Khabar Odisha

କାର୍ତ୍ତିକ ଦ୍ୱିତୀୟ ସୋମବାର, ଶୈବାଳୟରେ ଭକ୍ତଙ୍କ ସମାଗମ
ଧର୍ମମାସ କାର୍ତ୍ତିକର ଆଜି ଦ୍ୱିତୀୟ ସୋମାବାର । ବିଭିନ୍ନ ଶୈବପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଭକ୍ତମାନେ ମହାଦେବଙ୍କ ମସ୍ତକରେ କଞ୍ଚା କ୍ଷୀର ଓ ବେଲ ପତ୍ର ଲାଗି କରୁଛନ୍ତି ।

କାର୍ତ୍ତିକ ସୋମବାର ପାଇଁ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମାନଙ୍କରେ ଅନ୍ୟତମ ରହିଥିବା ଧବଳେଶ୍ୱର, ପୁରୀର ଲୋକନାଥ, ରାଜଧାନୀର ଲିଙ୍ଗରାଜ ଓ ଭଦ୍ରକ ଆରଡ଼ି ଆଖଣ୍ଡଳମଣୀଙ୍କ ନିକଟରେ ଶହ ଶହ ଭକ୍ତ ପୂଜାର୍ଚ୍ଚନା କରୁଛନ୍ତି । ଭକ୍ତଙ୍କ ଭିଡକୁ ଦେଖି ଧବଳେଶ୍ୱର ପୀଠରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ପୁରୀରେ ମଧ୍ୟ ହବିଷ୍ୟାଳୀମାନେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ରାଧାଦାମୋଦରଙ୍କୁ ପୂଜା କରିଛନ୍ତି । ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ ସହ ଅନ୍ୟଭକ୍ତମାନଙ୍କର ମଧ୍ୟ ଗହଳି ଲାଗିଛି । ଆଜି ପୂଜାର୍ଚ୍ଚନା କଲେ ପୁଣ୍ୟପ୍ରାପ୍ତି ହେବାର ବିଶ୍ୱାସ ରହିଥିବାରୁ ଶ୍ରଦ୍ଧାଳୁମାନେ ମନ୍ଦିର ମାନଙ୍କରେ ଭିଡ ଜମାଇଛନ୍ତି ।

ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ, ପୁରୀରେ ହବିଷ୍ୟାଳିଙ୍କ ଭିଡ଼
ଆଜିଠାରୁ ପବିତ୍ର ଓ ଧାର୍ମିକ କାର୍ତ୍ତିକ ମାସ ଆରମ୍ଭ ହୋଇଛି । କାର୍ତ୍ତିକ ମାସ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ପୁରୀରେ ହଜାର ହଜାର ହବିଷ୍ୟାଳିମାନଙ୍କର ସମାଗମ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୫୦୦ ହବିଷ୍ୟାଳି ପୁରୀରେ ଆସି ପହଂଚିଛନ୍ତି । ଆଜିଠାରୁ ହବିଷ୍ୟାଳିମାନେ ରାଧାଦାମୋଦରଙ୍କୁ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ଯେଉଁମାନେ ପଞ୍ଜିକରଣ କରିଛନ୍ତି ସେମାନଙ୍କୁ ପରିଚୟପତ୍ର ବଂଟା ଯାଇଛି । ହବିଷ୍ୟାଳିମାନେ ଚାରୋଟି ଦ୍ୱାର ଦେଇ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ।

ହବିଷ୍ୟାଳିମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତୁଳସୀ ଚଉରା ମଧ୍ୟ ପ୍ରସ୍ତୁତ କରାଯାଇଛି । ୪ଟି ସରକାରୀ ଆଶ୍ରୟସ୍ଥଳୀକୁ ଆଜି ଅପରାହ୍ନରେ ଭିଡିଓ କନଫରେନ୍ସିଂ ସାହାଯ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ରେଳବାଇ ଯାତ୍ରୀନିବାସରେ ଭିଡିଓ କନଫରେନ୍ସିର ଆୟୋଜନ ହୋଇଛି । ହବିଷ୍ୟାଳିଙ୍କ ପାଇଁ ମାଗଣା ରହିବା ଓ ଖାଇବାର ବ୍ୟବସ୍ଥା ହୋଇଛି । ରେଳବାଇ ଯାତ୍ରୀନିବାସରେ ୨୨୦୦ ହବିଷ୍ୟାଳିଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ସଂଖ୍ୟା ବୃଦ୍ଧି ହେବାରୁ ଯାତ୍ରୀ ନିବାସ ଛାତରେ ଟେଣ୍ଟର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ରେଳବାଇ ଯାତ୍ରୀ ନିବାସ, ରେଳବାଇ କଲ୍ୟାଣ ମଣ୍ଡପ, ଜଗନ୍ନାଥ ବଲ୍ଲଭ ବ୍ୟାଖ୍ୟାନ କେନ୍ଦ୍ର, ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିଛନ୍ତି । ଏହି ସମସ୍ତ ଆଶ୍ରୟସ୍ଥଳୀଗୁଡିକରେ ସହାୟତା କେନ୍ଦ୍ର, ରହିବା ଖାଇବା ବ୍ୟବସ୍ଥା ସହ ସ୍ୱାସ୍ଥ୍ୟସେବା ଇତ୍ୟାଦି ସୁବିଧା କରାଯାଇଛି । ପୁରୀ ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ହବିଷ୍ୟାଳିଙ୍କ ପାଇଁ ସହାୟତା କେନ୍ଦ୍ର ଖୋଲାଯାଇଛି ।

