Khabar Odisha

ସୋଆ ପକ୍ଷରୁ ଜଗନ୍ନାଥ ଦାସଙ୍କ ମହାଭାରତ ଶୀର୍ଷକ ପ୍ରଥମ ‘ପ୍ରାଚୀନ’ ସମ୍ପାନ ଆୟୋଜିତ
ଭୁବନେଶ୍ୱର, ୧୮ ମାର୍ଚ୍ଚ: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ଓ କଟକସ୍ଥିତ ଓଡିଆ ଗବେଷଣା ପରିଷଦର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଦିନ ବିଶ୍ୱବିଦ୍ୟାଳୟ ପରିସରରେ ଜଗନ୍ନାଥ ଦାସଙ୍କ ମହାଭାରତ ଶୀର୍ଷକର ପ୍ରଥମ ‘ପ୍ରାଚୀନ’ ସମ୍ପାନ ଅନୁଷ୍ଠିତ ହୋଇଯାଇଛି ।

ଏହି ସମ୍ପାନର ମୁଖ୍ୟ ଆଲୋଚକ ଭାବେ ବିଶିଷ୍ଟ ଭାଷାବିଜ୍ଞାନୀ ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ ଯୋଗଦେଇ ଜଗନ୍ନାଥ ଦାସଙ୍କ ମହାଭାରତର ସ୍ୱତନ୍ତ୍ରତା ସମ୍ପର୍କରେ ଆଲୋକପାତ କରିଥିଲେ ।

ଜଗନ୍ନାଥ ଦାସଙ୍କ ‘ମହାଭାରତ’ ଏକ ଗୁରୁତ୍ୱପୂର୍ଣ୍ଣ ପାଠ । ଜଗନ୍ନାଥ ଦାସ ଓଡ଼ିଆ ନବାକ୍ଷରୀ ଭାଗବତ ରଚନା କରିବା ପୂର୍ବରୁ ରାମାୟଣ ଓ ମହାଭାରତ ରଚନା କରିଥିଲେ ବୋଲି ଦିବାକର ଦାସ ତାଙ୍କ ‘ଜଗନ୍ନାଥ ଚରିତାମୃତ’ରେ ଲେଖିଛନ୍ତି । କିନ୍ତୁ କେତେକ ଗବେଷକ ନବାକ୍ଷରୀ ‘ମହାଭାରତ’ର ରଚନାକାର ଭାବରେ ତାହାକୁ ସ୍ୱୀକାର କରି ନାହାନ୍ତି । ତାହା ସତ୍ୱେ ତାଙ୍କ ନାମରେ ଭଣିତା ଥିବା ‘ମହାଭାରତ’ର ଗୁରୁତ୍ୱକୁ ଅସ୍ୱୀକାର କରାଯାଇପାରିବ ନାହିଁ ବୋଲି ଗବେଷକ ତଥା କାନପୁର ଆଇଆଇଟିର ପ୍ରାକ୍ତନ ଇଂରାଜୀ ପ୍ରଫେସର ଡକ୍ଟର ପଟ୍ଟନାୟକ କହିଛନ୍ତି ।

ଏହି ସମ୍ପାନରେ ବକ୍ତବ୍ୟ ଉପସ୍ଥାପନ କରି ପ୍ରଫେସର ପଟ୍ଟନାୟକ କହିଥିଲେ ଯେ ମହାଭାରତର ଏହି ପାଠରେ ବ୍ୟାସଦେବଙ୍କ ସଂସ୍କୃତ ମହାଭାରତ, ସାରଳା ଦାସଙ୍କ ଓଡ଼ିଆ  ମହାଭାରତ ଓ ଶ୍ରୀମଦ୍‌ଭଗବତ୍ ଗୀତାର ସମନ୍ୱୟ ରହିଛି । ମହାଭାରତର ବିଷୟବସ୍ତୁକୁ ସଂକ୍ଷେପରେ ଏବଂ ଅତ୍ୟନ୍ତ ବିଚାରବନ୍ତ ଭାବରେ ଏଥିରେ ଉପସ୍ଥାପନ କରାଯାଇଛି ।

