Khabar Odisha

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ
୨୦୧୯ ମସିହାରେ ନୟାଗଡ଼ ଓଡ଼ଗାଁରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡ ମାମଲାରେ ଆଜି ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଦଣ୍ଡାଦେଶ କରିଛନ୍ତି। ମାମଲାରେ ପୁଲିସର ତଦନ୍ତ ରିପୋର୍ଟ ଓ ୨୭ ଜଣ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇ ବିଚାରପତି ଅଭିଯୁକ୍ତ ନିରଞ୍ଜନ ମଳିକ ଓରଫ ନଣ୍ଡାକୁ ଫସି ଦଣ୍ଡାଦେଶ କରିଛନ୍ତି। ଏହାଛଡା ଅଭିଯୁକ୍ତକୁ ୫୦ ହଜାର ଟଙ୍କା ଜୋରିମାନା ଆଦେଶ ମଧ୍ୟ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ ଦୀର୍ଘ ୫ ବର୍ଷ ତଳେ ୨୦୧୯ ମସିହା ଜାନୁଆରି ମାସ ୧୭ ତାରିଖ ବୁଧବାର ବିଳମ୍ବିତ ରାତିରେ ଓଡ଼ଗାଁ କୃଷକ ବଜାର ରାତ୍ର ଜଗୁଆଳ ରଙ୍ଗଣୀପାଟଣା ଜାମୁସାହି ଗ୍ରାମର ତ୍ରିଲୋଚନ ସେଠୀ ବସଷ୍ଟାଣ୍ଡ ନିକଟରେ ଥିବା ସମୟରେ ଅଭିଯୁକ୍ତ ସାକେରୀ ପଞ୍ଚାୟତ କୁଶଢିପି ଗ୍ରାମର ନିରଞ୍ଜନ ମଳିକ ଓରଫ ନଣ୍ଡା ଜୀବନରୁ ମାରି ଦେବା ଉଦ୍ଦେଶ୍ୟ ନେଇ ଏକ କାଠ ଫାଳିଆରେ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା। ଯାହା ଫଳରେ ତ୍ରିଲୋଚନ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ଲୋଚନଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହି ଦିନ ରାତି ୩ଟା ସମୟରେ ଅଭିଯୁକ୍ତ ନିରଞ୍ଜନ ସିନେମା ହଲର ବଦନୀ ପ୍ରଧାନ ଓ ସ୍ୱାମୀ ବୀର ପ୍ରଧାନଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ଝିଅ ସୁଲୋଚନା ପ୍ରଧାନଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା। ଏଥିରେ ବଦନୀଙ୍କର ମୃତ୍ୟୁ ଘଟିଥିଲାବେଳେ ଝିଅ ସୁଲୋଚନା ଗୁରୁତର ଆହତ ହୋଇଥିଲେ। ଠିକ୍ ସେହିପରି ଅଭିଯୁକ୍ତ ନିରଞ୍ଜନ ସେଦିନ ରାତିରେ ଓଡ଼ଗାଁର ଦାମୋଦର ସାହୁ ଓ ଅମୁଲି ବାରିକଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା। ଏ ନେଇ ତ୍ରିଲୋଚନଙ୍କ ପୁଅ ମନୋଜ ସେଠୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ୦୩/୧୯ରେ ହତ୍ୟା ମାମଲା ପଞ୍ଜିକୃତ କରି ଘଟଣାର ଅନୁସନ୍ଧାନ ଚଲାଇଥିଲେ। ଉକ୍ତ ଘଟଣାକୁ ନେଇ ଓଡ଼ଗାଁ ଅଞ୍ଚଳରେ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା।ଅଭିଯୁକ୍ତକୁ କାବୁ କରିବାକୁ ଯାଇ ପଥର ମାଡ଼ରେ ତତ୍କାଳୀନ ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ମଧ୍ୟ ଆହତ ହୋଇଥିଲେ। ଅଭିଯୁକ୍ତକୁ ଗିରଫ ଦାବି ଓ ମୃତକଙ୍କ ପରିବାରକୁ ସହାୟତା ଦାବିରେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଭୁବନେଶ୍ୱର-ଭଞ୍ଜନଗର ୨୧ ନଂ ରାଜ୍ୟ ରାଜପଥ ଦୀର୍ଘ ୯ ଘଣ୍ଟା ଧରି ଅବରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୨ ଲକ୍ଷ ଅନୁକମ୍ପାମୂଳକ ରାଶି ସମେତ ଆହତଙ୍କୁ ସରକାରୀ ଖର୍ଚ୍ଚରେ ଚିକିତ୍ସା କରିବା ପାଇଁ ଘୋଷଣା କରିବା ପରେ ରାସ୍ତାରୋକ ହଟିଥିଲା। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଉକ୍ତ ମାମଲାକୁ ସରକାରଙ୍କ ତରଫରୁ ଆଡ଼ିସିନାଲ ପିପି ଇନ୍ଦୁଭୂଷଣ ମିଶ୍ର ପରିଚାଳନା କରୁଥିଲେ।

