ଅପହରଣ ପରେ ଟୁଟୁ ନାହକଙ୍କୁ ହତ୍ୟା ମାମଲା, ଘଟଣାରେ ପୁଣି ୪ ଜଣ ଗିରଫ
Khabar Odisha:tutu-naik-murder-case-4-aarested-again
ସାନଖେମୁଣ୍ଡି,ଜୁଲାଇ ୩୧(ଖବର ଓଡିଶା):

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ.ଗୋବିନ୍ଦପୁର ଗ୍ରାମର ଟୁଟୁ ନାହାକ ହତ୍ୟାକାଣ୍ଡର ଖୁଲସା କରିଛି ପୋଲିସ । ତେବେ ଟୁଟୁକୁ ପ୍ରଥମେ ଅପହରଣ କରାଯାଇଥିଲା ଏବଂ ପରେ ହତ୍ୟା କରାଯାଇଥିଲା । 

ତେବେ ଏକ ପାରିବାରିକ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା। ପୂର୍ବରୁ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ମାତ୍ର ଆଜି ପୁଣି ଆଉ ଚାରିଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। 

ସେହିପରି ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଗାଡି ଓ ମାରଣାସ୍ତ୍ର ଜବତ ହୋଇଛି । ସେପଟେ ଆଉ ତିନିଜଣ ମଧ୍ୟ ଏବେ ବି ଫେରାର ଥିବା ଗଞ୍ଜାମ ଅତିରିକ୍ତ ଏସପି ବିକେ ମଲ୍ଲିକ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment