Khabar Odisha

ଛୁଆ ସାମ୍ନାରେ ମା’କୁ ଗଣବଳାତ୍କାର
ନିଜ ଛୁଆ ସାମ୍ନାରେ ଗଣବଳାତ୍କାରର ଶିକାର ହେଲେ ମହିଳା । ଦୁର୍ବୁତ୍ତ ମାନେ ଛୁଆ ବେକରେ ଛୁରୀ ଲଗାଇ ମାକୁ କଲେ ଗଣବଳାତ୍କାର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଡୁଙ୍ଗୁରପୁର ଅଞ୍ଚଳରେ ।

ସୂଚନା ଅନୁସାରେ ମହିଳା ଜଣକ ନିଜ ସ୍ୱାମୀ ଆଉ ନିଜର ଅଢେଇ ବର୍ଷର ଝିଅ ସହ ଏକ ଆର୍ପାଟମେଣ୍ଟର ଗାର୍ଡ ରୁମ୍ ରେ ରହୁଥିଲେ । ଗତ ବୁଧବାର ରାତିରେ ସ୍ୱାମୀଙ୍କ ଅନୁପସ୍ଥିରେ ଦୁଇ ଯୁବକ ବାଇକ୍ ରେ ଆସି ସେଠାରେ ପହଞ୍ଚିଥିଲେ । ସେମାନେ ଜୋରଜବରଦସ୍ତି ଭାବରେ ମହିଳାଙ୍କ ରୁମରେ ପଶିଥିଲେ ।  ଏହାପରେ ଛୁଆ ବେକରେ ଛୁରୀ ଲଗାଇ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। ପାଟି ଫିଟାଇଲେ ବା ଚିତ୍କାର କଲେ ଛୁଆକୁ ଛୁରୀ ଭୁଷିଦେବେ ବୋଲି ଧମକ ଦେଇଥିଲେ।

ଅଧିକା ପଢନ୍ତୁ: ଉପ ନିର୍ବାଚନ ଲଢିବେ କଳ୍ପନା ସୋରେନ

ଉପ ନିର୍ବାଚନ ଲଢିବେ କଳ୍ପନା ସୋରେନ
ଝାଡଖଣ୍ତର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଲଢିବେ ଉପନିର୍ବାଚନ । ସେ ଗିରିଡିହ ଜିଲ୍ଲାର ଗାଣ୍ତେୟ ବିଧାନସଭା ଆସନରୁ ଉପନିର୍ବାଚନ ଲଢିବେ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍) ପକ୍ଷରୁ ଗୁରୁବାର ଏହା ପ୍ରକାଶ କରାଯାଇଛି । ଜେଏମ୍ଏମ୍ ବିଧାୟକ ସରଫରାଜ୍ ଅହମ୍ମଦଙ୍କ ଇସ୍ତଫା ପରେ ଗାଣ୍ଡେୟ ବିଧାନସଭା ଆସନଟି ଖାଲି ପଡି଼ଥିଲା । ମେ ୨୦ରେ ରାଜ୍ୟରେ ଲୋକସଭା ନିର୍ବାଚନ ସହିତ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଜମି ଦୁର୍ନୀତି ସହ ଜଡି଼ତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ କଳ୍ପନା ରାଜନୀତି କ୍ଷେତ୍ରକୁ ପ୍ରବେଶ କରିଥିରିଲେ । ‘ଇଣ୍ଡିଆ’ ମେଣ୍ଟର ମିଳିତ ରାଲିରେ ତାଙ୍କର ଉପସ୍ଥିତିକୁ ଦେଖିବାକୁ ମିଳିଥିଲା । ବିଜେପି ପକ୍ଷରୁ ଗାଣ୍ଡେୟ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ଲାଗି ଦିଲୀପ କୁମାର ବର୍ମାଙ୍କୁ ପ୍ରାର୍ଥୀ କରାଯାଇଛି ।

ଅଧିକା ପଢନ୍ତୁ: ଆଜି ୧୩ଟି ରାଜ୍ୟର ୮୮ ଆସନରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ

ପରୀକ୍ଷାରେ ଖରାପ ରେଜଲ୍ଟ ପାଇଁ ଜୀବନ ହାରିରେ ୭ ଛାତ୍ରଛାତ୍ରୀ
ତେଲେଙ୍ଗାନାରେ ଜୀବନ ହାରିଲେ ୭ ଛାତ୍ରଛାତ୍ରୀ । ପରୀକ୍ଷା ରେଜଲ୍ଟ ପ୍ରକାଶ ପରେ ଫେଲ ହୋଇଥିବାରୁ ଜୀବନ ହାରିଛନ୍ତି । ଇଣ୍ଟରମିଡିଏଟ ପରୀକ୍ଷା ରେଜଲ୍ଟ ବାହାରିବାର ମାତ୍ର ୩୦ ଘଣ୍ଟା ଭିତରେ ୭ ଛାତ୍ରୀଛାତ୍ର ଜୀବନ ହାରିଛନ୍ତି । ମଞ୍ଚେରିୟଲ ଜିଲ୍ଲାର ତନ୍ଦୁର ଅଞ୍ଚଳରେ ୧୬ ବର୍ଷୀୟ ନାବାଳକ ୪ଟି ବିଷୟରେ ଫେଲ୍‌ ହୋଇଥିବା ଜାଣିବା ପରେ ଆତ୍ମହତ୍ୟା କରିଛନ୍ତି। ଏହା ବ୍ୟତୀତ ଆହୁରି ୬ ଜଣ ଛାତ୍ରୀ ଜୀବନ ହାରିଛନ୍ତି । ପରୀକ୍ଷାରେ ଖରାପ ରେଜଲ୍ଟ ଯୋଗୁ ଆତ୍ମହତ୍ୟା କରିବାକୁ ପଛାଇ ନାହାନ୍ତି । କିଏ ନଦୀରେ ବୁଡି ଜୀବନ ହାରିଛି ତ କିଏ ବିଷ ପିଇ । ତେବେ ପୁରା ରାଜ୍ୟରେ ସମୁଦାୟ ୭ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬ ଛାତ୍ରୀ ଓ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି ।

ଅଧିକ ପଢନ୍ତୁ : ବାଣ ପଡି ଜଳିଗଲା ଘର, ଗୋଟିଏ ପରିବାରର ୬ ମୃତ

ବାଣ ପଡି ଜଳିଗଲା ଘର, ଗୋଟିଏ ପରିବାରର ୬ ମୃତ
ବିହାରରେ ବାଣ ପଡି ଏକ ଘର ଜଳିବା ସହ ୬ ଜଣଙ୍କର ମୃତ୍ୟୁ ହୋଇଛି । ବିବାହ ଉତ୍ସବରେ ଫୁଟୁଥିବା ବାଣ ଘରେ ପଡିଯାଇଥିଲା, ଯାହାଫଳରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ୬ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଏଭଳି ଅଘଟଣ ଘଟିଛି ବିହାରର ଦରଭଙ୍ଗା ଜିଲ୍ଲାର ଅଣ୍ଟୋର ଗାଁରେ । ସୂଚନା ଅନୁଯାୟୀ, ଅଣ୍ଟୋର ଗାଁରେ ଏକ ବିବାହ ପ୍ରୋସେସନ ଚାଲିଥିଲା। ପ୍ରୋସେସନରେ ଫୁଟୁଥିବା ଏକ ବାଣ ପଡି ଘରେ ନିଆଁ ଲାଗିଯାଇଥିଲା । ବାଣ ପଡିବା ମାତ୍ରେ ନିଆଁ ବ୍ୟାପିବାକୁ ଲାଗିଲା ଓ ଘରେ ଥିବା ଗ୍ୟାସ୍‌ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ପରେ ଘର ବାହାରେ ଥିବା ଡିଜେଲ ଡ୍ରମରେ ନିଆଁ ଲାଗି ଯାଇଥିଲା। ଫଳରେ ଗୋଟିଏ ପରିବାରର ୬ ଜଣଙ୍କର ଜୀବନ ଯାଇଛି । ଏଭଳି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଅଧିକ ପଢନ୍ତୁ : ଜବତ ହେଲା ସାଢେ ୩ କୋଟି ଟଙ୍କାର ଡ୍ରଗ୍ସ

କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ୫ ଜଣିଆ ଡାକ୍ତରୀ ଦଳ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ନିମନ୍ତେ ଗଠିତ ହେଲା ଟିମ୍‌। ତେବେ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ନିମନ୍ତେ ଏମ୍ସର ୫ ଜଣିଆ ଡାକ୍ତରୀ ଟିମ୍‌କୁ ନେଇ ଗଠିତ ହୋଇଛି ବୋର୍ଡ। ଜେଲ୍‌ରେ ଥିବା ଡାକ୍ତର ନିଖିଳ ଟଣ୍ଡନ ଏହି ବୋର୍ଡର ମୁଖ୍ୟ ରହିବେ। ତିହାର ଜେଲ୍‌ କର୍ତ୍ତୃପକ୍ଷ ପ୍ରତିଦିନ ମୁଖ୍ୟମନ୍ତ୍ରୀଙ୍କ ସର୍କରା ସ୍ତର ଯାଞ୍ଚ କରୁଛନ୍ତି। ଏଥିସହ ତାଙ୍କୁ ଘରୁ ଆସୁଥିବା ଖାଦ୍ୟ ହିଁ ଦିଆଯାଉଛି। ଏପରିକି କେଜ୍ରିୱାଲଙ୍କୁ ପ୍ରତିଦିନ ମଧ୍ୟାହ୍ନ ଭୋଜନ ପୂର୍ବରୁ ଓ ଡିନର ପୂର୍ବରୁ ୨ ୟୁନିଟ୍‌ର ଇନସୁଲିନ୍‌ର ଡୋଜ ଦିଆଯାଉଛି।

ସୂଚନା ଅନୁଯାୟୀ,  ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ତିହାର ଜେଲରେ ରହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। କେଜ୍ରିୱାଲଙ୍କୁ ଜେଲରେ ମାରିଦେବାକୁ ଷଡଯନ୍ତ୍ର ଅଭିଯୋଗ ଆଣିଥିଲେ ଆପ ମନ୍ତ୍ରୀ ଅତିଶି। କହିଥିଲେ ଡାଇବେଟିସ୍ ସତ୍ୱେ ତାଙ୍କୁ ଦିଆଯାଉନାହିଁ ଇନସୁଲିନ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଉ ବୋଲି କହିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଓ ଆପ ନେତାଙ୍କ ଅଭିଯୋଗ ଉପରେ କୋର୍ଟ ଶୁଣାଣି କରିଥିଲେ। ଏଥିସହ ଗତକାଲି ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ନିର୍ଦେଶ ଦେଇଛନ୍ତି । ଦିଲ୍ଲୀ ଏମସର ୫ ଜଣିଆ ଡାକ୍ତର ଟିମ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଟିମ ଗଠନ କରାଯାଇଛି । କୋର୍ଟଙ୍କ ଆଦେଶ ଅନୁଯାୟୀ କେଜ୍ରିୱାଲଙ୍କୁ ଘରୋଇ ଖାଇବା ଦିଆଯାଉଛି । ଏପରିକି ପ୍ରତିଦିନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ମଧ୍ୟ କରାଯିବ ବୋଲି କହିଛନ୍ତି କୋର୍ଟ।

ଅଧିକ ପଢନ୍ତୁ ; ଜବତ ହେଲା ସାଢେ ୩ କୋଟି ଟଙ୍କାର ଡ୍ରଗ୍ସ

ଜବତ ହେଲା ସାଢେ ୩ କୋଟି ଟଙ୍କାର ଡ୍ରଗ୍ସ
ଆସାମ ରାଇଫଲ୍ସ ଏବଂ ମଣିପୁର ପୋଲିସକୁ ବଡ ସଫଳତା । ଗୁରୁବାର କଖାରୁ ଭିତରେ ଚୋରା ଚାଲାଣ କରାଯାଉଥିବା ଡ୍ରଗ୍ସ କୁ ଜବତ କରିଛନ୍ତି । ଡ୍ରଗ୍ସର ଆନୁମାନିକ ମୂଲ୍ୟ ୩.୫ କୋଟି ଟଙ୍କା ହେବ ଏବଂ ଏହାକୁ ପଡୋଶୀ ଦେଶ ମିଆଁମାରରୁ ଚୋରା କାରବାର ପାଇଁ ଦେଶକୁ ଅଣାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏକ ଗୁପ୍ତ ସୂଚନାକୁ ଆଧାର କରି ସୁରକ୍ଷା ବାହିନୀ ଫିରଜାୱାଲ୍ ଜିଲ୍ଲାର ଟିପାଇମୁଖରୁ ଦକ୍ଷିଣ ଆସାମର କଛାର ଅଭିମୁଖେ ଯାଉଥିବା ଏକ ପିକଅପ୍ ଟ୍ରକ୍କୁ ଅଟକାଇ ଦୁଇ ଡ୍ରଗ୍ ଚୋରା ଚାଲାଣକାରୀ - ଅବଦୁଲ୍ ମାନ୍ନା ମଜୁମଦାର ଏବଂ ଖଲିଲ୍ ଉଲ୍ଲା ବାରବୁୟାଙ୍କୁ ଗିରଫ କରିଛି। ଯାଞ୍ଚ ପରେ, ସୁରକ୍ଷା କର୍ମୀମାନେ ୩୦ ଟି ସାବୁନ୍ ବାକ୍ସରେ ୩୬୩.୪୫ ଗ୍ରାମର ଡ୍ରଗ୍ସ ଜବତ କରିଛନ୍ତି, ଯାହା ଅନ୍ୟ ପନିପରିବା ସହିତ ପିକଅପ୍ ଟ୍ରକରେ ଲୋଡ୍ ହୋଇଥିବା କଖାରୁରେ ଲୁଚି ରହିଥିଲା ​​। ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଗିରଫ ବ୍ୟକ୍ତି ଏବଂ ଜବତ ନିଶା ସାମଗ୍ରୀକୁ ଜିରିବାମ ପୋଲିସ ଷ୍ଟେସନକୁ ହସ୍ତାନ୍ତର କରାଯାଇଛି।

ଅଧିକ ପଢନ୍ତୁ : ଆତଙ୍କ ସୃଷ୍ଟି କଲା ବାର୍ଡ ଫ୍ଲୁ

ଆଜି ୧୩ଟି ରାଜ୍ୟର ୮୮ ଆସନରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ
ଦ୍ବିତୀୟ ପର୍ଯ୍ୟାୟ ମତଦାନ ସହ ଆଜି ୧୩ଟି ରାଜ୍ୟର ୮୮ ଆସନରେ ଚାଲିଛି ଭୋଟିଂ। ଏହି ପର୍ଯ୍ୟାୟରେ ୧୨ ଟି ରାଜ୍ୟର ୮୮ ଟି ଲୋକସଭା ଆସନରେ ୧୨୦୦ ରୁ ଅଧିକ ପ୍ରାର୍ଥୀଙ୍କ ପାଇଁ ଆଜି ଭାଗ୍ୟ ପରୀକ୍ଷା। ଆଜି ଦ୍ୱିତୀୟ ପର୍ଯ୍ୟାୟରେ କେରଳର ୨୦ ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯାଉଛି। ଆସାମର ୫ଟି ସିଟରେ ମତଦାନ ହେବ । ସେହିଭଳି ବିହାରରେ ମଧ୍ୟ ୫ଟି ସିଟରେ ମତଦାନ କରାଯିବ । ଛତିଶଗଡ଼ର ୩, ଜାମ୍ମୁ କାଶ୍ମୀରର ୧, କର୍ଣ୍ଣାଟକର ୧୪, କେରଳର ୨୦, ମଧ୍ୟପ୍ରଦେଶର ୭, ମହାରାଷ୍ଟ୍ରର ୮, ରାଜସ୍ଥାନର ୧୩, ତ୍ରିପୁରା ୧, ଉତ୍ତରପ୍ରଦେଶର ୮, ପଶ୍ଚିମବଙ୍ଗର ୩ ଆସନ ପାଇଁ ମତଦାନ ଚାଲିଛି।

ତେବେ ଆଜି ଅନେକ ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ରାହୁଲ ଗାନ୍ଧୀ, ଶଶି ଥରୁର,  ରାଜୀବ ଚନ୍ଦ୍ରଶେଖର, ଓମ୍ ବିର୍ଲା, ଭୂପେଶ ବଘେଲ, ଅରୁଣ ଗୋଭିଲ୍, ହେମା ମାଳିନୀଙ୍କ ଭଳି ନେତାଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ଆଜିର ଭୋଟ ପରେ କେରଳ, ରାଜସ୍ଥାନ ଓ ତ୍ରିପୁରାରେ ନିର୍ବାଚନ ସରିଯିବ। ଏହା ପରେ ମେ ୭ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ। ୯୪ ସିଟ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଗତ ୧୯ ରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇସାରିଛି। ଯେଉଁଥିରେ ୧୦୨ଟି ଲୋକସଭା ଆସନ ପାଇଁ ମତଦାନ ହୋଇଛି । ଆଜିର ମତଦାନ ଲାଗି ୧ ଲକ୍ଷ ୬୭ ହଜାର ପୋଲିଂ ବୁଥର ବ୍ୟବସ୍ଥା କରାଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ଅଧିକ ପଢନ୍ତୁ : ବିଜେପିରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ

ବିଜେପିରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ
ଗୁରୁବାର ବିହାରର ବିଜେପିରେ ଯୋଗ ଦେଇଛନ୍ତି ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ । ଆଜି ଦିଲ୍ଲୀରେ ଦଳର ଜାତୀୟ ସଭାପତି ଜେପି ନଡାଙ୍କୁ ଭେଟି ପଦ୍ମ ଧରିଛନ୍ତି। ବିଜେପିରେ ସାମିଲ ହେଇ ମନୀଷ କଶ୍ୟପ କହିଛନ୍ତି,ମୋର ଆଦର୍ଶ ବିଜେପି ସହ ମେଳ ଖାଉଛି। ସେଥିପାଇଁ ମୁଁ ବିଜେପିରେ ଯୋଗଦେଇଛି। ବିଜେପି ନେତା ମନୋଜ ତିୱାରୀ ମୋ ମା’ଙ୍କୁ ଡାକି ମୋତେ ଭାଜପାରେ ଯୋଗଦେବାକୁ କହିଥିଲେ। ମୁଁ ମୋ ମା’ଙ୍କ କଥାକୁ ଏଡାଇ ପାରିବି ନାହିଁ।

ଆଗାମୀ ଦିନରେ ମନୀଷ ବିଧାନ ପରିଷଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆଶା କରାଯାଉଛି। ପୂର୍ବରୁ ସେ ୨୦୨୪ ଲୋକ ସଭା ନିର୍ବାଚନରେ ପଶ୍ଚିମ ଚମ୍ପାରନ ଲୋକ ସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ।

ଇଷ୍ଟକୋଷ୍ଟ ରେଲୱେ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ
କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର । ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଯାତ୍ରୀମାନଙ୍କୁ, ବିଶେଷ କରି ସଂରକ୍ଷିତ କୋଚରେ ଥିବା ଯାତ୍ରୀମାନଙ୍କୁ ସୁଲଭ ମୂଲ୍ୟରେ ସ୍ୱଚ୍ଛତା ଏବଂ ସ୍ନାକ୍ସ ପ୍ରଦାନ କରୁଥିବା ଏକ ନୂତନ ପଦକ୍ଷେପ ସହିତ ସେବା ଯୋଗାଇବା ପାଇଁ ପଦକ୍ଷେପ ନେଉଛି । ଏହି କାର୍ୟ୍ୟକ୍ରମ ଗ୍ରୀଷ୍ମ ମାସରେ ଯାତ୍ରୀମାନଙ୍କ ଯାତାୟାତରେ ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଛି ।

ଅନୁକୂଳ ୨୦ ଟଙ୍କା ମୂଲ୍ୟରେ ଏହି ଭୋଜନ ଏକ ସନ୍ତୋଷଜନକ ଏବଂ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ। ଯେଉଁମାନେ ହାଲୁକା ଖାଦ୍ୟ ଖାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ୫୦ ଟଙ୍କା ସ୍ନାକ୍ସ ଭୋଜନ ମଧ୍ୟ ଉପଲବ୍ଧ । ଏହି ଭୋଜନ ପ୍ଲାଟଫର୍ମରେ ସାଧାରଣ ଦ୍ୱିତୀୟ ଶ୍ରେଣୀ (ଜିଏସ୍) କୋଚ୍ ନିକଟରେ ସୁବିଧାଜନକ ଭାବରେ କାଉଣ୍ଟରରେ ଉପଲବ୍ଧ ହେବ । ଯାତ୍ରୀମାନେ ଷ୍ଟେସନ ବାହାରେ ବିକ୍ରେତା କିମ୍ବା ଉଦ୍ୟୋଗର ସନ୍ଧାନର ଆବଶ୍ୟକତାକୁ ଦୂର କରି ଏହି କାଉଣ୍ଟରରୁ ସିଧାସଳଖ ସେମାନଙ୍କ ଖାଦ୍ୟ କିଣିପାରିବେ । ଗତ ବର୍ଷ ପ୍ରାୟ ୫୧ ଟି ଷ୍ଟେସନରେ ଏହି ସେବା ସଫଳତାର ସହ ପାଇଲଟ୍ ପ୍ରୋଜେକ୍ଟରେ ଆରମ୍ଭ ହୋଇଥିଲା । ସେହି ସଫଳତା ଉପରେ ଆଧାର କରି ରେଳବାଇ ଏହି କାର୍ୟ୍ୟକ୍ରମକୁ ଯଥେଷ୍ଟ ବିସ୍ତାର କରିଛି, ବର୍ତ୍ତମାନ ୧୦୦ ରୁ ଅଧିକ ଷ୍ଟେସନରେ କାଉଣ୍ଟର କାର୍ଯ୍ୟକ୍ଷମ  ହୋଇଛି ଏବଂ  ପ୍ରାୟ ୧୫୦ କାଉଣ୍ଟର ଅଛି । ନିକଟ ଭବିଷ୍ୟତରେ ଆହୁରି ଅଧିକ ଷ୍ଟେସନକୁ ସାମିଲ କରି ଏହି ପଦକ୍ଷେପ ଅଧିକ ଅଭିବୃଦ୍ଧି ପାଇଁ ଯୋଜନା କରାଯାଇଛି ।

ଆତଙ୍କ ସୃଷ୍ଟି କଲା ବାର୍ଡ ଫ୍ଲୁ
ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବ୍ୟାପିବାରେ ଲାଗିଛି ବାର୍ଡ ଫ୍ଲୁ । ବାର୍ଡ ଫ୍ଲୁ ପାଇଁ ପକ୍ଷୀମାନଙ୍କୁ ମାରିଦେବା ସହିତ ସେମାନଙ୍କ ଅଣ୍ଡାକୁ ନଷ୍ଟ କରି ଦିଆଯାଉଛି । ବାର୍ଡ ଫ୍ଲୁ ସଂକ୍ରମଣକୁ ରୋକିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମରେ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସାମିଲ କରାଯାଇ ବାର୍ଡ ଫ୍ଲୁକୁ ରୋକିବା ପାଇଁ ଯୋଜନା କରାଯାଇଛି । ବାର୍ଡ ଫ୍ଲୁ ପାଇଁ ରାଞ୍ଚିରେ କୁକୁଡ଼ା କିଣାବିକା ଓ  ଅଣ୍ଡା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ପ୍ରତିଦିନ ବାର୍ଡ ଫ୍ଲୁ ଚିହ୍ନଟ ହେଉଥିବା କୁକୁଡ଼ାଙ୍କୁ ମାରି ଦିଆଯାଉଛି । ଏପରି ଭାବରେ  ବାର୍ଡ ଫ୍ଲୁକୁ ରୋକାଯାଇ ପାରିବ । ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ପରିଷ୍କାର ଓ ସ୍ଵଛ କରାଗଲେ  ବାର୍ଡ ଫ୍ଲୁ ସଂକ୍ରମଣ ହ୍ରାସ ପାଇବ ।