ଅଧିକ ପଢ଼ନ୍ତୁ : ଡକାୟତି ଯୋଜନାକୁ ପଣ୍ଡ : ତିନ ଗିରଫ

ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା
ଚାକିରି କରେଇ ଦେବାକୁ କହି ୨ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲା ବାଲେଶ୍ୱର ସୋର ଅଞ୍ଚଳରେ ଘଟିଛି । ରମେଶ ପାଢ଼ୀ ନାମକ ଜଣେ ବ୍ୟବସାୟୀ ୨୦୧୯ ମସିହାରୁ ୫୦ରୁ ଅଧିକ ବ୍ୟକ୍ତିଙ୍କୁ ବ୍ୟାଙ୍କରେ ଚାକିରି କରାଇବାକୁ କହି ଟଙ୍କା ନେଇଥିଲେ । ଜଣକ ପିଛା ୩ ଲକ୍ଷ ଟଙ୍କା ଆଦାୟ କରି ସେମାନଙ୍କୁ ବଡ଼ ସରକାରୀ ଚାକିରି ଦେବା ଲୋଭ ଦେଖାଇଥିଲେ । ସୋର ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ସୂଚନା ଅନୁଯାୟୀ ସୋର ଥାନା ମାଣତ୍ରୀ ପଞ୍ଚାୟତ ମାଣତ୍ରୀ ଗ୍ରାମର ରମେଶ ଚନ୍ଦ୍ର ପାଢ଼ୀ ଗତ ୨୦୧୯ରେ ସୋର ଥାନା ସାଜନପୁର ପଞ୍ଚାୟତ ଚପରପଦା ଗ୍ରାମର ସଞ୍ଜୟ କୁମାର ପଣ୍ଡା ଓ ତାଙ୍କର ୨୨ ଜଣ ସାଥୀଙ୍କୁ ବ୍ୟାଙ୍କରେ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ପ୍ରତ୍ୟେକଙ୍କଠାରୁ ୩ଲକ୍ଷ ଲେଖାଏଁ ଟଙ୍କା ନେଇଥିଲେ । କିଛିଦିନ ପରେ ଚାକିରୀ ମିଳିବାର କୌଣସି ସୂଚନା ନ ମିଳିବାରୁ ସଞ୍ଜୟ ଓ ତାଙ୍କର ସାଥୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ଏ ବାବଦରେ କୌଣସି ବିଜ୍ଞାପନ ଆସି ନ ଥିବା ବ୍ୟାଙ୍କ ପକ୍ଷରୁ ସୂଚନା ପାଇ ସଞ୍ଜୟଙ୍କ ସମେତ ଅନ୍ୟ ସାଥୀମାନେ ଠକେଇର ଶିକାର ହୋଇଥିବା ଜାଣିପାରି ସୋର ଥାନା ଦ୍ୱାରସ୍ଥ ହୋଇଥିଲେ ।

ରମେଶ ପୋଲିସ ନାଁ ରେ  ମଧ୍ୟ କିଛି ଲୋକଙ୍କୁ ଠକିଛି । ରମେଶ ପାଢ଼ୀଙ୍କ ନାଁରେ ସୋର ଓ କେନ୍ଦୁଝର ଥାନାରେ ପାଖାପାଖି ୧୦ଟି ମାମଲା ରହିଛି । ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଠକିଥିବା ଏହି ବ୍ୟକ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ବୋଲି ପୋଲିସ କହିଛି । କାହାକୁ ପେଟ୍ରୋଲ ପମ୍ପ କରାଇଦେବା ତ କାହାକୁ କିରୋସିନ ଡିଲରସିପ୍ ଦେବା ଅବା ମଦ କାଉଣ୍ଟର ଖୋଲାଇଦେବା ଓ ଜମି ଦେବାକୁ କହି ଟଙ୍କା ଆଦାୟ କରିଥିଲେ । କେତେବେଳେ ନିଜକୁ ମୁଖ୍ୟ ଶାସନ ସଚିବଙ୍କ ସମ୍ପର୍କିୟ ତ ପୁଣି କେତେବେଳେ ଜିଲ୍ଲାପାଳଙ୍କ ପାଖ ଲୋକ କହି ନକଲି ଚିଠି ଲୋକଙ୍କୁ ଦେଖାଇ ମନରେ ଅଭିଯୁକ୍ତ ବିଶ୍ୱାସ ଜନ୍ମାଉଥିଲେ । ହାଇକୋର୍ଟର ନକଲି ଅର୍ଡର ଦେଖାଇ ଲୋକଙ୍କର ବିଶ୍ୱାସଭାଜନ ହେବାକୁ ସେ ଚେଷ୍ଟା କରୁଥିଲେ ।

