Khabar Odisha

ରାଜଧାନୀରେ ବିଭତ୍ସ ହତ୍ୟା, ସ୍ତ୍ରୀକୁ ତାୱାରେ ପିଟି ମାରିଲା ସ୍ୱାମୀ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଯାହାକୁ ଦିନେ ପ୍ରେମ କରି ସମାଜ ସହିତ ଲଢ଼ି ବାହା ହୋଇଥିଲେ, ସେହି ସ୍ତ୍ରୀକୁ ଅତି ବିଭତ୍ସଭାବେ ହତ୍ୟା କରିଛି ସ୍ୱାମୀ । ନୂଆପଲ୍ଲୀ ଥାନା ଅନ୍ତର୍ଗତ ବ୍ରିଟ୍‌ କଲୋନିରେ ସ୍ତ୍ରୀକୁ ତାୱାରେ ପିଟି ପିଟି ହତ୍ୟା କରିଛି ପିଶାଚ ସ୍ୱାମୀ । ମୃତ ମହିଳା ଜଣକ ହେଲେ ବନସ୍ମିତା ସ୍ୱାଇଁ (୨୬) । ହତ୍ୟାକାରୀ ସ୍ୱାମୀ ସର୍ବେଶ୍ୱର ପ୍ରଧାନ(୨୮)କୁ ନୂଆପଲ୍ଲୀ ଥାନା ପୋଲିସ ଅଟକ ରଖିଛି ।

ଭଲ ପାଇ ବାହା ହୋଇଥିବା ସ୍ବାମୀଙ୍କୁ ଚିକିତ୍ସା କରାଇବା ଲାଗି ଡାକ୍ତରଙ୍କ ପାଖକୁ ନେବାକୁ ପ୍ରସ୍ତୁତ ହେଉଥିଲେ ସ୍ତ୍ରୀ। କିନ୍ତୁ ହଠାତ୍‌ କୌଣସି କାରଣରୁ ମାନସିକ ଅସୁସ୍ଥ ଥିବା ସ୍ବାମୀର ମୁଣ୍ଡକୁ ପିତ୍ତ ଚଢ଼ିଗଲା ଏବଂ ସେ ବ୍ରହ୍ମଚଣ୍ଡାଳ ପାଲଟିଗଲା। ରୋଷେଇଘରୁ ତାୱା ଆଣି ସ୍ତ୍ରୀଙ୍କୁ ଆକ୍ରମଣ କଲା। ପିଶାଚ ପାଲଟିଯାଇଥିବା ସ୍ବାମୀ, ମା’ କୋଳରୁ ୩ମାସର ଶିଶୁପୁତ୍ରକୁ ଛଡ଼ାଇ ଆଣି ତଳେ ଶୁଆଇଦେବା ପରେ ସ୍ତ୍ରୀଙ୍କ ମୁହଁ ଓ ମୁଣ୍ଡକୁ ଆଖିବୁଜି ପିଟି ଚାଲିଲା। ଘଟଣାସ୍ଥଳରେ ହିଁ ସ୍ତ୍ରୀଙ୍କର ମୃତ୍ୟୁ ହୋଇଗଲା। ଆଜି ସନ୍ଧ୍ୟାରେ ଏମିତି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ନୂଆପଲ୍ଲୀ ବ୍ରିଟ୍‌ କଲୋନିରେ। ନୂଆପଲ୍ଲୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଏହି ଅଭାବନୀୟ ଘଟଣାରେ ବନସ୍ମିତା ସ୍ବାଇଁ(୨୬)ଙ୍କ ପ୍ରାଣ ଯାଇଛି। ନୂଆପଲ୍ଲୀ ଥାନା ପୁଲିସ ମୃତ ବନିସ୍ମିତାଙ୍କ ସ୍ବାମୀ ସର୍ବେଶ୍ବର ପ୍ରଧାନ(୨୮)କୁ ଥାନାକୁ ଉଠାଇନେଇଛି ଏବଂ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବାକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛି। ସେହିଭଳି ହତ୍ୟାରେ ବ୍ୟବହୃତ ତାୱାକୁ ବି ପୁଲିସ ଜବତ କରିଛି।

ଗତ ୨ ବର୍ଷ ପୂର୍ବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବାଲିକଣା ଅଞ୍ଚଳର ବନିସ୍ମିତା ଓ କେନ୍ଦ୍ରାପଡ଼ା ବେଲପାଳ ଅଞ୍ଚଳର ସର୍ବେଶ୍ୱର ପ୍ରଧାନ ପ୍ରେମ ବିବାହ କରିଥିଲେ । ବିବାହର କିଛି ଦିନ ପରେ ବନସ୍ମିତା ଜାଣିଲେ ଯେ ସର୍ବେଶ୍ଵରଙ୍କଠାରେ ମାନସିକ ବିକୃତି ରହିଛି । କିନ୍ତୁ ବନସ୍ମିତା ନିଜ ପରିବାର ଲୋକଙ୍କୁ ଜଣାଇନଥିଲେ । ଗତକାଲି ସର୍ବେଶ୍ୱରଙ୍କ ମାନସିକ ବିକୃତି ଉଗ୍ର ରୂପ ଧାରଣ କରିଥିଲା । ସନ୍ଧ୍ୟା ସମୟରେ ସ୍ୱାମୀଙ୍କୁ ଡାକ୍ତର ଖାନା ନେବାକୁ ବନସ୍ମିତା ପ୍ରସ୍ତୁତ ହେଉଥିବାବେଳେ ୩ ମାସର ଶିଶୁପୁତ୍ରକୁ ଛଡ଼ାଇ ଆଣି ତଳେ ଶୁଆଇଦେଇଥିଲା ସର୍ବେଶ୍ୱର । ଏହା ପରେ ସ୍ତ୍ରୀକୁ ମାଡ଼ ମାରିଥିଲା । ଭଉଣୀ ବଞ୍ଚାଇବାକୁ ଆସିବାରୁ ତାକୁ ବାହାର କରି ଗେଟରେ ତାଲା ପକାଇ ଦେଇଥିଲେ । ଏହା ପରେ ସ୍ତ୍ରୀକୁ ଏକ ଲୁହା ତାୱାରେ ପିଟି ପିଟି ହତ୍ୟା କରିଥିଲା ସର୍ବେଶ୍ୱର ।

