ବେଙ୍ଗାଲୁରୁ: ବେଆଇନ ସୁନା କାରବାର ବନ୍ଧା ହୋଇଛନ୍ତି ପ୍ରସିଦ୍ଧ କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓ । ବେଙ୍ଗାଲୁରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ରାନ୍ୟାଙ୍କୁ କେମ୍ପେଗୋଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରିଛି । ତାଙ୍କ ନିକଟରୁ ୧୪ କିଗ୍ରା ୮୦୦ ମିଲିଗ୍ରାମ ସୁନା ଜବତ କରାଯାଇଛି ।
ରାନ୍ୟା ବାରମ୍ବାର ବିଦେଶ ଗସ୍ତରେ ଯାଆନ୍ତି । ଗତ ମାର୍ଚ୍ଚ ୩ ତାରିଖ ରାତିରେ ଦୁବାଇରୁ ଏମିରେଟସ୍ ବିମାନରେ ବେଙ୍ଗାଲୁରୁରେ ପହଁଚିବା ପରେ ତାଙ୍କୁ ଗିରଫ କରାଯାଇଛି । ସେ ଗତ ୧୫ ଦିନ ମଧ୍ୟରେ ୪ ଥର ଦୁବାଇ ଯାଇଛନ୍ତି । ଯେଉଁଥିପାଇଁ ତାଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା । ସେଥିପାଇଁ ତାଙ୍କ ଉପରେ ଗୁଇନ୍ଦା ବିଭାଗ ସ୍ୱତନ୍ତ୍ର ଭାବେ ନଜର ରଖିଥିଲା । ଏଥର ସେ ଦୁବାଇରୁ ବିପୁଳ ପରିମାଣର ସୁନା ଆଣୁଥିବା ଗୁଇନ୍ଦା ବିଭାଗ ସୂଚନା ପାଇଥିଲା । ଏହା ପରେ ତାଙ୍କୁ ରାନ୍ୟାଙ୍କୁ କେମ୍ପେଗୋଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଥିଲା । ତାଙ୍କ ନିକଟରୁ ୧୪.୮ କିଲୋଗ୍ରାମ ସୁନା ଜବତ କରାଯାଇଛି । ଯାହାର ବଜାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ଆଇପିଏସଙ୍କ ଝିଅ ରାନ୍ୟା ରାଓ
ଡିଆରଆଇ ଅଧିକାରୀଙ୍କ ସୂଚନା ମୁତାବକ ରାନ୍ୟା ଅଧିକାଂଶ ସୁନା ନିଜ ଦେହରେ ପିନ୍ଧିଥିଲେ । ଏହା ସହିତ କପଡ଼ାରେ ସୁନାର ଛଡ଼ି ଲୁଚାଇକି ରଖିଥିଲେ । ସବୁଠାରୁ ଆଶ୍ଚର୍ୟ୍ୟ କଥା ହେଉଛି ରାନ୍ୟା ନିଜେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ହୋଇଥିବାବେଳେ ବାପା ଜଣେ ଆଇପିଏସ୍ ଅଧିକାରୀ । ତାଙ୍କ ବାପା ହେଉଛନ୍ତି ଆଇପିଏସ୍ ରାମଚନ୍ଦ୍ର ରାଓ । ସେ ବର୍ତ୍ତମାନ କର୍ଣ୍ଣାଟକ ପୋଲିସ ହାଉସିଂ କର୍ପୋରେସନର ଡିଜିପି ଭାବରେ କାମ କରୁଛନ୍ତି । ଏଥିରେ ଅନ୍ୟମାନେ ସଂମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ଏହାର ତଦନ୍ତ ଜାରି ରଖିଛି ।
ସେ କିନ୍ତୁ ନିଜକୁ ଜଣେ ଆଇପିଏସଙ୍କ ଝିଅର ପରିଚୟ ଦେଇ ବାରମ୍ବାର ଖସି ଯାଉଥିଲେ । ଆଇପିଏସଙ୍କ ଝିଅ ହୋଇଥିବାରୁ ତାଙ୍କୁ ଘରେ ଛାଡ଼ିବାକୁ ସ୍ଥାନୀୟ ପୋଲିସ କର୍ମୀଙ୍କୁ ଡାକୁଥିଲେ । ସେମାନେ ନେଇ ତାଙ୍କୁ ଘରେ ଛାଡ଼ୁଥିଲେ । ତେଣୁ ଏହି ମାମଲାରେ ଅନ୍ୟ ପୋଲିସ କର୍ମଚାରୀ କେହି ସାମିଲ ଥିବା ପୋଲିସ ସନ୍ଦେହ କରୁଛି ।
ରାନ୍ୟା କନ୍ନଡ଼ ସୁପରଷ୍ଟାର ସୁଦୀପଙ୍କ ସହିତ ମଧ୍ୟ ଅଭିନୟ କରିଛନ୍ତି । ମାଣିକ୍ୟ ଚଳଚ୍ଚିତ୍ର ଉଭୟ ଏକାଠି ଅଭିନୟ କରିଥିଲେ । ଏହା ସହିତ ରାନ୍ୟା ଅନେକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।