ମା' ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ୱର । ଏଥିପାଇଁ ଭୁବନେଶ୍ୱରରେ ବିଭିନ୍ନ ପ୍ରକାର ବଜାର ସହିତ ଖାଦ୍ୟ ବଜାର ମଧ୍ୟ ପଡିଛି । ଏଥିପାଇଁ ଆକ୍ସନ ମୋଡ଼ରେ ବିଏମସି । ବିଏମସି ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲ ଉପରେ ଚଢାଉ କରାଯାଇଛି । ଯାହା ଫଳରେ ବିଭିନ୍ନ ଖାଦ୍ୟ ଷ୍ଟଲରେ ବାସି, ଅପମିଶ୍ରିତ ରଙ୍ଗରେ ପ୍ରସ୍ତୁତ ଖାଦ୍ୟକୁ ନଷ୍ଟ କରିଛି ବିଏମସି । ବିଏମସି ପକ୍ଷରୁ ବିଭିନ୍ନ ପୂଜା ମଣ୍ଡପରେ ଚଢାଉ କରାଯାଇଥିଲା । ଯଦି ଦୋକାନୀ ବାସି, ଅପମିଶ୍ରିତ ରଙ୍ଗରେ ପ୍ରସ୍ତୁତ ଖାଦ୍ୟକୁ ପୁଣି ଥରେ ଗ୍ରାହକଙ୍କୁ ଦେବେ ତେବେ ଜୋରିମାନା ପଡିବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି ।