ଶିମିଳିପାଳରୁ ଉଦ୍ଧାର ମୃତ ବାଘକୁ ମାରିଛି କିଏ: କୁମ୍ଭୀର ନା ଶିକାରୀ!
Khabar Odisha:Who-is-killer-of-tiger-dead-body-rescue-from-Shimilipal-Tiger-Reserve
ବାରିପଦା/ଭୁବନେଶ୍ୱର, ମଇ ୦୭(ଖବର ଓଡ଼ିଶା): ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରୁ ଏପ୍ରିଲ ୪ରେ ଉଦ୍ଧାର ହୋଇଥିବା ବାଘକୁ କିଏ ମାରିଛି, ତାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଭାରତର ଜାତୀୟ ପଶୁ ବାଘକୁ ସୁରକ୍ଷା ଦେବାରେ ଶିମିଳିପାଳ ଅଭୟାରଣ୍ୟର ଅଧିକାରୀ ଓ କର୍ମଚାରୀମାନେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଶେଷଜ୍ଞ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଲେକେ । ବନ ବିଭାଗର କର୍ମଚାରୀମାନେ ଅଭୟାରଣ୍ୟ ଅନ୍ତର୍ଗତ ଉପର ବାରାହାଗୁଡା ରେଞ୍ଜର ଦେଓନଦୀ କୂଳରୁ ମୃତ ବାଘକୁ ଉଦ୍ଧାର କରିଥିଲେ । ଶିମିଳିପାଳ ଅଭୟାରଣ୍ୟର ଅତିରିକ୍ତ ନିର୍ଦେଶକ ଯଜ୍ଞଦତ୍ତ ପତି କହିଛନ୍ତି ମୃତ ବାଘର ଶବକୁ ପୋଷ୍ଟମର୍ଟମ ପାଇଁ ଉତ୍ତରାଖଣ୍ଡସ୍ଥିତ ପରୀକ୍ଷାଗାରକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ବାଘ ମୃତ୍ୟୁର ପ୍ରକୃତ ଘଟଣା ସମ୍ପର୍କରେ ଅଧିକ କୁହାଯାଇ ପାରିବ ବୋଲି ବନ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।


