ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ଉପସ୍ଥିତ ଥିବା ହରମ୍ୟାନ କ୍ୟାନଙ୍କ କରୋନାରେ ମୃତ୍ୟୁ
Khabar Odisha:Former-US-presidential-candidate-herman-cain-dies-of-Covid-19
ୱାଶିଂଟନ, ଜୁଲାଇ ୩୧ (ଖବର ଓଡ଼ିଶା):

କରୋନା ସଂକଟକୁ ଖାତିର ନକରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ସାମିଲ ହୋଇଥିବା ଆମେରିକୀୟ ବ୍ୟବସାୟୀ ଓ ରାଷ୍ଟ୍ରପତି ପଦ ପାଇଁ ଲଢ଼େଇ କରିଥିବା ପୂର୍ବତନ ପ୍ରାଥୀଁ ହରମ୍ୟାନ କ୍ୟାନଙ୍କ ପରଲୋକ ହୋଇଛି । ହରମ୍ୟାନ କ୍ୟାନଙ୍କୁ କରୋନା ଯୋଗୁଁ ପ୍ରାଣ ହରାଇବାକୁ ପଡ଼ିଛି ।  

କ୍ୟାନ ଟ୍ରମ୍ପଙ୍କ ଟୁଲସା ରାଲିରେ ଅଂଶଗ୍ରହଣ କରିବା ପରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେ ପାଖାପାଖି ଏକ ମାସ ଯାଏଁ କରୋନା ସହିତ ଲଢ଼େଇ ଜାରି ରଖିଥିଲେ । ତାଙ୍କୁ ଜୁଲାଇ ପ୍ରଥମ ସପ୍ତାହରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହରମ୍ୟାନ କ୍ୟାନଙ୍କ ମୃତ୍ୟୁ ହରମ୍ୟାନକ୍ୟାନ.କମ ସ୍ପଷ୍ଟ କରିଛି । ସାଇଟ ତରଫରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ଆମର ବସ, ବନ୍ଧୁ ଓ ପିତା ହରମ୍ୟାନ କ୍ୟାନ ଆମ ଗହଣରେ ଆଉ ନାହାନ୍ତି । ଏମିତିରେ ସେ ସୁସ୍ଥ ଥିଲେ । କିନ୍ତୁ ଯେଉଁ ଦିନ ଠାରୁ କର୍କଟ ରୋଗର ଶିକାର ହେଲେ, ଅସୁସ୍ଥ ହୋଇପଡ଼ିଥିଲେ । 

ବର୍ଷ ୧୯୪୫ରେ କ୍ୟାନ ଟେନେସରେ ଜନ୍ମଲାଭ କରିଥିଲେ । ଗରିବ ପରିବାରରେ ଜନ୍ମ ହୋଇଥିଲେ ବି ସେ ବ୍ୟବସାୟ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଥିଲେ । ସେ ପିଜା ଗଡ଼ଫାଦର ସିଇଓ ଥିଲେ । ସେ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ରିପ୍ଲବିକାନ ତରଫରୁ ୨୦୧୨ ନିର୍ବାଚନରେ ଲଢ଼େଇ କରିଥିଲେ । 

  • Tags:

Subscribe

National International State Sports Entertainment