‘କୁଆଁର ପୁନେଇ ଜନ୍ମ ଲୋ, ଫୁଲ ବଉଳ ବେଣୀ’
ଆଜି ଆଶ୍ୱିନ ମାସ ପୂର୍ଣ୍ଣମୀ ତିଥି । ଏହି ଦିନଟିକୁ କୁମାର ପୂର୍ଣ୍ଣମୀ ପୂଜା ଭାବରେ ଓଡିଶାର ଗାଁ ଗଣ୍ଡାରେ ପାଳନ କରାଯାଇଥାଏ । ସେହିପରି ଆଜି ମା’ ଗଜଲକ୍ଷ୍ମୀଙ୍କ ପୂଜା । ଭାଦ୍ରବ ମାସ ଇନ୍ଦୁ ପୂର୍ଣ୍ଣମୀଠାରୁ କୁମାରୀମାନେ ଆରମ୍ଭ କରିଥିବା ଜହ୍ନିଓଷୀ ଆଜି ଶେଷ ହୋଇଥାଏ । ଏହି ଦନଟି କୁମାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ । ଆଜି ସକାଳୁ କୁମାରୀମାନେ ନିତ୍ୟକର୍ମ ସାରି ନୂଆ ଲୁଗା ପିନ୍ଧି ଗୁଆ, ନଡିଆ, ଲିଆ ଓ ବିଭିନ୍ନ ଫଳମୂଳ ସହ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଆଂଜୁଳି ଟେକି ଥାନ୍ତି । ସଂଧ୍ୟାରେ ବୃନ୍ଦବତୀ ପାଖରେ ପିଠୋଉରେ ଚନ୍ଦ୍ର ଓ କୋଠୀ ଆଙ୍କି କଳସ ସ୍ଥାପନା କରିବା ସହ ପୂଜାର୍ଚ୍ଚନା କରିଥାନ୍ତି । ପୁରପଲ୍ଲୀରେ ଏହି ଦିନଟିକୁ ମହା ଆଡମ୍ବରରେ ପାଳନ କରାଯିବା ସହ ତାସ, ପୁଚି ଓ କବାଡି ଖେଳ ଇତ୍ୟାଦି ଖେଳିଥାଆନ୍ତି କୁମାରୀ ମାନେ । ସନ୍ଧ୍ୟାରେ ‘କୁଆଁର ପୁନେଇ ଜନ୍ମ ଲୋ, ଫୁଲ ବଉଳ ବେଣୀ’ ଗୀତରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଥାଏ ।

ଆଜି ଗଜଲକ୍ଷ୍ମୀ ପୂଜା ମଧ୍ୟ ଅନୁଷ୍ଠିତ ହୋଇଥାଏ । ସାର୍ବଜନୀନ ଭାବରେ ଏହି ପୂଜା ପାଳିତ ହୋଇଥାଏ । ଆଜି ପୂଜାର୍ଚ୍ଚନା କଲେ ମା ଲକ୍ଷ୍ମୀଙ୍କ ଠାରୁ ସୌଭାଗ୍ୟ, ସୌନ୍ଦର୍ଯ୍ୟ ଓ ସଂପଦ ପ୍ରାପ୍ତିର ବିଶ୍ୱାସ ରହିଛି । ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ମହାଆଡମ୍ବରରେ ଗଜଲକ୍ଷ୍ମ ପୂଜା ଅନୁଷ୍ଠିତ ହୋଇଥାଏ ।

