ସିବିଆଇ ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର,ବିଭିନ୍ନ ସ୍ଥାନରେ ଚାଲିଛି ରେଡ଼୍ କଟକ , ଅଗଷ୍ଟ 4(ଖବର ଓଡ଼ିଶା): Share story: ସିବିଆଇ ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । ଆଜି ସକାଳୁ ମହିମା ମିଶ୍ରଙ୍କ ଅଫିସ୍ ଓ ଘର ସମେତ ବିଭିନ୍ନ ସ୍ଥାନରେ ରେଡ଼୍ କରୁଛି ସିବିଆଇର ସ୍ପେଶାଲ ଟିମ୍ । କଟକ,ପାରାଦ୍ୱୀପ୍ ଏବଂ ଅନ୍ୟ ୪ ଟି ସ୍ଥାନରେ ରେଡ଼୍ କାର୍ଯ୍ୟ ଚାଲିଛି । କଟକ ଓଡ଼ିଆ ବଜାର ମହିମା ମିଶ୍ରଙ୍କ ଘରେ ,ଲିଙ୍କ୍ ରୋଡ଼୍ ଓ ପାରାଦ୍ୱୀପ ବଡ଼ପଡ଼ିଆ ସ୍ଥିତ ଓଏସଏଲ ଅଫିସ୍ ରେ ମଧ୍ୟ ରେଡ଼୍ ପ୍ରକ୍ରିୟା ଚାଲିଛି । ପାରାଦ୍ୱୀପ୍ ପୋର୍ଟର ଜଣେ ପଦସ୍ଥ ଅଧିକାରୀ ଏବଂ ଜଣେ ଠିକା କର୍ମଚାରୀ ଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।ଉଭୟଙ୍କୁ ପାରାଦ୍ୱୀପର ଏକ ଗେଷ୍ଟ ହାଉସ୍ରେ ପଚରାଉଚରା କରାଯାଉଛି । ସୁଚନା ଅନୁସାରେ ୨୦୧୮ ଜୁଲାଇ ୧୬ ତାରିଖରେ ଓଡ଼ିଶା ହାଇକୋର୍ଟ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ପାରରଦୀପ ତାରିଣୀପଡ଼ା ଓ କଟକ ଖାନନଗର ବୋମାମାଡ଼ ମାମଲାରେ ହାଇକୋର୍ଟ ମହିମାଙ୍କୁ ଜାମିନ ପ୍ରଦାନ କରିଥିଲେ । ଶିଳ୍ପପତି ମହିମା ମିଶ୍ରଙ୍କୁ ହାଇକୋର୍ଟ ୧ଲକ୍ଷ ଟଙ୍କିଆ ୨ଜଣିଆ ଜାମିନଦାରଙ୍କ ବଦଳରେ ଜାମିନରେ ମୁକୁଳିଥିଲେ । ତେବେ କୌଣସି ସାକ୍ଷ୍ୟଙ୍କୁ କୌଣସିମତେ ପ୍ରଭାବିତ ନ କରିବାକୁ ହାଇକୋର୍ଟ ରଖିଥିଲେ ସର୍ତ୍ତ । ଅବଶ୍ୟ ମହିମା ମିଶ୍ରଙ୍କୁ ସି’ୱେଜ୍ ସିପିଂ ଜିଏମ ହତ୍ୟା ମାମଲାରେ ଜାମିନ ମିଳିସାରିଛି । ଖବର ଓଡ଼ିଶା, Reporter, 03/08/2022