ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଅତିକ୍ରମ, ୧୮୦୦ ନମୁନା ରିପୋର୍ଟକୁ ଅପେକ୍ଷା
Khabar Odisha:Nation-Delhi-Corona-virus-Delhi-total-positive-cases-death-toll-Tablighi-Jamaat

ନୂଆଦିଲ୍ଲୀ, ଏପ୍ରିଲ ୦୬ (ଖବର ଓଡ଼ିଶା): ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଏପର୍ଯ୍ୟନ୍ତ ୫୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆହୁରି ୧୮୦୦ରୁ ଅଧିକ ନମୁନା ରିପୋର୍ଟକୁ ଅପେକ୍ଷା କରାଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୧୯ ଜଣଙ୍କ ନିଜାମୁଦ୍ଦିନସ୍ଥିତ ତବଲିଗି କାର୍ଯ୍ୟକ୍ରମ ସହିତ ସଂପର୍କ ରହିଛି । 

ଦିଲ୍ଲୀରେ ଏପର୍ଯ୍ୟନ୍ତ କରୋନା ରୋଗୀଙ୍କ ସଂଖ୍ୟା ୫୦୩ରେ ପହଞ୍ଚିଛି । ଏଥିରୁ ୩୨୦ ମାମଲା ମରକାଜ ସହ ସଂପୃକ୍ତ । ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ମରକାଜରେ ହୋଇଥିବା ଅବହେଳା ଯୋଗୁଁ ଦିଲ୍ଲୀବାସୀଙ୍କୁ କଷ୍ଟ ଭୋଗବାକୁ ପଡୁଛି । ଲକଡାଉନ ଓ ସାମାଜିକ ଦୂରତା ପରେ ବି କରୋନା ସଂକ୍ରମିତ ସଂଖ୍ୟା ହ୍ରାସ ପାଉ ନାହିଁ । 

ନିଜାମୁଦ୍ଦିନସ୍ଥିତ ତବଲିଗି ଜମାତର ମରକାଜରୁ ଏପ୍ରିଲ ୧ରେ ୨୩ଶହ ଜମାତିଆଙ୍କୁ ବାହାର କରାଯାଇଥିଲା । ଏଥିରୁ ୫୦୦ ଜଣଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିଭଳି ୧୮୦୦ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । 

 

  • Tags:

Subscribe

National International State Sports Entertainment