ଅକ୍ଟୋବର ପ୍ରଥମ ସପ୍ତାହର ବାତ୍ୟା ପୂର୍ବାନୁମାନକୁ ଆଇଏମଡି ଖଣ୍ଡନ କରିଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସେପ୍ଟେମ୍ବର ୩୦ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ହେଲେ ବାତ୍ୟା ନେଇ କୌଣସି ଆଶଙ୍କା ନାହିଁ । ଅନ୍ୟ ମଡେଲର ଆକଳନକୁ ଦେଖି ବ୍ୟସ୍ତ ଏବଂ ବିଚଳିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର ।
ସୂଚନା ଅନୁଯାୟୀ ୩୦ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରଥମେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । କ୍ରମଶଃ ଏହା ଲଘୁଚାପରେ ପରିଣତ ହେବ । ୫ ଦିନ ପୂର୍ବରୁ ବାତ୍ୟା ନେଇ ଆଇଏମଡ଼ି ସ୍ପଷ୍ଟ ସୂଚନା ଦେଇଥାଏ । ହେଲେ ବର୍ତମାନ ପାଇଁ ବାତ୍ୟା ନେଇ ସେଭଳି କିଛି ସମ୍ଭାବନା ନ ଥିବା କହିଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବଙ୍ଗୋପ ସାଗରରେ ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ହୋଇପାରେ । ଲଘୁଚାପ ପରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । କିନ୍ତୁ ଏହାପରେ ବାତ୍ୟା ହେବା ନେଇ ଏଯାଏଁ କୌଣସି ସୂଚନା ହସ୍ତଗତ ହୋଇନି । ତା ସହ ଲୋକଙ୍କୁ ବାତ୍ୟା ସମ୍ପର୍କିତ ଗୁଜବରେ ବିଶ୍ୱାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଯଦି ସେମିତି କିଛି ବିବରଣୀ ଆସେ ସେନେଇ ସୂଚନ ଦିଆଯିବ ।
ଅଧିକ ପଢନ୍ତୁ ;- ଓଡ଼ିଶାକୁ ପୁଣି ବାତ୍ୟା ଭୟ