Khabar Odisha

ଭୁବନେଶ୍ୱରରେ ଖୋଲିବ ‘ଗ୍ରୀନ୍ ଏନର୍ଜି ଏକ୍ସିଲେନ୍ସ ସେଣ୍ଟର; OHPC ଓ WSC ମଧ୍ୟରେ ଏମଓୟୁ ସ୍ୱାକ୍ଷର, ଚାକିରି ସହ ଉଦ୍ୟୋଗର ନୂଆ ସୁଯୋଗ
ଭୁବନେଶ୍ୱର: ସବୁଜ ଶକ୍ତି କ୍ଷେତ୍ରରେ ଯୁବପିଢ଼ିଙ୍କୁ ଦକ୍ଷ କରିବା ପାଇଁ ଓଡ଼ିଶା ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ। ଭୁବନେଶ୍ୱରରେ ସ୍ଥାପନ ହେବ ‘ଗ୍ରୀନ୍ ଏନର୍ଜି ଏକ୍ସିଲେନ୍ସ ସେଣ୍ଟର’। ଏନେଇ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍ (ଓଏଚପିସି) ଓ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି।

ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର କ୍ୟାମ୍ପସର ‘କୌଶଳ ଭବନ’ରେ ଏହି କେନ୍ଦ୍ର ନିର୍ମାଣ ହେବ। ପ୍ରାୟ ୩,୦୦୦ ବର୍ଗଫୁଟ୍ ଅଞ୍ଚଳରେ ଗଢ଼ି ଉଠିବାକୁ ଥିବା ଏହି କେନ୍ଦ୍ର ପାଇଁ ୧ କୋଟି ୪୮ ଲକ୍ଷ ୭୫ ହଜାର ୯ ଟଙ୍କା ଖର୍ଚ୍ଚ ହେବ। ସମ୍ପୂର୍ଣ୍ଣ ଖର୍ଚ୍ଚ ଓଏଚପିସିର ସିଏସ୍ଆର୍ ପାଣ୍ଠିରୁ ବହନ କରାଯିବ।

ଏଠାରେ ରୁଫଟପ୍ ସୋଲାର, ଫ୍ଲୋଟିଂ ସୋଲାର, ସୋଲାର ଟ୍ରାକର୍, ପିଏଲସି-ଏସସିଏଡିଏ, ଇଣ୍ଡଷ୍ଟ୍ରିଆଲ୍ ଆଇଓଟି, ରିମୋଟ୍ ମନିଟରିଂ, ଡିଜିଟାଲ୍ ଟେକ୍ନୋଲୋଜି, ପ୍ରିଡିକ୍ଟିଭ୍ ମେଣ୍ଟେନାନ୍ସ, ଏନର୍ଜି ମ୍ୟାନେଜମେଣ୍ଟ ଓ ଷ୍ଟୋରେଜ୍ ଭଳି ଆଧୁନିକ ପ୍ରଯୁକ୍ତିରେ ତାଲିମ ଦିଆଯିବ।

ସବୁଠୁ ବଡ଼ କଥା ହେଉଛି, ଏହି କେନ୍ଦ୍ରରୁ ପ୍ରତିବର୍ଷ ପ୍ରାୟ ୩୦୦ ଯୁବକଯୁବତୀ ତାଲିମ ନେବାର ସୁଯୋଗ ପାଇବେ। ସୋଲାର ପିଭି ଟେକ୍ନିସିଆନ୍, ଓଏଣ୍ଡଏମ୍ ଟେକ୍ନିସିଆନ୍, ସାଇଟ୍ ସୁପରଭାଇଜର ଓ ଏନର୍ଜି ଅଡିଟର ଭଳି ନୂଆ ଚାକିରି କ୍ଷେତ୍ର ପାଇଁ ସେମାନଙ୍କୁ ପ୍ରସ୍ତୁତ କରାଯିବ। ସେହିପରି ସୌର ପ୍ରକଳ୍ପ ସ୍ଥାପନ ଓ ରକ୍ଷଣାବେକ୍ଷଣରେ ଉଦ୍ୟୋଗୀ ହେବାର ସୁଯୋଗ ମଧ୍ୟ ମିଳିବ।ସବୁଜ ଶକ୍ତି ସହ ଦକ୍ଷ ଯୁବଶକ୍ତି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଏହି କେନ୍ଦ୍ର ଏକ ନୂଆ ମାଇଲଖୁଣ୍ଟ ହେବ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି, ଏହି ପଦକ୍ଷେପ ଯୁବପିଢ଼ିଙ୍କ ପାଇଁ ଅକ୍ଷୟ ଶକ୍ତି କ୍ଷେତ୍ରରେ ନିଯୁକ୍ତି ଓ ସ୍ୱ-ନିଯୁକ୍ତିର ନୂଆ ଦ୍ୱାର ଖୋଲିବ। ଅନ୍ୟପଟେ, ଶିଳ୍ପ ଓ ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ଓଡ଼ିଶାର ଯୁବକଯୁବତୀଙ୍କୁ କେବଳ ଦେଶ ନୁହେଁ, ବିଶ୍ୱର ସବୁଜ ଶକ୍ତି ବଜାର ପାଇଁ ମଧ୍ୟ ପ୍ରସ୍ତୁତ କରାଯିବ।

ଆମଜନର ୪୬ ଲକ୍ଷ ଟଙ୍କା ଚାକିରୀ ଛାଡ଼ି ସେନାରେ ଯୋଗ ଦେଲେ ଯୁବ ଇଞ୍ଜିନିୟର, ଶାର୍ଦେନ୍ଦୁଙ୍କ ସ୍ୱପ୍ନ ଓ ସଫଳତାର କାହାଣୀ
ନୂଆଦିଲ୍ଲୀ: ଦେଶ ଭକ୍ତି ଆଗରେ ହାର ମାନିଲା ଉଚ୍ଚ ଦରମାର ଚାକିରୀ । ସେନାର ବର୍ଦ୍ଦି ଆଗରେ ଫିକା ପଡ଼ିଗଲା ୪୬ ଲକ୍ଷ ଟଙ୍କା ଏବଂ ଅନ୍ତର୍ଜାତୀୟ ବିମାନ କମ୍ପାନୀର ଚାକିରୀ । କେବଳ ଦେଶ ସେବା କରିବାକୁ ଉଚ୍ଚ ବେତନ ପ୍ରାପ୍ତ ଚାକିରୀକୁ ଛାଡ଼ି ଶେଷରେ ଭାରତୀୟ ସେନାରେ ଯୋଗ ଦେଇଛନ୍ତି ଜଣେ ଯୁବ ଇଞ୍ଜିନିୟର । ଯାହାଙ୍କ ସଫଳତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ହେଉଛନ୍ତି ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ନିବାସୀ ଶାର୍ଦେନ୍ଦୁ ତିୱାରୀ ।