ତେବେ ପୋଲିସ ବିଭିନ୍ନ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ରମେଶଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଆଉ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଭଦ୍ରକ ଅଞ୍ଚଳରୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟଚାଲାଣ କରିଛି ।

ଅଧିକ ପଢ଼ନ୍ତୁ : ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

ନାବାଳକ ପୁଅକୁ ଅତି ନିର୍ମମ ଭାବରେ ହତ୍ୟା କଲା ବାପା
ବଇରି ସାଜି ନାବାଳକ ପୁଅକୁ ଅତି ନିର୍ମମ ଭାବରେ ପିଟି ପିଟି ହତ୍ୟା କଲା ବାପା । ହତ୍ୟା ଘଟଣାକୁ ଲୁଚାଇବା ପାଇଁ ପୁଅର ମୃତଦେହକୁ ଜାଳିଦେବା ବେଳେ  ପୋଲିସ ଘଟଣା ସମ୍ପର୍କରେ ଅବଗତ ହୋଇ  ଅର୍ଦ୍ଧଦଗ୍ଧ ମୃତଦହେକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ବାପା ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ହରିୟାଣାର ସୋନିପତ ଅଞ୍ଚଳରେ ।

ସୂଚନା ଅନୁସାରେ, ହରିୟାଣା ସୋନିପତ ମୋହନା ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗ୍ରାମବାସୀଙ୍କ କହିବା ଅନୁସାରେ, ମୋହନ ଗାଁ ନିବାସୀ ଓମପ୍ରକାଶ କୌଣସି କାରଣରୁ ତାଙ୍କ ପୁଅ ରୋହିତଙ୍କୁ ପିଟିପିଟି ହତ୍ୟା କରିଥିଲେ । କିନ୍ତୁ ଘରର ସିଡ଼ି ତଳେ ପଡ଼ିଯିବା କାରଣରୁ ରୋହିତର ମୃତ୍ୟୁ ହୋଇଥିବାର ନେଇ ଓମପ୍ରକାଶ ଗ୍ରାମବାସୀଙ୍କୁ କହିଥିଲା । ପରେ ରୋହିତଙ୍କ ମୃତଦେହକୁ ନେଇ ଗାଁ ପାଖରେ ଥିବା ଏକ ପଡିଆରେ ସତ୍କାର କରୁଥିଲେ ଓମପ୍ରକାଶ । ତେବେ ରୋହିତଙ୍କୁ ହତ୍ୟା କରାଯାଇଥିବା ନେଇ ଗ୍ରାମବାସୀ ସନ୍ଦେହ କରି ମୋହନା ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ । ସେପଟେ ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥାଳରେ ପହଞ୍ଚିଥିଲା ପୋଲିସ ଆଉ ଜଳୁଥିବା ରୋହିତଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଜୁଇରୁ ବାହାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲେ । ଏହାସହ ଅଭିଯୁକ୍ତ ବାପାକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ସମ୍ପର୍କରେ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ : ରାଜଧାନୀରେ ନକଲି ପୋଲିସ ଗ୍ୟାଙ୍ଗ୍‌