ଖବର ପାଇ ନୂଆପଲ୍ଲୀ ଥାନା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଁଚି ସର୍ବେଶ୍ୱରଙ୍କୁ କାବୁ କରିଥିଲା । ଏହା ସହିତ ସାଇଣ୍ଟିଫିକ୍ ଟିମ୍ ପହଁଚିବା ପରେ ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ସେପଟେ ବନସ୍ମିତାଙ୍କ ପରିବାର ମାନସିକ ଅବସାଦ ବୟାନକୁ ଖଣ୍ଡନ କରିଛନ୍ତି । ମାନସିକ ଅବସାଦ ନେଇ ସେମାନଙ୍କ ପାଖରେ କୌଣସି ସୂଚନା ନ ଥିଲା । ଜାଣିଶୁଣି ଷଡ଼ଯନ୍ତ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଅଭିଯୋଗ କରିଛି । ସର୍ବେଶ୍ୱର ପ୍ରଧାନଙ୍କ ସମ୍ପୂର୍ଣ୍ଣ ପରିବାର ବର୍ଗଙ୍କ ନାଁରେ ଅଭିଯୋଗ କରିଛନ୍ତି ।

Asian Games 2026: ୪ର୍ଥ ଦିନରେ ୫ ପଦକ, ରୌପ୍ୟ ଦେଲେ ମୀରାବାଇ
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଚତୁର୍ଥ ଦିବସରେ ଭାରତ ପାଞ୍ଚ ଗୋଟି ଇଭେଣ୍ଟରେ ପଦକ ଜିତିଛି । ମହିଳା ଭାରଉତ୍ତୋଳନକାରୀ ମୀରା ବାଇ ଚାନୁ ଦେଶକୁ ରୌପ୍ୟ ପଦକ ଦେଇଥିବାବେଳେ ପୁରୁଷ ବ୍ୟାଡମିଣ୍ଟନ ଦଳ କାଂସ୍ୟ ପଦକ ଦେଇଛନ୍ତି ।

ମୀରାବାଇ ଚାନୁ ୪୯ କିଲୋଗ୍ରାମ ବର୍ଗରେ ଐତିହାସିକ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ଆଘାତ ସତ୍ୱେ ସପ୍ଟ ଟେନିସରେ ଜୟ ମୀଣା କାଂସ୍ୟ ପଦକ ଜିତିଛନ୍ତି । ଏହି ଖେଳରେ ଭାରତ ଏଟା ପ୍ରଥମ ମେଡାଲ ଅଟେ ।

ଶୁଟିଂରେ, ସ୍କିଟ୍ ଇଭେଣ୍ଟ ଉଭୟ ପୁରୁଷ ଓ ମହିଳା ଦଳକୁ ବ୍ରୋଞ୍ଜ ପଦକ ମିଳିଛି । ମହିଳା ସ୍କିଟ୍ ଦଳରେ ପାରିଜାନ ଧାଲୀୱାଲ, ରାୟଜା ଢିଲ୍ଲୋ, ମାହେଶ୍ୱରୀ ଚୌହାନ ରହିଥିଲେ । ସେହିପରି ପୁରୁଷ ଦଳରେ ଅନନ୍ତୀଜତ ସିଂହ ନରୁକା, ଭବତେଗ ସିଂହ ଗିଲ୍, ମୈରାଜ ଅହମ୍ମଦ ଖାନ ପୁରୁଷ ଦଳରେ ରହିଛନ୍ତି ।   ଦିନର ଶେଷ ଇଭେଣ୍ଟରେ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ ସେମିଫାଇନାଲରେ ଚୀନ୍‌ଠାରୁ ପରାଜିତ ହୋଇ ବ୍ରୋଞ୍ଜ ପଦକ ସହ ନିଜ ଅଭିଯାନ ଶେଷ କରିଛି।

ଅନନ୍ତଜିତ୍ ସିଂହ ନାରୁକା ବ୍ୟକ୍ତିଗତ ଫାଇନାଲ୍‌ରେ ପହଞ୍ଚି ଭାରତ ପାଇଁ ଆଉ ଗୋଟିଏ ପଦକ ସୁନିଶ୍ଚିତ କରିଛନ୍ତି । ଏହା ବ୍ୟତୀତ, ପୁରୁଷ କବାଡ଼ି ଦଳ ବାଂଲାଦେଶକୁ ପରାସ୍ତ କରି ସେମି-ଫାଇନାଲ୍‌ରେ ନିଜ ସ୍ଥାନ ସୁନିଶ୍ଚିତ କରିଛି । ନାଓରେମ ରୋଶିବିନା ଦେବୀ ମହିଳା ୬୦ କିଗ୍ରା 'ଉଶୁ ସାଣ୍ଡା' (Wushu Sanda) ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ଅତିକମରେ ଏକ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ମହିଳା ହକି ଦଳ ଥାଇଲ୍ୟାଣ୍ଡକୁ ୨୦-୧ ଗୋଲ୍‌ରେ ପରାସ୍ତ କରିଛି ।

ଏଯାବତକୁ ଭାରତ ଖାତାକୁ ମାତ୍ର ଗୋଟାଏ ସ୍ୱର୍ଣ୍ଣ ପଦକ ଆସିଛି । ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ଦେଶକୁ ପ୍ରଥମ ସ୍ୱର୍ଣ୍ଣ ଦେବାରେ ଗୌରବ ଅର୍ଜନ କରିଛି ।

ଜୟପୁର ପାଇନ ଜଙ୍ଗଲରେ ଗଣଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ ଗିରଫ
ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଜାତୀୟ ରାଜପଥ ପାଇନ ଜଙ୍ଗଲରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ସଫଳତା ମିଳିଛି । ଜୟପୁର ପୋଲିସ ଦ୍ୱିତୀୟ ଏବଂ ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି । ଫଳରେ ଗିରଫଦାରୀ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି । ମୁଖ୍ୟ ଅଭିଯୁକ୍ତ ଜୟପୁର ସଦରର ବରୁଣ ହିଆଲ୍। ଅନ୍ୟ ଅଭିଯୁକ୍ତ ହେଲେ ନବରଙ୍ଗପୁରର ସୁରେନ୍ଦ୍ର ହରିଜନ ଏବଂ ଜୟପୁର ସଦର ଅଂଚଳର ସନ୍ୟାସୀ ଗମାଙ୍ଗ।

ଗତ ୫ ତାରିଖ ଦିନ କୋରାପୁଟ-ଜୟପୁର ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପାଇନ୍ ଜଙ୍ଗଲକୁ ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ବୁଲିବାକୁ ଯାଇଥିଲେ । ସେଠାରେ ଫଟୋ ସୁଟିଂ କରୁଥିବାବେଳେ ତିନି ଜଣ ଅସମାଜିକ ଯୁବକ ତାଙ୍କୁ ଛୁରୀ ଦେଖାଇ ପ୍ରଥମେ ଭୟଭୀତ କରିଥିଲେ । ଏହା ପରେ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଯୁବତୀଙ୍କୁ ଗଣବଳାତ୍କାର କରିଥିଲେ ।

ଏହି ମାମଲାରେ ପୂର୍ବରୁ ପୋଲିସ ଜଣଙ୍କୁ ଗିରଫ କରିଥିଲା । ଏହା ପରେ ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ମହିଳା ନିର୍ଯାତନା ବିରୋଧରେ ଆହୁରି ମଜବୁତ ହେବ ବ୍ୟବସ୍ଥା;‘ଯୌତୁକମୁକ୍ତ ଓଡ଼ିଶା ଓ ଘରୋଇ ହିଂସା' ବିରୋଧରେ କଡ଼ା ଆଭିମୁଖ୍ୟ ନେଲେ ସରକାର
ଭୁବନେଶ୍ୱର: ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାରକୁ ଆହୁରି ସୁଦୃଢ଼ କରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ। ଘରୋଇ ହିଂସା ଓ ଯୌତୁକ ନିର୍ଯାତନା ବିରୋଧରେ ଆଇନର କଡ଼ା ଅନୁପାଳନ ସହ ତୃଣମୂଳସ୍ତରରେ ସଚେତନତା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

ବୁଧବାର ଭୁବନେଶ୍ୱରସ୍ଥିତ ଷ୍ଟେଟ୍ କନଭେନସନ୍ ସେଣ୍ଟରରେ Protection of Women from Domestic Violence Act, 2005 ଏବଂ Dowry Prohibition Act, 1961 ଉପରେ ରାଜ୍ୟସ୍ତରୀୟ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଭୟ ଆଇନର ବ୍ୟବସ୍ଥା, ଅଧିକାରୀଙ୍କ ଦାୟିତ୍ୱ ଓ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱିତ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ “ଯୌତୁକମୁକ୍ତ ଓଡ଼ିଶା” ଓ “ଘରୋଇ ହିଂସାମୁକ୍ତ ଘର” ଗଠନ ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସ ଜରୁରୀ ବୋଲି କହିଥିଲେ। ସେ କହିଥିଲେ, ମହିଳାମାନେ ନିଜ ଆଇନଗତ ଅଧିକାର ବିଷୟରେ ସଚେତନ ହେଲେ ହିଁ ହିଂସା, ଭେଦଭାବ ଓ ଯୌତୁକ ପ୍ରଥା ବିରୋଧରେ ନିଜ ସ୍ୱର ଉଠାଇପାରିବେ। ତେଣୁ ଆଇନର ସଠିକ୍ କାର୍ଯ୍ୟାନ୍ୱୟନ ସହ ଗାଁ ଓ ତୃଣମୂଳସ୍ତରରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଥିଲେ।

ଘରୋଇ ହିଂସା କିମ୍ବା ଯୌତୁକ ନିର୍ଯାତନାର ଶିକାର ମହିଳାଙ୍କୁ ଯେପରି ଠିକ୍ ସମୟରେ ସୁରକ୍ଷା, ଆଇନଗତ ସହାୟତା, କାଉନସେଲିଂ ଓ ଅନ୍ୟାନ୍ୟ ସହାୟତା ମିଳିପାରିବ, ତାହା ସୁନିଶ୍ଚିତ କରିବାକୁ ଅଧିକାରୀ ଓ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସବ୍-କଲେକ୍ଟର, ପ୍ରୋଟେକ୍ସନ୍ ଅଫିସର, ପୁଲିସ କର୍ମଚାରୀ, ଓନ୍ ଷ୍ଟପ୍ ସେଣ୍ଟର ଓ ଶକ୍ତି ସଦନର କର୍ମକର୍ତ୍ତା, ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA) ପ୍ରତିନିଧି ଏବଂ DHEW ଅଧିକାରୀମାନେ ଯୋଗଦେଇଥିଲେ।

ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-କମ୍-ସଚିବ ମୃଣାଳିନୀ ଦର୍ସୱାଲ, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ଅତିରିକ୍ତ ସଚିବ ସୁମିତ୍ରା ପଟ୍ଟନାୟକଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

ଆଇନର ସଚେତନତା, ତ୍ୱରିତ ସହାୟତା ଓ ସମନ୍ୱିତ କାର୍ଯ୍ୟ, ଏହି ତିନି ମନ୍ତ୍ରରେ ମହିଳାଙ୍କ ପାଇଁ ଅଧିକ ସୁରକ୍ଷିତ ଓ ସମ୍ମାନଜନକ ଓଡ଼ିଶା ଗଠନ ଲକ୍ଷ୍ୟ ରଖିଛି ସରକାର।

ସୁଭଦ୍ରା ଟଙ୍କାକୁ ନେଇ ବଡ଼ ଖବର: ଅଗଷ୍ଟ ୨୮ରେ ମିଳିବ ପଞ୍ଚମ କିସ୍ତି, ୧ କୋଟିରୁ ଅଧିକ ମହିଳା ହେବେ ଉପକୃତ
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଖବର। ଆସନ୍ତା ଅଗଷ୍ଟ ୨୮, ରକ୍ଷାବନ୍ଧନ ଦିନ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତିର ଟଙ୍କା। ନୟାଗଡ଼ରେ ଏନେଇ ରାଜ୍ୟସ୍ତରୀୟ ସମାରୋହ ଆୟୋଜନ କରାଯିବ। ଏହି ସମାରୋହରେ ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରାଯିବ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଏନେଇ ବଡ଼ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ, ୧ କୋଟିରୁ ଅଧିକ ମହିଳା ଏହି କିସ୍ତିରେ ସୁଭଦ୍ରା ଟଙ୍କା ପାଇବେ। ଅଗଷ୍ଟ ୨୮ ସୁଦ୍ଧା ଆବେଦନ କରି ଜିଲ୍ଲା ପ୍ରଶାସନ ଦ୍ୱାରା ଯାଞ୍ଚ ଓ ସୁପାରିସ୍ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏହି କିସ୍ତିରେ ସାମିଲ କରାଯିବ।

ଏହା ସହ ପୂର୍ବ କିସ୍ତିରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ମଧ୍ୟ ରହିଛି ବଡ଼ ଖୁସି ଖବର। ଯାଞ୍ଚ ପରେ ଯେଉଁମାନେ ଯୋଗ୍ୟ ବୋଲି ପ୍ରମାଣିତ ହେବେ, ସେମାନଙ୍କୁ ଏକାସଙ୍ଗେ ୫ଟି କିସ୍ତିର ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଚଳିତ ଆର୍ଥିକ ବର୍ଷରେ ସୁଭଦ୍ରା ଯୋଜନା ପାଇଁ ୩.୧୭ ଲକ୍ଷରୁ ଅଧିକ ନୂଆ ଆବେଦନ ମିଳିଛି। ଏଥିରୁ ଅନେକ ଆବେଦନର କ୍ଷେତ୍ରସ୍ତରୀୟ ଯାଞ୍ଚ ମଧ୍ୟ ଶେଷ ହୋଇଛି। ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ DBT ମାଧ୍ୟମରେ ୫,୦୦୦ ଟଙ୍କା ପଠାଯିବ।

ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଦୁଇଟି କିସ୍ତିରେ ଦିଆଯାଉଛି। ପାଞ୍ଚ ବର୍ଷରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମୋଟ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ରାଜ୍ୟ ସରକାର ୨୦୨୬-୨୭ ବଜେଟରେ ଏହି ଯୋଜନା ପାଇଁ ୧୦,୧୪୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏବେ ଅଗଷ୍ଟ ୨୮ରେ ରକ୍ଷାବନ୍ଧନ ଅବସରରେ ସୁଭଦ୍ରା ଟଙ୍କା ମିଳିବାକୁ ନେଇ ଲକ୍ଷ ଲକ୍ଷ ମହିଳାଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

ଆରଜି କର ଦୁଷ୍କର୍ମ ପୀଡ଼ିତାଙ୍କ ଶବଦାହରେ ଅନିୟମିତତା, ଟିଏମସି ପୂର୍ବତନ ବିଧାୟକ ନିର୍ମଳ ଘୋଷ ସମ୍ବଲପୁରରୁ ଗିରଫ
କୋଲକାତା: ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ କୋଲକାତା ଆରଜି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ପୀଡ଼ିତାଙ୍କ ଶବ ସଂସ୍କାରରେ ଅନିୟମିତତା ଅଭିଯୋଗରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ତୃଣମୂଳ କଂଗ୍ରେସର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ସେ ପଶ୍ଚିମବଙ୍ଗରୁ ଆସି ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଆତ୍ମଗୋପନ କରିଥିବାବେଳେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ସହିତ ପାନୀହାଟୀ ପୌରପାଳିକାର ପୌରାଧ୍ୟକ୍ଷ ସୌମନାଥ ଦେ ଏବଂ ପୀଡ଼ିତାଙ୍କ ପଡ଼ୋଶୀ ସଞ୍ଜୀବ ମୁଖାର୍ଜୀ ମଧ୍ୟ ବନ୍ଧା ହୋଇଛନ୍ତି ।

ପୋଲିସର କହିବା ଅନୁଯାୟୀ, ପୀଡିତାଙ୍କ ମୃତଦେହକୁ ପାନୀହାଟୀର ଏକ ଶ୍ମଶାନ ଭୂମିକୁ ନିଆଯାଇଥିଲା । ସେଠାରେ ପୂର୍ବରୁ ଧାଡ଼ିରେ ଥିବା ଅନ୍ୟ ଦୁଇଟି ଶବର ଦାହ ପୂର୍ବରୁ ତରବରିଆ ଭାବରେ ପୀଡ଼ିତାଙ୍କ ଶବଦାହ କରାଯାଇଥିଲା। ଶବଦାହ ପାଇଁ କୌଣସି ନୀତି ନିୟମ ମାନି ନ ଥିଲେ । ଶବଦାହ ପାଇଁ ଆବଶ୍ୟକ ସମ୍ମତି ପତ୍ରରେ ପୀଡ଼ିତାଙ୍କ ପିତାମାତା କିମ୍ବା ପରିବାରର କୌଣସି ସଦସ୍ୟଙ୍କ ଦସ୍ତଖତ ନ ଥିଲା । ସେଥିରେ ପଡ଼ୋଶୀ ସଞ୍ଜୀବ ମୁଖାର୍ଜୀଙ୍କ ଦସ୍ତଖତ ଥିଲା । ଶବଦାହ ଫି ଛାଡ଼ ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠିଛି।

ପୀଡ଼ିତାଙ୍କ ବାପା ମଧ୍ୟ ଗତ ସୋମବାର ଖର୍ଦାହା ଥାନାରେ ଏକ ନୂତନ ଏତଲା ଦେଇଥିଲେ । ତାଙ୍କ ଝିଅର ଶବକୁ ତରବରିଆଭାବରେ ଦାହ କରାଯାଇଥିବା ସେ ଅଭିଯୋଗ କରିଥିଲେ । ଯେଉଁଥିରେ ତତ୍କାଳୀନ ବିଧାୟକ ନିର୍ମଳ ଘୋଷ ସାମିଲ ଥିଲେ । ପୋଲିସ ଏହି ଅଭିଯୋଗଗୁଡ଼ିକର ନୂତନ ତଦନ୍ତ ଆରମ୍ଭ କରିଛି । ଏହି ମାମଲା CBI ଦ୍ୱାରା ପରିଚାଳିତ ମୂଳ ବଳାତ୍କାର ଏବଂ ହତ୍ୟା ମାମଲାର ତଦନ୍ତଠାରୁ ଭିନ୍ନ ବୋଲି ପୋଲିସ ସ୍ପଷ୍ଟ କରିଛି ।

ସ୍ୱର୍ଗତ ଡାକ୍ତରୀ ଛାତ୍ରୀଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶବଦାହ ସମ୍ବନ୍ଧୀୟ ପରିସ୍ଥିତିରେ ଏକ ପୃଥକ ମାମଲା ପଞ୍ଜିକରଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେବାର କିଛି ଦିନ ପରେ ମଧ୍ୟ ଏହି ଗିରଫଦାରୀ ହୋଇଛି।

ଉଲ୍ଲେଖ ଯୋଗ୍ୟ, ୯ ଅଗଷ୍ଟ, ୨୦୨୪ରେ ଆରଜି କର ହସ୍ପିଟାଲର ସେମିନାର ରୁମରେ ଜଣେ ୩୧ ବର୍ଷୀୟ ପିଜି ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିଥିଲା । ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରିବା ସହିତ ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଏହି ମାମଲାରେ ସଞ୍ଜୟ ରାଏ ନାମକ ବ୍ୟକ୍ତିଙ୍କୁ ଗିରଫ କରି ଦୋଷୀ ସାବ୍ୟସ୍ତ କରାଯାଇଛି। ଯେତେବେଳେ ମାମଲାଟି କଲିକତା ହାଇକୋର୍ଟରେ ବିଚାରାଧୀନ ରହିଛି।

ସାଲେପୁର ଗଣଦୁଷ୍କର୍ମ ମାମଲା: ୨୪ ଘଣ୍ଟା ବିତିଲାଣି, ତଥାପି ପୋଲିସ ହାତ ଖାଲି
ଭୁବନେଶ୍ୱର: କଟକ ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ଶୁକରପଡ଼ାରେ ଏକ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ମାମଲାରେ ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ହାତ ଖାଲି ରହିଛି । ପୋଲିସ ୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ଘନ ଘନ ଜେରା କରୁଛି । ଖୁବଶୀଘ୍ର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାର ସମ୍ଭାବନା ଦେଖା ଦେଇଛି ।

ଗତ ମଙ୍ଗଳବାର ଦିନ ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଏକ କାରରେ ଭୁବନେଶ୍ୱରରୁ ସାଲେପୁର ରାସ୍ତା ଦେଇ କେନ୍ଦ୍ରାପଡ଼ା  ଯାଉଥିବାବେଳେ ଶୁକରପଡ଼ା ଡାକବଙ୍ଗଳା ନିକଟରେ ବିଶ୍ରାମ ନେଉଥିଲେ । ରାସ୍ତା କଡ଼ାରେ ଗାଡ଼ି ଅଟକାଇଥିବାବେଳେ କିଛି ଅଜଣା ବ୍ୟକ୍ତି ସେମାନଙ୍କ କାର୍ କବାଟ ବାଡ଼େଇଥିଲେ । ଏମାନେ ନ ଖୋଲିବାରୁ ଏକ ଚିମୁଟା ସାହାଯ୍ୟରେ କାର କବାଟକୁ ତାଡ଼ି ଯୁବତୀଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲେ । ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିବା ସହିତ ଏକ ପରିତ୍ୟକ୍ତ ଘରେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ । ଏହା ପରେ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲେ । ବୁଧବାର ଭୋର ସମୟରେ କିଛି ସ୍ଥାନୀୟ ଲୋକେ ସେମାନଙ୍କୁ ଦେଖି ଉଦ୍ଧାର କରିଥିଲେ ।

ଏ ନେଇ ସେମାନେ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜଣେ ଅତିରିକ୍ତ ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଛି । ଯେଉଁଥିରେ ଜଣେ ମହିଳା ପୋଲିସ ମଧ୍ୟ ରହିଛନ୍ତି । ସାଲେପୁର ଏସଡିପିଓ ଓ ଗ୍ରାମାଞ୍ଚଳ ଏସପି ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ତେବେ ଏଥିରେ କିଛି ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଯୌତୁକ ନିର୍ଯ୍ୟାତନା ମାମଲାରେ ପୂର୍ବତନ ବିଧାୟକଙ୍କ ଜ୍ୱାଇଁ ଗିରଫ
ଦେବଗଡ଼: ପୂର୍ବତନ ଦେବଗଡ଼ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଜ୍ୱାଇଁ ଗିରଫ । ଝିଅକୁ ଯୌତୁକ ନିର୍ଯ୍ୟାତନା ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ଜ୍ୱାଇଁ ସବସାଚୀ ମିଶ୍ରଙ୍କୁ ଗିରଫ କରାଯାଇଛି ।

ଗତ ଏପ୍ରିଲ ୧୩ ତାରିଖରେ ସୁବାସଙ୍କ ଝିଅ ସୋନାଲି ପାଣିଗ୍ରାହୀ ସ୍ୱାମୀ ସବ୍ୟସାଚୀଙ୍କ ନାଁରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଉକ୍ତ ଅଭିଯୋଗ ଆଧାରରେ ସବ୍ୟସାଚୀଙ୍କୁ ଅନୁଗୋଳ ଜିଲ୍ଲାରୁ ଦେବଗଡ଼ ପୋଲିସ ଗିରଫ କରିଛି ।

୮ ଡିସେମ୍ବର, ୨୦୨୩ରେ  ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନସ୍ଥ ଜିଜିପି କଲୋନୀ ବାସିନ୍ଦା ଚିନ୍ମୟ ମିଶ୍ରଙ୍କ ପୁଅ ସବ୍ୟସାଚୀ ମିଶ୍ରଙ୍କ ସହିତ ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ସୋନାଲି ପାଣିଗ୍ରାହୀଙ୍କର ବିବାହ ହୋଇଥିଲା । ବିବାହର କେଇଟା ମାସ ପରେ ବିବାହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ୮  ମାର୍ଚ୍ଚ, ୨୦୨୪ରେ ନବବିବାହିତ ଦମ୍ପତ୍ତି ଗୋଆ ବୁଲିବାକୁ ଯାଇଥିଲେ । ସୋନାଲୀଙ୍କ ଶାଶୂ ଗୋଆ ଯିବା ପୂର୍ବରୁ ବୋହୂର ସମସ୍ତ ସୁନା ଅଳଙ୍କାର ଲକରରେ ରଖିଦେବାକୁ କହି ମାଗି ନେଇଥିଲେ ।

ଗୋଆରୁ ଉଭୟ ଫେରିବା ପରେ ସୋନାଲୀଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ ହୋଇଥିଲା । ବାପା ଘରୁ ଆହୁରି ଟଙ୍କା ସୁନା ଆଣିବାକୁ ମାନସିକ ଚାପ ପକାଇଥିଲେ । ଏମିତି ସ୍ୱାମୀ ନିଶା ସେବନ ମଧ୍ୟ କରୁଥିଲେ । ଏ ନେଇ ସୋନାଲୀ ଶାଶୁ ଶ୍ୱଶୁରଙ୍କୁ ଜଣାଇବାକୁ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା । ଏହା ପରେ ସୋନାଲୀଙ୍କୁ ନିଜ ନାମରେ ଏକ ଘର ନେଇ ସ୍ୱାମୀ ସହିତ ଅଲଗା ରହିବାକୁ ଶ୍ୱଶୁର ନିଜେ ପରାମର୍ଶ ଦେଇଥିଲେ । ସୋନାଲୀ ମଧ୍ୟ ପରିବାର ଲୋକଙ୍କୁ କହି ଅନୁଗୋଳରେ ଏକ ଘର କିଣିଥିଲେ । କିନ୍ତୁ ସ୍ୱାମୀ ସବ୍ୟସାଚୀ ଏହାକୁ ସହଜରେ ଗ୍ରହଣ କରି ନ ଥିଲେ । ନିଜ ନାମ ନ ହେଲେ ତାଙ୍କ ମା (ସବ୍ୟସାଚୀଙ୍କ ମା)ରେ ଘର କିଣିବାକୁ ସବ୍ୟସାଚୀ ସୋନାଲୀଙ୍କ ଉପରେ ଚାପ ପକାଇଥିଲେ । ଅନୁଗୋଳରେ ସୋନାଲୀ ନିଜ ଭାଇଙ୍କ ସହିତ ଆଲୋଚନା କରିବାକୁ ଯାଇଥିବାବେଳେ ସୋନାଲୀ ରାଜି ନ ହେବାରୁ ସ୍ୱାମୀ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଏପରିକି ସୋନାଲିଙ୍କର ତଣ୍ଟିଚିପି ହତ୍ୟା ଉଦ୍ୟମ କରିବାରୁ ସୋନାଲି ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କ ଭାଇ ଏବଂ ଡ୍ରାଇଭର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତତ୍କାଳୀନ ବିଧାୟକ ସୁବାସ ପାଣିଗ୍ରାହୀ ମଧ୍ୟ ଝିଅର ସଂସାର ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସବ୍ୟସାଚୀ ଜାଗା କିଣିବାକୁ ଜିଦ ଧରି ବସିଥିଲେ ।

ଶେଷରେ ସୋନାଲି ବାଧ୍ୟ ହୋଇ ଗତ ଏପ୍ରିଲ ୧୩ ତାରିଖରେ ଦେବଗଡ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ସବ୍ୟସାଚୀଙ୍କୁ ଅନୁଗୋଳରୁ ଗିରଫ କରିବାପରେ କୋର୍ଟଚାଲାଣ କରିଥିବା ଜଣାପଡିଛି ।

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଅଟକ
ବାଲେଶ୍ୱର: ଗୁରୁ ନାଁରେ କଳଙ୍କ । ନାବାଳିକା ଛାତ୍ରୀକୁ ଅସଦାଚରଣ କରିବା ଅଭିଯୋଗରେ ଶିକ୍ଷକ ଅଟକ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ପଞ୍ଚମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କ ସହ ଅଭିଯୁକ୍ତ ଶିକ୍ଷକ ବାରମ୍ବାର ଅସଦ।ଚରଣ କରିଥିବା ନେଇ ପରିବାର ପକ୍ଷରୁ ସ୍କୁଲର ଅନ୍ୟ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ । ମାତ୍ର ସୁଫଳ ନ ମିଳିବାରୁ  ପୀଡିତା ମା ଜଳେଶ୍ୱର ଥାନାରେ ଲିଖିତ ଏତଲା ଦାଖଲ କରିଛନ୍ତି । ଏତଲା ପାଇବା ପରେ ଜଳେଶ୍ୱର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଧରିଛି । ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି । ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ସହ ଆବଶ୍ୟକ ଆଇନଗତ ପ୍ରକ୍ରିୟା ମଧ୍ୟ ଚାଲିଥିବା ସୂଚନା ମିଳିଛି । ଘଟଣା ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ଦେଖା ଦେଇଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି।

'ପ୍ରଥମେ ଭଲ ମା', ପରେ IAS'; ପରିବାରକୁ ଭୁଲି କ୍ୟାରିୟର ଗଢ଼ିବା ଠିକ୍ ନୁହେଁ କହିଲେ ରାଜ୍ୟପାଳ, ମହିଳାଙ୍କ ଭୂମିକା ନେଇ ଦେଇଥିବା ମନ୍ତବ୍ୟ ଭାଇରାଲ
ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କ ଏକ ବୟାନକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। କାନପୁରସ୍ଥିତ ଛତ୍ରପତି ଶାହୁଜୀ ମହାରାଜ ବିଶ୍ୱବିଦ୍ୟାଳୟ (CSJMU)ର ୪୧ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସେ କହିଥିଲେ, "ଆପଣ IAS ଅଫିସର ହୁଅନ୍ତୁ କିମ୍ବା ଶିକ୍ଷକ, ପ୍ରଥମେ ଜଣେ 'ଏକ୍ସପର୍ଟ ମା' ବା ଦକ୍ଷ ମା' ହୁଅନ୍ତୁ। ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ରାନ୍ଧିବା ସମସ୍ତଙ୍କୁ ଜାଣିବା ଉଚିତ।"

