼ ଉପରୁ ବଡ଼ ପଥର ଖଣ୍ଡ ଖସିବାରୁ ଅଟକିଲା ଯାତ୍ରୀବାହୀ ଟ୍ରେନ୍। ରେଲ୍ୱେ ଟ୍ରାକ୍ରେ ପଥର ପଡିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସୂଚନା ଅନୁସାରେ, ମାନୁବାର-ଜରଟି ଷ୍ଟେସନ ମଧ୍ୟରେ ରେଳ ଧାରଣାରେ ବଡ଼ ପଥର ସହ ମାଟି ଅତଡା ଖସି ପଡ଼ିଛି। ପାହାଡ଼ ଉପରୁ ବଡ଼ ପଥର ରେଳ ଧାରଣା ଉପରେ ପଡ଼ି ରହିଥିବାରୁ ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ସମ୍ଭବପର ହୋଇପାରୁନିା ଫଳରେ ଗତକାଲି ରାତି ୩ରୁ କୋରାପୁଟ ରେଲ୍ୱେ ଷ୍ଟେସନରେ ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ୍ ଅଟକି ରହିଛି । ଯଦିଓ ବଡ଼ ଅଘଟଣରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ତେବେ ଟ୍ରାକ୍ ଉପରେ ପଥର ପଡ଼ି ଥିବାରୁ ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପାଖାପାଖି ୯ଟି ଟ୍ରେନର ରୁଟ୍ ବାତିଲ କରାଯାଇଛି । ୩୦୦ ମିଟର ପର୍ଯ୍ୟନ୍ତ ପଡ଼ିରହିଛି ମାଟି ଅତଡ଼ା । ଘଟଣା ସ୍ଥଳରେ ୧୦ଟି ଇଲେକ୍ଟ୍ରିକ ପୋଲ ଧସି ହୋଇରହିଛି । ରାତି ୩ଟାରେ ଅଘଟଣ ହୋଇଥିଲେ ମଧ୍ୟ କୌଣସି ଦୁର୍ଘଟଣ ହୋଇନଥିବା ସୂଚନା ମିଳୁଛି ।
ଅଧିକ ପଢନ୍ତୁ,ଆସନ୍ତା ୨୪ ଘଣ୍ଟାରେ ବଜ୍ରପାତ ନେଇ ୨୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