ନୂଆଦିଲ୍ଲୀ: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବଳାତ୍କାର ସଂପର୍କିତ ଏକ ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଗୋଟିଏ ପଟେ କୋର୍ଟ ଅଭିଯୁକ୍ତଙ୍କ ଆଗୁଆ ଜାମିନକୁ କାଏମ ରଖିଥିବା ବେଳେ ଅନ୍ୟପଟେ ଅଭିଯୋଗ କରିଥିବା ମହିଳାଙ୍କୁ ଭର୍ତ୍ସନା କରିଛନ୍ତ । ସର୍ବୋଚ୍ଚ ନ୍ୟାୟାଳୟ ମହିଳାଙ୍କ ବିବାହ ପରେ ବି ଅନ୍ୟ ସହ ଶାରୀରିକ ସମ୍ବନ୍ଧ ଉପରେ ପ୍ରଶ୍ନ ଉଠାଇଛନ୍ତି । ମହିଳା ଜଣଖ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରି ଅଭିଯୁକ୍ତଙ୍କ ଜାମିନ ରଦ୍ଦ କରିବାକୁ ଦାବି କରିଥିଲେ ।
ଆବେଦନ ଉପରେ ସୁପ୍ରିମକୋର୍ଟରେ ବିଚାରପତି ଏମଏମ ସୁନ୍ଦରେଶ ଓ ବିଚାରପତି ଏନ କୋଟେଶ୍ୱର ସିଂଙ୍କ ପୀଠ ଶୁଣାଣି କରିଛନ୍ତି । କୋର୍ଟ ମହିଳାଙ୍କୁ ଚେତାଇଛନ୍ତି ଯେ, ବିବାହିତ ହୋଇ ବି ସ୍ୱାମୀ ବ୍ୟତୀତ ଅନ୍ୟ ବ୍ୟକ୍ତି ସହ ସମ୍ବନ୍ଧ ରଖିବା ନେଇ ଆପଣଙ୍କ ଉପରେ ବି ମୋକଦ୍ଦମା ଚଲାଯାଇ ପାରିବ । ମହିଳା ଜଣକ ବିବାହିତ ହୋଇ ବି ପର ପୁରୁଷ ସହ ସଂପର୍କ ରଖିବା ଅପରାଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଉହିଳା ପକ୍ଷରୁ କୋର୍ଟରେ ହାଜର ଓକିଲ କହିଛନ୍ତି, ବ୍ୟକ୍ତି ଜଣକ ମହିଳାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ବନ୍ଧ ରଖିଥିଲେ । ଏହା ଉପରେ କୋର୍ଟ ମହିଳାଙ୍କୁ କହିଛନ୍ତି ଯେ, ଆପଣ ଜଣେ ବିବାହିତ ମହିଳା ଏବଂ ଆପଣଙ୍କର ଦୁଇଟି ସନ୍ତାନ ବି ଅଛନ୍ତି । ଆପଣ ସବୁ ବୁଝି ପାରୁଛନ୍ତି ଯେ, ଯେଉଁ ସଂପର୍କ ଆପଣ ରଖୁଛନ୍ତି ତାହା ବିବାହ ପ୍ରତି ଅପମାନ ।
ଓକିଲ ଏହା ମଧ୍ୟ କହିଛନ୍ତି, ବ୍ୟକ୍ତି ଜଣକ ମହିଲାଙ୍କୁ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଅନେକ ଥର ହୋଟେଲ୍ ଡକାଇଥିଲା । କୋର୍ଟ କହିଛନ୍ତି ଆପନ ବ୍ୟକ୍ତିର ଅନୁରୋଧ କ୍ରମରେ ବାରମ୍ବାର କାହିଁକି ହୋଟେଲ୍ ଯାଉଥିଲେ ? ଆପଣ ଭଲ ଭାବେ ଜାଣିଛନ୍ତି ଯେ, ଆପଣ ବିବାହିତ ହୋଇ ବି ଅନ୍ୟ ସହ ସଂପର୍କ ରଖି ଅପରାଧ କରୁଛନ୍ତି ।
ମାମଲା କଣ ?
ମହିଳା ଓ ଅଭିଯୁକ୍ତ ବ୍ୟକ୍ତି ପରସ୍ପର ସହ ଚିହ୍ନା ପରିଚୟ ୨୦୧୬ରେ ସୋସିଆଲ ମିଡିଆ ଜରିଆରେ ହୋଇଥିଲେ । ତେବେଠୁ ଉଭୟ ସଂପର୍କରେ ଥିଲେ । ମହିଳା ଅଭିଯୋଗ କରିଥିଲେ ଯେ, ସେ ଚାପରେ ପଡି ସ୍ୱାମୀଙ୍କଠୁ ଛାଡପତ୍ର ନେଇଥିଲେ । ଛାଡପତ୍ର ଉପରେ ଫ୍ୟାମିଲି କୋର୍ଟରେ ମାରଚ୍ଚ ୬ରେ ମୋହର ବାଜିଛି । ଛାଡପତ୍ର ପରେ ମହିଳା ଅଭିଯୁକ୍ତଙ୍କୁ ବିବାହ କରିବାକୁ କହିଥିଲା । ହେଲେ ଅଭିଯୁକ୍ତ ମନା କରି ଦେଇଥିଲେ ।
ଏଥିରେ କ୍ଷୁବ୍ଧ ହୋଇ ମହିଳା ବିହାର ପୋଲିସରେ ଏତଲା ଦେଇଥିଲେ । ଅଭିଯୋଗ କରିଥିଲେ ଯେ, ବିବାହର ମିଥ୍ୟା ପ୍ରତିଶ୍ରୁରି ଦେଇ ବ୍ୟକ୍ତି ତାଙ୍କ ସହ ଯୌନ ଉତ୍ପୀଡନ କରିଛନ୍ତି । ମାମଲା ଯେବେ କୋର୍ଟରେ ପହଞ୍ଚିଲା ପାଟାନା ହାଇକୋର୍ଟ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିଥିଲେ । ହାଇକୋର୍ଟ ତଦନ୍ତ ରିପୋର୍ଟ ଦେଖି ଜାଣିବାକୁ ପାଇଥିଲେ ଯେ, ଛାଡପତ୍ର ପରଠୁ ମହିଳା ଓ ଅଭିଯୁକ୍ତ ମଧ୍ୟରେ କୌଣସି ଶାରୀରିକ ଗତିବିଧି ହୋଇ ନ ଥିଲା ।