ବାରିପଦା ମେଡିକାଲ କଲେଜରେ ନାମ ଲେଖା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ
Khabar Odisha:SC-gave-permission-to-pandit-raghunath-mumrmu-medical-collage-for-admission

ଭୁବନେଶ୍ୱର,ମେ୧୪(ଖବର ଓଡିଶା): ରାଜ୍ୟ ସରକାରଙ୍କ ଆବେଦନ ପରେ ବାରିପଦା ମେଡିକାଲ୍ କଲେଜରେ ନାମ ଲେଖା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଛାତ୍ରଛାତ୍ରୀ ମାନେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ନାମଲେଖା ପାଇଁ ଆବେଦନ କରିପାରିବେ ବୋଲି ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅନୁମତି ମିଳିବା ନେଇ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଚଳିତ ବର୍ଷ ୧୦୦ଟି ଏମବିଏସ୍ ସିଟରେ ନାମଲେଖା ହେବ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ସୂଚନା ଅନୁସାରେ, ଗତ ୬ ତାରିଖରେ ରାଜ୍ୟ ସରକାର ଭାରତୀୟ ମେଡିକାଲ ପରିଷଦ(ଏମସିଆଇ) ବିରୋଧରେ ସୁପ୍ରିମକୋର୍ଟଙ୍କ ମାଣ୍ଡାଟେଡ୍ ଓଭରସାଇଟ୍ ଆବେଦନ କରିଥିଲେ । ଏହି ଚିଠିରେ ଉଲ୍ଲେଖ ଥିଲା, ଉଭୟ କୋରାପୁଟ ଓ ବାରିପଦା ମେଡିକାଲ କଲେଜରେ ସମାନ ଭିତ୍ତିଭୂମି ଥିଲେ ବି ଏମସିଆଇ ଦଳ ବାରିପଦା କଲେଜକୁ ଅନୁଧ୍ୟାନ କରିନଥିଲା । ନାମ ଲେଖା ନ ହେଲେ ମେଡିକାଲର ଭିତ୍ତିଭୂମି ଓ କାର୍ୟ୍ୟନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର ଖର୍ଚ୍ଚ କରିଥିବା ଟଙ୍କା ବେକାର ଯିବ ବୋଲି ଏ ଚିଠିରେ ଦର୍ଶାଯାଇଥିଲା । ଗତ ଡିସେମ୍ବର ମାସରେ ଏମସିଆଇ ବାରିପଦା କଲେଜର ସ୍ଥିତି ଅନୁଧ୍ୟାନ କରି ଏଥିରେ ଅସନ୍ତୋଷ ଥିବା ରିପୋର୍ଟରେ ଉଲ୍ଲେଖ କରିଥିଲା ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପ୍ରିମକୋର୍ଟଙ୍କ ଅନୁମତିକୁ ସ୍ୱାଗତ କରିଛନ୍ତି । ମୟୁରଭଞ୍ଜ ବାସୀଙ୍କ ଦାବୀ ପୂରଣ ହେଇଛି ଏବଂ ଏହା ଦ୍ୱାରା ଜିଲ୍ଲା ବାସୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଫଳ ଲାଭ କରିବେ ବୋଲି ନବୀନ କହଛନ୍ତି ।

 

 

  • Tags:

Subscribe

National International State Sports Entertainment