Khabar Odisha

ସହରରେ ଅଧିକ ଅସୁରକ୍ଷିତ ଅନୁଭବ କରୁଛନ୍ତି ମହିଳା
ନୂଆଦିଲ୍ଲୀ: ୨୦୨୫ ମସିହାରେ ଭାରତରେ ମହିଳା ସୁରକ୍ଷା ଏକ ଜଟିଳ ସମସ୍ୟା ହୋଇ ଛିଡ଼ା ହୋଇଛି । ବିଶେଷକରି ସହରରେ ମହିଳା ମାନେ ନିଜକୁ ଅଧିକ ଅସୁରିକ୍ଷତ ଅନୁଭବ କରୁଛନ୍ତି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁଯାୟୀ ଦେଶର ୪୦% ମହିଳା ସହରଗୁଡ଼ିକରେ ଅସୁରକ୍ଷିତ ଅନୁଭବ କରନ୍ତି।

ଏସସିଆରବି ରିପୋର୍ଟ ଅନୁଯାୟୀ ୨୦୨୩ରେ ମହିଳା ବିରୋଧୀ ଅପରାଧର ୪,୪୮,୨୧୧ ମାମଲା ପଞ୍ଜିକୃତ ହୋଇଥିଲା । ଯାହା ୨୦୨୨ରେ ୪,୪୫,୨୫୬ ମାମଲାରୁ ସାମାନ୍ୟ ବୃଦ୍ଧି ପାଇଛି। ଜାତୀୟ ଅପରାଧ ହାର ପ୍ରତି ଲକ୍ଷ ମହିଳାଙ୍କ ପାଇଁ ୬୬.୨ ମାମଲା ଥିଲା, ସ୍ୱାମୀ କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ନିଷ୍ଠୁରତା ୨୯.୮% ସବୁଠାରୁ ପ୍ରମୁଖ ବର୍ଗରେ ରହିଛି । ତେବେ ସହରରେ ମହିଳାମାନେ ନିଜକୁ ଅଧିକ ଅସୁରକ୍ଷିତ ଅନୁଭବ କରୁଛନ୍ତି । ଜାତୀୟ ମହିଳା କମିଶନର ଜାତୀୟ ବାର୍ଷିକ ରିପୋର୍ଟ ଏବଂ ମହିଳା ସୁରକ୍ଷା ସୂଚକାଙ୍କ ୨୦୨୫ ସର୍ଭେ ଅନୁଯାୟୀ ୩୧ଟି ସହରର ୧୨ ହଜାର ୭୭୦ ମହିଳାଙ୍କ ସହିତ ସାକ୍ଷାତକାର ଉପରେ ଆଧାରିତ, ଦେଶରେ ୪୦% ମହିଳା ସହରଗୁଡ଼ିକରେ ଅସୁରକ୍ଷିତ ଅନୁଭବ କରନ୍ତି।

୨୦୨୪ରେ ୭% ମହିଳା ସାର୍ବଜନୀନ ସ୍ଥାନରେ ନିର‌୍ୟ୍ୟାତନାର ସମ୍ମୁଖୀନ ହୋଇଥିଲେ, ଯାହା ୧୮-୨୪ ବର୍ଷ ବୟସର ଯୁବତୀଙ୍କ ମଧ୍ୟରେ ୧୪% କୁ ବୃଦ୍ଧି ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରାୟ ଦୁଇ-ତୃତୀୟାଂଶ ବା ୬୭% ନିର୍ଯ୍ୟାତନା ଘଟଣା ରିପୋର୍ଟ କରାଯାଏ ନାହିଁ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ର ତଥ୍ୟ ଅନୁସାରେ ପ୍ରାୟ ୩୨% ବିବାହିତ ମହିଳା ସେମାନଙ୍କ ଜୀବନକାଳରେ ସେମାନଙ୍କ ସ୍ୱାମୀଙ୍କଠାରୁ ଶାରୀରିକ, ଯୌନ କିମ୍ବା ଭାବପ୍ରବଣ ହିଂସାର ସମ୍ମୁଖୀନ ହୋଇଛନ୍ତି । ଘରୋଇ ହିଂସା, ସାର୍ବଜନୀନ ଉତ୍ପୀଡ଼ନ, ଅନଲାଇନ୍ ଧମକ ଏବଂ ଜଣାଶୁଣା ଅପରାଧୀମାନଙ୍କ ଦ୍ୱାରା ନିର୍ଯ୍ୟାତନା ପ୍ରାୟତଃ ରିପୋର୍ଟ କରାଯାଇ ନଥାଏ, କାରଣ ସାମାଜିକ ଚାପ, ପାରିବାରିକ ସମ୍ମାନ, ପୋଲିସ ପ୍ରତି ଅବିଶ୍ୱାସ ଏବଂ ଲମ୍ବା ଆଇନଗତ ପ୍ରକ୍ରିୟା ଯୋଗୁଁ ମାମଲା ହୋଇ ନ ଥାଏ ।