କୁମ୍ଭୀର କାମୁଡା ଯୋଗୁଁ ବାଘଟିର ମୃତ୍ୟୁ ହୋଇଛି ବୋଲି ବନ ବିଭାଗ କହୁଥିବା ବେଳେ, ସ୍ଥାନୀୟ ଲୋକେ, ବୁଦ୍ଧିଜୀବୀ ଓ ବିଶେଷଜ୍ଞମାନେ କହିଛନ୍ତି ବାଘକୁ ଶିକାରୀମାନେ ଶିକାର କରିଛନ୍ତି । ବନ ବିଭାଗର କହିବା ଅନୁସାରେ ବାଘର ଶବକୁ ପଶ୍ଚିମ ଦେଓନଦୀର ସେକ୍ଟର ୨୬ ନିକଟରୁ ଉଦ୍ଧାର କରାଯାଇଥିଲା । ବାଘକୁ ପାଣିରୁ ଉଦ୍ଧାର କରାଯାଇଥିଲା ।  
କୋଟି କୋଟି ଟଙ୍କା ବ୍ୟୟରେ ତିଆରି କରାଯାଇଥିବା ଶିମିଳିପାଳ ଅଭୟାରଣ୍ୟରେ କେବଳ ବାଘ ନୁହେଁ, ବରଂ ହାତୀ, ହରିଣ, ସମ୍ବର ଆଦି ବନ୍ୟଜନ୍ତୁ ବିପଦ ମୁକ୍ତ ନୁହନ୍ତି ବୋଲି ପଶୁପ୍ରେମୀମାନେ ଅଭିଯୋଗ ଆଣିଛନ୍ତି । ବାଘର ମୃତ୍ୟୁକୁ ନେଇ ସନ୍ଦେହ ହେବାର ଅନ୍ୟତମ ବଳିଷ୍ଠ କାରଣ ହେଉଛି ଯେ, ଶବ ଉଦ୍ଧାର ବେଳେ, ତା’ର ୪ଟି ପଞ୍ଜା ନଥିଲା । ଏଥିରୁ ସ୍ପଷ୍ଟ ହେଉଛି ଯେ ବାଘକୁ ଶିକାରୀମାନେ ମାରିଛନ୍ତି ଓ ବାଘର ପଞ୍ଝାକୁ ନେଇ ଶିମିଳିପାଳରୁ ଫେରାର ହୋଇଯାଇଛନ୍ତି । ଜାତୀୟ ବ୍ୟାଘ୍ର ପ୍ରକଳ୍ପ ଶିମିଳିପାଳ ଅଭୟାରଣ୍ୟରେ ଏତେ ସଂଖ୍ୟାରେ କର୍ମଚାରୀ ଥିଲେ ବି ଶିକାରୀମାନଙ୍କ ପ୍ରାଦୁର୍ଭାବ ଦେଖାଯାଇଛି । ବାଘର ଶବକୁ ଏପ୍ରିଲ ୪ରେ ଉଦ୍ଧାର କରାଯାଇଥିଲେ ହେଁ, ଏହାକୁ ୫ ରୁ ୬ ଦିନ ତଳେ ମାରି ଦିଆଯାଇଥିବା ଅନୁମାନ କରୁଛି । ଅଭିଯୋଗ ହେଉଛି ଯେ, ଶୀକାରୀମାନଙ୍କୁ ପ୍ରେତ୍ସାହନ ଦେବାର ବନ ବିଭାଗର କର୍ମଚାରୀମାନଙ୍କର ହାତ ରହୁଛି ।

ଶିମିଳିପାଳ ଅଭୟାରଣ୍ୟରେ ବାଘର ଶବ ମିଳିବା ନୂଆଁ କଥା ନୁହେଁ । ପୂର୍ବରୁ ବି ଏମିତି ଘଟଣା ଘଟିଥିବାର ଉଦାହରଣ ରହିଛି । କିଛି ବର୍ଷ ତଳେ ଅଭୟାରଣ୍ୟରେ ଗୋଟିଏ ବାଘର ମୃତ ଶରୀର ବନ ବିଭାଗ ଦ୍ୱାରା ଜବତ କରାଯାଇଥିଲା । ବାଘ ମୃତ୍ୟୁର କାରଣ ସମ୍ପର୍କରେ ବନ ବିଭାଗ ମୁହଁ ଖୋଲି ନ ଥିଲା । ଶବ ବ୍ୟବଚ୍ଛେଦ ପାଇଁ ପରୀକ୍ଷାଗାର ପଠାଯାଇଥିଲା କି ନାହିଁ, ସେ ବିଷୟରେ ଜଣାପଡ଼ି ନ ଥିଲା । କିନ୍ତୁ ସରକାରଙ୍କ ଗାଇଡଲାଇନ୍ ଅଭୟାରଣ୍ୟରେ ଉଲଂଙ୍ଘନ ହେଉଥିବା ଅଭିଯୋଗ ହେଉଛିି । କେବଳ ବାଘର ଶବ ନୁହେଁ ବରଂ ପ୍ରତି ବର୍ଷ ଶିିମିଳିପାଳରୁ ଅନ୍ୟ ଜୀବଜନ୍ତୁଙ୍କର ଶବକୁ ବି ଜବତ କରାଯାଉଛି । ହାତୀ ଭଳି ବିଶାଳ ଜନ୍ତୁକୁ ଶୀକାରୀମାନେ ମାରି ଦେଉଥିଲେ ବି ବନ ବିଭାଗ ଜାଣି ପାରୁ ନାହାନ୍ତି, ଏହା ହିଁ କ୍ଷୋଭର ବିଷୟ ।

  • Tags:

Subscribe

National International State Sports Entertainment