ଭୁବନେଶ୍ୱର, ଫେବୃଆରୀ 28 (ଖବର ଓଡିଶା) :
ଇଞ୍ଜିନିୟରିଂ କଲେଜରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ରାଜ୍ୟରେ ଖାଲି ପଡୁଛି ଇଞ୍ଜିନିୟରିଂ କଲେଜ ସିଟ । 2020- 21 ଶିକ୍ଷା ବର୍ଷରେ ରାଜ୍ୟରେ ଖାଲି ପଡ଼ିଛି 21 ହଜାର ଇଞ୍ଜିନିୟରିଂ ସିଟ ।
ଗୃହରେ ଉଠିଲା ଇଞ୍ଜିନିୟରିଂ କଲେଜ ସିଟ ପ୍ରସଙ୍ଗ । ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ କେତେ ଛାତ୍ରଛାତ୍ରୀ ଇଞ୍ଜିନିୟରିଂରେ ନାମ ଲେଖାଇଛନ୍ତି ଓ କେତେ ସିଟ ଖାଲି ପଡିଛି ବୋଲି ମହମ୍ମଦ ମୋକିମ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଦେଇ ଦକ୍ଷତା ବିକାଶ ଓ ବୌଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ଯେ, 2020- 21 ଶିକ୍ଷା ବର୍ଷ ଜାନୁଆରୀ 31 ସୁଦ୍ଧା 11 ହଜାର 60 ଜଣ ବିଦ୍ୟାର୍ଥୀ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଛନ୍ତି । ଖାଲି ପଡ଼ିଛି 21 ହଜାର ଇଞ୍ଜିନିୟରିଂ ସିଟ ।