କଟକ: କୋଲ୍ ଇଣ୍ଡିଆ ଅଫିସ ସାମ୍ନାରେ ପ୍ରତିବାଦ ଘଟଣାରେ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ମିଳିଲା ଆଗୁଆ ଜାମିନ। ସୋମବାର ଆଗୁଆ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ତେଲକୋଳେଇ ଥାନା ମାମଲାରେ ତାଙ୍କୁ ମିଳିଛି ଆଗୁଆ ଜାମିନ। ତେବେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି ।
ସୂଚନା ଅନୁଯାୟୀ, ଗତ ୨୧ତାରିଖରେ ସ୍ଥାନୀୟ ବିସ୍ଥାପିତଙ୍କ ସମସ୍ୟା ପୂରଣ ଦାବିରେ ଝାରସୁଗୁଡ଼ାର ତେଲକୋଳେଇ ଥାନା ଅଞ୍ଚଳରେ ଥିବା ଦୀପାଳି ଓ ତାଙ୍କ ସମର୍ଥକ କୋଲ ଇଣ୍ଡିଆ କାର୍ୟ୍ୟା ଳୟ ସାମ୍ନାରେ ପ୍ରତିବାଦ କରୁଥିଲେ। ସେହି ସମୟରେ ପୋଲିସ ସହ ବିକ୍ଷୋଭକାରୀଙ୍କ ମୁହାଁମୁହିଁ ହୋଇଥିଲା।
ସରକାରୀ କର୍ମଚାରୀଙ୍କୁ କାର୍ୟ୍ୟଁରେ ବାଧା ଓ ଧମକ ଚମକ ଦେବା ଅଭିଯୋଗରେ ପୋଲିସ ପକ୍ଷରୁ ଦୀପାଳି ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା। ମାମଲାର ଶୁଣାଣି କରି ହାଇକୋର୍ଟ ଦୀପାଳିଙ୍କୁ ଜାମିନ ପ୍ରଦାନ କରିଛନ୍ତି । ପୁନର୍ବାର ସମାନ ଅପରାଧରେ ସାମିଲ ନ ହେବାକୁ ସର୍ତ୍ତ ରଖିବା ସହ ୩ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ହାଜର ହୋଇ ଦୀପାଳି ଜାମିନରେ ଯାଇ ପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।