୪ ଚୋରଙ୍କୁ ଲଣ୍ଡା କରି ଗାଁ ବୁଲାଇଲେ ଲୋକ
Khabar Odisha:villagers-detain-4-thievs-at-jodabandha
ଗଞ୍ଜାମ, ମେ ୧୫ (ଖବର ଓଡ଼ିଶା):

ଗଂଜାମ ଜିଲ୍ଲା ଜଗନାଥପ୍ରସାଦ ବ୍ଲକ ଯୋଡ଼ାବନ୍ଧା ଗ୍ରାମକୁ ଚୋରି କରିବାକୁ ଆସି ୪ ଜଣ ଚୋର ଫସି ଯାଇଛନ୍ତି । ଚୋରମାନଙ୍କୁ ଗ୍ରାମବାସୀ ଧରି ନିସ୍ତୁକ ମାଡ ମାରିବା ସହିତ ଲଣ୍ଡା କରି ଗାଁ ବୁଲାଇଛନ୍ତି  । ପୋଲିସ ସଂପୃକ୍ତ ଯୁବକମାନଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । 

ଗତକାଲି ରାତି ପ୍ରାୟ ୩ଟାରେ ଯୋଡ଼ାବନ୍ଧ ଗ୍ରାମକୁ ୪ ଜଣ ଯୁବକ ଚୋରି କରିବାକୁ ଆସିଥିବାବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ । ଏହା ପରେ ଗ୍ରାମବାସୀମାନେ ତାଙ୍କୁ ଧରି ଲଣ୍ଡା କରି ଗାଁ ବୁଲାଇବା ସହିତ ନିସ୍ତୁକ ମାଡ଼ ମାରି ଥିଲେ । ଏହା ପରେ ପୋଲିସକୁ ଡାକିଥିଲେ । ପଚରାଉଚୁରା ପରେ ସେମାନେ ସତ ସ୍ୱୀକାର କରିଥିଲେ । ସେମାନଙ୍କ ନିକଟରୁ ୨ଟି ମୋବାଇଲ, ଗୋଟିଏ ମନିପର୍ସ, ୨ ହଜାର ଟଙ୍କା ଓ ଗୋଟିଏ ବାଇକ ଜବତ କରାଯାଇଛି । ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ପରୱାର୍ଡ କରିଛି । 

ଅନ୍ୟପକ୍ଷରେ ଯୁବକମାନଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯିବା ଅଭିଯୋଗରେ ପୋଲିସ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment