ଡେରାଡୁନ, ଜୁଲାଇ ୧୨ (ଖବର ଓଡ଼ିଶା): ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ସମ୍ମାନ ବଞ୍ଚାଇବାକୁ ଉଦ୍ୟମ କରୁଛି । ଗୋଆରେ ବିଧାୟକଙ୍କ ବିଦ୍ରୋହକୁ ନେଇ ଦଳ ସକ୍ରିୟ ହୋଇଥିବା ବେଳେ ଉତ୍ତରାଖଣ୍ଡ କଂଗ୍ରେସରେ ହଲଚଲ ଦେଖାଯାଇଛି । ଉତ୍ତରାଖଣ୍ଡରେ କଂଗ୍ରେସର ୨ ଜଣ ନେତା ପାର୍ଟିରୁ ବାହାରି ଯାଇଥିବା ବେଳେ ସନ୍ଧ୍ୟାରେ ହରକ ସିଂହ ରାଓତଙ୍କ ଘରେ ପାର୍ଟିର କିଛି ନେତା ବୈଠକ କରିଛନ୍ତି । ହରକ ସିଂହ ରାଓତଙ୍କ ସକ୍ରିୟତା ଓ ପାର୍ଟି ନେତାଙ୍କ ବୈଠକ ଯୋଗୁଁ ଦଳର ବରିଷ୍ଠ ନେତାଙ୍କର ଚିନ୍ତା ବଢ଼ିଯାଇଛି ।
କିଛି ମାସ ପୂର୍ବରୁ ହୋଇଥିବା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ନେତାମାନଙ୍କ ନିଜ ନିଜ ଭିତରେ ଥିବା କଳହ ସାମ୍ନାକୁ ଆସିଛି । ପାର୍ଟିରେ ଏକେ ଇସ୍ତଫାର ସମୟ ଚାଲିଛି । କଂଗ୍ରେସ ନେତାମାନେ ପଳାୟନ ମଧ୍ୟ କରୁଛନ୍ତି । ଏଭଳି ଏକ ସମୟରେ ହରକ ସିଂହ ରାୱତଙ୍କ ଘର ଉତ୍ତରାଖଣ୍ଡ କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କ ବୈଠକ ପାର୍ଟିର ଚିନ୍ତା ବଢ଼ାଇ ଦେଇଛି ।