ରାଜ୍ୟରେ ଆସନ୍ତା ୨୫ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ତେବେ ଏହା ପୁର୍ବରୁ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗକୁ ଉପସ୍ଥାପନ କରିଛନ୍ତି । ଆସନ୍ତା ମତଦାନରେ ରେକଡ୍ ସଂଖ୍ୟକ ମତଦାନ କରିବାକୁ ସେ ଭୋଟର ମାନଙ୍କୁ ନିବେଦନ କରିଛନ୍ତି । ଚଳିତ ନିର୍ବାଚନରେ ରାଜ୍ୟରେ ପୂର୍ବରୁ ହୋଇଥିବା ହୋଇଥିବା ନିର୍ବାଚନ ଅପେକ୍ଷା ଅଧିକ ମତଦାନ ହେଇଥିବାରୁ ଏହା ପରିବର୍ତ୍ତନର ଲକ୍ଷଣ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏଥିସହ ରାଜ୍ୟ ରେ ଥିବା ୨୧ ରୁ ୨୧ ରୁ ଲୋକସଭା ଆସନ ବିଜେପି ଜିତିବା ସହ ରାଜ୍ୟରେ ବିଜେପି ସରକାର ଗଠନ ହେବ ବୋଲି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇ ସାରିଥିବା ବେଳେ ଏହା ନିଶ୍ଚିତ ଭାବରେ ହେବ ବୋଲି ସେ କହିଛନ୍ତି। ତେବେ ଓଡ଼ିଶା ର ନେତୃତ୍ବ ଓଡ଼ିଶା ର ଲୋକ ନେବେ ବୋଳି ସେ କହିବା ସହ ୨୪ ବର୍ଷ ଅପାରଗ ସରକାର କୁ କେନ୍ଦ୍ର ମନ୍ତ୍ରୀ ଟାର୍ଗେଟ କରିଥିଲେ। ଏଥିସହ ସମ୍ବଲପୁର ହୀରାକୁଦ ରେ ଡାଇରିଆ ନେଇ ସରକାରଙ୍କୁ ଟାର୍ଗେଟ କରିବା ସହ ନାଳ ଓ ରାସ୍ତା ସମସ୍ୟା ନେଇ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ତେବେ ସମ୍ବଲପୁରକୁ ଦେଶର ପ୍ରମୁଖ ୫୦ଟି ସହର ମଧ୍ଯରେ କରିବା ପାଇଁ ପ୍ରୟାସ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ସ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।