ରାଜଧାନୀରେ ନକଲି ପୋଲିସ ଗ୍ୟାଙ୍ଗ୍‌
ଅସଲି ପୋଲିସ ପଞ୍ଝାରେ ନକଲି ପୋଲିସ । ପୋଲିସ ପୋଷାକ ପିନ୍ଧି ବିଭିନ୍ନ ଅପରାଧରେ ସାମିଲ ଥିଲା ଗ୍ୟାଙ୍ଗ । ୭ ଜଣିଆ ନକଲି ପୋଲିସ ଗ୍ୟାଙ୍ଗକୁ ଅଟକ ରଖିଛି ସ୍ପେଶାଲ ସ୍କ୍ୱାର୍ଡ । ଗିରଫ ୭ ଅଭିଯୁକ୍ତଙ୍କ ଘର ମଧ୍ୟପ୍ରଦେଶ ବୋଲି ଜାଣିବାକୁ ମିଳିଛି । ଗିରଫ ଅଭିଯୁକ୍ତ ମାନେ କଟକ ଓ ଭୁବନେଶ୍ୱରରେ ଅନେକ ଲୁଟ ଘଟଣାରେ ସାମିଲ ଅଛନ୍ତି । ଅଟକ ଅଭିଯୁକ୍ତଙ୍କ ବ୍ୟାକଗ୍ରାଉଣ୍ଡ ଜାଣିବା ପାଇଁ ମଧ୍ୟପ୍ରଦେଶ ପୋଲିସ ସହିତ ଯୋଗାଯୋଗରେ ଅଛି ସ୍ପେଶାଲ ସ୍କ୍ୱାର୍ଡ । ଅଟକ ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ କାର, ୨ ବାଇକ, ଲୁଟ ଟଙ୍କା ଓ ନକଲି ପୋଲିସ ପରିଚୟପତ୍ର ବା ଆଇ-କାର୍ଡ ଜବତ କରାଯାଇଛି ।

ସୂଚନାଯୋଗ୍ୟ ଯେ ୧୯ ତାରିଖ ଦିନ ଜନଗହଳିପୂର୍ଣ୍ଣ ରାଜମହଲ ଛକରେ ଏହି ଗ୍ୟାଙ୍ଗ୍‌ ଦିନ ଦିପହରରେ ଏକ ବଡ଼ଧରଣର ଲୁଟ୍‌ କରିଥିଲା । ବାଲିପାଟଣା ବନମାଳୀପୁର ଅଞ୍ଚଳର ଯୁବ ବ୍ୟବସାୟୀ ସମ୍ବିତ ସାହୁଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟିନେଇଥିଲା ଏହି ଗ୍ୟାଙ୍ଗ୍‌ । ସମ୍ବିତ ଏକ ଗହଣା ଦୋକାନକୁ ଯାଉଥିବା ବେଳେ ଏହି ଗ୍ୟାଙ୍ଗ୍‌ ତାଙ୍କୁ ଘେରି ଯାଇଥିଲା । ନକଲି ଆଇ-କାର୍ଡ ଦେଖାଇ ସେମାନେ ପୋଲିସ ବୋଲି କହିଥିଲେ ଆଉ  ବ୍ୟାଗ୍‌ରେ ଗଞ୍ଜେଇ ରଖିଛ ‌କହି ସମ୍ବିତଙ୍କୁ ଧମକାଇଥିଲେ । ସମ୍ବିତ ଭୟରେ ସେମାନଙ୍କ ହାତକୁ ଯାଞ୍ଚ କରିବାକୁ ବ୍ୟାଗ୍‌ ବଢ଼ାଇ ଦେଇଥିଲେ । ବ୍ୟାଗ୍‌ରୁ ୫୦୦ ଟଙ୍କିଆ ୪ ବିଡ଼ା ନୋଟ୍‌କୁ ଧରିପକାଇ ସେମାନେ ଥାନାକୁ ଚାଲ ବୋଲି ସମ୍ବିତଙ୍କୁ କହିଥିଲେ । ୪ ଜଣ ୨ ବାଇକ୍‌ରେ ଓ ଅନ୍ୟ ୩ ଜଣ ଏକ  କାର୍‌ରେ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଦିଗରେ ପଳାଇଥିଲେ ଏବଂ ଆଖି ପିଛୁଳାକେ ଅନ୍ତର୍ଧାନ ହୋଇଯାଇଥିଲେ । ସମ୍ବିତ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ସେମାନଙ୍କୁ ଚିହ୍ନଟ କରିବାକୁ ଲାଗିପଡ଼ିଥିଲା । ଏହା ପୂର୍ବରୁ କଟକ ମାଲଗୋଦାମ ଥାନା ଓ ବାଦାମବାଡ଼ି ଥାନା ଅଞ୍ଚଳରେ ଏଭଳି ୨ଟି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା ।

ଟ୍ୱିନ୍ ସିଟିର ପ୍ରାୟ ୮ଟି ଥାନା ଅଞ୍ଚଳରୁ ୧୦ରୁ ଅଧିକ ଲୁଟ୍‌ କରି କମିସନରେଟ୍‌ ପୋଲିସର ନିଦ ହଜାଇଦେଇଥିବା ଏହି ଗ୍ୟାଙ୍ଗ୍‌କୁ ଠାବ କରିବା ପରେ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ଘନଘନ ଜେରା କରାଯାଉଛି । ତଦନ୍ତ ସରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।