ମହିଳା ହିଂସାରେ ତେଲେଙ୍ଗାନା (୧୨୪.୯), ରାଜସ୍ଥାନ (୧୧୪.୮), ଏବଂ ଦିଲ୍ଲୀ (୧୩୩.୬) ରେ ହାର ଜାତୀୟ ହାରାହାରି ଦୁଇଗୁଣରୁ ଅଧିକ । ପଡ଼ୋଶୀ ଦ୍ୱାରା ୩୮% ଏବଂ ସାର୍ବଜନୀନ ପରିବହନ ୨୯% ନିର‌୍ୟ୍ୟାତନାର ପ୍ରମୁଖ ସ୍ଥାନ ହୋଇ ରହିଛି।

ବିଶେଷଜ୍ଞମାନେ କହିଛନ୍ତି ଯେ ୨୦୨୫ ରେ ମହିଳା ସୁରକ୍ଷା ଏକ ନିତିଦିନିଆ ଯୁଦ୍ଧରେ ପରିଣତ ହୋଇଛି । ଯେଉଁଠାରେ ନୀରବତା ଏବଂ ଆପୋଷ ବୁଝାମଣା ପ୍ରାୟତଃ ନ୍ୟାୟ ବ୍ୟବସ୍ଥାକୁ ପଛରେ ପକାଇ ଦେଉଛି । ପୋଲିସ ସଂସ୍କାର, ସାମାଜିକ ସଚେତନତା ଏବଂ ପ୍ରଭାବଶାଳୀ କାର୍ଯ୍ୟକାରୀତା ଆବଶ୍ୟକ।

ଅଧିକ ପଢ଼ନ୍ତୁ:-ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର; ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା: ଟିଏମସି ନେତାଙ୍କୁ ୫ ବର୍ଷ ଓ ପୁଅକୁ ଆଜୀବନ କାରାଦଣ୍ଡ
କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଏକ ନାବାଳିକାକୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସର ନେତା ଏବଂ ତାଙ୍କ ପୁଅକୁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ । ରାଣାଘାଟ ଅତିରିକ୍ତ ଜିଲ୍ଲା ଦୌରାଜଜ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ମଙ୍ଗଳବାର ଦଣ୍ଡାଦେଶ ଶୁଣାଇଛନ୍ତି ।

ଗତକାଲି ଜିଲ୍ଲା ଦୌରାଜଜ ୨୦୨୨ରେ ହଂସଖାଲିରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସମସ୍ତ ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ଦୋଷୀମାନଙ୍କ ପାଇଁ ଦଣ୍ଡାଦେଶ ଶୁଣାଇଛନ୍ତି । ଘଟଣାର ପ୍ରାୟ ସାଢ଼େ ତିନି ବର୍ଷ ପରେ, ଜିଲ୍ଲା କୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି, ତିନି ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସ୍ଥାନୀୟ ଟିଏମସି ନେତା ତୃଣମୂଳ କଂଗ୍ରେସ ନେତା ସମରେନ୍ଦ୍ର ଗୋଆଲିଙ୍କ ପୁଅ ବ୍ରଜଗୋପାଳ ଗୋଆଲି ଓରଫ୍ ସୋହେଲ, ପ୍ରଭାକର ପୋଦ୍ଦାର ଏବଂ ରଞ୍ଜିତ ମଲ୍ଲିକଙ୍କ ଆଜୀବନ କାରଦଣ୍ଡରେ ଦଣ୍ଡିତ କରାଯାଇଛି । ସେହିପରି ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ସମରେନ୍ଦ୍ର ଗୋଆଲି, ଦିପ୍ତ ଗୋଆଲି ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପାଞ୍ଚ ବର୍ଷ ଲେଖାଏଁ ଜେଲଦଣ୍ଡ ଦିଆଯାଇଛି। ସମରେନ୍ଦ୍ରଙ୍କ ଉପରେ ଘଟଣାରେ ସମ୍ପୃକ୍ତି ଏବଂ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ଥିଲା। ପୀଡ଼ିତାଙ୍କ ପରିବାରକୁ ଭୟଭୀତ କରିବା, ମୃତଦେହକୁ ଶ୍ମଶାନକୁ ନେବାକୁ ବାଧ୍ୟ କରିବା ଏବଂ ଷଡ଼ଯନ୍ତ୍ରରେ ସାମିଲ ହେବା ଅଭିଯୋଗରେ ନାବାଳିକାଙ୍କ ପଡ଼ୋଶୀ ଅଂଶୁମାନ ବାଗଚିଙ୍କୁ ତିନି ବର୍ଷ ଜେଲଦଣ୍ଡ ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ସମ୍ପୃକ୍ତ ନଅ ଜଣଙ୍କ ମଧ୍ୟରୁ ଦୁଇଜଣ ନାବାଳକ ଅଟନ୍ତି । ସେମାନଙ୍କୁ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ଜରିମାନା କରାଯାଇଛି । କୋର୍ଟ ତଦାରଖରେ ସେମାନଙ୍କୁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୪ ଏପ୍ରିଲ, ୨୦୨୨ରେ ନଦିଆ ଜିଲ୍ଲାର ହଂସଖାଲିରେ ଲୋମ ହର୍ଷଣକାରୀ ଗଣଦୁଷ୍କର୍ମ ଘଟିଥିଲା। ଜଣେ ଶାସକ ଦଳର ପଞ୍ଚାୟତ ନେତାଙ୍କ ପୁଅ ଜଣେ ୧୪ ବର୍ଷୀୟା ଝିଅକୁ ତାଙ୍କ ଜନ୍ମଦିନ ପାର୍ଟିକୁ ନିମନ୍ତ୍ରଣ କରିଥିଲେ । ଏହି ଜନ୍ମ ଦିନ ପାର୍ଟିରେ, ଝିଅଟି ଗଣଦୁଷ୍କର୍ମର ଶିକାର ହୋଇଥିଲା। ପୀଡ଼ିତାଟି ଗୁରୁତର ଆହତ ହୋଇଥିଲା ଏବଂ ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା।

୧୪ କୋଟି ଠକେଇ ଅଭିଯୋଗରେ ଭଦ୍ରାଣୀ ଡିଜେ ମାଲିକ ଗିରଫ

ସ୍ମୃତି ମାନ୍ଧାନାଙ୍କ ଆଉ ଏକ ରେକର୍ଡ, ୪୦୦୦ ରନ୍ କରିବାରେ ହେଲେ ପ୍ରଥମ ଭାରତୀୟ କ୍ରିକେଟର୍
ବିଶାଖାପଟ୍ଟନମ୍: ମହିଳା ବିଶ୍ୱ କପ୍ ବିଜେତା ସ୍ମୃତି ମାନ୍ଧାନା ଇତିହାସ ରଚିଛନ୍ତି । ଟି-ଟ୍ୱେଣ୍ଟି ଫର୍ମଟରେ ୪୦୦୦ ରନ୍ ପୂରଣ କରିଥିବା ପ୍ରଥମ ଭାରତୀୟ ମହିଳା ଖେଳାଳୀ ହୋଇଛନ୍ତି ସ୍ମୃତି । ମାନ୍ଧାନା ୧୫୪ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳି ୪୦୦୭ ରନ୍ କରି ଏକ ନୂତନ ରେକର୍ଡ ନିଜ ନାମରେ କରିଛନ୍ତି ।

ଏହା ସହିତ ସ୍ମୃତି ବିଶ୍ୱରେ ଦ୍ୱିତୀୟ ମହିଳା କ୍ରିକେଟର୍ ଭାବରେ ଏହି ଉପଲବ୍ଧି ହାସଲ କରିଛନ୍ତି । ପ୍ରଥମରେ ନ୍ୟୁଜଲ୍ୟାଣ୍ଡର ସୁଜି ବେଟ୍ସ ଏହି ଫର୍ମାଟରେ ୪,୭୧୬ ରନ୍ କରିଛନ୍ତି । ସ୍ମୃତି ୩୨୨୭ ବଲରେ ୪୦୦୦ ରନ୍ କରିଥନ୍ତି । ଏହି ତୁଳନାରେ ସୁଜି ବେଟ୍ସଙ୍କ ଠାରୁ ଆଗରେ ରହିଛନ୍ତି । କାରଣ ସୁଜି ୩,୬୭୫ ବଲରେ ଏହି ଟାର୍ଗେଟ୍ ପୁରା କରିଛନ୍ତି । କ୍ୟାପଟେନ୍ ହରମନପ୍ରୀତ ମଧ୍ୟ ତୃତୀୟ ସ୍ଥାନରେ ରହିଛନ୍ତି । ହରମନ ୩୬୬୯ ରନ୍ କରି ତୃତୀୟରେ ରହିଛନ୍ତି ।

ମହିଳା ବିଶ୍ୱ କପ୍ ପରେ ଗତକାଲି ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଥିଲା ଭାରତୀୟ ଟିମ୍ । ବିଶାଖାପଟ୍ଟନମରେ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଭାରତ । ଶ୍ରୀଲଙ୍କା ଦ୍ୱାରା ଧାର୍ଯ୍ୟ ୧୨୨ ରନର ପିଛା କରି ମାନ୍ଧାନା ମାତ୍ର ୨୫ ବଲରେ ୨୫ ରନର ପାଳି ଖେଳି ଆଉଟ୍ ହୋଇଯାଇଥିଲେ । କିନ୍ତୁ ଏତିକି ରନରେ ସେ ଆଉ ଏକ ନୂତନ ବିଶ୍ୱ ରେକର୍ଡ ନିଜ ନାମରେ କରିଥିଲେ ।

ଟସ୍ ହାରି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା । ୨୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୨୧ ରନ୍ କରି ପାରିଥିଲା । ଶ୍ରୀଲଙ୍କା ଓପନର୍ ବିଶ୍ମୀ ଗୁଣରତ୍ନେ ସର୍ବାଧିକ ୩୯ ରନ୍ କରିଥିଲେ । ଏଥିରେ ଭାରତୀୟ ବୋଲର୍ କ୍ରାନ୍ତି ଗୌଡ଼, ଦୀପ୍ତି ଶର୍ମା ଓ ଶ୍ରୀଚରଣୀ ୧-୧ ଲେଖାଏଁ ୱିକେଟ୍ ନେଇଥିବାବେଳେ ଅନ୍ୟ ତିନୋଟି ରନ୍ ଆଉଟ୍ ଥିଲା ।

ଅଧିକ ପଢ଼ନ୍ତୁ:- ଏସିଆ କପ୍ ଫାଇନାଲରେ ବିବାଦ, ମୋହସିନ ନକଭିଙ୍କଠୁ ମେଡାଲ୍ ନେଲା ନାହିଁ ଟିମ୍ ଇଣ୍ଡିଆ

ଧଉଳି ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ଧଉଳି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ୍ ଜୋକର୍ ହାପିକୁ ଧଉଳି ପୋଲିସ ଗିରଫ କରିଛି । ଘଟଣାସ୍ଥଳକୁ ନେଇ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ।

ଧଉଳି ଗଣ ଦୁଷ୍କର୍ମ ମାମଲାରୁ ରେଡ୍ ଫ୍ଲାର୍ଗ କ୍ୟାଟାଗୋରିରେ ଅନ୍ତର୍ଭୁକ୍ତ କରାଯାଇଛି । ଗଠିତ ସ୍ପେଶାଲ୍ ସ୍କ୍ୱାର୍ଡ ଏବଂ ଧଉଳି ପୋଲିସର ଏକ ଟିମ୍ ହିମାଂଶୁ ସ୍ୱାଇଁଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲା । ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ପେଶାଦାର ଅପରାଧୀ ହାପିକୁ ଗିରଫ କରାଯାଇଛି । ତା ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି । ସେ ପୂର୍ବରୁ ଜେଲ୍ ଯାଇଥିବାବେଳେ ଜାମିନରେ ମଧ୍ୟ ମୁକୁଳିଛି । ଏହି ମାମଲାରେ ପୂର୍ବରୁ ଦୁଇ ଜଣକୁ ଗିରଫ କରାଯାଇଛି । ମୋଟ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆହୁରି ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି ।

ଗତ ୧୧ ତାରିଖରେ ନାବାଳିକା ନିଜ ପୁରୁଷ ବନ୍ଧୁଙ୍କ ସହିତ ସହିତ ଧଉଳି ବୁଲିବାକୁ ଯାଇଥିବାବେଳେ ଗଣଦୁଷ୍କର୍ମର ଶୀକାର ହୋଇଛନ୍ତି । ଧଉଳିରୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ସେମାନଙ୍କୁ ଅଟକାଇ ଟଙ୍କା ମାଗିଥିଲେ । ପୁରୁଷବନ୍ଧୁ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉତକ୍ଷିପ୍ତ ହୋଇ ଉଭୟଙ୍କୁ ଏକ ଅନ୍ଧାରିଆ ନଦୀ ପଠାକୁ ଟାଣି ନେଇଥିଲେ। ସେଠାରେ ଦୁର୍ବୃତ୍ତମାନେ ସମ୍ପର୍କୀୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ପଥରରେ ଛେଚି ରକ୍ତାକ୍ତ କରିଦେଇଥିଲେ। ଏହା ପରେ ଉଭୟଙ୍କଠାରୁ ସୁନା ଚେନ୍ ଓ ରୁପା ଚେନ୍ ଛଡ଼ାଇ ନେଇଥିଲେ । ଏହା ସହିତ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ଧଉଳି ଥାନା ପୋଲିସ ବାଙ୍କିର ବିଭୁ ପ୍ରସାଦ ମିଶ୍ର ଏବଂ କଟକ ଓଲଟପୁରର କାଳିନ୍ଦୀ ପାତ୍ର ଗିରଫ କରିଛି ।

ଏକୁଟିଆ ପାଇ ନାବାଳିକାକୁ ଦୁଷ୍କର୍ମ, ଘର ମାଲିକ ଗିରଫ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ପ୍ରାପ୍ତ ହୋଇଛି ।

ପ୍ରାଥମିକ ସୂଚନା ମୁତାବକ, ଗତକାଲି ବାପା ମାଆ ଘରେ ନ ଥିବାବେଳେ ନାବାଳିକାଟି ଘରେ ଏକୁଟିଆ ଥିଲେ । ଏହି ସମୟରେ ଘର ମାଲିକର ଝିଅଟି ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ । ଏକୁଟିଆ ଦେଖି ନାବାଳିକାକୁ ଦୁଷ୍କର୍ମ କରିଥିଲେ । ବାପା ମାଆ ଘରକୁ ଫେରିବା ପରେ ତୁରନ୍ତ ଝିଅକୁ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ପୀଡ଼ିତା ଜଣକ ଏବେବି ଚିକିତ୍ସାଧୀନ ଅଛନ୍ତି । ଏହା ସହିତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମହିଳା ଥାନା ପୋଲିସ ମାମଲାକୁ ପରିଚାଳନା କରୁଥିବାବେଳେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇଛି ।

ଅଧିକ ପଢ଼ନ୍ତୁ- ବାରରେ ଭୟାବହ ଅଗ୍ନିକାଣ୍ଡ, ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଫୁ

ରାଜ୍ୟ ମହିଳା ଆୟୋଗ ସଦସ୍ୟା ଉର୍ମିଳା ମହାପାତ୍ର ପୀଡ଼ିତାକୁ ମେଡ଼ିକାଲରେ ଭେଟିଛନ୍ତି । ସରକାର ଏଥିପ୍ରତି ଯତ୍ନଶୀଳ ଏବଂ ସମ୍ବେଦନଶୀଳ ଅଛନ୍ତି । ଦୋଷୀ ଯିଏ ବି ଥାଉ ତାକୁ ଘଣ୍ଟ ଘୋଡ଼ା ଯିବ ନାହିଁ । ଆଇନରୁ ଉର୍ଦ୍ଧ୍ୱରେ କେହି ନୁହଁନ୍ତି । ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି ମହିଳା ଆୟୋଗ ସଦସ୍ୟା ପ୍ରତିକ୍ରିୟା ରଖିଛନ୍ତି ।

ଅଧିକ ପଢ଼ନ୍ତୁ- “ନୋ ଲିମିଟ୍” ଅଗ୍ନିକାଣ୍ଡ ଘଟଣା: ବିନା ଲାଇସେନ୍ସରେ ଚାଲିଥିଲା ହୁକା ବାର୍

ବେସରକାରୀ କର୍ମଚାରୀଙ୍କ ପାଇଁ ସରକାରଙ୍କ ନୂଆ ନିୟମ; ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା, ଅଧିକ କାର୍ଯ୍ୟ କଲେ ମିଳିବ ଦ୍ୱିଗୁଣା ଦରମା
ଯଦି ଆପଣ ଏକ ବେସରକାରୀ ଚାକିରିରେ କାମ କରନ୍ତି, ତେବେ ଆପଣ ନିସନ୍ଦେହରେ ଏପରି ନିୟମ ଚାହିଁବେ ଯାହା ଆପଣଙ୍କ ଅଧିକାରକୁ ସୁରକ୍ଷା ଦେବ। ଲୋକମାନେ ବେସରକାରୀ ଚାକିରିରେ ଉପଯୁକ୍ତ ନିୟମାବଳୀର ଅଭାବ ବିଷୟରେ ନିରନ୍ତର ଅଭିଯୋଗ କରନ୍ତି, ସିଫ୍ଟ ଠାରୁ ସ୍ଥିର ଦରମା ପର୍ଯ୍ୟନ୍ତ ଦାବି ବାରମ୍ବାର ରହିଥାଏ। ତେଣୁ, ବେସରକାରୀ କର୍ମଚାରୀଙ୍କ ପାଇଁ ନିୟମ ସ୍ଥାପନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯାହା ସେମାନଙ୍କୁ ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବାରେ ସାହାଯ୍ୟ କରିପାରିବ।

ଉଦାହରଣ ସ୍ୱରୂପ, ଉତ୍ତର ପ୍ରଦେଶର ଯୋଗୀ ସରକାର ନିଯୁକ୍ତି କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପ ଅଧୀନରେ, ମହିଳାମାନଙ୍କୁ ବିଭିନ୍ନ ସୁବିଧା ଏବଂ ସୁବିଧା ପ୍ରଦାନ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ତେଣୁ, ଆସନ୍ତୁ ଜାଣିବା ୟୁପି ସରକାରଙ୍କ ଏହି ନୂତନ ନିୟମରେ କ’ଣ ସାମିଲ ଅଛି।

ଏବେ, ମହିଳାମାନେ ରାତିରେ ମଧ୍ୟ କାମ କରିପାରିବେ। ତଥାପି, ମହିଳା କର୍ମଚାରୀଙ୍କ ଲିଖିତ ସମ୍ମତି ଆବଶ୍ୟକ। ମହିଳାମାନେ ଏବେ ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କାମ କରିପାରିବେ, ଅର୍ଥାତ୍ ସେମାନଙ୍କର ରାତି ସିଫ୍ଟ ସନ୍ଧ୍ୟା ୭ଟା ପରେ ବିଚାର କରାଯିବ। ପୂର୍ବରୁ, ରାତି ୯ଟା ପରେ ରାତି ସିଫ୍ଟ ବିଚାର କରାଯାଉଥିଲା।

ଯଦି ମହିଳାମାନେ ରାତି ସିଫ୍ଟରେ କାମ କରୁଛନ୍ତି, ତେବେ ସେମାନଙ୍କର ଲିଖିତ ସମ୍ମତି ନେବାକୁ ପଡିବ। ଏହା ବ୍ୟତୀତ, ସୁରକ୍ଷିତ ପରିବହନ, ସୁରକ୍ଷା ଗାର୍ଡ, ସ୍ୱାସ୍ଥ୍ୟ ସୁବିଧା ଏବଂ ସିସିଟିଭି ଯୋଗାଇବା ବାଧ୍ୟତାମୂଳକ ହେବ।

ନୂତନ ନିୟମ ଅନୁଯାୟୀ, ମହିଳାମାନେ ସପ୍ତାହରେ ଛଅ ଦିନ କାମ କରିପାରିବେ। ପ୍ରତି ତ୍ରୈମାସିକରେ ଓଭରଟାଇମ୍ ୭୫ ଘଣ୍ଟାରୁ ୧୪୪ ଘଣ୍ଟାକୁ ବୃଦ୍ଧି କରାଯାଇଛି। ସେହିପରିଭାବେ ମହିଳାମାନଙ୍କୁ ମଧ୍ୟ ଦୁଇଗୁଣ ଓଭରଟାଇମ୍ ଦରମା ଦିଆଯିବ।

ପୂର୍ବରୁ, ମହିଳାମାନେ କେବଳ ୧୨ଟି ଶିଳ୍ପ କ୍ଷେତ୍ରରେ କାମ କରିପାରିବେ, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ମହିଳାମାନେ ବିପଦପୂର୍ଣ୍ଣ ବର୍ଗରେ ଆସୁଥିବା କ୍ଷେତ୍ରଗୁଡ଼ିକରେ ମଧ୍ୟ କାମ କରିପାରିବେ।

ଅଧିକ ପଢନ୍ତୁ: କେନ୍ଦ୍ର ସରକାରଙ୍କ ନୂତନ ଶ୍ରମ ସଂହିତା, ଜାଣନ୍ତୁ କ’ଣ ବଦଳିଲା, କ’ଣ ମିଳିବ ଲାଭ….

କ୍ରିକେଟର ଋଚା ଘୋଷଙ୍କ ଉପରେ ପୁରସ୍କାର ବର୍ଷା, ୩୪ ରନ୍ ପାଇଁ ୩୪ ଲକ୍ଷ, ମିଳିଲା ଡିଏସପି ପଦ
କୋଲକାତା: ଭାରତୀୟ ମହିଳା କ୍ରିକେଟ ଦଳ ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ଋଚା ଘୋଷଙ୍କୁ ପଶ୍ଚିମବଙ୍ଗ ସରକାର ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ସହିତ ରାଜ୍ୟ ସରକାର ଋଚାଙ୍କୁ ପୋଲିସ ଉପଅଧିକ୍ଷକ ବା ଡିଏସପି ପଦରେ ନିଯୁକ୍ତି କରିଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ଉପରେ ପୁରସ୍କାର ବର୍ଷା କରାଯାଇଛି ।

ଋଚା ଘୋଷ ବିଶ୍ୱ କପ୍ ଜିତିବା ପରେ ଆଜି ପଶ୍ଚିମବଙ୍ଗରେ ପହଁଚିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କୋଲକାତା ଇଡେନ୍ ଗାର୍ଡେନରେ କ୍ରିକେଟ୍ ଆସୋସିଏସନ୍ ବଙ୍ଗଳା ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବର୍ଦ୍ଧିତ କରିଥିଲେ । ସରକାରଙ୍କ ପକ୍ଷରୁ ଡିଏସପି ନିଯୁକ୍ତି ପତ୍ର ଓ ସୁନାର ଚେନ୍ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏହାକୁ ଦେଇଥିଲେ ।

ସେହିପରି କ୍ରିକେଟ୍ ଆସୋସିଏସନ୍ ବଙ୍ଗଳା ପକ୍ଷରୁ ସମ୍ମାନଜନକ ବଙ୍ଗ ସମ୍ମାନରେ ସମ୍ମାନୀତ କରାଯାଇଛି । ସେହିପରି ସୁନାର ବ୍ୟାଟ୍ ଏବଂ ବଲ୍ ସ୍ମାରକୀ ପ୍ରଦାନ କରିଛନ୍ତି । ଫାଇନାଲରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୩୪ ରନ୍ କରିଥିବାରୁ ୩୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ପୁରୁଷ ଦଳର ପୂର୍ବତନ କ୍ୟାପଟେନ୍ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ମହିଳା ଦଳ ପୂର୍ବତନ ବୋଲର୍ ଝୁଲଣ ଗୌସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ ।

ଅବସରନେଲେ ବ୍ୟାଡମିଣ୍ଟନ୍ ଅଲିମ୍ପିକ୍ ବିଜେତା ତାଇ-ଜୁ-ୟିଂଗ୍, ୧୫ ବର୍ଷର ପ୍ରତିଦ୍ୱନ୍ଦିତାକୁ ମନେ ପକାଇଲେ ସିନ୍ଧୁ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ତଥା ପ୍ରସିଦ୍ଧ ମହିଳା ବ୍ୟାଡମିଣ୍ଟନ୍ ତାରକା ଚୀନ ତାଇପେଇର ତାଇ-ଜୁ-ୟିଂଗ୍ ଖେଳ ଜଗତରୁ ବିଦାୟ ନେଇଛନ୍ତି । ତାଇ ଜୁ-ୟିଂଗ୍ ତାଙ୍କର ଅବସର ଘୋଷଣା କରିଛନ୍ତି । ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ମଧ୍ୟ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି ।

୩୧ ବର୍ଷିୟା ତାଇ ଜୁ-ୟିଂଗ୍ ବ୍ୟାଡମିଣ୍ଟନ୍ ବିଶ୍ୱ ଫେଡେରେସନ୍ ୧୭ ଥର ବିଜେତା ହୋଇଥିଲାବେଳେ ୧୨ ଥର ଉପବିଜେତା ହୋଇଛନ୍ତି । ସେ ୨୦୨୪ରେ ଶେଷ ଥର ପାଇଁ ଜିତିଥିଲେ । ସେ ଅବସର ଘୋଷଣା କରି କହିଛନ୍ତି, ଗୋଟିଏ ସୁନ୍ଦର ଅଧ୍ୟାୟର ଅନ୍ତ ଘଟିଲା । ବ୍ୟାଡ଼ମିଣ୍ଟନ୍ ତମେ ଯାହା ମୋ ପାଇଁ ଦେଇଛ, ସେଥିପାଇଁ ଧନ୍ୟବାଦ ।

