‘ଗୋଲମାଲ-୪’ର ସୁଟିଂ ଆରମ୍ଭ, ମୁଖ୍ୟ ଅଭିନେତ୍ରୀ ଭାବେ ପରିଣୀତି ଆସିବେ ନଜର...
Khabar Odisha:golmal-4-shooting-started
ନୁଆ ଦିଲ୍ଲୀ, ମାର୍ଚ୍ଚ ୯(ଖବର ଓଡ଼ିଶା): ଚଳିତ ବର୍ଷ ଲଗାତାର ଭାବେ ଆକ୍ସନ, ଡ଼୍ରାମା ଘଟଣା ଉପରେ ଆଧାରିତ ଫିଲ୍ମ ଦେଖି ଯଦି ଆପଣ ଭାବିଥିବେ କି କମେଡ଼ିକୁ ମିସ୍‌ କରିବେ, ତେବେ ଆପଣଙ୍କ ପାଇଁ ଖୁସିଖବର। ଏହି ବର୍ଷର ଚଳଚିତ୍ର ତାଲିକାରେ ଯୋଡ଼ି ହୋଇଛି ଏକ କମେଡ଼ି ଫିଲ୍ମ। ହିଟ୍‌ ହୋଇଥିବା ଗୋଲମାଲସିରିଜର ଚତୁର୍ଥ ଫିଲ୍ମ ଗୋଲମାଲ ଏଗେନ୍‌ର ସୁଟିଂ ଆରମ୍ଭ ହୋଇଛି।
 
ରୋହିତ ଶେଟ୍ଟିଙ୍କର ଏହି ଫିଲ୍ମର ସୁଟିଂରେ ଅଜୟ ଦେବଗନ ୧୧ ମାର୍ଚ୍ଚରୁ ଯୋଗଦେବେ। ତେବେ ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଏଥର ଆପଣ ପରିଣୀତିଙ୍କୁ ଦେଖିବାକୁ ପାଇବେ। ତେବେ ଫିଲ୍ମର ସୁଟିଂ ଖବର ପରିଣିତି ଏବଂ ଅଜୟ ନିଜର ଟ୍ୱିଟର ପୃଷ୍ଠାରେ ଦେଇଛନ୍ତି।
 
ଫିଲ୍ମରେ ଅଭିନୟ କରୁଥିବା ଅଭିନେତାଙ୍କ ମଧ୍ୟରୁ କିଛିଜଣଙ୍କର ପରିବର୍ତ୍ତନ କରାଯାଇଛି। ଏଥର ତବ୍ବୁ ଏକ ନିଆରା ଭୂମିକାରେ ନଜର ଆସିବାକୁ ଥିବା ବେଳେ କରିନା ଏକ ସ୍ପେଶାଲ ଗୀତରେ ନଜର ଆସିବେ। ଆଗରୁ ଶ୍ରଦ୍ଧା କିମ୍ବା ଆଲିଆ ଏହି ଚଳଚିତ୍ରରେ ଅଭିନୟ କରିବାକୁ ନେଇ ଶୁଣିବାକୁ ମିଳୁଥିଲା ବେଳେ ଚଳିତ ଗୋଲମାଲ ସିଜିନ୍‌ ପାଇଁ ପରିଣୀତିଙ୍କୁ ନିଆ ଯାଇଛି। ଏହାର ସୁଟିଂ ଉଟ୍ଟି, ହାଇଦ୍ରାବାଦ, ଗୋଆ ଆଦି ସ୍ଥାନରେ କରାଯିବ। ତେବେ ଯାହା ଶୁଣିବାକୁ ମିଳୁଛି ଏହା ଏକ ତାମିଲ ଫିଲ୍ମର ରିମେକ ରହିବ। ଖାଲି ରୋହିତ ଏଥିରେ କିଛି ଟ୍ୱିଷ୍ଟ କରିପାରନ୍ତି।
  • Tags:

Subscribe

National International State Sports Entertainment