ଆଜି ମିଳିବ ସୁଭଦ୍ରା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା। ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରିପଦା ଛଉ ପଡିଆରେ ମହିଳାଙ୍କୁ ଟଙ୍କା ପ୍ରଦାନ କରିବେ। ତେବେ ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ରାଜ୍ୟ ସରକାରଙ୍କ ବହୁ ମନ୍ତ୍ରୀ ଓ ସଚିବ ମଧ୍ୟ ସାମିଲ ରହିବେ। ତେବେ ସୁଭଦ୍ରା ଟଙ୍କା ବଣ୍ଟନ କରିବା ପାଇଁ ଆଜି ସକାଳ ସାଢେ ୧୦ଟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଲିକପ୍ଟର ଯୋଗେ ବାରିପଦା ପୋଲିସ ଲାଇନ ପଡିଆ ପହଞ୍ଚିବେ। ସେଠାରୁ ପ୍ରଥମେ ପୌର ପରିଷଦ କାର୍ଯ୍ୟାଳୟ ଯାଇ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହାପରେ ଛଉ ପଡିଆ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇ ସୁଭଦ୍ରା ଯୋଜନାର ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ପ୍ରଦାନ କରିବେ।