ଶାର୍ଦେନ୍ଦୁ ଏକ ସେନା ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି । ତାଙ୍କ ପିତା ରାଜ କୁମାର ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଭାରତୀୟ ସେନାରେ ସେବା ଦେବା ପରେ ଏବେ ଅବସର ନେଇଛନ୍ତି । ଆଉ ବାପାଙ୍କ ରାସ୍ତାରେ ଯିବାକୁ ଶାର୍ଦେନ୍ଦୁ ପିଲା ବେଳୁ ସ୍ୱପ୍ନ ଦେଖି ଆସୁଥିଲେ ।

ଶାର୍ଦେନ୍ଦୁ ଜଣେ ମେଧାବୀ ଛାତ୍ର ଥିଲେ । ସେ ଇଞ୍ଜିନିୟରିଂ ପାଠ ପଢ଼ା ଶେଷ କରିବା ପରେ ଆମାଜନ ଭଳି ଅନ୍ତର୍ଜାତୀୟ କମ୍ପାନୀରେ କ୍ଲାଉଡ୍ ଇଞ୍ଜିନିୟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କର ବାର୍ଷିକ ଦରମା ଥିଲା ୪୬ ଲକ୍ଷ ଟଙ୍କା । ଯେଉଁଥିରେ ସେ ଏକ ବିଳାସ ପୂର୍ଣ୍ଣ ଜୀବନ ବଞ୍ଚୁଥିଲେ । ଏହା ପରେ ବିଶ୍ୱ ସ୍ତରୀୟ ଏରୋସ୍ପେସ୍ କମ୍ପାନୀରେ ଚାକିରୀ କଲେ । କିନ୍ତୁ ସେ ଦେଶ ପ୍ରେମର ସ୍ୱପ୍ନ ଦେଖିବା ଛାଡ଼ି ନଥିଲେ । ସେ ବାରମ୍ବାର ସେନାରେ ବିଭିନ୍ନ ପରୀକ୍ଷା ଦେଇଥିଲେ ଆଉ ଅସଫଳତାର ସ୍ୱାଦ ମଧ୍ୟ ଚାଖିଥିଲେ । ତଥାପି ସେ ହାରି ନ ଥିଲେ । ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପର୍ଯ୍ୟନ୍ତ ପରୀକ୍ଷା ଦେଇ ଚାଲୁଥିଲେ ।

ଏହା ପରେ ଶାର୍ଦେନ୍ଦୁ ଗୟା ଅଫିସର୍ସ ଟ୍ରେନିଙ୍ଗ୍ ଏକାଡେମୀରେ ତାଲିମ ନେଲେ । ଏହାରି ମଧ୍ୟରେ ଏକାଡେମୀରେ ସିନିୟର୍ ଅଣ୍ଡର ଅଫିସର୍ ପଦ ଅଳଙ୍କୃତ । ବର୍ତ୍ତମାନ ସେ ଭାରତୀୟ ସେନା ଜଣେ ଉଚ୍ଚ ଅଧିକାରୀଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କର ଏହି ସ୍ୱପ୍ନ ଏବଂ ସଫଳତା ଆଜିର ଯୁବପୀଢ଼ି ପାଇଁ ପ୍ରେରଣା ପାଲଟିଛି ।

ବିଦେଶୀ ଚାକିରିର ସ୍ୱପ୍ନକୁ ମିଳିବ ନୂଆ ଡେଣା; ବିଶ୍ୱସ୍ତରୀୟ ତାଲିମ ପାଇବେ ଓଡ଼ିଶାର ଯୁବକ, ଆଗକୁ ବଢ଼ିଲା ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପ୍ରକଳ୍ପ
ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଶିକ୍ଷଣ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବ୍ରହ୍ମପୁର ଓ ସମ୍ବଲପୁରରେ ଦୁଇଟି ନୂଆ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିବାବେଳେ, ଜମି ହସ୍ତାନ୍ତର ପାଇଁ ପ୍ରଶାସନିକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

୨୦୨୬-୨୭ ରାଜ୍ୟ ବଜେଟରେ ଏହି ଦୁଇଟି ସ୍କିଲ୍ ସେଣ୍ଟର ପାଇଁ ୨୭୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଠାରେ ଆନ୍ତର୍ଜାତୀୟ ମାନର ପ୍ରଶିକ୍ଷଣ ଦିଆଯିବ, ଯାହା ଦେଶ ଓ ବିଦେଶରେ ରୋଜଗାର ସୁଯୋଗ ବଢ଼ାଇବାରେ ସହାୟକ ହେବ।

ବ୍ରହ୍ମପୁରରେ ୪୦ ଏକର ଜମି ଚିହ୍ନଟ

ଗଞ୍ଜାମ ଜିଲ୍ଲା କନିଷି ତହସିଲ ଅଧୀନ ଲାଉଡ଼ିଗାଁ ମୌଜାରେ ପ୍ରାୟ ୪୦ ଏକର ଜମି ଚିହ୍ନଟ କରାଯାଇଛି। ବୈଷୟିକ ବିଶେଷଜ୍ଞମାନେ ଲାଉଡ଼ିଗାଁ ଓ ସୀତଳାପଲ୍ଲୀ ଅଞ୍ଚଳ ପରିଦର୍ଶନ କରିବା ପରେ ଲାଉଡ଼ିଗାଁକୁ ଚୂଡ଼ାନ୍ତ ଭାବେ ବାଛିଛନ୍ତି।

ଏହି ସ୍ଥାନଟି IISER ବ୍ରହ୍ମପୁର ନିକଟରେ ଥିବା ସହ ସମୁଦ୍ର ଉପକୂଳ ନିକଟବର୍ତ୍ତୀ ହୋଇଥିବାରୁ ଏଠାରେ ମେରାଇନ୍ ଇଞ୍ଜିନିୟରିଂ ଓ ହସ୍ପିଟାଲିଟି ଭଳି ଚାହିଦାସମ୍ପନ୍ନ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା ରହିଛି।

ସମ୍ବଲପୁରରେ ୧୫ ଏକର ଜମି

ସମ୍ବଲପୁରର ବଡ଼ସିଂହାରୀ ମୌଜାରେ ପ୍ରାୟ ୧୫ ଏକର ସରକାରୀ ଜମି ଚିହ୍ନଟ କରାଯାଇଛି। ବର୍ତ୍ତମାନ ଏହି ଜମି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ଅଧୀନରେ ଥିବାରୁ ଏହାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନାମରେ ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଜିଲ୍ଲା ପ୍ରଶାସନକୁ ତୁରନ୍ତ ଜମି ବିଭାଜନ ଓ ହସ୍ତାନ୍ତର ପ୍ରସ୍ତାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁଇଟି ୱାର୍ଲ୍ଡ ସ୍କିଲ୍ ସେଣ୍ଟର କାର୍ଯ୍ୟକ୍ଷମ ହେବା ପରେ ହଜାର ହଜାର ଯୁବକ-ଯୁବତୀ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଶିକ୍ଷଣ ପାଇବେ। ଏହା ମାଧ୍ୟମରେ ସେମାନଙ୍କ ପାଇଁ ଦେଶ ଓ ବିଦେଶରେ ଉଚ୍ଚ ବେତନଯୁକ୍ତ ଚାକିରିର ସୁଯୋଗ ସୃଷ୍ଟି ହେବ।

ସରକାରଙ୍କ ଏହି ପଦକ୍ଷେପ ଓଡ଼ିଶାକୁ ପୂର୍ବ ଭାରତର ଏକ ପ୍ରମୁଖ ସ୍କିଲ୍ ଡେଭଲପମେଣ୍ଟ ହବ୍ ଭାବେ ପ୍ରତିଷ୍ଠିତ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ ବୋଲି ମନେ କରାଯାଉଛି।

୨୭୮ କୋଟିର ପ୍ରକଳ୍ପକୁ ମିଳିଲା ଗତି; ବ୍ରହ୍ମପୁର-ସମ୍ବଲପୁରରେ ଗଢ଼ିଉଠିବ ୨ ନୂଆ ୱର୍ଲ୍ଡ ସ୍କିଲ୍ ସେଣ୍ଟର; ଆରମ୍ଭ ହେଲା ଜମି ହସ୍ତାନ୍ତର ପ୍ରକ୍ରିୟା
ବ୍ରହ୍ମପୁର/ ସମ୍ବଲପୁର: ରାଜ୍ୟର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଶିକ୍ଷଣ ଦେବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ ଆଗକୁ ବଢ଼ିଛି। ବ୍ରହ୍ମପୁର ଓ ସମ୍ବଲପୁରରେ ଦୁଇଟି ନୂଆ ୱର୍ଲ୍ଡ ସ୍କିଲ୍ ସେଣ୍ଟର (WSC) ସ୍ଥାପନ ପାଇଁ ଜମି ଚିହ୍ନଟ ହୋଇଥିବାବେଳେ ଭୂମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।

ଚଳିତ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦୁଇ କେନ୍ଦ୍ର ସ୍ଥାପନ ପାଇଁ ୨୭୮ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ବଜେଟ ଘୋଷଣା ପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏହାର କାର୍ଯ୍ୟକାରୀ ପଦକ୍ଷେପ ନେଇଛି। ଏନେଇ ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ଆବଶ୍ୟକ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି।

ବ୍ରହ୍ମପୁରରେ କ୍ୟାମ୍ପସ ପାଇଁ ଗଞ୍ଜାମ ଜିଲ୍ଲା କନିଶି ତହସିଲ ଅଧୀନ ଲଉଡ଼ିଗାଁକୁ ଚୂଡ଼ାନ୍ତ ଭାବେ ଚୟନ କରାଯାଇଛି। ପ୍ରାୟ ୪୦ ଏକର ଜମି ଉପଲବ୍ଧ ଥିବା ସହ ଆଇଜର୍ ବ୍ରହ୍ମପୁର ନିକଟରେ ଅବସ୍ଥିତ ହେବା ଏବଂ ସମୁଦ୍ର ଉପକୂଳ ସହ ସଂଯୋଗ ଥିବାରୁ ଏହି ସ୍ଥାନକୁ ଅଧିକ ଉପଯୁକ୍ତ ବୋଲି ବିଶେଷଜ୍ଞ ଦଳ ସୁପାରିସ କରିଥିଲେ। ଭବିଷ୍ୟତରେ ଏଠାରେ ମେରିନ୍ ଇଞ୍ଜିନିୟରିଂ ଓ ହସ୍ପିଟାଲିଟି ଭଳି ଆଧୁନିକ ପାଠ୍ୟକ୍ରମ ଆରମ୍ଭ କରିବାର ସୁଯୋଗ ରହିବ।

ସେହିପରି ସମ୍ବଲପୁର ସଦର ତହସିଲ ଅଧୀନ ବଡ଼ସିଂହାରି ମୌଜାରେ ପ୍ରାୟ ୧୫ ଏକର ସରକାରୀ ଜମି ଚିହ୍ନଟ କରାଯାଇଛି। ଏହି ଜମି ବର୍ତ୍ତମାନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଥିବାରୁ ଏହାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନାମରେ ହସ୍ତାନ୍ତର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଭୁବନେଶ୍ୱରରେ ସଫଳତାର ସହ ଚାଲୁଥିବା ୱର୍ଲ୍ଡ ସ୍କିଲ୍ ସେଣ୍ଟର ଭଳି ଆଧୁନିକ ଶିକ୍ଷା ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଏବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିସ୍ତାର କରିବା ସରକାରଙ୍କ ଲକ୍ଷ୍ୟ। ଏହା ଫଳରେ ସେହି ଅଞ୍ଚଳର ଛାତ୍ରଛାତ୍ରୀମାନେ ନିଜ ଜିଲ୍ଲା ନିକଟରେ ରହି ବିଶ୍ୱମାନର ଦକ୍ଷତା ପ୍ରଶିକ୍ଷଣ ପାଇପାରିବେ।

ବିଭାଗୀୟ ସୂତ୍ର ଅନୁସାରେ, ଭୂମି ହସ୍ତାନ୍ତର କାମ ସମ୍ପୂର୍ଣ୍ଣ ହେବା ପରେ କ୍ୟାମ୍ପସ ନିର୍ମାଣ ପାଇଁ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ। ଏହି ଦୁଇ ୱର୍ଲ୍ଡ ସ୍କିଲ୍ ସେଣ୍ଟର କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଆନ୍ତର୍ଜାତିକ ମାନର ପ୍ରଶିକ୍ଷଣ ଓ ରୋଜଗାର ସୁଯୋଗ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

NEET ସେଣ୍ଟର ବାହାରେ ଭାବବିହ୍ୱଳ ଦୃଶ୍ୟ; ଦୁଇ ମିନିଟ୍‌ ବିଳମ୍ବ ପାଇଁ ଭାଙ୍ଗିଗଲା ଡାକ୍ତର ହେବାର ସ୍ୱପ୍ନ, କାନ୍ଦି କାନ୍ଦି ଅଚେତ ହେଲେ ବାପା
ମଧ୍ୟପ୍ରଦେଶ: ମାତ୍ର ଦୁଇ ମିନିଟ୍‌ର ବିଳମ୍ବ। ଆଉ ସେହି ଦୁଇ ମିନିଟ୍‌ ହିଁ ଛଡାଇନେଲା ଗୋଟିଏ ଛାତ୍ରୀର ଭବିଷ୍ୟତର ସୁଯୋଗ। ମଧ୍ୟପ୍ରଦେଶର ବିଦିଶାରୁ ଆସିଥିବା ଏହି ଦୃଶ୍ୟ ଆଜି ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକଙ୍କୁ ଭାବୁକ କରିଦେଇଛି।

NEET ପରୀକ୍ଷା ପାଇଁ ନିଜ ଝିଅକୁ ନେଇ ବିଦିଶାର ସରକାରୀ ଗର୍ଲ୍ସ କଲେଜ୍ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ଜଣେ ବାପା। କିନ୍ତୁ ଘଣ୍ଟାର କାଠି ସେମାନଙ୍କ ପକ୍ଷରେ ନଥିଲା। ନିର୍ଦ୍ଧାରିତ ସମୟ ଅପରାହ୍ନ ୧ଟା ୩୦ ମିନିଟ୍‌ରେ ଗେଟ୍ ବନ୍ଦ ହୋଇଯାଇଥିଲା। ବାପା-ଝିଅ ପହଞ୍ଚିଥିଲେ ୧ଟା ୩୨ ମିନିଟ୍‌ରେ।

ମାତ୍ର ଦୁଇ ମିନିଟ୍‌ ପାଇଁ ଝିଅକୁ ପରୀକ୍ଷା ହଲ୍‌କୁ ଯିବାକୁ ଅନୁମତି ମିଳିଲାନି। ବାପା ବାରମ୍ବାର ହାତ ଯୋଡ଼ି ଅଧିକାରୀଙ୍କୁ ଅନୁରୋଧ କଲେ। ଝିଅକୁ ଭିତରକୁ ଛାଡ଼ିଦେବା ପାଇଁ କାନ୍ଦି କାନ୍ଦି ଗୁହାରି କଲେ। କିନ୍ତୁ ନିୟମର ଦୁଆର ଖୋଲିଲାନି।

ଗେଟ୍‌ ବାହାରେ ନିରାଶ ହୋଇ ବସିପଡ଼ିଲେ ସେ। ନିଜକୁ ସମ୍ଭାଳି ନ ପରି ଭୋ ଭୋ ହୋଇ କାନ୍ଦି ତଳେ ପଡି ଅଚେତ ହେଇଗଲେ। ବର୍ଷ ବର୍ଷର ପରିଶ୍ରମ, ଅନେକ ତ୍ୟାଗ, ଅଗଣିତ ଆଶା ଓ ସ୍ୱପ୍ନ... ସବୁକିଛି ମୁହୂର୍ତ୍ତକ ମଧ୍ୟରେ ଭାଙ୍ଗିଯାଇଥିଲା।

ଏହି ଭିଡିଓ କେବଳ ଜଣେ ବାପାଙ୍କ ଅସହାୟତାର କାହାଣୀ ନୁହେଁ। ଏହା ସେହି ହଜାର ହଜାର ପରିବାରର କାହାଣୀ, ଯେଉଁମାନେ ସନ୍ତାନଙ୍କ ସ୍ୱପ୍ନ ପାଇଁ ଦିନରାତି ପରିଶ୍ରମ କରନ୍ତି। ଏହା ସେହି ଛାତ୍ରଛାତ୍ରୀଙ୍କ ବେଦନା, ଯେଉଁମାନେ ଗୋଟିଏ ପରୀକ୍ଷା ପାଇଁ ବର୍ଷ ବର୍ଷ ଧରି ପ୍ରସ୍ତୁତି କରନ୍ତି।

ନିୟମ ନିଶ୍ଚିତ ଭାବେ ଆବଶ୍ୟକ। ପରୀକ୍ଷା ପରିଚାଳନାରେ ସମୟାନୁବର୍ତ୍ତିତା ମଧ୍ୟ ଜରୁରୀ। କିନ୍ତୁ ଏହି ଘଟଣା ପରେ ସୋସିଆଲ ମିଡିଆରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠୁଛି, ମାତ୍ର ଦୁଇ ମିନିଟ୍‌ର ବିଳମ୍ବ ପାଇଁ କି ଜଣେ ଛାତ୍ରୀଙ୍କ ଗୋଟିଏ ବର୍ଷର ପରିଶ୍ରମ ଓ ସ୍ୱପ୍ନକୁ ଅଟକାଇ ଦେବା ଠିକ୍ କି?

ସେହି ଦିନ ଗେଟ୍‌ ବନ୍ଦ ହୋଇଥିଲା ମାତ୍ର ଦୁଇ ମିନିଟ୍‌ ପୂର୍ବରୁ। କିନ୍ତୁ ସେହି ଦୁଇ ମିନିଟ୍‌ରେ ହୁଏତ ଜଣେ ଝିଅର ଡାକ୍ତର ହେବାର ସ୍ୱପ୍ନ, ଜଣେ ବାପାଙ୍କ ଆଶା ଏବଂ ଗୋଟିଏ ପରିବାରର ଅପେକ୍ଷା ନିରବରେ ଭାଙ୍ଗି ଯାଇଥିଲା।

MBBS ସିଟ୍ ପାଇଁ ଛାତ୍ରଙ୍କ ଆବେଦନ ଖାରଜ କଲେ ଓଡ଼ିଶା ହାଇକୋର୍ଟ, କହିଲେ 'ଡବଲ୍ ବେନିଫିଟ୍' ନୁହେଁ, ନିୟମ ମାନିବାକୁ ପଡ଼ିବ
କଟକ: ମେଡିକାଲ୍ ପାଠପଢ଼ା ପାଇଁ MBBS ସିଟ୍ ହାସଲ କରିବାକୁ ଚେଷ୍ଟା କରୁଥିବା ଜଣେ NEET ପରୀକ୍ଷାର୍ଥୀଙ୍କୁ ବଡ଼ ଝଟକା ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ରାଜ୍ୟ ସରକାରୀ ବିଦ୍ୟାଳୟ (SGS) କୋଟା ଅଧୀନରେ MBBS ଆଡମିଶନ ଦାବି କରିଥିବା ଛାତ୍ରଙ୍କ ଆବେଦନକୁ ଖାରଜ କରି କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, “ଦୁଇଟି ଭିନ୍ନ ଶିକ୍ଷା ବୋର୍ଡର ସୁବିଧା ଏକାସାଙ୍ଗରେ ନିଆଯାଇପାରିବ ନାହିଁ।”

ମାମଲା ଅନୁଯାୟୀ, ସଂପୃକ୍ତ ଛାତ୍ର ୨୦୧୪ ମସିହାରେ CHSE ଅଧୀନରେ କଟକର ଏକ କଲେଜରୁ +୨ ପାସ୍ କରିଥିଲେ। ସେତେବେଳେ ତାଙ୍କର ଫିଜିକ୍ସ, କେମିଷ୍ଟ୍ରି ଓ ବାୟୋଲୋଜିର ମୋଟ ମାର୍କ ୫୦ ପ୍ରତିଶତରୁ ସାମାନ୍ୟ କମ୍ ଥିଲା। ମେଡିକାଲ୍ ଭର୍ତ୍ତି ପାଇଁ ଆବଶ୍ୟକ ଯୋଗ୍ୟତା ପୂରଣ କରିବାକୁ ସେ ୨୦୨୨ରେ NIOS ମାଧ୍ୟମରେ କେମିଷ୍ଟ୍ରି ପରୀକ୍ଷା ଦେଇ ମାର୍କ ବଢ଼ାଇଥିଲେ।

ପରେ NEET-UG 2025 ପରୀକ୍ଷାରେ ସେ ୭୨୦ରୁ ୨୬୪ ମାର୍କ ରଖିଥିଲେ। କିନ୍ତୁ MBBS ଭର୍ତ୍ତି ସମୟରେ SGS କୋଟା ଅଧୀନରେ ସିଟ୍ ଦାବି କରିବାରୁ ବିବାଦ ସୃଷ୍ଟି ହୋଇଥିଲା। କାଉନସେଲିଂ କର୍ତ୍ତୃପକ୍ଷ କହିଥିଲେ, ଯେହେତୁ ଛାତ୍ର ଯୋଗ୍ୟତା ପୂରଣ ପାଇଁ NIOS ମାର୍କ ବ୍ୟବହାର କରିଛନ୍ତି, ସେ ଆଉ କେବଳ ରାଜ୍ୟ ବୋର୍ଡର ଛାତ୍ର ଭାବେ SGS କୋଟାର ସୁବିଧା ପାଇପାରିବେ ନାହିଁ।

ଛାତ୍ରଙ୍କ ପକ୍ଷରୁ ଏହାକୁ ଅନ୍ୟାୟ ଓ ସମ୍ବିଧାନର ଧାରା-୧୪ ବିରୋଧୀ ବୋଲି ଦର୍ଶାଯାଇଥିଲା। NIOSକୁ ଜାତୀୟ ମେଡିକାଲ୍ କମିଶନ୍ ସ୍ୱୀକୃତି ଦେଇଥିବା ଯୁକ୍ତି ମଧ୍ୟ ରଖାଯାଇଥିଲା। ତଥାପି ହାଇକୋର୍ଟ କାଉନସେଲିଂ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ବଜାୟ ରଖିଛନ୍ତି।

କୋର୍ଟ କହିଛନ୍ତି, SGS କୋଟା କେବଳ ସେହି ଛାତ୍ରଛାତ୍ରୀଙ୍କ ପାଇଁ, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରୀ ବିଦ୍ୟାଳୟ ବ୍ୟବସ୍ଥାରେ ପଢ଼ିଛନ୍ତି। ଏହି ରାୟ ଆଗାମୀ ଦିନରେ ମେଡିକାଲ୍ ଆଡମିଶନ ଓ ସଂରକ୍ଷଣ ନୀତି ସମ୍ପର୍କିତ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନଜିର ସୃଷ୍ଟି କରିବ ବୋଲି ଆଇନ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ବାଲେଶ୍ୱର ଅଘଟଣ ପରେ ଆକ୍ସନ୍ ମୋଡ୍‌ରେ ସରକାର; ଛାତ୍ରୀଙ୍କ ସୁରକ୍ଷା ପାଇଁ ଆସିଲା ‘ଶକ୍ତିଶ୍ରୀ’ ଆପ୍
ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜର ଅଘଟଣ ପରେ ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଶକ୍ତିଶ୍ରୀ’ ନାମକ ଏକ ନୂତନ ମୋବାଇଲ ଆପ୍ ଲଞ୍ଚ୍ କରିଛନ୍ତି, ଯାହା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟକାରୀ ହେବ। ଏହି ଆପ୍ ମାଧ୍ୟମରେ ଛାତ୍ରୀମାନେ ନିଜ ପରିଚୟ ଗୋପନ ରଖି ମାତ୍ର ଗୋଟିଏ କ୍ଲିକ୍‌ରେ ଅଭିଯୋଗ ଜଣାଇପାରିବେ।

୨୪×୭ ଆଲର୍ଟ ସିଷ୍ଟମ୍‌ ସହିତ ଜଡିତ ଏହି ଆପ୍ ଯେକୌଣସି ଅପ୍ରୀତିକର ଘଟଣାର ତୁରନ୍ତ ସୂଚନା ସମ୍ପର୍କିତ କର୍ତ୍ତୃପକ୍ଷଙ୍କୁ ପହଞ୍ଚାଇବ। ସରକାରଙ୍କ ମତରେ, ଏହା କେବଳ ସୁରକ୍ଷା ନୁହେଁ, ଛାତ୍ରୀଙ୍କ ମନରେ ସାହସ ଓ ଆତ୍ମବିଶ୍ୱାସ ଭରିବାର ଏକ ଦୃଢ଼ ପଦକ୍ଷେପ। ଶିକ୍ଷାବିତ୍ ଓ ଅଭିଭାବକମାନେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

ଜାତୀୟ ଶିକ୍ଷା ନୀତି-୨୦୨୦ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଶିକ୍ଷା ହେଉଛି ମାନବ ପ୍ରଗତିର ମୂଳ ଆଧାର। ନୂଆ ଶିକ୍ଷା ନୀତି ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନୂଆ ଦିଗ ଦେଇଛି।” ସେ କହିଛନ୍ତି, ରାଜ୍ୟରେ ୧୮ଟି ନୂଆ ବିଶ୍ୱବିଦ୍ୟାଳୟ, ଦୁଇଟି ଇଞ୍ଜିନିୟରିଂ ଓ ଦୁଇଟି କୃଷି ମହାବିଦ୍ୟାଳୟ ନିର୍ମାଣ ହେବା ସହ ଐତିହ୍ୟ ବିଦ୍ୟାଳୟମାନଙ୍କୁ ପ୍ରାଥମିକତା ଦିଆଯାଉଛି।

‘ଶକ୍ତିଶ୍ରୀ’ ଆପ୍‌ର ଶୁଭାରମ୍ଭ ସହ ସରକାର ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, "ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ସହ କୌଣସି ସମଝୌତା ନାହିଁ। ଏହା ନିଶ୍ଚିତଭାବେ ଉଚ୍ଚଶିକ୍ଷା ପରିବେଶକୁ ଅଧିକ ସୁରକ୍ଷିତ, ସଶକ୍ତ ଓ ନିର୍ଯାତନାମୁକ୍ତ କରିବ"। ଏହି ପଦକ୍ଷେପ ଆଗାମୀ ଦିନରେ ଉଚ୍ଚଶିକ୍ଷାନୁଷ୍ଠାନରେ ସୁରକ୍ଷିତ ପରିବେଶ ଗଢ଼ି ତୋଳିବ ବୋଲି ଆଶା କରାଯାଉଛି।

