ଖବର ଓଡ଼ିଶା: କାଉଡ଼ିଆ ଯାତ୍ରା ପାଇଁ ଦୋକାନରେ ନାମ ଲେଖିବା ମାମଲାରେ ଉତ୍ତର ପ୍ରଦେଶ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଝଟକା ମିଳିଛି । ସୋମବାର ସୁପ୍ରିମକୋର୍ଟ ମାମଲାର ଶୁଣାଣୀ କରିଛନ୍ତି । ସୁପ୍ରିମକୋର୍ଟ ଅଭିଯୋଗର ଶୁଣାଣୀ କରି ଉତ୍ତର ପ୍ରଦେଶ ପ୍ରଶାସନର ନିଷ୍ପତି ଉପରେ ମାନ୍ୟବର ଅଦାଲତ ରୋକ ଲଗାଇଛନ୍ତି । ଦୋକାନୀଙ୍କୁ ନିଜର ପରିଚୟ ଜଣାଇବା ଆବଶ୍ୟକ ନାହିଁ ବୋଲି କୋର୍ଟ କହିଛନ୍ତି । କିନ୍ତୁ ଦୋକାନ ଫଳକରେ ମାଂସାହାରୀ କିମ୍ବା ଶାକାହାରୀ ଲେଖିବା ଜରୁରୀ ବୋଲି କୋର୍ଟ ଆଦେଶରେ କହିଛନ୍ତି । ଏହା ସହ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି।
ଜଷ୍ଟିସ୍ ହୃକିକେଶ ରାୟ ଏବଂ ଜଷ୍ଟିସ୍ ଏସ୍.ଭି.ଏନ୍ ଭଟ୍ଟୀଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଆସୋସିଏସନ୍ ଅଫ୍ ପ୍ରୋଟେକସନ୍ ଅଫ୍ ସିଭିଲ୍ ରାଇଟ୍ସ ଏନଜିଓ ପକ୍ଷରୁ କରାଯାଇଥିବା ଅଭିଯୋଗର ଶୁଣାଣି କରିଛନ୍ତି ଖଣ୍ଡପୀଠ । ସୁପ୍ରିମକୋର୍ଟ ପଚାରିଛନ୍ତି ଯେ ଏହା ଏକ ପ୍ରେସ ବିବୃତ୍ତି ନା ଏହା ଏକ ଆନୁଷ୍ଠାନିକ ଆଦେଶ ଯାହାକୁ ପ୍ରଦର୍ଶିତ କରାଯିବା ଉଚିତ ? ଆବେଦନକାରୀଙ୍କ ଓକିଲ ଅଭିଷେକ ମନୁ ସିଙ୍ଘବି ଉତ୍ତରରେ କହିଛନ୍ତି ଯେ ପ୍ରଥମେ ଏହା ଏକ ପ୍ରେସ ବିବୃତ୍ତି ଥିଲା ଏବଂ ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ଏବଂ ସେମାନେ ଏହା ସ୍ୱେଚ୍ଛାକୃତଭାବେ କରିବାକୁ ଚାହୁଁଛନ୍ତି କିନ୍ତୁ ପ୍ରଶାସନ ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରୁଛି । ଜଣେ ଆବେଦନକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଡଭୋକେଟ ସିୟୁ ସିଂ କହିଛନ୍ତି ଯେ ଅଧିକାଂଶ ଲୋକ ପନିପରିବା ଏବଂ ଚା ଦୋକାନ ମାଲିକ ଅଟନ୍ତି ଏବଂ ଯଦି ଏପରି ଅର୍ଥନୈତିକ ବହିଷ୍କାର ଶିକାର ହୁଅନ୍ତି ତେବେ ସେମାନଙ୍କର ଆର୍ଥିକ ମୃତ୍ୟୁ ହେବ ।
ତେବେ ସମସ୍ତ ପକ୍ଷ ଶୁଣିବା ପରେ ଖଣ୍ଡପୀଠ ଉତ୍ତର ପ୍ରଦେଶ ପ୍ରଶାସନର ନିଷ୍ପତି ଉପରେ ମାନ୍ୟବର ଅଦାଲତ ରୋକ ଲଗାଇଛନ୍ତି । । ଦୋକାନୀଙ୍କୁ ନିଜର ପରିଚୟ ଜଣାଇବା ଆବଶ୍ୟକ ନାହିଁ ବୋଲି କୋର୍ଟ କହିଛନ୍ତି । କିନ୍ତୁ ଦୋକାନ ଫଳକରେ ମାଂସାହାରୀ କିମ୍ବା ଶାକାହାରୀ ଲେଖିବା ଜରୁରୀ ବୋଲି କୋର୍ଟ ଆଦେଶରେ କହିଛନ୍ତି । ଏହା ସହ ଚାରୋଟି ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି।