ଦିଲ୍ଲୀ,ଜାନୁଆରୀ ୧୫ (ଖବର ଓଡ଼ିଶା):
ଶତ୍ରୁମାନଙ୍କୁ କଡ଼ା ଜବାବ ଦେବା ପାଇଁ ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍' (ଡିଆର୍ଡିଓ) ଅନେକ ଅସ୍ତ୍ରଶସ୍ତ୍ରର ସଫଳ ପରୀକ୍ଷଣ କରିଛି ଯାହାଫଳ ରେ ଆମ ଦେଶ ଅନେକ ମାତ୍ରାରେ ସଶକ୍ତ ହୋଇପାରିଛି
ତେବେ ଏହାରି ଭିତରେ ବିଦ୍ରୋହ ଏବଂ ଆତଙ୍କବାଦ ଦମନ ଅଭିଯାନ ମୁକାବିଲା କ୍ଷେତ୍ରରେ ଡ଼ିଆରଡ଼ିଓ ଓ ଭାରତୀୟ ସେନା ମିଶିକି ଭାରତର ପ୍ରଥମ ସ୍ୱଦେଶୀ ୯ ଏମ୍ଏମ୍ ମେସିନ୍ ପିସ୍ତଲ୍ ବିକଶିତ କରିଛନ୍ତି । ଏମ୍ହୋ ଠାରେ ଥିବା ସେନାର ପଦାତିକ ସ୍କୁଲ୍ ଏବଂ ପୁଣେରେ ଥିବା 'ଡିଆର୍ଡିଓ'ର 'ଆର୍ମାମେଣ୍ଟ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଇଷ୍ଟାବ୍ଲିସ୍ମେଣ୍ଟ୍' ଏହାକୁ ୪ମାସ ମଧ୍ୟରେ ବିକଶିତ କରିଛନ୍ତି ।
ଏହାର ଉପର ଭାଗ ରିସିଭର୍ଟି ବିମାନ ନିର୍ମାଣରେ ବ୍ୟବହୃତ ଆଲ୍ମିନିୟମ୍ରେ ତିଆରି ହୋଇଥିବା ବେଳେ ତଳଭାଗର ରିସିଭର୍ଟି କାର୍ବନ୍ ଫାଇବର୍ରେ ତିଆରି ହୋଇଛି ।