ଅଧିକ ପଢନ୍ତୁ: ମୋବାଇଲରେ ଆସିଲା କି ‘ଇମର୍ଜେନ୍ସି ଆଲର୍ଟ’; ହୁଅନ୍ତୁ ନାହିଁ ଭୟଭୀତ, ଏହା କେବଳ ପରୀକ୍ଷା ମାତ୍ର

ରାଜ୍ୟରେ ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ ନିଯୁକ୍ତିକୁ ମଞ୍ଜୁରୀ; ୩୦ ଜିଲ୍ଲାରେ ଚାକିରି ସୁଯୋଗ, ଶୀଘ୍ର ଆରମ୍ଭ ଆବେଦନ
ଭୁବନେଶ୍ୱର: ରାଜସ୍ୱ ବିଭାଗରେ ବଡ଼ ନିଯୁକ୍ତି ସୁଯୋଗ। ଓଡ଼ିଶା ସରକାର ୧୩୬୩ଟି ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ (JRA) ପଦବୀରେ ନିଯୁକ୍ତି ପାଇଁ ମଞ୍ଜୁରୀ ଦେଇଛନ୍ତି। ଏହି ନିଯୁକ୍ତି ରାଜ୍ୟର ୩୦ଟି ଜିଲ୍ଲାରେ କରାଯିବ, ଯାହା ଯୁବମାନଙ୍କ ପାଇଁ ବଡ଼ ସୁଯୋଗ ଆଣିଛି।

ଏହି ନିଷ୍ପତ୍ତି ଅର୍ଥ ବିଭାଗର ପ୍ରଧାନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଗ୍ରହଣ କରାଯାଇଛି।  ଏ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି l ଏହି ପଦବୀଗୁଡ଼ିକୁ ରାଜ୍ୟର ୩୦ଟି ଜିଲ୍ଲାରେ ସିଧାସଳଖ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ କରାଯିବ ।

ସୂଚନା ଅନୁସାରେ, ସମସ୍ତ ପଦବୀ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରାଯିବ। ଜିଲ୍ଲା ଅନୁସାରେ ଖାଲି ପଦବୀ ବିବରଣୀ ସହିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, SEBC, ମହିଳା, ନିଶକ୍ତଜନ, ପୂର୍ବ ସେନା ସଦସ୍ୟ ଓ କ୍ରୀଡ଼ାବିଦଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ନିର୍ଦ୍ଦିଷ୍ଟ କରାଯାଇଛି।

ଜିଲ୍ଲାପାଳମାନଙ୍କୁ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ (OSSSC) ସହ ସମନ୍ୱୟ କରି ଶୀଘ୍ର ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ରାଜ୍ୟର ରେଭେନ୍ୟୁ ପ୍ରଶାସନକୁ ଆହୁରି ଶକ୍ତିଶାଳୀ କରାଯିବା ସହ ସାଧାରଣ ଲୋକଙ୍କୁ ସେବା ଦେବାରେ ଗତି ଆସିବ ବୋଲି ଆଶା କରାଯାଉଛି। ଅଧିକାରୀମାନଙ୍କ ମତରେ, ଏହି ପଦବୀ ପୂରଣ ହେଲେ ଗ୍ରାମ୍ୟ ସ୍ତରରେ ପ୍ରଶାସନିକ କାର୍ଯ୍ୟ ଦ୍ରୁତ ହେବ ଓ ଲୋକସେବା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ଏହି ନିଷ୍ପତ୍ତି ରାଜ୍ୟରେ ଚାକିରି ସୁଯୋଗ ବୃଦ୍ଧି ସହ ପ୍ରଶାସନିକ କ୍ଷମତାକୁ ଆହୁରି ମଜବୁତ କରିବାରେ ମୁଖ୍ୟ ଭୂମିକା ନେବ।

ବୋନସ୍ ମଦର କଣ,ଆମେରିକା ଓ ୟୁରୋପରେ କାହିଁକି ବଢିଲାଣି ଏଭଳି ଚଳଣି ?
ଆମେରିକା ଏବଂ ୟୁରୋପରେ ଏବେ ବୋନସ ମଦର ମାନଙ୍କୁ ନେଇ ଢେର ଚର୍ଚ୍ଚା ହେଉଛି।  ପ୍ରକୃତରେ 'ବୋନସ୍ ମଦର'ର ଶାବ୍ଦିକ ଅର୍ଥ ହେଉଛି ଅତିରିକ୍ତ ମା'। ଏହା ଏପରି ଜଣେ ମହିଳାଙ୍କ ପାଇଁ ବ୍ୟବହାର କରାଯାଏ, ଯିଏ ନିଜ ସାଥୀଙ୍କ ପୂର୍ବ ସମ୍ପର୍କରୁ ହୋଇଥିବା ପିଲାମାନଙ୍କର ଦେଖାଶୁଣା କରନ୍ତି। ଅର୍ଥାତ ଏମିତି  ମା', ଯିଏ ଅସଲି ମା' ନହୋଇ ମଧ୍ୟ କିଛି ଖାସ୍ ଏମିତି କରନ୍ତି ଯେ ତାଙ୍କୁ ସକାରାତ୍ମକ ଭାବରେ ଏମିତି କୁହାଯିବାକୁ ଲାଗେ।

ୟୁରୋପ ଏବଂ ଆମେରିକାରେ ଏହାର ବ୍ୟବହାର କିଛି ବର୍ଷ ପୂର୍ବରୁ ହିଁ ଆରମ୍ଭ ହୋଇଯାଇଥିଲା। ଏବେ ଏହା ବହୁତ ଅଧିକ କୁହାଗଲାଣି। ଏହା ଏକ ଖାସ୍ ପ୍ରକାରର ସାବତ ମା'ଙ୍କ ପାଇଁ ବ୍ୟବହାର କରାଯାଏ।

ବୋନସ୍ ମଦର ଏକ ଏପରି ଶବ୍ଦ ଯାହାର ବ୍ୟବହାର ସଉତୁଣୀ ମା'ଙ୍କ ପାଇଁ କରାଯାଏ। ଏହା ଏପରି ଜଣେ ମହିଳା ହୋଇଥାନ୍ତି, ଯିଏ ନିଜ ସ୍ୱାମୀଙ୍କ ପ୍ରଥମ ବିବାହରୁ ହୋଇଥିବା ପିଲାମାନଙ୍କର ଯତ୍ନ ନିଅନ୍ତି। ବୋନସ୍ ମଦର ଶବ୍ଦର ବ୍ୟବହାର ସେହି ମହିଳାମାନଙ୍କ ପାଇଁ ମଧ୍ୟ କରାଯାଇପାରେ, ଯେଉଁମାନେ ନିଜ ସାଥୀଙ୍କ ପ୍ରଥମ ବିବାହରୁ ହୋଇଥିବା ପିଲାମାନଙ୍କ ସହ ରହନ୍ତି, କିନ୍ତୁ ସାଥିଙ୍କୁ ବିବାହ କରନ୍ତି ନାହିଁ।

ବୋନସ୍ ମଦର ଏବଂ ସାବତ ମା' ମଧ୍ୟରେ ପାର୍ଥକ୍ୟ

ବୋନସ୍ ମଦର ଏବଂ ସାବତ ମା' ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି। ବୋନସ୍ ମଦର ଶବ୍ଦରେ ଏକ ସକାରାତ୍ମକ ଅର୍ଥ ଥାଏ, ଯଦିଓ ସାବତ  ମା' ଶବ୍ଦରେ ଏକ ନକାରାତ୍ମକ ଅର୍ଥ ଥାଇପାରେ।

ବୋନସ୍ ମଦର ହେବାର ଅନେକ କାରଣ ଥାଇପାରେ। କିଛି ମହିଳା ନିଜ ସାଥୀଙ୍କ ପ୍ରଥମ ବିବାହରୁ ହୋଇଥିବା ପିଲାମାନଙ୍କୁ ଭଲ ପାଆନ୍ତି ଏବଂ ସେମାନଙ୍କର ଯତ୍ନ ନେବାକୁ ଚାହାନ୍ତି। ଅନ୍ୟ କିଛି ମହିଳା ନିଜ ସାଥୀଙ୍କ ପ୍ରଥମ ବିବାହରୁ ହୋଇଥିବା ପିଲାମାନଙ୍କ ସହ ଏକ ଦୃଢ଼ ସମ୍ପର୍କ ଗଢ଼ିବାକୁ ଚାହାନ୍ତି। କିଛି ମହିଳା ସେମାନଙ୍କୁ ଏକ ସ୍ଥିର ଏବଂ ଭଲପାଇବା ଭରା ଘର ଦେବାକୁ ଚାହାନ୍ତି।

କାହିଁକି ଏହା ଏକ ଆହ୍ୱାନପୂର୍ଣ୍ଣ ଭୂମିକା

ବୋନସ୍ ମଦର ହେବା ଏକ ଆହ୍ୱାନପୂର୍ଣ୍ଣ କାମ ହୋଇପାରେ। ଜଣେ ବୋନସ୍ ମଦରଙ୍କୁ ନିଜ ସାଥୀଙ୍କ ପ୍ରଥମ ବିବାହର ପିଲାମାନଙ୍କ ସହ ସମ୍ପର୍କ ଗଢ଼ିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ତାଙ୍କୁ ସେହି ପିଲାମାନଙ୍କର ବାପା-ମା'ଙ୍କ ସହ ମଧ୍ୟ କାମ କରିବାକୁ ପଡ଼ିଥାଏ ଏବଂ ପିଲାମାନଙ୍କର ଆବଶ୍ୟକତା ପୂରଣ କରିବାକୁ ହୋଇଥାଏ।

ଏହି ଶବ୍ଦର ଇତିହାସ କ'ଣ?

'ବୋନସ୍ ମଦର' ଶବ୍ଦ ଅପେକ୍ଷାକୃତ ନୂଆ। ଏହାର ସଠିକ୍ ଇତିହାସ ବିଷୟରେ କହିବା କଷ୍ଟକର। ତଥାପି ଏହି ଶବ୍ଦ ଗତ ଦୁଇ ଦଶନ୍ଧି ମଧ୍ୟରେ ଆମେରିକା ଏବଂ ୟୁରୋପରେ ବହୁତ ଲୋକପ୍ରିୟ ହୋଇଛି। ୧୯୯୦ ଦଶକ ପରେ ଏହାର ପ୍ରଚଳନ ବଢ଼ିଲା, ଯେତେବେଳେ ସେଠାରେ ଛାଡ଼ପତ୍ର ଏବଂ ପୁନର୍ବିବାହ ବୃଦ୍ଧି ପାଇଲା। ଏସୀୟ ଦେଶଗୁଡ଼ିକରେ ଏବେ ମଧ୍ୟ ଏହି ଶବ୍ଦର ସାଧାରଣତଃ ପ୍ରୟୋଗ ହେଉନାହିଁ।

ଶାବ୍ଦିକ ଅର୍ଥ କ'ଣ?

ଏହି ଶବ୍ଦ ଇଂରାଜୀର "Bonus Mother" ରୁ ନିଆଯାଇଛି, ଯେଉଁଠାରେ "Bonus" ର ଅର୍ଥ ହେଉଛି "ଅତିରିକ୍ତ" ଏବଂ "Mother" ର ଅର୍ଥ ହେଉଛି "ମା'"। ଏସୀୟ ସଂସ୍କୃତିରେ ପରିବାର ଏବଂ ସମ୍ପର୍କକୁ ବ୍ୟାଖ୍ୟା କରିବା ପାଇଁ ପାରମ୍ପରିକ ଶବ୍ଦାବଳୀ ଅଧିକ ପ୍ରଚଳିତ। ଭାରତ ଭଳି ଦେଶରେ ସାବତ ମା', ଧରମ ମା ବା ଅନ୍ୟ ମହିଳାମାନଙ୍କୁ ମାତୃତ୍ୱର ଭୂମିକାରେ ଦେଖାଯାଇପାରେ, କିନ୍ତୁ ସେମାନଙ୍କୁ 'ବୋନସ୍ ମଦର' ଭଳି ଆଧୁନିକ ଶବ୍ଦରେ ସମ୍ବୋଧନ କରିବାର ପରମ୍ପରା ନାହିଁ।

ମା' କେତେ ପ୍ରକାରର?

• ସାବତ ମା': ଯିଏ ବ୍ୟକ୍ତିର ବାପାଙ୍କୁ ବିବାହ କରିଛନ୍ତି, କିନ୍ତୁ ଜୈବିକ ମା' ନୁହଁନ୍ତି।

• ପାଳକ ମା' : ଯିଏ ଆଇନଗତ ବା ଅନୌପଚାରିକ ଭାବେ ଶିଶୁର ଯତ୍ନ ନିଅନ୍ତି।

• ଦତ୍ତକ ମା' : ଯିଏ ଆଇନଗତ ଭାବେ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି।

• ସହ-ମାତା : ସେହି ମହିଳାମାନେ ଯେଉଁମାନେ ପିଲାଙ୍କୁ ପାଳିବାରେ ଏକାଠି କାମ କରନ୍ତି।

ସମ୍ପର୍କର କିଛି ନୂଆ ଶବ୍ଦ

• ବୋନସ୍ ଫାଦର : ସାବତ ବାପାଙ୍କ ପାଇଁ ଏକ ସ୍ନେହପୂର୍ଣ୍ଣ ଏବଂ ସକାରାତ୍ମକ ଶବ୍ଦ।

• ବୋନସ୍ ଚାଇଲ୍ଡ : ସାବାତ ପିଲା ଯିଏ ପରିବାରର ଏକ ମୂଲ୍ୟବାନ ସଦସ୍ୟ।

• ଟ୍ରାଇବ୍  ଘନିଷ୍ଠ ବନ୍ଧୁ ବା ସମର୍ଥକଙ୍କ ଗୋଷ୍ଠୀ, ଯେଉଁମାନେ ପରିବାର ଭଳି ଅନୁଭବ ହୁଅନ୍ତି।

ଦେଶରେ ଚାକିରି ପାଇଁ ଲଢ଼ୁଛନ୍ତି ୪୦% ଶିକ୍ଷିତ ଗ୍ରାଜୁଏଟ୍‌; AI ଓ IT ଉପରେ ନିର୍ଭରଶୀଳ ଭାରତର ଅର୍ଥନୀତି, ସରକାର ଓ ଶିଳ୍ପ ପାଇଁ ବଡ଼ ଆହ୍ୱାନ
ନୂଆଦିଲ୍ଲୀ: ଭାରତ ବିଶ୍ୱର ସବୁଠାରୁ ଯୁବ ଦେଶ। ୧୫ରୁ ୨୯ ବର୍ଷ ବୟସର ପ୍ରାୟ ୩୬୭ ମିଲିୟନ୍ ଯୁବକମାନେ ଦେଶର ଭବିଷ୍ୟତ ଏବଂ ଅର୍ଥନୀତିର ମେରୁଦଣ୍ଡ। କିନ୍ତୁ ଏକ ଚିନ୍ତାଜନକ ତଥ୍ୟ ଆସିଛି, ଏଥିରେ ଶିକ୍ଷାର ସ୍ତର ବଢ଼ିଲେ ମଧ୍ୟ, ଗ୍ରାଜୁଏଟ୍ ବେକାରୀ ଆକାଶଛୁଆଁ ହୋଇଛି।

କଣ କହୁଛି ତଥ୍ୟ

• ୧୫–୨୫ ବର୍ଷ ବୟସର ପ୍ରାୟ ୪୦% ଗ୍ରାଜୁଏଟ୍ ବେକାର।
• ଗତ ୪ ଦଶକରେ ଶିକ୍ଷା ବୃଦ୍ଧି ପାଇଛି, ଗରିବ ପରିବାରର ପିଲାମାନେ କଲେଜ ଯାଉଛନ୍ତି।
• କିନ୍ତୁ ସ୍ଥାୟୀ ଚାକିରି ନ ମିଳିବାରୁ ସଂଘର୍ଷ।
• ୮୩ ମିଲିୟନ୍ ନୂଆ ନିଯୁକ୍ତି ଗତ ୨ ବର୍ଷରେ ସୃଷ୍ଟି ହୋଇଛି, ଅଧିକାଂଶ କୃଷି କ୍ଷେତ୍ରରେ ଏବଂ ଅତି କମ୍ ଆୟରେ।

ବେକାରୀର କାରଣ

• ଭାରତର ଅର୍ଥନୈତିକ ମଡେଲ୍ ସେବା-କ୍ଷେତ୍ର ଓ IT ଉପରେ ନିର୍ଭରଶୀଳ।
• ମାନୁଫାକ୍ଚରିଂ/ନିର୍ମାଣ ଉପରେ ପ୍ରଚୁର ଚାକିରି ନାହିଁ।
• AI ଏବଂ automation ବୃଦ୍ଧିରେ ଏଣ୍ଟ୍ରି-ଲେଭଲ୍ ଚାକିରି ସଙ୍କଟ ଦେଖାଯାଉଛି।

ଯୁବ ସଂଖ୍ୟା ଓ ଭବିଷ୍ୟତ

• ୨୦୧୭ ପରେ ଉଚ୍ଚଶିକ୍ଷାରେ ଯୁବକମାନଙ୍କ ସଂଖ୍ୟା ହ୍ରାସ।
• ଅନେକ ପରିବାର ପ୍ରତିପୋଷଣ ପାଇଁ ଯୁବକମାନେ ପଢ଼ା ଛାଡ଼ି କମ୍ ମଜୁରୀ କାମ କରୁଛନ୍ତି।
• ୨୦୩୦ ପରେ ଭାରତର କାର୍ଯ୍ୟକ୍ଷମ ଯୁବ ସଂଖ୍ୟା କମିବାର ଆଶଙ୍କା।

ଅନ୍ୟ ଏକ ଚିନ୍ତାଜନକ ବିଷୟ ହେଉଛି, ୨୦୧୭ ପରଠାରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଯୁବକମାନଙ୍କ ସଂଖ୍ୟା ହ୍ରାସ ପାଇଛି। ପରିବାର ପ୍ରତିପୋଷଣ ପାଇଁ ଅନେକ ଯୁବକ ପାଠପଢ଼ା ଛାଡ଼ି କମ୍ ମଜୁରୀରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ଏଥିସହିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, AI ର ଆଗମନ ହେତୁ ଏଣ୍ଟ୍ରି ଲେଭଲ୍ ଚାକିରି ଉପରେ ମଧ୍ୟ ବିପଦ ଦେଖାଦେଇଛି। ସମୟ ଆମ ହାତରୁ ଖସିଯାଉଛି। ୨୦୩୦ ପରେ ଭାରତର କାର୍ଯ୍ୟକ୍ଷମ ଜନସଂଖ୍ୟା କମିବାକୁ ଲାଗିବ।

ବିଶେଷଜ୍ଞଙ୍କ ଅନୁସାରେ, ଯଦି ଭାରତର ବିଶାଳ ଯୁବ ଶକ୍ତିକୁ ସମୟରେ କାମରେ ଲାଗାଯିବ ନାହିଁ, ତେବେ ଏହାର “ଡେମୋଗ୍ରାଫିକ୍ ଡିଭିଡେଣ୍ଡ” ବେକାରୀ ଏକ ବଡ଼ ସଙ୍କଟରେ ପରିଣତ ହୋଇପାରେ। ସରକାର ଏବଂ ଶିଳ୍ପ ଜଗତର ସମନ୍ୱୟ ଏବେ ଅତ୍ୟନ୍ତ ଆବଶ୍ୟକ।