ଏହି ସମ୍ପାନରେ ଓଡିଆ ଗବେଷଣା ପରିଷଦର ଉପସଭାପତି ତଥା ବିଶିଷ୍ଟ ଗବେଷକ ଡକ୍ଟର ଅସିତ ମହାନ୍ତି ସଭାପତିତ୍ୱ କରି ଗବେଷଣା ପରିଷଦର ଆଭିମୁଖ୍ୟ ଏବଂ ସମ୍ପାନ ସଂପର୍କରେ ସୂଚନା ଦେଇ୍‌ଥିଲେ । ଏହି ସମ୍ପାନରେ ପ୍ରାଚୀନର ମୁଖ୍ୟ ପ୍ରଫେସର ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପ୍ରାଚୀନ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ସୋଆ ବିଶ୍ୱବିଦ୍ୟାଳୟର ‘ପ୍ରାଚୀନ’ ବିଭାଗ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା ଓ ଅଧ୍ୟୟନର ଲକ୍ଷ୍ୟ ନେଇ ସ୍ଥାପିତ ହୋଇଛି । ପ୍ର୍ରାଚୀନ ଜରିଆରେ ବର୍ତମାନ ସାରୋଳଦାସ ମହାଭାରଥର ପାଠ ଆଧାରିତ ସଂସ୍କରଣ ପ୍ରସ୍ତୁତି, ବିରଳ ପୁସ୍ତକର ଡିଜିଟାଇଜେସନ୍‌, ନୃତତ୍ୱ ଓ ଆଦିବାସୀ  ସଂସ୍କୃତି, ଯୋଗ ଓ ସଂସ୍କୃତି ଅଧ୍ୟୟନ ବିଭାଗରେ ଅଧିକ ଗବେଷଣା ଜାରି ରହିଥିବା ସେ ସୂଚନା ଦେଇଥିଲେ ।

ସମ୍ପାନର ପ୍ରାରମ୍ଭରେ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।

ପରିଷଦର ସମ୍ପାଦକ ଡକ୍ଟର ଗୌରାଙ୍ଗ ଚରଣ ଦାଶ, କୋଷାଧ୍ୟକ୍ଷ ଶ୍ରୀ ସୁବାଷ ପଟ୍ଟନାୟକ, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ, ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, ଓଡ଼ିଆ ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା, ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ପ୍ରଫେସର ସନ୍ତୋଷ କୁମାର ରଥ, ପ୍ରଫେସର ମନୋରଞ୍ଜନ ପ୍ରଧାନ, କବି ଶ୍ରୀ ଶୈଳଜ ରବି, ଅନୁବାଦକ ଶ୍ରୀ ସୁଭାଷ ଶତପଥୀ, ଗାଳ୍ପିକା ଶ୍ରୀମତି ସୁନନ୍ଦା ପ୍ରଧାନ, ଗବେଷକ ଶ୍ରୀ ଫଣିନ୍ଦ୍ର ଭୂଷଣ ନନ୍ଦ ଓ ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ବିଶ୍ୱବିଦ୍ୟାଳୟର ଗବେଷକ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରାଚୀନ ପକ୍ଷରୁ ଆସୋସିଏଟ ପ୍ରଫେସର ଡକ୍ଟର ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀ ଜୀବନ କୁମାର ପଣ୍ଡା, ଶ୍ରୀ ସମ୍ବିତ ପଟ୍ଟନାୟକ ଓ ଶ୍ରୀ ବିଭୂତି ପ୍ରସାଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପରଲୋକରେ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର, ଟ୍ୱିଟ୍ କରି ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ
ଗତକାଲି ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ ଘଟିଛି। କଟକ ଏସସିବି ମେଡ଼ିକାଲ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ହୋଇଥିଲା। ଗତ କିଛିଦିନ ଧରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା। ସେ ନିମୋନିଆ ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ପରେ କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ବିଶେଷ କରି ଜଣେ ଇଣ୍ଡିଆନ୍ ଇଂଲିସ୍ ପୋଏଟ୍ ହିସାବରେ ବେଶ୍ ପରିଚିତ। ସେ ହେଉଛନ୍ତି ପ୍ରଥମ ଭାରତୀୟ କବି ଯିଏ କି ଇଂରାଜୀ ଭାଷାରେ କବିତା ଲେଖି ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ ଭାରତ ସରକାରଙ୍କ ଦ୍ଵାରା ୨୦୦୯ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ବେଳେ ଇଂରାଜୀ କବିତା ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ତାଙ୍କ କୃତି ମଧ୍ୟରେ ଇଣ୍ଡିଆନ୍ ସମର୍, ହଙ୍ଗର ଓ ରିଲେସନସିପ୍ ଭଳି କାବ୍ୟ ଆଧୁନିକ ଭାରତୀୟ ଇଂରାଜୀ ସାହିତ୍ୟରେ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। l ତାଙ୍କ ଲେଖନୀରୁ ୨୦ରୁ ଅଧିକ ଇଂରାଜୀ କବିତା ସଂକଳନ ଓ ୭ରୁ ଅଧିକ ଓଡ଼ିଆ କବିତା ସଂକଳନ ଉତୁରିଥିଲା।

ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଖ୍ୟାତିସମ୍ପନ୍ନ କବି ଜୟନ୍ତ ମହାପାତ୍ରଙ୍କ ସାହିତ୍ୟରେ ଓଡ଼ିଶା ମାଟିର କଥା ପ୍ରସ୍ଫୁଟିତ ହୁଏ। କବିତା ମାଧ୍ୟମରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରାର କଥା କହିବା ଥିଲା ତାଙ୍କର ଅନନ୍ୟ କୃତି।  ତାଙ୍କ ବିୟୋଗରେ ସାହିତ୍ୟ ଜଗତ ଜଣେ ଉଜ୍ଜ୍ୱଳ ପ୍ରତିଭାଙ୍କୁ ହରାଇଲା ବୋଲି କେନ୍ଦ୍ରମନ୍ତ୍ରୀ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଏହି ମହାନ ସାହିତ୍ୟ ସ୍ରଷ୍ଟାଙ୍କର ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଯିବ। ସୂଚନାନୁଯାୟୀ, ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ଶେଷ ଇଛା ଅନୁସାରେ ଆଜି ଖାନନଗରସ୍ଥିତ ଇଲେକ୍ଟ୍ରିକ ଚୁଲାରେ ତାଙ୍କ ମରଶରୀରକୁ ଦାହ କରାଯିବ। ତେବେ ପରଲୋକ ପୂର୍ବରୁ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର ଲେଖିଥିଲେ ମୋ’​ ଶେଷ ଇଚ୍ଛା। ଯେଉଁଥିରେ ସେ ୩ଟି କଥା ଲେଖିଛନ୍ତି। ଇଂରାଜୀରେ ଲେଖାଥିବା ମାଇଁ ଲାଷ୍ଟ ଉଇସରେ ସେ ଲେଖିଛନ୍ତି , ମୋ’ ମରଶରୀରକୁ ଖାନନଗର ବିଦ୍ୟୁତ ଚୁଲାରେ ଦାହ କରିବ। ଏହାକୁ କେବେ ହେଲେ ପୋତିବ ନାହିଁ। ମୃତ୍ୟୁ ସମୟରେ ଉପସ୍ଥିତ ବନ୍ଧୁ, ଶୁଭେଚ୍ଛୁମାନଙ୍କ ଗହଣରେ ମୃତଦେହକୁ ଭ୍ୟାନ୍ କିମ୍ୱା ଆମ୍ବୁଲାନ୍ସରେ ନେଇ ଯଥାଶୀଘ୍ର ଦାହ କରିବ। ଏହା ସହ ୩୫ ବର୍ଷ ଧରି ସେବା କରି ଆସୁଥିବା ଶ୍ରୀମତୀ ଜେ. ​ସରୋଜିନୀଙ୍କୁ ଘର ପାଖରେ ୨୦ ଫୁଟରେ ୨୦ ଫୁଟର ଜମି ଦେବାକୁ ଚିଠିରେ ଉଲ୍ଲେଖ ରହିଛି। ପତ୍ନୀ ଜ୍ୟୋତ୍ସ୍ନା ମହାପାତ୍ର ଓ ପୁଅ ମୋହନ ମହାପାତ୍ର ଓ ମୁଁ ଏ ସଂପର୍କରେ ନିଷ୍ପତ୍ତି ନେଇଛନ୍ତି । ଶେଷରେ ସମସ୍ତ ଚିଠିପତ୍ର, ଦସ୍ତାବିଜ, ଅସଂପୂର୍ଣ୍ଣ ପାଣ୍ଡୁଲିପିକୁ ମୃତ୍ୟୁ ପରେ ପୋତି ଦେବାକୁ ଚିଠିରେ ଲେଖାଯାଇଛି ।

ଅଧିକ ପଢନ୍ତୁ : ଶ୍ରାବଣର ଶେଷ ସୋମବାର

ଯାତ୍ରାରେ ଅଶ୍ଳୀଳତା ମନା, ଆସିଲା ଗାଇଡଲାଇନ୍, ନମାନିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ
ମଞ୍ଚ ଉପରେ ଯାତ୍ରା ଓ ମେଲୋଡିରେ ଅଶ୍ଲୀଳତା ପ୍ରଦର୍ଶନ ଉପରେ ଲାଗିଲା କଟକଣା। ନଗ୍ନତାକୁ ବି ପ୍ରଶ୍ରୟ ଦିଆଯିବ ନାହିଁ । ଯାତ୍ରାରେ ଦ୍ବିଅର୍ଥବୋଧକ ସଂଳାପ ମଧ୍ୟ ରହିବ ନାହିଁ। ଏ ନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ଚିଠି ଲେଖାଯାଇଛି। ଏହି ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି ଯେ,ଯାତ୍ରା ଓ ମେଲୋଡି ରାଜ୍ୟରେ ମନୋରଂଜନର ଏକ ଲୋକପ୍ରିୟ ମାଧ୍ୟମ । କିନ୍ତୁ ମଞ୍ଚରେ ଅଶ୍ଲୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ୱିଅର୍ଥବୋଧକ ସଂପଳା ଓ ଅଭିନୟ ଦ୍ୱାରା ପରିବାର ସଦସ୍ୟ ଏକାଠି ବସି ନାଟକ ଦେଖିବା ସମ୍ଭବ ହେଉନି । ଯୁବକ ଯୁବତୀମାନେ ବିପଥଗାମୀ ହେଉଛନ୍ତି । ତା ସହିତ ଆମର ସଂସ୍କୃତି ମଧ୍ୟ କଦର୍ଥ ହେଉଛି । ତେଣୁ ଏହାକୁ ବନ୍ଦ କରିବାକୁ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି । ଯାତ୍ରା କଳାକାର ସଂଘ ସମ୍ପାଦକ ବାପି ପଣ୍ଡା ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏନେଇ ସେ କହିଛନ୍ତି, ଆମ ଜଗନ୍ନାଥ ସଂସ୍କୃତିକୁ ବଜାୟ, ସୁରକ୍ଷିତ ରଖିବାକୁ ସରକାର ବହୁ ବିଳମ୍ବରେ ଏପରି ନିଷ୍ପତ୍ତି ନେଲେ। ଆମ ସଂସ୍କୃତି, ଇତିହାସକୁ ନେଇ ସମାଜକୁ ଜନଜାଗରଣ କରିବାର ଏହା ଏକ ମାଧ୍ୟମ । ତେଣୁ ଅଶ୍ଳୀଳତା ଉପରେ ରୋକ ଲାଗିବା ଦରକାର। କାରଣ ସେଠାକୁ ମା’ ଭଉଣୀମାନେ ଯାତ୍ରା ଦେଖିବାକୁ ଯାଉଛନ୍ତି। ଯାହାର କାହାