ରାଜ୍ୟସଭାରେ ଏସପିଜି ବିଲ ପାସ, ଗାନ୍ଧୀ ପରିବାରକୁ ନଜରରେ ରଖି ଆଣିନୁ ବିଲ-ଶାହା
Khabar Odisha:National-politics-Parliament-Winter-Session-SPG-Amendment-Bill-Passed-In-Rajya-Sabha
ନୂଆଦିଲ୍ଲୀ, ଡିସେମ୍ଵର ୦୩ (ଖବର ଓଡିଶା) :

ସଂସଦର ଶୀତକାଳୀନ ଅଧିବେଶନ ସମୟରେ ମଙ୍ଗଳବାର ଦିନ ରାଜ୍ୟସଭାରେ ଏସପିଜି (ସଂଶୋଧନ) ବିଧେୟକ, 2019 ପାସ ହୋଇଛି । ଏହା ପୂର୍ବରୁ ନଭେମ୍ୱର 27 ତାରିଖରେ ଏହି ବିଧେୟକ ଲୋକସଭାରେ ପାସ ହୋଇଥିଲା । ବିଲା ପାସ ହେବା ସମୟରେ କଂଗ୍ରେସ ଗୃହତ୍ୟାଗ କରିଥିଲା । ସେହିପରି ରାଜ୍ୟସଭାରେ ମଧ୍ୟ ବିସ ପାସ ହେବା ସମୟରେ କଂଗ୍ରେସ କକ୍ଷତ୍ୟାଗ କରିଥିଲା । କଂଗ୍ରେସର ଅଭିଯୋଗ ଥିଲା ଯେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜବାବ ସନ୍ତୋଷଜନକ ନୁହେଁ । 

ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଗୃହ ରାଜ୍ୟମନ୍ତ୍ରୀ ଜୀ.କିଶନ ରେଡ୍ଡୀଙ୍କ ତରଫରୁ ଆଗତ କରାଯାଇଥିବା ଏସପିଜି ସଂଶୋଧନ ବିଧେୟକ ଉପରେ ଜବାବ ରଖିଥିଲେ । ଗୃହମନ୍ତ୍ରୀ କହିଥିଲେ ଏସପିଜି ଆକ୍ଟ କେବଳ ପିଏମଙ୍କ ବ୍ୟକ୍ତିଗତ ସୁରକ୍ଷାର ଚିନ୍ତା କରୁନି, ଅନ୍ୟ ଦିଗ ଉପରେ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ । ଶାହା କହିଛନ୍ତି ଭୟର ପ୍ରଶ୍ନ କେବଳ ଗାନ୍ଧୀ ପରିବାର ନୁହେଁ ବରଂ 130 କୋଟି ଲୋକଙ୍କ ସୁରକ୍ଷାର ଦାୟିତ୍ୱ ସରକାରଙ୍କ ଅଟେ, ଏସପିଜିର ଜିଦ କାହିଁକି କରାଯାଉଛି । 

ଶାହା କହିଛନ୍ତି ଯେ ଏସପିଜି ସିଆରପିଏଫ, ବିଏସଏଫ ଏବଂ ଅନ୍ୟ ଅର୍ଦ୍ଧସାମରୀକ ବାହିନୀ ଯବାନଙ୍କ ଅଟ । ଗାନ୍ଧୀ ପରିବାରର ଏହି ତିନି ଜଣ ସଦସ୍ୟଙ୍କୁ ସିଆରପିଏଫର କଭର ଦିଆଯାଇଛି ସେଥିରେ ଏସପିଜିରେ କାମ କରୁଥିବା ଲୋକ ମଧ୍ୟ ସାମିଲ ରହିଛନ୍ତି । ଶାହା କହିଛନ୍ତି ଯେ ଆସେସମେଣ୍ଟକର ଆଧାରରେ ଏହି ପରିବାରର ସୁରକ୍ଷାରେ ପରିବର୍ତ୍ତନ କରାଯାଇଛି, ନୂଆ ବିଲରେ କେବଳ ମୋଦୀ ଜୀଙ୍କୁ କ୍ଷତି ହେବ କାହିଁକି ନାଁ ସେ ପିଏମ ଅଛନ୍ତି । ସେ କହିଛନ୍ତି  ଆମେ ଗାନ୍ଧୀ ପରିବାରକୁ ଧ୍ୟାନରେ ରଖି ବିଲ ଆଣିନୁ । 

ଶାହା କହିଛନ୍ତି, ଜଣେ ଦୁଇ ଜଣ ସଦସ୍ୟ କହିଛନ୍ତି ଯେ ବିଲକୁ ଗୋଟିଏ ଦୁଇଟି ପରିବାରୁ ଧ୍ୟାନରେ ରଖି କରାଯାଇଛି । ଯେଉଁ ପୁରୁଣା ଆଇନ ଥିଲା ତାହା ଅନୁସାରେ ଗାନ୍ଧୀ ପରିବାରର ସୁରକ୍ଷା ସମୀକ୍ଷା ହଟାଯାଇଛି । ଏହା ପଞ୍ଚମ ପରିବର୍ତ୍ତନ, ତାଙ୍କ ସୁରକ୍ଷା ଜେଡ ପ୍ଲସ ସହ ଆମ୍ୱୁଲାନ୍ସ ଯୋଗାଯାଇଛି, କିନ୍ତୁ ଏହା ପୂର୍ବରୁ ଚାରୋଟି ପରିବର୍ତ୍ତନ କରାଯାଇଥିଲା ଯାହା ଗୋଟିଏ ପରିବାରକୁ ଧ୍ୟାନରେ ରଖି କରାଯାଇଥିଲା । 

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ଆମେ ପରିବାର ନୁହେଁ ପରିବାରବାଦର ବିରୋଧ କରୁଛୁ । ଯେତେ ଜଣ ଯବାନ ପୂର୍ବେ ଥିଲେ ଏବେ ମଧ୍ୟ ତାଙ୍କ ପାଖରେ ଅଛନ୍ତି । ରକ୍ଷାମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଉପରାଷ୍ଟ୍ରପତିଙ୍କ ପାଖରେ ମଧ୍ୟ ଏପରି ବ୍ୟବସ୍ଥା ରହିଛି । 

Subscribe

National International State Sports Entertainment