ଜଳୁଛି ଜଙ୍ଗଲ । ଦେବଗଡ ଜିଲ୍ଲାରେ ବିଭିନ୍ନ ଜଙ୍ଗଲ ଜଳୁଥିବାର ଦେଖିବାକୁ ମିଳିଛି । ମହୁଲ ସଂଗ୍ରହ ପାଇଁ ଆସି ଲୋକମାନେ ବିଲରେ ନିଆଁ ଲଗାଇ ଦେଉଛନ୍ତି । ଫଳରେ ନିଆଁ ସବୁଆଡେ ବ୍ୟାପୁଥିବା ଦେଖିବାକୁ ମିଳିଛି । ଯାହା ବନବିଭାଗ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଆଉ ଏହି ଜଙ୍ଗଲ ନିଆଁ ଧିରେ ଧିରେ ରାସ୍ତା ଉପରକୁ ମଧ୍ୟ ମାଡିଆସୁଛି । ଯାହା ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଏବଂ ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗି ହଜାର ହଜାର ହେକ୍ଟର ଚାଷ ଜମି ନଷ୍ଟ ହେଉଥିବା ବର୍ତମାନ ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି ।