Khabar Odisha

ପଶ୍ଚିମବଙ୍ଗରେ ପୁଣି ହେଉ SIR, ବିଜେପି ରାଜ୍ୟ ସଭାପତି ସମୀକ ଭଟ୍ଟାଚାର୍ଯ୍ୟଙ୍କ ବଡ଼ ଦାବି
କୋଲକାତା: ପଶ୍ଚିମବଙ୍ଗରେ ଭୋଟର ତାଲିକାର 'ବିଶେଷ ଗହନ ପୁନରୀକ୍ଷଣ' (SIR) କୁ ନେଇ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ସମୀକ ଭଟ୍ଟାଚାର୍ଯ୍ୟ ରାଜ୍ୟରେ ଆଉ ଏକ ପର୍ଯ୍ୟାୟ SIR କରାଇବା ପାଇଁ  ଦାବି ଉଠାଇଛନ୍ତି। ପୂର୍ବରୁ ହୋଇଥିବା ପୁନରୀକ୍ଷଣ ପ୍ରକ୍ରିୟାରେ ବ୍ୟାପକ ହିଂସା ଏବଂ ଅରାଜକତା ସୃଷ୍ଟି କରାଯାଇଥିଲା ବୋଲି ସେ ଗୁରୁତର ଅଭିଯୋଗ ଆଣିଛନ୍ତି।

ସମୀକ ଭଟ୍ଟାଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ଶାସକ ଦଳର ଛତ୍ରଛାୟା ତଳେ ଭୋଟର ତାଲିକା ସଂଶୋଧନ ସମୟରେ ଅତ୍ୟନ୍ତ ନିନ୍ଦନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେତେବେଳେ ସାଧାରଣ ଲୋକଙ୍କ ନିକଟରୁ କାଗଜପତ୍ର ଛଡ଼ାଇ ନେଇ ଜଳାଇ ଦିଆଯାଇଥିଲା, ନିର୍ବାଚନ କର୍ମଚାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା ଏବଂ କାର୍ଯ୍ୟାଳୟଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଥିଲା।

ଏପରିକି ବ୍ଲକ ଉନ୍ନୟନ ଅଧିକାରୀ, ଆଙ୍ଗନୱାଡ଼ି କର୍ମୀ ଏବଂ ବିଜେପିର ବୁଥ୍ ଲେଭଲ୍ ଏଜେଣ୍ଟ (BLA) ମାନଙ୍କୁ ମଧ୍ୟ ହିଂସାର ଶିକାର ହେବାକୁ ପଡ଼ିଥିଲା। ଏହିସବୁ କାରଣରୁ ରାଜ୍ୟରେ ଏକ ସ୍ୱଚ୍ଛ ଓ ନିରପେକ୍ଷ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ପୁଣିଥରେ SIR କରାଯିବା ନିହାତି ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଶଂସା, ବିରୋଧୀଙ୍କୁ ସମାଲୋଚନା

ଗଣତନ୍ତ୍ରରେ 'ଭିଡ଼ତନ୍ତ୍ର' କେବେହେଲେ ବାସ୍ତବ ଗଣତନ୍ତ୍ରର ବିକଳ୍ପ ହୋଇପାରିବ ନାହିଁ ବୋଲି ସମୀକ ଚେତାବନୀ ଦେଇଛନ୍ତି। ଯେଉଁ ରାଜନୈତିକ ଦଳଗୁଡ଼ିକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିସାରିଛନ୍ତି, ସେମାନେ ହିଁ ବିଚାରବିଭାଗ ଓ ପ୍ରଶାସନକୁ ଚ୍ୟାଲେଞ୍ଜ କରିବା ପାଇଁ ଏଭଳି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି।

ଏହା ସହିତ, ନିର୍ବାଚନ ଆୟୋଗଙ୍କ ଉପରେ 'ଭୋଟ ଚୋରି' ଅଭିଯୋଗ ଆଣୁଥିବା ବିରୋଧୀଙ୍କୁ କଡ଼ା ସମାଲୋଚନା କରି ସେ କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ ଆୟୋଗର ଜ୍ଞାନେଶ କୁମାର ସ୍ୱଚ୍ଛ ଓ ସ୍ୱାଧୀନ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରୁଥିବାରୁ ସେ ପୁରସ୍କାର ଓ ସମ୍ମାନର ହକ୍‌ଦାର।

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶୀତଳା ମାତା ମନ୍ଦିର ଯାଉଥିବା ଶ୍ରଦ୍ଧାଳୁଙ୍କୁ ମାଡ଼ିଗଲା ଟ୍ରକ , ୧୨ ମୃତ ଓ ୨୯ ଆହତ
ଭୋପାଳ: ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରୁ ଏକ ଅତ୍ୟନ୍ତ ମର୍ମନ୍ତୁଦ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ରବିବାର ଭୋର ସକାଳେ ଏକ ଓଭରଲୋଡ୍ ଟ୍ରକ୍ ରାସ୍ତାରେ ଯାଉଥିବା ନିରୀହ ଶ୍ରଦ୍ଧାଳୁଙ୍କ ଉପରକୁ ମାଡ଼ିଯିବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି କରୁଣ ଦୁର୍ଘଟଣାରେ ୧୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧:୩୦ ମିନିଟ୍ ସମୟରେ ଗ୍ୱାଲିୟରର ପ୍ରସିଦ୍ଧ ଶୀତଳା ମାତା ମନ୍ଦିରକୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ପାଦରେ ଚାଲିଚାଲି ଦର୍ଶନ ପାଇଁ ଯାଉଥିଲେ। ଠିକ୍ ସେହି ସମୟରେ ଛିନୋର ପଟୁ ଆସୁଥିବା ଧାନ ବୋଝେଇ ଏକ ଟ୍ରକ୍ ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲା। ଘଟଣାସ୍ଥଳରେ ଥିବା ପୋଲିସ ବ୍ୟାରିକେଡ୍ ଏବଂ ଚେକ୍ ପୋଷ୍ଟକୁ ଭାଙ୍ଗି ଟ୍ରକ୍‌ଟି ରାସ୍ତା କଡ଼ରେ ଥିବା ମନ୍ଦିରର ପ୍ରାଚୀର ଏବଂ ଗେଟ୍ ସହ ଧକ୍କା ହେବା ସହ ସେଠାରେ ଥିବା ଶ୍ରଦ୍ଧାଳୁଙ୍କୁ ମାଡ଼ିଚାଲିଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଘଟଣାସ୍ଥଳରେ ପ୍ରାୟ ୧୨ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ଚାରିଆଡ଼େ ହାହାକାର ପଡ଼ିଯାଇଥିଲା।

ଦୁର୍ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ଜିଲ୍ଲାପାଳ ରୁଚିକା ଚୌହାନ ଏବଂ ଏସଏସପି ଧର୍ମବୀର ସିଂହଙ୍କ ସମେତ ବରିଷ୍ଠ ପ୍ରଶାସନିକ ଏବଂ ପୋଲିସ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଏହି ଦୁର୍ଘଟଣାରେ ଆହତ ହୋଇଥିବା ୨୯ ଜଣଙ୍କ ମଧ୍ୟରୁ ୫ ରୁ ୬ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ଅନ୍ୟମାନଙ୍କୁ ସାମାନ୍ୟ ଆହତ ଅବସ୍ଥାରେ ଚିକିତ୍ସା ପ୍ରଦାନ କରାଯାଉଛି। ଏପରିକି ଡ୍ୟୁଟିରେ ଥିବା ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି।

Also Read: କୋଲକାତା ଦୁର୍ଗା ପୂଜା ମଣ୍ଡପରେ ଅଭାବନୀୟ ଘଟଣା: ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ, ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା

ବର୍ଷା କାରଣରୁ ପେଣ୍ଡାଲରେ ଜମିଲା ପ୍ରବଳ ଭିଡ, ପ୍ରତ୍ୟକ୍ଷଦର୍ଶୀ କହିଲେ ଦଳାଚକଟାର ଭୟଙ୍କର ଦୃଶ୍ୟ
କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଦୁର୍ଗାପୂଜା ଉତ୍ସବ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଉତ୍ତର କୋଲକାତାର ଚୋରବାଗାନ ଅଞ୍ଚଳରେ ଥିବା ଏକ ପ୍ରସିଦ୍ଧ ଦୁର୍ଗା ପୂଜା ମଣ୍ଡପରେ ପ୍ରବଳ ଭିଡ଼ ଓ ବର୍ଷା କାରଣରୁ ଦଳାଚକଟା ସୃଷ୍ଟି ହୋଇଛି। ଏହି ଅଭାବନୀୟ ଘଟଣାରେ ୧୭ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିବା ବେଳେ ପ୍ରାୟ ୩୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଶନିବାର ସନ୍ଧ୍ୟା ପ୍ରାୟ ୭ଟା ୪୦ ମିନିଟ୍ ସମୟରେ ଗିରିଶ ପାର୍ଟ ଥାନା ଅନ୍ତର୍ଗତ ସରଦା ପାର୍ଟ ଦୁର୍ଗା ପୂଜା ମଣ୍ଡପର ପ୍ରସ୍ଥାନ (ଏଗ୍‌ଜିଟ୍) ଗେଟ୍ ନିକଟରେ ଏହି ପରିସ୍ଥିତି ଉପୁଜିଥିଲା। ସନ୍ଧ୍ୟାରେ ମଣ୍ଡପରେ ଦର୍ଶନାର୍ଥୀଙ୍କ ପ୍ରବଳ ଭିଡ଼ ଜମିଥିବା ବେଳେ ହଠାତ୍ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ବର୍ଷାରୁ ବର୍ତ୍ତିବା ପାଇଁ ବାହାରେ ଥିବା ଲୋକମାନେ ହଠାତ୍  ମଣ୍ଡପ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ।

ଏହି ସମୟରେ ଅଧିକ ଭିଡ଼ ଏବଂ ସଂକ୍ରିୟ ରାସ୍ତା ଯୋଗୁଁ କିଛି ଲୋକ ତଳେ ପଡ଼ିଯାଇଥିଲେ ଏବଂ ପଛରୁ ଆସୁଥିବା ଜନସମୁଦ୍ର ସେମାନଙ୍କୁ ଦଳି ଚକଟି ଆଗକୁ ଚାଲିଯାଇଥିଲା। ଫଳରେ ସେଠାରେ ଭୟାବହ ଦଳାଚକଟା ସୃଷ୍ଟି ହୋଇଥିଲା। ବହୁ ଲୋକ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଏବଂ ପୋଲିସ ପ୍ରଶାସନ ତତ୍ପରତା ପ୍ରକାଶ କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଥିଲା। କିଛି ଆହତଙ୍କୁ ସ୍ଥାନୀୟ ଲୋକମାନେ ମୋଟରସାଇକେଲ୍ ଏବଂ ଅନ୍ୟାନ୍ୟ ଯାନବାହନରେ ମଧ୍ୟ ହସ୍ପିଟାଲରେ ପହଞ୍ଚାଇଥିଲେ।

ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ମନ୍ତ୍ରୀମାନେ ହସ୍ପିଟାଲରେ ପହଞ୍ଚି ଆହତଙ୍କ ଚିକିତ୍ସା ବ୍ୟବସ୍ଥାକୁ ତଦାରଖ କରିଛନ୍ତି। ପୂଜା ମଣ୍ଡପରେ ଏଭଳି ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

କୋଲକାତା ଦୁର୍ଗା ପୂଜା ମଣ୍ଡପରେ ଅଭାବନୀୟ ଘଟଣା: ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ, ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା
କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଦୁର୍ଗାପୂଜା ଉତ୍ସବ ସମୟରେ ଏକ ଅତ୍ୟନ୍ତ ଦୁଃଖଦ ଓ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ସହରର ଚୋରବାଗାନ ଅଞ୍ଚଳରେ ଆୟୋଜିତ ପୂଜା ମଣ୍ଡପରେ ହଠାତ୍ ଦଳାଚକଟା ହୋଇଛି। ଏହି ଦଳାଚକଟାରେ ୧୮ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିବା ବେଳେ ବହୁ ସଂଖ୍ୟାରେ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ତୁରନ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ କଲିକତା ମେଡିକାଲ କଲେଜ ଏବଂ ଅନ୍ୟ ନିକଟସ୍ଥ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି କରାଯାଇଛି। ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଅଗ୍ରୱାଲ କଲିକତା ମେଡିକାଲ କଲେଜରେ ପହଞ୍ଚି ଆହତଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି।

ପ୍ରତ୍ୟକ୍ଷଦର୍ଶୀ ଏବଂ ପ୍ରାଥମିକ ସୂଚନା ଅନୁଯାୟୀ, ଅତ୍ୟଧିକ ଭିଡ଼ ଏବଂ ହଠାତ୍ ପ୍ରବଳ ବର୍ଷା ଯୋଗୁଁ ଏହି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଚୋରବାଗାନ ଅଞ୍ଚଳରେ ହୋଇଥିବା ମଣ୍ଡପର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ଅତ୍ୟନ୍ତ ସଙ୍କୁଚିତ ଥିଲା, ଯାହାଫଳରେ ଲୋକଙ୍କ ବାହାରିବା ପାଇଁ ପର୍ଯ୍ୟାପ୍ତ ଜାଗା ନଥିଲା।

ପ୍ରବଳ ବର୍ଷାରୁ ବଞ୍ଚିବା ପାଇଁ ବାହାରେ ଥିବା ଲୋକମାନେ ହଠାତ୍ ମଣ୍ଡପ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ପୂର୍ବରୁ ମଣ୍ଡପ ଭିତରେ ପ୍ରଚୁର ଭିଡ଼ ଥିବାରୁ ଏହାକୁ ନେଇ ଗୋଳମାଳ  ସୃଷ୍ଟି ହୋଇଥିଲା, ଯାହା ଶେଷରେ ଏକ ବଡ଼ ଦଳାଚକଟାର ରୂପ ନେଇଥିଲା।

ଏହି ଦୁଃଖଦ ଘଟଣା ପରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଓ ଆହତଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିବା ବେଳେ ପରିସ୍ଥିତି ଉପରେ ନଜର ରଖାଯାଇଛି।

‘ଭାରତ ଛାଡ଼ିବା’ ନୋଟିସ୍ ବିରୋଧରେ ବୋମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍
ମୁୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କ ପାଇଁ ଏକ ବଡ଼ ଆଇନଗତ ଅଡ଼ୁଆ ସୃଷ୍ଟି ହୋଇଛି। ମୁମ୍ବାଇସ୍ଥିତ ‘ଫୋରେନ୍ସ ରିଜିଓନାଲ୍ ରେଜିଷ୍ଟ୍ରେସନ୍ ଅଫିସ୍’ (FRRO) ପକ୍ଷରୁ ମିଳିଥିବା ‘ଭାରତ ଛାଡ଼ିବା ନୋଟିସ୍‌କୁ ଚ୍ୟାଲେଞ୍ଜ କରି ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା ଅକ୍ଟୋବର ୨୮ ତାରିଖ ସୁଦ୍ଧା ଦେଶ ଛାଡ଼ିବାକୁ ଦିଆଯାଇଥିବା ଏହି ନିର୍ଦ୍ଦେଶନାମା ଉପରେ ତୁରନ୍ତ ରୋକ୍ ଲଗାଇବା ସହ ଏହାକୁ ରଦ୍ଦ କରିବା ପାଇଁ ସେ କୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି।

ଇମ୍ରାନ୍ ଖାନ୍ ଆମେରିକୀୟ ନାଗରିକତ୍ୱ ରଖିଥିବା ବେଳେ ତାଙ୍କ ନିକଟରେ ‘ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ’ (OCI) କାର୍ଡ ରହିଛି। ଗତ ଅକ୍ଟୋବର ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନଠାରେ ଆୟୋଜିତ ଏକ ରାଜନୈତିକ ବିକ୍ଷୋଭ ପ୍ରଦର୍ଶନରେ ସେ ଅଂଶଗ୍ରହଣ କରିଥିଲେ। ଜଣେ ବିଦେଶୀ ନାଗରିକ ହୋଇ ଭାରତରେ କୌଣସି ରାଜନୈତିକ ଆନ୍ଦୋଳନରେ ଭାଗ ନେବା ଆଇନଗତ ନିୟମର ଉଲ୍ଲଂଘନ ବୋଲି ଦର୍ଶାଇ ପ୍ରଶାସନ ପକ୍ଷରୁ ତାଙ୍କୁ ୨୮ ଅକ୍ଟୋବର ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ନୋଟିସ୍‌ର ଅବମାନନା କଲେ ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଇମ୍ରାନ୍ ଖାନ୍ ନିଜ ଆବେଦନରେ ଦର୍ଶାଇଛନ୍ତି ଯେ ପ୍ରଶାସନ ପକ୍ଷରୁ ମିଳିଥିବା ଏହି ନୋଟିସ୍ ସମ୍ପୂର୍ଣ୍ଣ ଗ୍ରହଣଯୋଗ୍ୟ ନୁହେଁ। ନୋଟିସ୍ ଦେବା ପୂର୍ବରୁ ତାଙ୍କୁ ନିଜ ସପକ୍ଷରେ ସଫାଇ ଦେବା କିମ୍ବା ପକ୍ଷ ରଖିବା ପାଇଁ କୌଣସି ସୁଯୋଗ ଦିଆଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

କେଉଁ ନିୟମ ଓ ପରିସ୍ଥିତି ଆଧାରରେ ଏହି ନିର୍ଦ୍ଦେଶ ଜାରି ହୋଇଛି, ସେ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ମାମଲାର ଜରୁରୀ ଶୁଣାଣି ପାଇଁ ତାଙ୍କ ଆଇନଜୀବୀ କୋର୍ଟଙ୍କୁ ନିବେଦନ କରିଥିବା ବେଳେ ଆସନ୍ତା ସପ୍ତାହରେ ବୋମ୍ବେ ହାଇକୋର୍ଟରେ ଏହାର ଶୁଣାଣି ହେବାର ସମ୍ଭାବନା ରହିଛି।

ରାହୁଲ ଗାନ୍ଧୀଙ୍କ ବଢିଲା ଅଡୁଆ: ମହିଳା ସାମ୍ବାଦିକା ଦେଲେ ଏତଲା, ତୁରନ୍ତ ଏଫଆଇଆର ରୁଜୁ ପାଇଁ ଦାବି
ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ପୁଣି ଥରେ ଏକ ବଡ଼ ଅଡ଼ୁଆ ସୃଷ୍ଟି ହୋଇଛି। ତାଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣି ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା ସାମ୍ବାଦିକା।

ନୂଆଦିଲ୍ଲୀ ଡିସିପିଙ୍କ ନିକଟରେ ସାମ୍ବାଦିକା ଋଚା ପରାଶର ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଏଥିରେ ରାହୁଲ ଗାନ୍ଧୀ ଏବଂ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଏଫଆଇଆର (FIR) ରୁଜୁ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ଗତ ଅକ୍ଟୋବର ୧୨ ତାରିଖରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଚାଲିଥିବା ଏକ ବିକ୍ଷୋଭ ଶୋଭାଯାତ୍ରାକୁ କଭର କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଅଭିଯୋଗକାରୀ ସାମ୍ବାଦିକାଜଣକ ତିନି ମାସର ଗର୍ଭବତୀ ଥିବା ବେଳେ ସେହି ସମୟରେ ତାଙ୍କ ସହ ଦୁର୍ବ୍ୟବହାର, ଧମକଚମକ ଏବଂ ଅପରାଧିକ ବଳପ୍ରଯୋଗ କରାଯାଇଥିବା ସେ ଏତଲାରେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି। ସାମ୍ବାଦିକାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଅଭିଯୋଗପତ୍ରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ୨୦୨୩ର ଏକାଧିକ କଠୋର ଧାରା ଉଲ୍ଲେଖ କରାଯାଇଛି।

ଘଟଣାସ୍ଥଳରେ ରିପୋର୍ଟିଂ କରୁଥିବା ସମୟରେ ରାହୁଲ ଗାନ୍ଧୀ ନିଜେ ତାଙ୍କୁ ଧକ୍କା ମାରିଥିଲେ ବୋଲି ସାମ୍ବାଦିକା ଅଭିଯୋଗ ଆଣିଛନ୍ତି। ଏହି ଧକ୍କା ଓ ଧସ୍ତିଧାସ୍ତି ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିଯାଇଥିଲା, ଯାହାଫଳରେ ତାଙ୍କୁ ତତକ୍ଷଣାତ୍ ହସ୍ପିଟାଲକୁ ନିଆଯାଇଥିଲା। ଏହି ପ୍ରସଙ୍ଗରେ ସର ଗଙ୍ଗାରାମ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଅଜୟ ସ୍ୱରୂପ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସେହିଦିନ ରାତି ପ୍ରାୟ ୧୦ଟା ସମୟରେ ଋଚା ପରାଶର ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ଆସିଥିଲେ।

ରୋଗୀଙ୍କ ଗୁରୁତର ସ୍ୱାସ୍ଥ୍ୟାବସ୍ଥା ଏବଂ ଗର୍ଭବତୀ ଥିବା କାରଣକୁ ଦୃଷ୍ଟିରେ ରଖି, କୌଣସି ପ୍ରକାରର ଆନୁଷ୍ଠାନିକ ପଞ୍ଜୀକରଣ ଫର୍ମ ପୂରଣ କରାଇବା ପୂର୍ବରୁ ହିଁ ତାଙ୍କୁ ଜରୁରୀକାଳୀନ ଭିତ୍ତିରେ ଆଡମିଟ୍ କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ସାମ୍ବାଦିକାଜଣକ ଗର୍ଭବତୀ ଥିବା ଏବଂ ତାଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିବା କାରଣରୁ ଏହି ଘଟଣାଟି ଏବେ ଦେଶବ୍ୟାପୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ପୋଲିସ ହାଜତରୁ ମୁକୁଳିଲେ CJP ମୁଖ୍ୟ ଅଭିଜିତ ଦୀପକେ
ନୂଆଦିଲ୍ଲୀ : ପୋଲିସ ହାଜତରୁ ମୁକୁଳିଛନ୍ତି କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ତଥା ମୁଖ୍ୟ ଅଭିଜିତ ଦୀପକେ । ନୂଆଦିଲ୍ଲୀର କନ୍ନଟ ପ୍ଲେସ୍ ଠାରେ ଆୟୋଜିତ CJP ର 'ଲହରା ଦୋ ତିରଙ୍ଗା' ରାଲି ପୂର୍ବରୁ ଦିଲ୍ଲୀ ପୋଲିସ ତାଙ୍କୁ ସୁରକ୍ଷା ଦୃଷ୍ଟିରୁ ଅଟକ ରଖିବା ପରେ ଗିରଫ କରିଥିଲା । ଏହାପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି ।

ସୂଚନା ଥାଉକି ଦିଲ୍ଲୀର କନ୍ନଟ ପ୍ଲେସ୍ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୧୬୩ ଅନୁଯାୟୀ ସଭାସମିତି ଉପରେ କଟକଣା ଜାରି କରାଯାଇଥିଲା । ପୋଲିସର ନୋଟିସ ସତ୍ତ୍ୱେ ପ୍ରତିବାଦ ପ୍ରଦର୍ଶନ ପାଇଁ ବାହାରିବା ସମୟରେ ଅଭିଜିତ ଦୀପକେଙ୍କୁ ହେପାଜତକୁ ନିଆଯାଇଥିଲା ।

ଶନିବାର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ସ୍ପେଶାଲ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ (SEM) କୋର୍ଟରେ ହାଜର କରାଯାଇଥିଲା । ସିଜେପିର ଆଇନ ଦଳ କୋର୍ଟରେ ପୋଲିସର ଆଖିବୁଜା ଅଟକ ପ୍ରକ୍ରିୟାକୁ ବିରୋଧ କରିଥିଲେ । ଶେଷରେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି, ଯେଉଁଥିରେ ଆଗାମୀ ଦିନରେ ଶାନ୍ତି ବଜାୟ ରଖିବା ପାଇଁ ନିର୍ଦ୍ଦେଶ ରହିଛି ।

ଗୋଟିଏ ଦିନରେ ଚାଲିଗଲା ପୁରା ପରିବାରର ଜୀବନ, ଶେଷ ଥର ଖାଇଥିଲେ ନୁଡୁଲ୍ସ
ଉତ୍ତରପ୍ରଦେଶ : ଗ୍ରେଟର ନୋଏଡାର ରାବୁପୁରା ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟ ଘଟଣା। ଗୋଟିଏ ପରିବାରର ୫ଜଣଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକଙ୍କ ମଧ୍ୟରେ ବାପା, ମାଆ ଓ ସେମାନଙ୍କର ୩ ଜଣ ଛୁଆ। ରାବୁପୁରା ଅଞ୍ଚଳରେ ଘଟିଥିବା ଏହି ଘଟଣା ପରେ ପରିବାରର ମୃତ୍ୟୁର କାରଣକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୧୦:୦୦ ରୁ ୧୦:୩୦ ମଧ୍ୟରେ ପରିବାରବର୍ଗ ରାତ୍ରିଭୋଜନରେ ଚା’ ଏବଂ ନୁଡୁଲ୍ସ ଖାଇଥିଲେ ବୋଲି ଜଣାପଡ଼ିଛି।ଶନିବାର ସକାଳେ ପିଲାମାନେ ନ ଉଠିବାରୁ ପଡ଼ୋଶୀ ଓ ପରିବାର ସଦସ୍ୟମାନେ ମୃତଦେହଗୁଡ଼ିକୁ ଦେଖିବାକୁ ପାଇଥିଲେ; ପିଲାମାନଙ୍କ ମଧ୍ୟରୁ ଜଣଙ୍କର ସେହି ଦିନ ପରୀକ୍ଷା ମଧ୍ୟ ଥିଲା।

ପୋଲିସ ଏବଂ ପ୍ରଶାସନିକ ସ୍ତରରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଏହା ଖାଦ୍ୟ ବିଷାକ୍ତ ହେବାଯୋଗୁଁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି; କିଛି ରିପୋର୍ଟ ଅନୁଯାୟୀ, ମୃତକଙ୍କ ପାଟିରୁ ଫେଣ ବାହାରୁଥିବା ଦେଖାଯାଇଥିଲା।

ତଥାପି, ସ୍ଥାନୀୟ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ପ୍ରାଥମିକ ଭାବରେ କହିଥିଲେ ଯେ ଏହା ସାଧାରଣ ଖାଦ୍ୟ ବିଷାକ୍ତତା ଅପେକ୍ଷା ବିଷାକ୍ତତା ମାମଲାକୁ ଅଧିକ ବ୍ୟାପକ ଭାବରେ ଇଙ୍ଗିତ କରିପାରେ, କାରଣ କୌଣସି ମିଆଦ ସମାପ୍ତ କିମ୍ବା ସନ୍ଦେହଜନକ ଖାଦ୍ୟ ସାମଗ୍ରୀ ତୁରନ୍ତ ଚିହ୍ନଟ କରାଯାଇ ନାହିଁ।

ମୃତକ ମାନଙ୍କ ମଧ୍ଯରେ ଅଛନ୍ତି ମହେଶ (ପିତା), ଲଳିତା (୩୪–୩୫ ବର୍ଷ ବୟସ), ତାଙ୍କ ପତ୍ନୀ,ଲଡ୍ଡୁ (୧୧–୧୨ ବର୍ଷ ବୟସ), ସେମାନଙ୍କ ବଡପୁଅ,ମିଷ୍ଟି (୭–୮ ବର୍ଷ ବୟସ), ସେମାନଙ୍କ ଝିଅ, ସାକ୍ଷାତ୍ (୪ବର୍ଷ) ସେମାନଙ୍କ ସବୁଠାରୁ ସାନ ସନ୍ତାନ।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି।ମୃତକଙ୍କ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ।

ଆଡଭାନୀଙ୍କ ଆଶୁ ଆରୋଗ୍ୟ କାମନା କଲେ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ; ମହାପ୍ରଭୁଙ୍କ ନିକଟରେ କଲେ ପ୍ରାର୍ଥନା
ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଖବରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଆଡଭାନୀଙ୍କ ଆଶୁ ଆରୋଗ୍ୟ କାମନା କରି ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସିଂହଦେଓ ଆଡଭାନୀଙ୍କୁ ଜଣେ ସମ୍ମାନନୀୟ ରାଷ୍ଟ୍ରନେତା ଭାବେ ଅଭିହିତ କରିଛନ୍ତି। ଛାତିରେ ସଂକ୍ରମଣ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜାଣି ସେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଆଡଭାନୀଙ୍କୁ ଶକ୍ତି, ସାହସ ଓ ଶୀଘ୍ର ସୁସ୍ଥତା ପ୍ରଦାନ କରନ୍ତୁ, ଯାହାଦ୍ୱାରା ସେ ନିଜ ଜ୍ଞାନ ଓ ମାର୍ଗଦର୍ଶନ ଦ୍ୱାରା ଦେଶକୁ ପ୍ରେରଣା ଦେଇଚାଲିବେ ବୋଲି ସେ ଲେଖିଛନ୍ତି।

