ଅଜିତ୍ ଅଗରକର ନେଇ ପାରନ୍ତି ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କ ଜାଗା, ଦୌଡ଼ରେ ସର୍ବାଗ୍ରେ
Khabar Odisha:sports--cricket--odisha--ajit-agarkar-applies-for-india-selector-role-could-replace-msk-prasad
ନୂଆଦିଲ୍ଲୀ, ଜାନୁଆରୀ୨୪(ଖବର ଓଡ଼ିଶା):

 ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ୍ ଅଗରକର ଶୁକ୍ରବାର ଜାତୀୟ ଚୟନକର୍ତ୍ତା ପଦ ଦୌଡ଼ରେ ସାମିଲ ହୋଇଛନ୍ତି। ସେ ଚୟନକର୍ତ୍ତା କମିଟିର ସଭାପତି ହୋଇ ପାରନ୍ତି। ମୁମ୍ବାଇର ବରିଷ୍ଠ ଚୟନ କମିଟିର ପୂର୍ବତନ ସଭାପତି ଅଗରକର ଜାତୀୟ ଚୟନ କମିଟିର ସଭାପତି ହେବା ଦୌଡ଼ରେ ସାମିଲ ହୋଇଛନ୍ତି।

ବିସିସିଆଇ ଆବେଦନ ଦାଖଲ କରିବାର ଅନ୍ତିମ ତିଥି ଜାନୁଆରୀ ୨୪ ସ୍ଥିର କରିଥିଲା। ଏବେ ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ସବୁଠୁ ବଡ଼ ଦାବିଦାର ଭାବେ ଅଗରକରଙ୍କ ନାମ ସାମ୍ନାକୁ ଆସିଛି। ଅଗରକର ୨୬ଟି ଟେଷ୍ଟ, ୧୯୧ ଦିନିକିଆ ଓ ତିନୋଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ମୋଟ୍ ୩୪୯ଟି ଓ୍ଵକେଟ୍ ନେଇଛନ୍ତି। ଦିନିକିଆରେ ତାଙ୍କ ନାମରେ ୨୮୮ଟି ଓ୍ଵିକେଟ୍ ରହିଛି।

ବିସିସିଆଇର ଜୈନକ ଅଧିକାରୀ ଗୋପନୀୟତା ସର୍ତ୍ତରେ କହିଛନ୍ତି ଯେ, ଅଜିତ ଦୌଡ଼ରେ ସାମିଲ ହେବା ଚୟନ ପ୍ରକ୍ରିୟାକୁ ରୋଚକ କରି ଦେଇଛି। ସେ ବହୁତ ଭାବିଚିନ୍ତି ଆବେଦନ କରିଥିବେ। ଯଦି କାହାକୁ ଲାଗୁଛି ଯେ, ଲକ୍ଷ୍ମଣ ଶିବାରାମକୃଷ୍ଣଙ୍କୁ ଚୟନ ସମିତିର ସଭାପତି ହେବା ନିଶ୍ଚିତ ତେବେ ଏହା ଉପରେ ଏବେ ପୁଣି ଥରେ  ବିଚାର କରିବାକୁ ପଡ଼ିବ। ଏବେ ଏହା ଦେଖିବା ବାକି ରହିଲା ଯେ, କାହାକୁ ଚୟନକର୍ତ୍ତା ଭାବେ ଚୟନ କରାଯାଉଛି।

ଅଗରକରଙ୍କ ବ୍ୟତୀତ ଯେଉଁ ପୂର୍ବତନ କ୍ରିକେଟର ଚୟନକର୍ତ୍ତା ପଦ ଲାଗି ଆବେଦନ କରିଛନ୍ତି, ସେମାନଙ୍କ ମଧ୍ୟରେ ହରିୟାଣାର ଚେତନ ଶର୍ମା, ବରୋଦାର ନୟନ ମୋଙ୍ଗିଆ, ତାମିଲନାଡ଼ୁର ଶିବରାମକୃଷ୍ଣ, ମଧ୍ୟ ପ୍ରଦେଶର ରାଜେଶ ଚୌହାନ ଓ ଅମୟ ଖୁରାସିୟା, ଉତ୍ତର ପ୍ରଦେଶର ଜ୍ଞାନେନ୍ଦ୍ର ପାଣ୍ଡେ ଓ ବିଦର୍ଭର ପ୍ରୀତମ ଗନ୍ଧେ ସାମିଲ।

Subscribe

National International State Sports Entertainment