ଢେଙ୍କାନାଳ : ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର। ଏହି ଅଗ୍ନିକାଣ୍ଡରେ ସବୁ ଆସବାବପତ୍ର ପୋଡ଼ି ଜଳି ପାଉଁଶ ହୋଇ ଯାଇଛି। ଢେଙ୍କାନାଳ ଟାଉନ ଥାନା ଦେଉଳ ସାହିର ମୃଦଙ୍ଗା ସାହିରେ ଘଟିଛି ଏହି ଅଗ୍ନିକାଣ୍ଡ। ଖବର ପାଇ ଅଗ୍ନିଶ୍ରମ ବିଭାଗ ସେଠାରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା କାରଣ ଅସ୍ପଷ୍ଟ ରହିଛି। ତେବେ ଉକ୍ତ ଘଟଣା ପରେ ସ୍ଥନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି। ତେଣୁ ଘଟଣା ସ୍ଥଳରେ ସଦର ତହସିଲ ଦାର ସ୍ୱାଧୀନ କୁମାର ବେହେରା ଏବଂ ସଦର ଆର.ଆଇ. ପହଞ୍ଚି ତଦନ୍ତ କରିଛନ୍ତି ଏବଂ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଛନ୍ତି।