ବିଘ୍ନ ବିନାଶୟଙ୍କ ମୂର୍ତ୍ତି ନେଲା ବେଳେ ଲାଗିଲା କରେଣ୍ଟ । ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ଛାତ୍ର । ଗଣେଶ ପୂଜାରେ ହେଲା ଅଘଟଣ। ଗଣେଶଙ୍କ ମୃତ୍ତି ନେଲାବେଳେ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ୩ ଜଣ ଛାତ୍ର। ଜଣଙ୍କର ମୃତ୍ୟୁ ଓ ଅନ୍ୟ ୨ଜଣ ଗୁରୁତର। ଏହି ଘଟଣାଟି ଘଟିଛି ନରାଜରେ ।
ସୂଚନା ଅନୁଯାୟୀ, ଛାତ୍ରମାନେ ଏକ ଟ୍ରାକ୍ଟରେ ଗଣେଶ ପୂଜା ପାଇଁ ଗଣେଶଙ୍କ ବଡ ମୂର୍ତ୍ତି ନେବା ସମୟରେ ୧୧ କେଭି ତାରରେ ଲାଗିଲା ମୂର୍ତ୍ତି। ସେହି ସମୟରେ ୩ ଜଣ ଛାତ୍ର ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ। 11 କେଭି ତାର ଲାଗିବାରୁ ଜଣେ ଛାତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟପଟେ ଜଣେ ଛାତ୍ରୀ ଓ ଜଣେ ଛାତ୍ର ଗୁରୁତର ଆହତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଅଧିକ ପଢନ୍ତୁ;ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