ପିଭି ସିନ୍ଧୁ ମଧ୍ୟ ଭାବବିହ୍ୱଳ ହୋଇ ପୋଷ୍ଟ କରିଛନ୍ତି । ପିଭି ସିନ୍ଧୁ ତାଇ ଜୁଙ୍କ ସହିତ ବିତାଇ ଥିବା ମୁହୁର୍ତ୍ତକୁ ମନେ ପକାଇଛନ୍ତି । ଦୀର୍ଘ ୧୫ ବର୍ଷ ଧରି ସିନ୍ଧୁଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରିଛନ୍ତି । ପ୍ରତି ମୁକାବିଲାରେ ସେ ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଛି । ୨୦୧୬ରେ ରିଓ ଅଲମ୍ପିକରେ ସିନ୍ଧୁ ତାଇଙ୍କୁ ହରାଇ ରୌପ୍ୟ ପଦକ ଛଡ଼ାଇ ନେଇଥିଲେ । ସେହିପରି ୨୦୧୯ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତି ନେଇଥିଲେ । ଏହି ଦୁଇଟି ମୁକାବିଲାରେ ଉଭୟଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦିତା ହୋଇଥିଲା । କିନ୍ତୁ ଟୋକିଓ ଅଲିମ୍ପିକରେ ତାଇ ଏହାର ପ୍ରତିଶୋଧ ନେଇଥିଲେ ଏବଂ ସିନ୍ଧୁଙ୍କୁ ହରାଇ ରୌପ୍ୟ ଜିତିଥିଲେ । ସିନ୍ଧୁ ସ୍ୱୀକାର କରିଛନ୍ତି ତାଇ ଜୁ-ୟିଂଗ ସହିତ ପ୍ରତିଦ୍ୱନ୍ଦିତା କରିବା ଏତେ ସହଜ ନ ଥିଲା ।

ଅଧିକ ପଢନ୍ତୁ:-ଭାରତ-ଅଷ୍ଟ୍ରେଲିଆ ଶେଷ ଟି-୨୦: ଖୁସି ଧୋଇବ କି ବର୍ଷା? ବ୍ରିସବେନରେ କେମିତି ରହିପାରେ ପାଗ?

ଓଡ଼ିଆ ଝିଅ ଆଇପିଏସ୍ ତଦାଶା ମିଶ୍ର ହେଲେ ଝାଡ଼ଖଣ୍ଡର ପ୍ରଥମ ମହିଳା ଡିଜିପି
ରାଞ୍ଚି: ଓଡ଼ିଶାର ଝିଅ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ତଦାଶା ମିଶ୍ର ଇତିହାସ ରଚିଛନ୍ତି। ସେ ଝାଡ଼ଖଣ୍ଡର ପ୍ରଥମ ମହିଳା ଆରକ୍ଷୀ ମହାନିର୍ଦ୍ଦେଶକ ବା ଡିଜିପିଭାବେ ଦାୟିତ୍ୱ ନେଇଛନ୍ତି । ତଦାଶା ମିଶ୍ର କାର୍ଯ୍ୟକାରୀ ଡିଜିପିଭାବେ ନିଯୁକ୍ତି ପାଇଛନ୍ତି । ସେ ତାଙ୍କର ଅବସର ପର୍ଯ୍ୟନ୍ତ ଅର୍ଥାତ୍ ଆସନ୍ତା ଡିସେମ୍ବର ୩୧ ଯାଏଁ ପୋଲିସ ମୁଖ୍ୟ ଦାୟିତ୍ୱ ସମ୍ଭାଳିବେ । ତଦାଶା ମିଶ୍ରଙ୍କ ନିଯୁକ୍ତି କେବଳ ପୋଲିସ ବିଭାଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦକ୍ଷେପ ନୁହେଁ ବରଂ ମହିଳା ସଶକ୍ତିକରଣ ଦିଗରେ ଏକ ମାଇଲଖୁଣ୍ଟ ଭାବରେ ବିବେଚନା କରାଯାଉଛି।

ଓଡ଼ିଶାରେ ଜନ୍ମିତ ତଦାଶା ମିଶ୍ର  ୧୯୯୪ ବ୍ୟାଚର ଆଇପିଏସ୍ ଅଧିକାରୀ । ଝାଡ଼ଖଣ୍ଡ ରାଜ୍ୟ  ଗଠନ ପରେ ସେ କ୍ୟାଡରରେ ଯୋଗ ଦେଇଥିଲେ । ପୋଲିସ ଡିଜି ଅନୁରାଗ ଗୁପ୍ତାଙ୍କ ସ୍ୱେଚ୍ଛାକୃତ ଅବସରରେ ପରେ ତଦାଶାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି । ତାଙ୍କର ତିନି ଦଶନ୍ଧିର ପୋଲିସ କ୍ୟାରିୟର ମଧ୍ୟରେ, ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି । ଝାଡ଼ଖଣ୍ଡର ଆଇନଶୃଙ୍ଖଳା ପରିସ୍ଥିତି, ମାଓ ଦମନ, ପୋଲିସ କ୍ଷେତ୍ରରେ ମହିଳା କର୍ମଚାରୀଙ୍କ ଅଧିକ ଯୋଗଦାନ ଭଳି ବିଭିନ୍ନ ପ୍ରସଙ୍ଗ ତାଙ୍କ ପାଇଁ ଚ୍ୟାଲେଞ୍ଜ ଅଟେ ।

ବୋକାରୋର ଏବଂ ଗିରିଡିହରେ ପୋଲିସ ଅଧିକ୍ଷକ (ଏସପି), ରେଳବାଇ ଏଡିଜି ଏବଂ ଗୃହ, ଜେଲ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱତନ୍ତ୍ର ସଚିବ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କର ସବୁଠାରୁ ଦୀର୍ଘ କାର୍ଯ୍ୟକାଳ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୃହ, କାରାଗାର ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଥିଲା। ଏଠାରେ, ସେ ସ୍ୱତନ୍ତ୍ର ସଚିବ ଭାବରେ କାର୍ଯ୍ୟ କରିଥିଲେ ଏବଂ ପୋଲିସ କଲ୍ୟାଣ ସହିତ ଜଡିତ ଫାଇଲଗୁଡ଼ିକୁ ଅତ୍ୟନ୍ତ ଦକ୍ଷତାର ସହିତ ପରିଚାଳନା କରିଥିଲେ। ସେ ସର୍ବଦା ତାଙ୍କର କଠୋର କାର୍ଯ୍ୟ ନୀତି, ସମ୍ବେଦନଶୀଳତା ଏବଂ ମହିଳା ସୁରକ୍ଷା ପ୍ରତି ପ୍ରତିବଦ୍ଧତା ପାଇଁ ବେଶ ପରିଚିତ । ତାଙ୍କର ଏହି ନିଯୁକ୍ତି ଝାଡ଼ଖଣ୍ଡ ପୋଲିସ ଇତିହାସର ଏକ ନୂଆ ଅଧ୍ୟାୟ ଲେଖିଛି । ଏହା ସହିତ ଲିଙ୍ଗଗତ ସମାନତା ପାଇଁ ମଧ୍ୟ ସେ ସବୁବେଳେ ସ୍ୱର ଉତ୍ତୋଳନ କରିଛନ୍ତି ।

ତାଦାଶା ମିଶ୍ର ଏପର୍ଯ୍ୟନ୍ତ ଡିଜି ପଦବୀ ପାଇ ନଥିଲେ। ରାଜ୍ୟ ସରକାର ବର୍ତ୍ତମାନ କେବଳ ୧୯୯୩ ବ୍ୟାଚ୍ ପର୍ଯ୍ୟନ୍ତ ଆଇପିଏସ୍ ଅଧିକାରୀମାନଙ୍କୁ ଡିଜି ରାଙ୍କ ପ୍ରଦାନ କରିଛନ୍ତି । ଡିଜି ରାଙ୍କ କେବଳ ସେତେବେଳେ ଉପଲବ୍ଧ ହୁଏ ଯେତେବେଳେ ଏକ ପଦବୀ ଖାଲି ଥାଏ।

ଏହି ମହିଳା କ୍ରିକେଟ୍ ଟିମ୍ ଆଗାମୀ ପୀଢ଼ିପାଇଁ ଆଦର୍ଶ: ରାଷ୍ଟ୍ରପତି
ନୂଆଦିଲ୍ଲୀ: ବିଶ୍ୱ ବିଜୟୀ ଭାରତୀୟ ମହିଳା କ୍ରିକେଟ୍ ଦଳ ଗୁରୁବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ଭବନରେ କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ସମସ୍ତ ଖେଳାଳି, କୋଚ୍ ଏବଂ ଟିମ୍ ସଦସ୍ୟ  ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।

ରାଷ୍ଟ୍ରପତି ସମସ୍ତ ଖେଳାଳିଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ କହିଛନ୍ତି, ମହିଳା ଦଳ ଇତିହାସ ସୃଷ୍ଟି କରିଛନ୍ତି ଏବଂ ଆଗାମୀ ଯୁବପୀଢ଼ି ପାଇଁ ଏକ ଆଦର୍ଶ ହୋଇପାରିବେ । ଏହି ଦଳ ଭାରତକୁ ପ୍ରତିନିଧିତ୍ୱ କରିଛି । ସେମାନେ ଭିନ୍ନ ଭିନ୍ନ ଅଞ୍ଚଳ, ଭିନ୍ନ ସାମାଜିକ ପୃଷ୍ଠଭୂମି, ଭିନ୍ନ ପରିସ୍ଥିତିର ପ୍ରତିନିଧିତ୍ୱ କରନ୍ତି କିନ୍ତୁ ସେମାନେ ଗୋଟିଏ ଦଳ – ଭାରତ ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ । କ୍ୟାପଟେନ୍ ହରମନପ୍ରୀତ ରାଷ୍ଟ୍ରପତି ବିଶ୍ୱ କପ୍ ପ୍ରଦାନ କରିବା ସହିତ ସମସ୍ତ ଖେଳାଳିଙ୍କ ଦସ୍ତଖତ ଥିବା ସମସ୍ତ ଏକ ସ୍ୱତନ୍ତ୍ର ଜର୍ସି ମଧ୍ୟ ପ୍ରଦାନ କରିଥିଲେ । ଏହି ସହିତ ସମସ୍ତ ଖେଳାଳି ରାଷ୍ଟ୍ରପତିଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ ।

ଏହା ପୂର୍ବରୁ ମହିଳା କ୍ରିକେଟ୍ ଟିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିଛନ୍ତି । ମୋଦୀଙ୍କ ସହିତ ବିଶେଷ ମୁହୁର୍ତ୍ତ ବିତାଇବା ସହିତ ବାର୍ତ୍ତାଳାପ କରିଥିଲେ ।