ଜଗତଜନନୀ ମା’ ଦୂର୍ଗାଙ୍କ ଷଷ୍ଠୀ ପୂଜା, ଧରାପୃଷ୍ଠକୁ ଓହ୍ଲାଇବେ ସିଂହବାହିନୀ
ସିଂହବାହିନୀ ଜଗତଜନନୀ ମା’ ଦୂର୍ଗା ଆଜି ଧରାବତରଣ କରିଛନ୍ତି । ଆଜି ପୂଜା ମଣ୍ଡପରେ ମା’ଙ୍କ ଷଷ୍ଠୀ ପୂଜା ଏବଂ ପୀଠରେ ସପ୍ତମୀ । ମା’ ମଂହିସାଶୂର ମର୍ଦ୍ଦିନୀଙ୍କର ବେଲବରଣ ନୀତି ଅନୁଷ୍ଠିତ ହେଉଛି । ମା’ଙ୍କ ଆଗମାନ ପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି । ରାଜ୍ୟ ତମାମ ସବୁ ପୂଜା ମଣ୍ଡପ ଚଳଚଂଚଳ ହୋଇ ପଡ଼ିଛି । ମା’ଙ୍କ ଆବାହନ ପାଇଁ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱାଗତ ପାଇଁ ଅପେକ୍ଷା କରିଛି ପୂଜା ମଣ୍ଡପ ।

ରାଜ୍ୟର ବଡ଼ ବଡ଼ ସହର କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରଠାରୁ ଆରମ୍ଭ କରି ପୁରପଲ୍ଲୀର କୋଣ ଅନୁକୋଣରେ ଲୋକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତେ ମା’ଙ୍କ ଆଗମନ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ସମସ୍ତ ପୂଜା ମଣ୍ଡପ ଗୁଡ଼ିକରେ ନାଲିନେଳି ଆଲୋକମାଳାରେ ସୁସଜ୍ଜିତ ତୋରଣ ଆଖି ଝଲସାଇ ଦେଉଛି । ସୁଉଚ୍ଚ ତୋରଣ ସାଙ୍ଗକୁ ମୀନା ବଜାର ଓ ଭଳିକି ଭଳି ଖାଦ୍ୟ ଲୋକଙ୍କୁ ଆକୃଷ୍ଟ କରୁଛି ।

କଟକରେ ୧୭୨ ଓ ଭୁବନେଶ୍ୱରରେ ୧୯୨ଟି ପୂଜା ମଣ୍ଡପରେ ମା’ଙ୍କ ଆରାଧନା କରାଯାଉଛି । ଲୋକମାନେ କିଭଳିଭାବେ ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବେ ସେଥିଲାଗି ଟ୍ୱିନ୍‌ ସିଟିରେ ସୁରକ୍ଷା ଓ ଟ୍ରାଫିକ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କଟକରେ ୪୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ଓ ଭୁବନେଶ୍ୱରରେ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି । ଏହା ସହିତ କଟକରେ ୩୫୦ ଓ ଭୁବନେଶ୍ୱରେ ୨୦୦ ଅଫିସର୍‌ ଦାୟିତ୍ୱ ନେଇଛନ୍ତି ।

ନବରାତ୍ରୀର ପଂଚମ ଦିନରେ ମାତା ସରସ୍ୱତୀ ରୂପରେ ପୂଜା ପାଅନ୍ତି ମା ଦୁର୍ଗା, ଜାଣନ୍ତୁ ମାତାଙ୍କର ପୁଜା ବିଧି ସମ୍ପର୍କରେ
ନବରାତ୍ରୀରେ ମାତାଙ୍କର ତିନି ସ୍ୱରୂପକୁ ବିଶେଷ ରୂପରେ ପୂଜା କରାଯାଏ । ମା ଲକ୍ଷ୍ମୀ, ମା ସରସ୍ୱତୀ ଏବଂ ମା କାଳୀ । ତେବେ ଆଜି ମାତାଙ୍କର ସରସ୍ୱତୀ ସ୍ୱରୂପ । ମାତା ସରସ୍ୱତୀ ହେଉଛନ୍ତି ବିଦ୍ୟା, ବୁଦ୍ଧି ଏବଂ ଜ୍ଞାନର ପ୍ରତୀକ । ଏତଦ୍ ବ୍ୟତୀତ ସଙ୍ଗୀତ, କଳା ଏବଂ ଆଧ୍ୟାତ୍ମ୍ୟ ଆଶୀର୍ବାଦ ନିମନ୍ତେ କରନ୍ତୁ ମାତା ସରସ୍ୱତୀଙ୍କର ଏହି ସ୍ୱରୂପର ଉପାସନା ।

ଯଦି ଆପଣଙ୍କ କୁଣ୍ଡଳୀରେ ବିଦ୍ୟା ବୁଦ୍ଧିର ଯୋଗ ନାହିଁ କିମ୍ବା ଶିକ୍ଷା ବାଧାର ଯୋଗ ରହିଛି ତେବେ ମାତା ସରସ୍ୱତୀଙ୍କ ଆରଧନାରେ କରାଯାଇ ପାରିବ ଏହି ସମସ୍ୟାର ସମାଧାନ । କେମିତି କେମିତି କରିବେ ମାତାଙ୍କର ପୂଜାବିଧି ଜାଣନ୍ତୁ

ପୂଜା କରିବା ସମୟରେ ହଳଦିଆ କିମ୍ବା ଧଳା ବସ୍ତ୍ର ପରିଧାନ କରିବା ଉଚିତ୍ । ପୂର୍ବ ଏବଂ ଉତର ଦିଗକୁ ମୁଖ କରି ପୂଜା କରାଯିବା ଉଚିତ୍ । ଏହି ପୂଜା ସୂଯ୍ୟୋଦୟର ଅଢେଇ ଘଂଟା ପରେ କିମ୍ବା ସୂର୍ଯ୍ୟାସ୍ତର ଅଢେଇ ଘଂଟା ପରେ କରାଯାଏ । ମାତା ସରସ୍ୱତୀଙ୍କୁ ଶ୍ୱେତ ଚନ୍ଦନ ସହ ହଳଦିଆ ଏବଂ ଧଳା ପୁଷ୍ପ ଅର୍ପଣ କରାଯାଏ । ପ୍ରସାଦରେ ମିଶରୀ, ଦହି କିମ୍ବା ଲାବା ସମର୍ପିତ କରାଯାଏ । ମା ସରସ୍ୱତୀଙ୍କର ମନ୍ତ୍ର ଓଁ ଏ ନମଃ କିମ୍ବା ସରସ୍ୱତୈଃ ନମଃ ଜପ କରନ୍ତୁ ଏବଂ ଏହା ପରେ ପ୍ରସାଦ ଗ୍ରହଣ କରନ୍ତୁ । ଆପଣଙ୍କୁ ନିଶ୍ଚୟ ସୁଫଳ ମିଳିବ ।

ନବରାତ୍ରର ଚତୁର୍ଥ ଦିନରେ ସ୍କନ୍ଦମାତା ରୂପରେ ପୂଜା ପାଇବେ ମା ଦୁର୍ଗା
ଆଜି ନବରାତ୍ରର ଚତୁର୍ଥ ଦିନରେ ଦୁର୍ଗା ମାତାଙ୍କର ପଂଚମ ସ୍ୱରୂପକୁ ସ୍କନ୍ଦମାତା ରୂପରେ ଉପାସନା କରାଯିବ । ଭଗବାନ ସ୍କନ୍ଦ ବାଳକ ରୂପରେ ମାତାଙ୍କ କୋଳରେ ବିରାଜମାନ ହେବେ ।

ସ୍କନ୍ଦମାତାଙ୍କର ଚାରି ଭୂଜା ରହିଛି । ଯେଉଁଥିରେ ମାତା ଦୁଇ ହାତରେ କମଳ ପୁଷ୍ପ ଧାରଣ କରିଛନ୍ତି । ତାଙ୍କର ଏକ ଭୁଜା ଭକ୍ତଙ୍କୁ ଆଶୀର୍ବାଦ ଦେବାକୁ ଉଠିଛି । ଅନ୍ୟ ହାତରେ ସେ ନିଜ ପୁତ୍ର ସ୍କନ୍ଦଙ୍କୁ କୋଳରେ ଧାରଣ କରିଛନ୍ତି । ସେ କମଳ ଆସନରେ ବିରାଜମାନ କରିଛନ୍ତି । ସେଥିପାଇଁ ତାଙ୍କୁ ପଦ୍ମାସନା ମଧ୍ୟ କୁହାଯାଏ ।

କାର୍ତିକେୟଙ୍କୁ ଦେବତାଙ୍କ ଦ୍ୱାରା ସମର୍ପିତ ବୋଲି କୁହାଯାଏ । ମାତା ନିଜ ପୁତ୍ରଙ୍କୁ ବହୁତ ଭଲ ପାନ୍ତି । ଯେତେବେଳେ ପୃଥିବୀରେ ରାକ୍ଷସଙ୍କର ପ୍ରାଦୁଭାବ ବଢିଯାଏ ସେତେବେଳେ ମାତା ସିଂହ ଉପରେ ସବାର ହୋଇ ସେମାନଙ୍କର ସଂହାର ନିମିତ ଧରିତ୍ରୀକୁ ଓହ୍ଲାଇ ଥାନ୍ତି । ସ୍କନ୍ଦମାତାଙ୍କୁ ନିଜ ପୁତ୍ର ନାମ ସହ ନିଜ ନାମକୁ ଯୋଡିବାକୁ ବହୁତ ଭଲ ପାନ୍ତି । ସେଥିପାଇଁ ତାଙ୍କୁ ସ୍ନେହ ମମତାର ଦେବୀ ସ୍କନ୍ଦମାତା ବୋଲି ମଧ୍ୟ କୁହାଯାଏ ।

ପୂଜା ବିଧି

ପଶ୍ଚିମ ତିଥିରେ ପୂଜା କରି ଭଗବତୀ ଦୁର୍ଗାଙ୍କୁ କଦଳୀ ଭୋଗ କରାଯିବା ଉଚିତ୍ । ଏବଂ ଏହି ଭୋଗକୁ ବ୍ରାହ୍ମଣଙ୍କ ମଧ୍ୟରେ ବିତରଣ କଲେ ଶୁଭଫଳ ମିଳି ଥାଏ । ଏମିତି କରି ଦ୍ୱାରା ମନୁଷ୍ୟର ବୁଦ୍ଧି ବିକାଶ ହୋଇଥାଏ । ମାତାଙ୍କର ବାହନ ସିଂହ ହୋଇଥିବା କାରଣରୁ ତାଙ୍କୁ -

ସିଂହାସନାଗତା ନିତ୍ୟଂ ପଦ୍ମାଶ୍ରିତକରଦ୍ୱୟା ।

ଶୁଭଦାସ୍ତୁ ସଦା ଦେବୀ ସ୍କନ୍ଦମାତା ୟଶସ୍ୱିନୀ । । ମନ୍ତ୍ରରେ ଆରାଧନା କରାଯାଏ ।

ନବରାତ୍ରୀ ବ୍ରତ ଆରମ୍ଭ: ପ୍ରଥମ ଦିନରେ ପୂଜା ପାଉଛନ୍ତି ଶୈଳପୁତ୍ରୀ ଓ ବ୍ରହ୍ମଚାରିଣୀ
ଶାରଦୀୟ ନବରାତ୍ରୀ ପୂଜା ବୁଧବାର ସକାଳୁ ଆରମ୍ଭ ହୋଇ ଯାଇଛି । ଭକ୍ତମାନେ ୯ ଦିନ ପର୍ଯ୍ୟନ୍ତ ମା’ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରି ବ୍ରତ ଆରମ୍ଭ କରିଛନ୍ତି । ବର୍ଷକ ମଧ୍ୟରେ ୪ଥର ନବରାତ୍ରୀ ପାଳନ ହେଉଥିଲେ ମଧ୍ୟ ଆଶ୍ୱିନ ନବରାତ୍ରୀ ପୂଜା ବିଧି ସ୍ୱତନ୍ତ୍ର । କାରଣ ଏହାକୁ କେହି କେହି ମହା ନବରାତ୍ରୀ କୁହାଯାଇଥାଏ । ନବରାତ୍ର ଦଶହରା ପୂର୍ବରୁ ଆସିଥାଏ । ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀ ଓ ମା’ ବ୍ରହ୍ମଚାରିଣୀ  ପୂଜା ପାଉଛନ୍ତି ।

ନରରାତ୍ରୀରେ ଦେବୀ ପୂଜାର୍ଚ୍ଚନା ଓ ୯ ଦିନ ପାଇଁ ବ୍ରତ ରଖାଯାଇଥାଏ । ଏହି ୯ ଦିନରେ ମା’ ଦୁର୍ଗା ଭିନ୍ନ ଭିନ୍ନ ରୂପରେ ପୂଜା ପାଇଥାନ୍ତି । ଏହାକୁ ଶକ୍ତି ପୂଜା ମଧ୍ୟ କୁହାଯାଇଥାଏ । ଆସନ୍ତୁ ଜାଣିବା କେଉଁ ଦିନରେ ମା’ଙ୍କୁ କିପରି ଆରାଧନା କରାଯାଇଥାଏ । ଆଶ୍ୱିନ (ଶାରଦୀୟ) ମହାନବରାତ୍ରୀ ଅକ୍ଟୋବର ୧୦ରୁ ୧୯ ପର୍ଯ୍ୟନ୍ତ ଚାଲିବ ।

ଅକ୍ଟୋବର ୧୦ (ପ୍ରତିପଦ): ନବରାତ୍ରୀର ପ୍ରଥମ ଦିନ: ଶୈଳପୁତ୍ରୀ ଓ ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା ।

ଅକ୍ଟୋବର ୧୧ (ନବରାତ୍ରୀର ୨ୟ ଦିନ): ଚନ୍ଦ୍ରଘଣ୍ଟା ପୂଜା ।

ଅକ୍ଟୋବର ୧୨ (ନବରାତ୍ରୀର ୩ୟ ଦିନ): କୁଷ୍ମାଣ୍ଡା ପୂଜା

ଅକ୍ଟୋବର ୧୩ (ନବରାତ୍ରୀର ୪ର୍ଥ ଦିନ): ସ୍କନ୍ଦମାତା ପୂଜା

ଅକ୍ଟୋବର ୧୪ (ନବରାତ୍ରୀର ୫ମ ଦିନ): ସରସ୍ୱତୀ ପୂଜା

ଅକ୍ଟୋବର ୧୫ (ନବରାତ୍ରୀର ୬ଷ୍ଠ ଦିନ): କାତ୍ୟାୟନୀ ପୂଜା

ଅକ୍ଟୋବର ୧୬ (ନବରାତ୍ରୀର ୭ମ ଦିନ): କାଳରାତ୍ରୀ ପୂଜା

ଅକ୍ଟୋବର ୧୭ (ନବରାତ୍ରୀର ୮ମ ଦିନ): ଦୁର୍ଗାଷ୍ଟମୀ, ମହାଗୌରୀ ପୂଜା

ଅକ୍ଟୋବର ୧୮ (ନବରାତ୍ରୀର ୯ମ ଦିନ): ମହାନବମୀ, ବ୍ରତ ଶେଷ

ଅକ୍ଟୋବର ୧୯ (ବିଜୟା ଦଶମୀ)

ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କୁ ପିଣ୍ଡ ଦାନ ପାଇଁ ଶ୍ରୀମନ୍ଦିରରେ ଭିଡ଼
ଆଜି ପବିତ୍ର ମହାଳୟା । ଆଶ୍ୱିନ କୃଷ୍ଣ ପକ୍ଷ ପ୍ରତିପଦା ତିଥି ପରବର୍ତ୍ତୀ ଅମାବାସ୍ୟା ୧୫ ଦିନ ଧରି ପିତୃପକ୍ଷ ଚାଲିଥିବାବେଳେ ଆଜି ତାର ଅନ୍ତିମ ଦିବସ । ଅମାବାସ୍ୟା ତିଥିରେ ସପ୍ତପୁରୁଷଙ୍କୁ ପିଣ୍ଡଦାନ କଲେ ମୋକ୍ଷ ପ୍ରାପ୍ତିର ବିଶ୍ୱାସ ରହିଛି । ଏହା ସହିତ ପିତୃ ପକ୍ଷରେ ପିଣ୍ଡଦାନ କଲେ ପୁଣ୍ୟ ଲାଭ ସହ ବଂଶର ଉତର ପିଢିର ସମସ୍ତ ପ୍ରକାର ଉନ୍ନତି ହେଉଥିବା ବିଶ୍ୱାସ ରହିଛି ।

ମହାଳୟା ପାଇଁ ଶ୍ରୀମନ୍ଦିର ଓ ବିନ୍ଦୁ ସାଗରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଶ୍ରୀମନ୍ଦିର ବାଇଶି ପାହାଚରେ ହଜାର ହଜାର ଶ୍ରଦ୍ଧାଳୁ ପିଣ୍ଡଦାନ କରୁଛନ୍ତି । ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ବାଇଶି ପାହାଚରେ ପିଣ୍ଡଦାନ କରିବା ସହ ଦାନଧର୍ମ କରି ପୁଣ୍ୟ ଅର୍ଜନ କରିଛନ୍ତି । ସେହିପରି ଭୁବନେଶ୍ୱରର ବିନ୍ଦୁସାଗାରରେ ମଧ୍ୟ ଶ୍ରଦ୍ଧାଳୁମାନେ ପିତୃ ପକ୍ଷଙ୍କୁ ପିଣ୍ଡ ଦାନ କରୁଛନ୍ତି ।

ସେପଟେ ମହାଳୟା ଅବସରରେ ସମ୍ବଲପୁରରେ ମା’ ସମଲେଶ୍ୱରୀ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଛି । ଧବଳମୁଖୀ ରୂପରେ ଦର୍ଶନ ଦେଇଛନ୍ତି ମା’ । ମା’ଙ୍କ ନିକଟରେ ଗୁଡ ଭୋଗ ହେବାର ପରମ୍ପରା ରହିଛି । ବଡି ଭୋରରୁ ମା’ଙ୍କ ଧବଳମୁଖୀ ବେଶ ଦେଖିବାକୁ ଶହ ଶହ ଭକ୍ତଙ୍କ ଗହଳି ଲାଗିଛି ।

କ୍ଷମା ମାଗିବେ କି ବୈଜୟନ୍ତ ? ଅଭିଜିତ ଓଡିଶାକୁ “ଓରି-ଶଳା” କହିଥିବା ଜାଣିଥିବା ସତ୍ୱେ ହେଲିକାପ୍ଟରରେ ବୁଲାଇଥିଲେ ପଣ୍ଡା ବାବୁ
ବଙ୍ଗାଳି ମାନେ ଓଡିଶାକୁ ଆବିଷ୍କାର କରିଥିଲେ । “ଓରି-ଶଳା” ଶବ୍ଦରୁ ଓରିଶା ଆଉ ତାପରେ ଓଡିଶା । ଓଡିଶାରେ କିଛି ନାହିଁ । ଜଗନ୍ନାଥ ହେଉଛି ବଙ୍ଗାଳି ମାନଙ୍କର । ଏହାକୁ ଚୋରି କରି ଅଣାଯାଇଛି । ଏପରି ଅଦଦ୍ଭୁତ ଆଉ ଉଦଭାନ୍ତ୍ର ଇତିହାସ ଜ୍ଞାନ ପଢାଇଥିଲେ ଅଭିଜିତ ଆୟାର ବୈଜୟନ୍ତ ପଣ୍ଡାଙ୍କର ଏକ ଟ୍ୱିଟରେ ପ୍ରତିକ୍ରିୟା ଦେଇ । ଆଜକୁ ପ୍ରାୟ ବର୍ଷକ ତଳେ ବୈଜୟନ୍ତ ପଣ୍ଡା ଶ୍ରୀଜଗନ୍ନାଥଙ୍କ ବିଷୟରେ କରିଥିବା ଏକ ଟ୍ୱିଟ ଉପରେ ପ୍ରତିକ୍ରିୟା ଦେଇ ଏକଥା କହିଥିଲେ ଅଭିଜିତ୍ ଆୟାର । ୧୧ ସେପ୍ଟେମ୍ବର ୨୦୧୭ରେ ଏପରି ଅପମାନ କରିଥିଲେ ସାରା ଓଡିଶା ଲୋକଙ୍କୁ ଅଭିଜିତ ଆୟାର । ବୈଜୟନ୍ତ ପଣ୍ଡାର ଟ୍ୱିଟ ଉପରେ ପ୍ରତିକ୍ରିୟା ଦେଇ ଏକଥା କହିଥିବା କାରଣରୁ ଏକଥା ନିଶ୍ଚିନ୍ତ ଭାବେ ବୈଜୟନ୍ତଙ୍କ ଦୃଷ୍ଟିକୁ ଆସିଥିଲା । ହେଲେ ବୈଜୟନ୍ତ ଏହାକୁ ବିରୋଧ କରିନଥିଲେ । ବଂର ତାଙ୍କୁ ଓଡିଶା ଆଣି ହେଲିକାପ୍ଟରରେ ଓଡିଶା ବୁଲାଇବା ସହ ଅପ୍ୟାୟିତ କରିଥିଲେ । ଖାଲି ବୁଲାଇ ଅପ୍ୟାୟିତ କରିନଥିଲେ ବଂର ଆମ କୋଣାର୍କ ମନ୍ଦିରକୁ ଆସି ଆମ ସଂସ୍କୃତି ବିରୋଧରେ ଗାଳିଦେବାର ସୁଯୋଗ ଦେଲେ ।

ଏଠି ପ୍ରଶ୍ନ ଉଠୁଛି ବୈଜୟନ୍ତ ପଣ୍ଡା ନିଜେ ଜଣେ ଓଡିଆ ହୋଇଥିବା ବେଳେ ଓଡିଆଙ୍କ ବିରୋଧରେ  ଏପରି କଟ୍ଟୁଶବ୍ଦ କହିଥିବା ଅଭିଜିତ ଆୟାରଙ୍କୁ ସେ କିପରି ଆଣି ଓଡିଶା ବୁଲାଇଲେ । ସବୁବେଳେ ଓଡିଶାର ଅସ୍ମିତା ଏବଂ ଓଡିଆଙ୍କ କଥା ଚିନ୍ତା କରୁଥିବା କହୁଥିବା ବୈଜୟନ୍ତଙ୍କୁ କଣ “ଓରି-ଶଳା” ବକ୍ତ୍ୟବ ଦୁଃଖ ଦେଇନଥିଲା କି ? ଯଦି ସେତେବେଳେ ବୈଜୟନ୍ତଙ୍କୁ ଏକଥା ବାଧିଥିଲା ତାହେଲେ ସେତେବେଳେ ଏହାକୁ ବିରୋଧ କରି କାହିଁକି କୌଣସି ପ୍ରତିକ୍ରିୟା ଦେଇନଥିଲେ ।

ସାରା ଓଡିଶାଲୋକ ଏହାକୁ ନେଇ ପ୍ରତିକ୍ରିୟାଶିଳ ହୋଇଥିବାବେଳେ ଦେଖିବାକୁ ବାକି ରହିଲା ଯେ କେବେ ବୈଜୟନ୍ତ ବାବୁ ଓରି-ଶାଳା କହିଥିବା କଥା ଜାଣିଥିବା ସତ୍ୱେ ଅଭିଜିତ ଆୟାରଙ୍କୁ ଓଡିଶା ବୁଲାଇଥିବାରୁ କ୍ଷମା ମାଗିବେ ?

ଆଜି ରାଜକୀୟ ନବବର୍ଷ ‘ସୁନିଆଁ’, ପ୍ରଚଳନ ହେବ ନୂତନ ମୁଦ୍ରା
ଆଜି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ତଥା ବୈଷ୍ଣବ ସମ୍ମତ ଏକାଦଶୀ ତିଥି  । ଏହି ଦିନ ‘ସୁନିଆଁ’ ପଡ଼େ । ସୁନିଆଁ ହେଉଛି ରାଜକୀୟ ନବବର୍ଷ । ରାଜାଙ୍କ ରାଜତ୍ୱର ଅଙ୍କ ଗଣନା ବର୍ଷ ଆଜିଠାରୁ ଆରମ୍ଭ ହୁଏ ଏବଂ ନୂତନ ମୁଦ୍ରା ପ୍ରଚଳନ କରାଯାଇଥାଏ । ତେଣୁ ପୁରୀ ଗଜପତି ମହାରାଜାଙ୍କର ସ୍ୱତନ୍ତ୍ର ଅଭିଷେକ ଉତ୍ସବ ପାଳନ ହେବ । ରାଜଗୁରୁ ସତେଇଶିଟି ବିଭିନ୍ନ ଦେବାଦେବୀଙ୍କ ଛବି ମୁଦ୍ରିତ ନୂତନ ସ୍ୱର୍ଣ୍ଣ ମୁଦ୍ରା ମହାରାଜାଙ୍କ ମସ୍ତକରେ ଉଲାଗି କରିଥାନ୍ତି ।

ରାଜାଙ୍କର ରାଜସ୍ୱ ଆଦାୟ ଓ ନୂଆ ଖାତା ଆରମ୍ଭ ହୁଏ ସୁନିଆଁ ଦିନ । ସୁନିଆଁ ଦିନ ଗୋଟିଏ ସୁନା ମୋହର ଉପରେ ରାଜାଙ୍କ ରାଜତ୍ୱର ଅଙ୍କ ବା ବର୍ଷ ଚିହ୍ନିତ କରାଯାଏ । ଏହାକୁ ସାଧାରଣ ଭାଷାରେ କହନ୍ତି ଅଙ୍କକଟା । ଏହିଦିନଟି ରାଜକୀୟ ବର୍ଷ ଆରମ୍ଭର ପ୍ରଥମ ଦିନ ଏବଂ ସୁନା ଶବ୍ଦ ସହ ଜଡ଼ିତ ହୋଇଥିବାରୁ ସମ୍ଭବତଃ ସୁନିଆଁ ଭାବେ ପାଳିତ ହେଉଛି । ପୂର୍ବରୁ ସୁନିଆଁ ଦିନରେ ପ୍ରଜାମାନେ ଖଜଣା ପୈଠ କରିବା ସହ ଜଳଜମି ପଟ୍ଟାର ନବୀକରଣ କରିଥାନ୍ତି ।

ପୁଣି ଏହି ଦିନ ସର୍ବତ୍ର ବାମନ ଜନ୍ମ ପାଳିତ ହୋଇଥାଏ । ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରୁ ବାମନ ହେଉଛନ୍ତି ଏଭଳି ରାଜନୀତି ପ୍ରବଣ ଯେ ନିଜ ବୁଦ୍ଧି ବିଚକ୍ଷଣତା ଦ୍ଵାରା ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ ତିନି ଭୁବନକୁ ନିଜ ପାଦତଳେ ରଖିବା ସହ ବଳୀ ପରି ଶାସକଙ୍କୁ ମଧ୍ୟ ପାତାଳକୁ ଚାପି ଦେଇଥିଲେ । ତେଣୁ ଫସଲ ଅମଳ ପରେ ରାଜକୋଷକୁ ସମୃଦ୍ଧ କରି ରାଜାମାନେ ତ୍ରିବିକ୍ରମ ବାମନଙ୍କ ପରାକ୍ରମକୁ ପାଥେୟ କରି ବାହାରୁଥିଲେ ଦେଶଜୟ କରିବାକୁ । ସୁନିଆଁଠାରୁ ସନ ଓ ସାଲ ଗଣନା ଆରମ୍ଭ ହୁଏ । ଆଜିର ଦିନକୁ ମଧ୍ୟ ଶ୍ରୀବାମନଙ୍କ ଜନ୍ମଦିବସ ଭାବରେ ପାଳନ କରାଯାଇଥାଏ । ଭଗବାନ ବିଷ୍ଣୁଙ୍କ  ବାମନ ଅବତାରଙ୍କ ଜନ୍ମଦିବସ ହୋଇଥିବାରୁ ଏହାକୁ ବାମନ ଦ୍ୱାଦଶୀ ଭାବରେ ପାଳନ କରାଯାଇଥାଏ । ଭଗବାନ ବିଷ୍ଣୁ ପଂଚମ ଅବତାରରେ ମାନବ  ରୂପରେ ବାମନ ଅବତାରରେ ପ୍ରକଟ ହୋଇଥିଲେ ।