ଅଧିକ ପଢ଼ନ୍ତୁ : କଡା ସୁରକ୍ଷା ମଧ୍ୟରେ ମଣିପୁରର ୧୧ଟି ବୁଥରେ ଆରମ୍ଭ ହେଲା ସାନି ମତଦାନ

ଆକାଉଣ୍ଟରୁ ୯ କୋଟିରୁ ଉର୍ଦ୍ଧ ଟଙ୍କା ଗାଏବ
ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲ୍ଲା ପରିଷଦ ଆକାଉଣ୍ଟରୁ ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ବ୍ୟାଙ୍କ ଅଧିକାରୀଙ୍କ ଦ୍ୱାରା ଭଞ୍ଜପୁର ପୋଲିସ ନିକଟରେ ମାମଲା ଦାଖଲ କରାଯିବାପରେ ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ମୁତାବକ, ବ୍ୟାଙ୍କ ଅଫ ଇଣ୍ଡିଆ ଅଧିକାରୀ କହିଛନ୍ତି ଯେ ଜିଲ୍ଲାର ବିକାଶ କାର୍ଯ୍ୟ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ତରଫରୁ ୯.୬ କୋଟି ଟଙ୍କା ବ୍ୟାଙ୍କ ଅଫ ଇଣ୍ଡିଆକୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ଏପ୍ରିଲ ୧୦ ରୁ ୧୧ ମଧ୍ୟରେ ୪ ଟି ଚେକ୍ ମାଧ୍ୟମରେ ନିର୍ଦ୍ଦିଷ୍ଟ ଦୁଇଟି ବେନାମୀ ସଂସ୍ଥାକୁ ଏହି ଟଙ୍କା ଟ୍ରାନ୍ସଫର କରାଯାଇଛି ।

ଏସମ୍ପର୍କରେ ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ ସେମାନେ ଏହା ବିଷୟରେ ଜାଣିବା ପରେ ସେମାନେ ଏନେଇ ତୁରନ୍ତ ଭଞ୍ଜପୁର ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ଇକୋନୋମିକ ଅଫେନ୍ସ ୱିଙ୍ଗ (ଇଓଡବ୍ଲୁ) ଏହାର ଅନୁସନ୍ଧାନ କରୁଛି ।

ଅଧିକ ପଢ଼ନ୍ତୁ : ଶ୍ରୀମନ୍ଦିରରେ ପଡ଼ିଥିଲା ରକ୍ତ ଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଟଙ୍କା ଲୁଟ
ଦିନ ଦ୍ୱିପହରରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଟଙ୍କା ଲୁଟ । ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମଧ୍ୟରେ ବନ୍ଧୁକ ଦେଖାଇ ଦୁଇ ଜଣ ଦୁର୍ବୁତ୍ତ ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ।  ଗୁରୁବାର ଅପରାହ୍ନ ୩ଟା ସମୟରେ ଏହି ଘଟଣା ଘଟିଥିଲା ।

ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାସ୍ତାଘାଟ ସୁନସାନ ରହିଥଧିବା ବେଳେ ଏହି ମୌକାର ଫାଇଦା ଉଠାଇଥିଲେ ଡକାୟତ । ଗୁରୁବାର ଅପରାହ୍ନରେ ବ୍ୟାଙ୍କର ଲୁହାସଟର ଖୋଲି ଜଣେ ୩୦ବର୍ଷିୟ ଯୁବକ ଓ ଅନ୍ୟ ଜଣେ ମହିଳା ବେଶରେ ବୁର୍ଖା ପିନ୍ଧି ପ୍ରବେଶ କରିଥିଲେ । ବ୍ୟାଙ୍କ ଭିତରକୁ ପ୍ରବେଶ କରିବା ମାତ୍ରେ ପ୍ରଥମେ ବ୍ୟାଙ୍କର ସଟରକୁ ଭିତର ପଟୁ ବନ୍ଦ କରିଦେଇଥିଲେ । ଏହାପରେ ହାତରେ ଧରିଥିବା ବନ୍ଧୁକ ଓ ମାରାଣାସ୍ତ୍ର ଦେଖାଇ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ଭୟଭୀତ କରି କାଉଣ୍ଟରରୁ ନଗଦ ୯ଲକ୍ଷ ୨୬ ହଜାର ଟଙ୍କା ନେଇ ବାଇକରେ ବରଗଡ଼ ପଟକୁ ଫେରାର ମାରିଥିଲେ। ସେମାନେ ସ୍ପଷ୍ଟ ଭାବରେ ସମ୍ବଲପୁରୀ ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ବ୍ୟାଙ୍କ ସିସି କ୍ୟାମରାରେ ଦୁର୍ବୁତ୍ତ ମାନଙ୍କ କାରସାଦି କଏଦ ହୋଇଛି । ଡକାୟତି ସମୟରେ ବ୍ୟାଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ କର୍ମଚାରୀ ବ୍ୟାଙ୍କ ସଟରକୁ ଅଧା ବନ୍ଦ କରି ମାଧ୍ୟାନ ଭୋଜନ କରୁଥିଲେ । ଅନ୍ୟ  କର୍ମଚାରୀ ମାନେ ବାହାରକୁ ଯାଇଥିଲେ ।  ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ପଚରା ଉଚରା ଆରମ୍ଭ କରିଥିଲା ।

ଅଧିକ ପଢ଼ନ୍ତୁ : ଶିଳ୍ପପତିଙ୍କ ସନ୍ଦେହଜନକ ମୃତ୍ୟୁ

ଖରିଜା ଗାଁ ଲୁଟ୍ ଘଟଣାରେ ୧୧ ଡକାୟତି ଗିରଫ
ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅପରାଧ ଘଟାଉଥିବା ୧୧ ଅପରାଧୀଙ୍କୁ ବାନ୍ଧିଲା ପୋଲିସ । ପୋଲିସ ଅଭିଯୁକ୍ତଙ୍କ ଠାରୁ ୧୮ ଲକ୍ଷ ୧୬ ହଜାର ଟଙ୍କା, ୪୬୨ ଗ୍ରାମ ସୁନା, ୫୬୬ ଗ୍ରାମ ରୂପା ଜବତ କରିବା ସହିତ ୧୬ ଟି ଖଣ୍ଡା,୨ଟି ବନ୍ଧୁକ, ଗୋଟିଏ ସ୍କପିଓ, ଗୋଟିଏ ବାଇକ ଜବତ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର ।

ପୋଲିସ ସୂଚନା ଅନୁସାରେ, ଗତ ୭ ତାରିଖରେ ପିପିଲି ସରସ୍ଵତୀପୁର ଦକ୍ଷିଣ ସାହି ଖରିଜା ଗ୍ରାମର ନିବାସୀ ହୋମିଓପାଥି ଡାକ୍ତର ରବୀନ୍ଦ୍ର କୁମାର ମହାପାତ୍ରଙ୍କ ଘରୁ ଡକାୟତି ହୋଇଥିବା ଅଭିଯୋଗ ହୋଇଥିଲା । ତାଙ୍କ ଘରୁ ସୁନା ଅଳଙ୍କାର ସମେତ ଟଙ୍କା ଚୋରି କରି ନେଇଥିଲେ ଦୁର୍ବୃତ୍ତ । ସମାନ ଢଙ୍ଗରେ ଏହି ଅପରାଧୀମାନେ କୋଣାର୍କ ଓ ଅସ୍ତରଙ୍ଗରେ ମଧ୍ୟ ଘରୁ ଲୁଟ କରିଥିଲେ । ଏହି ଘଟଣାରେ ପୋଲିସର ସ୍ୱତନ୍ତ୍ର ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରିଛି । ଗିରଫ ଅପରାଧୀମାନଙ୍କ ଠାରୁ ବିଫୁଳ ପରିମାଣର ଚୋରି ହୋଇଥିବା ସୁନା ଓ ରୂପା ଅଳଙ୍କାର ସହ ବିଭିନ୍ନ ମାରଣା ଅସ୍ତ୍ର ଏବଂ ୭ଟି ବୋମା  ଜବତ କରିଛି ପୋଲିସ ।

ଅଧିକ ପଢ଼ନ୍ତୁ : ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ

ପାଣି ବ୍ୟବହାରକୁ ନେଇ ମହିଳାଙ୍କୁ ହତ୍ୟା କଲା ନାବାଳିକା
ସାମାନ୍ୟ ପାଣି ବ୍ୟବହାରକୁ ନେଇ ମହିଳାଙ୍କୁ ହତ୍ୟା କଲା ନାବାଳିକା। ଏଭଳି ଅଭାବନୀୟ ଘଟଣା ଦିଲ୍ଲୀର ଫାର୍ସ ବଜାରରେ ଘଟିଛି। ଦୀର୍ଘଦିନ ହେବ ପାଣିକୁ ନେଇ ଦୁଇଟି ପରିବାର ମଧ୍ୟ ଝଗଡା ଲାଗିରହିଥିଲା। ତେବେ ଏହି ଝଗଡା ଉଗ୍ରରୂପ ନେଇଥିଲା ଯାହାଫଳରେ ନାବାଳିକା ଅତ୍ୟଧିକ ରାଗିଯାଇ ମହିଳାଙ୍କୁ ଛୁରୀ ଭୁଶି ହତ୍ୟା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି  ସମ୍ପୃକ୍ତ ନାବାଳିକାଙ୍କୁ ଗିରଫ କରିଛି। ଏହାସହିତ ସମସ୍ତ ଘଟଣା ବାବଦରେ ନାବାଳିକାଙ୍କୁ ପଚରାଉଚରା କରୁଛି ।

ସୂଚନା ଅନୁସାରେ, ଦିଲ୍ଲୀର ଫାର୍ସ ବଜାରରେ ପାଣି ବ୍ୟବହାରକୁ ନେଇ ମହିଳାଙ୍କୁ ହତ୍ୟା କଲା ନାବାଳିକା। ଫାର୍ସ ବଜାରର ଏକ ଭଡା ଘରେ ଘର ମାଲିକଙ୍କ ସହିତ ତିନୋଟି ପରିବାର ରୁହନ୍ତି। ସମସ୍ତ ପରିବାର ବ୍ୟବହାର ପାଇଁ ଗୋଟିଏ କମନ୍ ଟ୍ୟାପ୍ ରହିଛି। ତେବେ ଏହି କମନ୍ ଟ୍ୟାପରେ ପାଣି ବ୍ୟବହାରକୁ ନେଇ ଦୀର୍ଘଦିନ ହେବ ଦୁଇଟି ପରିବାର ମଧ୍ୟ ଝଗଡା ଲାଗିରହିଥିଲା। ତେବେ ମହିଳା ଜଣଙ୍କ ନାବାଳିକାଙ୍କର ହାତ ମୋଡି ଦେଇଥିଲେ ଏଥିରୁ ଉତ୍ୟକ୍ତ ହୋଇ  ନାବାଳିକା ଜଣକ ଏକ ଛୁରୀ ସାହାଯ୍ୟରେ ମହିଳାଙ୍କୁ ଆକ୍ରମଣ କରିଥିଲେ। ତେବେ ମହିଳାଙ୍କର ଅତ୍ୟଧିକ ରକ୍ତସ୍ରାବ ହେବାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସମ୍ପୃକ୍ତ ନାବାଳିକାଙ୍କୁ ଗିରଫ କରିବା ପରେ ଘଟଣାର ତଦନ୍ତ କରୁଛି।

ସ୍ତ୍ରୀକୁ ହତ୍ୟା କରି ନଦୀକୁ ଫିଙ୍ଗି ଦେଲା ସ୍ୱାମୀ
ସାମାନ୍ୟ ବଚସାରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ । ସ୍ୱାମୀ ପାଲଟିଗଲା ସଇତାନ ଆଉ ସ୍ତ୍ରୀକୁ ମାରି କରିଦେଲା ଖଣ୍ଡ ଖଣ୍ଡ । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା ପରେ ଶରୀରରୁ ଖଣ୍ଡ ଖଣ୍ଡ କରି ଋଷିକୂଲ୍ୟା ନଦୀକୁ ଫୋପାଡି ଦେଲା ସ୍ୱାମୀ । ରାଗରେ ଜର୍ଜରିତ ହୋଇ ସ୍ତ୍ରୀର ଶରୀରରୁ ହାତ, ଗୋଡ଼, ଜଙ୍ଘ, ବେକକୁ ଅଲଗା କରି ଦେଇଥିଲା ପତ୍ନୀହନ୍ତା । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ । ମୃତ ମହିଳାଙ୍କ ନାମ ବୁଲି ମୂଳି ବୋଲି ଜଣାପଡିଛି ।

ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ସ୍ୱାମୀ ନାରାୟଣ ମୂଳି ପୋଲିସ ସମ୍ମୁଖରେ ହତ୍ୟାକାଣ୍ଡ ସମ୍ପର୍କରେ ବର୍ଣ୍ଣନା କରିଛି । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଋଷିକୂଲ୍ୟା ନଦୀରୁ ମହିଳାଙ୍କ ମୃତଦେହ ଖୋଜୁଛନ୍ତି । ସୂଚନା ମୁତାବକ ଦୁଇ ବର୍ଷର ପ୍ରେମ ସମ୍ପର୍କ ପରେ ବୁଲି ଓ ନାରାୟଣ ବିବାହ କରିବାକୁ ସ୍ଥିର କଲେ ଆଉ  ପରିବାରର ସହମତି କ୍ରମେ ଗତ ତିନି ମାସ ତଳେ ଗାଁ ମନ୍ଦିରରେ ଉଭୟଙ୍କ ବିବାହ ହୋଇଥିଲା । ବୁଲିଙ୍କ ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥି କରିବାକୁ କଥା ଦେଇଥିଲେ ନାରାୟଣ । କିଛି ଦିନ ତଳେ ବୁଲି ତାଙ୍କ ବାପ ଘରକୁ ବୁଲିବାକୁ ଯାଇଥିଲେ । ୨ରୁ ୩ ଦିନ ତଳେ ନାରାୟଣ ଶ୍ୱଶୁର ଘରକୁ ଯାଇ ଫେରିବା ବେଳେ ପତ୍ନୀ ବୁଲିଙ୍କୁ ସାଥୀରେ ନେଇ ଆସିଥିଲେ । ଏହାପରେ ଶାଶୁ ଘରେ ଘର କାମରେ ବ୍ୟସ୍ତ ହୋଇପଡ଼ିଥିଲେ ବୁଲି ଯାହାଫଳରେ ସେ ନାରାୟଣଙ୍କୁ ସମୟ ଦାୟୀ ପାରିନଥିଲେ । ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହେବାରୁ ନାରାୟଣ ଉତ୍ୟକ୍ତ ହୋଇ ଜଘନ୍ୟ କାଣ୍ଡ ଘଟାଇ ଥିଲା ।

ଅଧିକ ପଢ଼ନ୍ତୁ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରକ୍ତରେ ଭିଜିଲା ରକ୍ତ ସମ୍ପର୍କ
ସମ୍ପର୍କରେ ଲାଗିଲା ରକ୍ତଛିଟା । ରାଗ ଆଗରେ ତୁଚ୍ଛ ହେଲା ରକ୍ତ ସମ୍ପର୍କ । ପାରିବାରିକ ବିବାଦକୁ ନେଇ ବୀଭତ୍ସ ହତ୍ୟା ।  ଘରୋଇ ବିବାଦରୁ ନିଜ ଦାଦାକୁ କଟୁରୀରେ ହାଣି ହତ୍ୟା କରିଛନ୍ତି ଦୁଇ ପୁତୁରା । ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା କଲୋନୀସାହି ଗ୍ରାମରେ ରବିବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି । ମୃତକ ଜଣଙ୍କ ହେଲେ ସେହି ଗ୍ରାମର ରବୀନ୍ଦ୍ର ତିରିଆ । ଘଟଣା ସମ୍ପର୍କରେ ସୂଚନା ପାଇ କପ୍ତିପଦା ପୋଲିସ ଦୁଇ ପୁତୁରାଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, କପ୍ତିପଦା ଥାନା ଅନ୍ତର୍ଗତ କୋଲୋନୀ ସାହି ଗ୍ରାମର ରବୀନ୍ଦ୍ର ତିରିଆ ଓ ତାଙ୍କ ଦୁଇ ପୁତୁରାଙ୍କ ସହିତ ଦୀର୍ଘ ଦିନ ଧରି ପାରିବାରିକ ବିବାଦ ଲାଗି ରହିଥିଲା । ତେବେ ରବିବାର ସନ୍ଧ୍ୟା ସମୟରେ ପାରିବାରିକ ବିବାଦକୁ ନେଇ ରବୀନ୍ଦ୍ର ଓ ତାଙ୍କ ଦୁଇ ପୁତୁରା ରାଜେନ୍ଦ୍ର ତିରିୟା ଓ କାହ୍ନୁ ଚରଣ ତିରିୟାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଏହି ଝଗଡା ଉଗ୍ରରୂପ ନେଇଥିଲା । ଉତ୍ୟକ୍ତ ହୋଇ ଦୁଇ ପୁତୁରା ଏକ ଠେଙ୍ଗା ଓ କଟୁରୀ ସାହାଯ୍ୟରେ ନିଜ ଦାଦା ରବୀନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ରବୀନ୍ଦ୍ରଙ୍କ ପ୍ରାଣ ଚାଲିଯାଇଥିଲା ।

ତେବେ ପଡୋଶୀ ଲୋକ ଏହା ଜାଣି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜେନ୍ଦ୍ର ତିରିୟା ଓ କାହ୍ନୁଚରଣ ତିରିଆଙ୍କୁ ଗିରଫ କରିଛି । ଏଥି ସହିତ ହତ୍ୟାରେ ବ୍ୟବହୃତ କଟୁରୀ ଏବଂ ଠେଙ୍ଗାକୁ ଜବତ କରି ତଦନ୍ତ ଜାରି ରଖିଛି । ଅନ୍ୟପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଶବ ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ : ଧର୍ମଗଡ କାଶିବାହଲରୁ ଧରାପଡ଼ିଲା ଫେରାର କଏଦୀ