ସୂଚନାଯୋଗ୍ୟ, ୯୮ ବର୍ଷୀୟ ଲାଲକୃଷ୍ଣ ଆଡଭାନୀ ଶୁକ୍ରବାର ସନ୍ଧ୍ୟାରେ ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତି ସଂକ୍ରମଣ ଯୋଗୁଁ ତାଙ୍କୁ ପଲମୋନାରୀ ବିଭାଗରେ ରଖାଯାଇଛି। ହସ୍ପିଟାଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି। ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଓ ନିୟମିତ ନିରୀକ୍ଷଣ କରୁଛନ୍ତି।

୧୯୨୭ ନଭେମ୍ବର ୮ରେ କରାଚିରେ ଜନ୍ମଗ୍ରହଣ କରିଥିବା ଆଡଭାନୀ ବିଜେପିର ଅନ୍ୟତମ ପ୍ରମୁଖ ନେତା। ସେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଭାରତର ଉପପ୍ରଧାନମନ୍ତ୍ରୀ ଥିଲେ। ଦଳର ସାଂଗଠନିକ ବିସ୍ତାରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ୨୦୨୪ରେ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା।

ଦର୍ଶନ ପାଇଁ ବାହାରିଥିଲେ, ହେଲେ ଫେରିଲେନି; ରାଜସ୍ଥାନରେ ନାଳକୁ ଖସିଲା ଟ୍ରାଭେଲର, ୮ ମୃତ
ରାଜସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା। ଖାଟୁ ଶ୍ୟାମ ମନ୍ଦିର ଦର୍ଶନ ପାଇଁ ଯାଉଥିବା ଯାତ୍ରୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଥିବା ଅନ୍ୟ ଯାତ୍ରୀମାନେ ଆହତ ହୋଇଛନ୍ତି। ଶନିବାର ସକାଳ ପ୍ରାୟ ୬ଟାରେ ରାଜସ୍ଥାନର କୋଟା ଜିଲ୍ଲା ଅନ୍ତର୍ଗତ ସିମଲିୟା ଥାନା ଅଞ୍ଚଳର କରାଡ଼ିୟା ଗାଁ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ମିନି ବସ୍‌ଟି ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାଉଥିଲା। ତେବେ ବସ୍‌ ଚଳାଉଥିବା ସମୟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ପାଣି ଓ କାଦୁଅ ଭର୍ତ୍ତି ନାଳରେ ଖସିପଡ଼ିଥିବା କୁହାଯାଉଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା। ନାଳରେ ପାଣି ଓ କାଦୁଅ ଥିବାରୁ ବସ୍‌ ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସମସ୍ୟା ହୋଇଥିଲା। ବସ୍‌କୁ ବାହାର କରିବା ପାଇଁ କ୍ରେନ୍‌ର ସହାୟତା ନିଆଯାଇଥିଲା।

କୋଟା ଜିଲ୍ଲାପାଳ ପୀୟୂଷ ସାମାରିଆଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ୮ ଜଣଙ୍କୁ ମୃତ ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିଲା। ଗୁରୁତର ଆହତଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ଏଏସ୍‌ପି ରାମ କଲ୍ୟାଣ ମୀଣାଙ୍କ କହିବା ଅନୁଯାୟୀ, ବସ୍‌ରେ ଥିବା ଯାତ୍ରୀମାନେ ଭୋପାଳରୁ ଖାଟୁ ଶ୍ୟାମଜୀଙ୍କ ଦର୍ଶନ ପାଇଁ ଯାଉଥିଲେ।

ଦୁର୍ଘଟଣାରେ ଆହତଙ୍କୁ ମେଡିକାଲ କଲେଜ ଓ ଏମ୍‌ବିଏସ୍‌ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି।