ଭାରତୀୟ ବାୟୁସେନାରେ ସାମିଲ ହେଲା ସ୍ୱଦେଶୀ ହେଲିକପ୍ଟର “ଲାଇଟ୍ କମ୍ବାଟ୍”,ଅନ୍ଧାରରେ କରିପାରିବ ଅପରେସନ୍ ନୂଆଦିଲ୍ଲୀ ,ଅକ୍ଟୋବର 3(ଖବର ଓଡ଼ିଶା): Share story: ଭାରତୀୟ ବାୟୁସେନାରେ ସାମିଲ ହେଲା ଲାଇଟ୍ କମ୍ବାଟ୍ ହେଲିକପ୍ଟର । ଯୋଧପୁର ଏୟାରବେସ୍ ରେ ଏହାକୁ ସାମିଲ କରାଯାଇଥିବା ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଇଟ୍ କରି ସୁଚନା ଦିଆଯାଇଛି । ଏହି ସ୍ୱଦେଶୀ ହେଲିକପ୍ଟର ଦ୍ୱାରା ବିଭିନ୍ନ ଅପରେସନ୍ କରାଯାଇପାରିବ । ଯାହା ଫଳରେ ଆହୂରୀ ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଏହି ହେଲିକପ୍ଟରର ମୁଖ୍ୟ କାର୍ଯ୍ୟ ହେଉଛି ଯୁଦ୍ଧ ସମୟରେ ନିଜ ସୈନ୍ୟ ମାନଙ୍କୁ ଖୋଜିକରି ଉଦ୍ଧାର କରିବା ,ଶତ୍ରୁର ଏୟାର ଡ଼ିଫେନ୍ସ ସିଷ୍ଟମକୁ ନଷ୍ଟ କରିବା , ଡ଼୍ରୋନ୍ ତଥା ଅନ୍ୟ ଅତ୍ସଶତ୍ସକୁ ରୋକି ତଳକୁ ଖସାଇବା ଏବଂ ଅଧିକ ଉଚ୍ଚରେ ଥିବା ଶତ୍ରୁର ବଙ୍କରକୁ ଧ୍ୱସଂ କରାଇବା । ସବୁଠାରୁ ବଡ଼ କଥା ହେଉଛି ଅନ୍ଧାରରେ ମଧ୍ୟ ଏହା ତାର କାର୍ଯ୍ୟ କରିପାରିବ । ଲାଇଟ୍ କମ୍ବାଟ୍ ହେଲିକପ୍ଟର କକ୍ ପିଟ୍ ତଳେ ଏମ୍ ୬୨୧ କାନନ୍ ଲାଗିଛି । ଏହା ୨୦ ମିଲିମିଟରର ସ୍ୱୟଂଚାଳିତ କାନନ୍ ଅଟେ । ଫ୍ରାନ୍ସ ର ଏକ କମ୍ପାନୀ ନେକ୍ସଟର ଏହାକୁ ତିଆରି କରିଥିବା ବେଳେ ଏହି କ୍ୟାନନର ଓଜନ ୪୫.୫ କିଲୋଗ୍ରାମ ଅଟେ । ଏହାର ମୋଟ ଲମ୍ବ ୮୬.୯ ଇଞ୍ଚ । ଯେଉଁଠାରେ ବ୍ୟାରେଲ୍ ଯଥା ଟ୍ୟୁବ୍ ର ଲମ୍ବ ୫୭ ଇଞ୍ଚ । ବାସ୍ତବରେ ଏହା ଏକ ତୋପ ପରି କାର୍ଯ୍ୟ କରେ ଯାହା ପ୍ରତି ମିନିଟରେ ୮୦୦ ବୁଲେଟ୍ ଫାୟାର୍ କରେ । ଖବର ଓଡ଼ିଶା, Reporter, 02/10/2022