ତାଙ୍କ ଏହି ମନ୍ତବ୍ୟ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଦୁଇ ପ୍ରକାରର ପ୍ରତିକ୍ରିୟା ଦେଖାଦେଇଛି। ଗୋଟିଏ ପକ୍ଷ ଆନନ୍ଦୀବେନ ପଟେଲଙ୍କ ପରିବାରିକ ମୂଲ୍ୟବୋଧ ଓ ସନ୍ତାନ ଲାଳନପାଳନ ଉପରେ ଦିଆଯାଇଥିବା ଗୁରୁତ୍ୱକୁ ସମର୍ଥନ କରିଛନ୍ତି। ଅନ୍ୟପଟେ ଅନେକ ଲୋକ ପ୍ରଶ୍ନ ଉଠାଇଛନ୍ତି ଯେ, ଏଭଳି ଦାୟିତ୍ୱ କେବଳ ମହିଳାଙ୍କ ପାଇଁ କାହିଁକି? ପୁରୁଷମାନଙ୍କ ପାଇଁ ମଧ୍ୟ କି ସମାନ ଆଶା ରଖାଯାଉଛି?

ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଥିଲେ ଯେ, ବିବାହ ପରେ ମହିଳାମାନେ କେବେ ବି ନିଜର ଶିକ୍ଷା ଅଧାରେ ଛାଡ଼ିବା ଉଚିତ ନୁହେଁ। ବରଂ ସେମାନେ ନିଜର ଜ୍ଞାନ ଓ ଦକ୍ଷତାକୁ ପରିବାର, ସମାଜ ଏବଂ ଦେଶର ଉନ୍ନତିରେ ବ୍ୟବହାର କରିବା ଆବଶ୍ୟକ।

ସେ ଆହୁରି କହିଥିଲେ ଯେ, ଅଭିଭାବକଙ୍କ ଦାୟିତ୍ୱ କେବଳ ପିଲାଙ୍କୁ ସ୍କୁଲ କିମ୍ବା କଲେଜରେ ଭର୍ତ୍ତି କରାଇଦେବାରେ ଶେଷ ହୋଇଯାଏ ନାହିଁ। ପିଲାମାନେ ଶିକ୍ଷାନୁଷ୍ଠାନକୁ ଯିବା ପରେ ସେମାନେ କ'ଣ କରୁଛନ୍ତି, କାହା ସହ ମିଶୁଛନ୍ତି ଏବଂ କେଉଁ ଦିଗକୁ ଆଗକୁ ବଢ଼ୁଛନ୍ତି, ସେଥିପ୍ରତି ଅଭିଭାବକଙ୍କ ନଜର ରହିବା ଉଚିତ। ତାଙ୍କ କହିବା ଅନୁସାରେ, ଅଭିଭାବକଙ୍କ ସାମାନ୍ୟ ଅବହେଳା ମଧ୍ୟ ପିଲାଙ୍କ ଭବିଷ୍ୟତକୁ ପ୍ରଭାବିତ କରିପାରେ।

ଆନନ୍ଦୀବେନ ପଟେଲ ସମାଜରେ ବଢ଼ୁଥିବା ଘରୋଇ ହିଂସା ଓ ମହିଳାଙ୍କ ବିରୋଧରେ ଅପରାଧକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ। ତାଙ୍କ ମତରେ, କେବଳ ଡିଗ୍ରୀ ହାସଲ କରିବା ହିଁ ଶିକ୍ଷାର ଉଦ୍ଦେଶ୍ୟ ନୁହେଁ। ଯଦି ଶିକ୍ଷାର ହାର ବଢ଼ୁଥିବା ସତ୍ତ୍ୱେ ସମାଜରେ ମହିଳାଙ୍କ ଉପରେ ଅତ୍ୟାଚାର ଓ ଅପରାଧ କମୁନାହିଁ, ତେବେ ଏହା ଆମ ଶିକ୍ଷା ବ୍ୟବସ୍ଥା ପାଇଁ ଚିନ୍ତାର ବିଷୟ ବୋଲି ସେ କହିଥିଲେ।

ସେ ଶିକ୍ଷା ସହିତ ନୈତିକ ମୂଲ୍ୟବୋଧର ବିକାଶ ଉପରେ ମଧ୍ୟ ଜୋର ଦେଇ କହିଥିଲେ ଯେ, ଜଣେ ଶିକ୍ଷିତ ବ୍ୟକ୍ତି କେବଳ ପେଶାଗତ ସଫଳତା ନୁହେଁ, ବରଂ ଜଣେ ଦାୟିତ୍ୱବାନ ନାଗରିକ ଓ ଭଲ ମଣିଷ ହେବା ମଧ୍ୟ ଆବଶ୍ୟକ।

ତେବେ ତାଙ୍କ "ପ୍ରଥମେ ଏକ୍ସପର୍ଟ ମା' ହୁଅନ୍ତୁ" ବୟାନକୁ ନେଇ ସମର୍ଥନ ଓ ସମାଲୋଚନା ମଧ୍ୟରେ ବିତର୍କ ଜାରି ରହିଛି। କେହି ଏହାକୁ ପରିବାରିକ ମୂଲ୍ୟବୋଧର ସନ୍ଦେଶ ବୋଲି କହୁଥିବା ବେଳେ, ଆଉ କେହି ଏହାକୁ ମହିଳାଙ୍କ ଉପରେ ପାରମ୍ପରିକ ଭୂମିକା ଥୋପିବାର ପ୍ରୟାସ ବୋଲି ମତ ଦେଉଛନ୍ତି।