ଆନନ୍ଦପୁରରେ ମହାସମାରୋହରେ ପାଳନ ହେଲା ବାହୁଡା ଯାତ୍ରା । ସୋମବାର ଜନ୍ମବେଦୀରୁ ବାହୁଡ଼ିଛନ୍ତି ମହାପ୍ରଭୁ। ଭାଇ ଭଉଣୀଙ୍କୁ ସାଥିରେ ଧରି ନବଦିନାତ୍ମକ ଯାତ୍ରା ପାଇଁ ମାଉସୀମା ମନ୍ଦିରକୁ ଯାଇଥିଲେ କୋଟି ଓଡ଼ିଆଙ୍କ ମଉଡମଣୀ ଜଗତର ନାଥ ଜଗନ୍ନାଥ । ମାଉସୀମା ମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ପୁଣିଥରେ ରତ୍ନବେଦିକୁ ଲେଉଟାଇଛନ୍ତି କାଳିଆ ସାଆନ୍ତ ।
ମହାପ୍ରଭୁଙ୍କ ଏହି ନବଦିନାତ୍ମକ ଯାତ୍ରା ସମସ୍ତ ଜଗନ୍ନାଥ ମନ୍ଦିରରେ ପାଳନ କରାଯାଉଥିଲବେଳେ ବରୀ ଅନନ୍ଦପୁର ଗ୍ରାମର ଚକାଡୋଳା ଯୁବ ପରିଷଦ ପକ୍ଷରୁ ବାହୁଡା ଯାତ୍ରା ମହାଆଡ଼ମ୍ବର ସହ ପାଳିତ ହୋଇଯାଇଛି । ବାହୁଡା ଯାତ୍ରା ଅବସରରେ ପ୍ରଥମେ ମାଉସି ମା ଘରୁ ତିନିଠାକୁରଙ୍କୁ ପହଣ୍ଡି କରାଯାଇ ସୁସଜିତ ବିମାନରେ ଶୋଭାଯାତ୍ରାରେ ନିଆଯାଇଥିଲା । ଏହାପରେ ମହାପ୍ରଭୁଙ୍କୁ ରଥାରୁଢ କରାଯାଇଥିଲା । ରଥରେ ବିରାଜମାନ ହେବା ପରେ ତିନି ଠାକୁରଙ୍କ ସମସ୍ତ ନିତିକାନ୍ତି କରାଯିବା ପରେ ବରିଷ୍ଠ ସାମ୍ବାଦିକ ଆଦିତ୍ଯ ମେକାପ ଚେରାପହରା କରିଥିଲେ । ପରେ ବରୀ ମାଉଣ୍ଡ ଠାରୁ ରଥ ଟଣା ଆରମ୍ବ ହୋଇଥିଲା । ଅଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିଥିଲେ । ମହାପ୍ରଭୁଙ୍କ ଏହି ବାହୁଡା ଯାତ୍ରାରେ ଚକାଡୋଳା ଯୁବ ପରିଷଦର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l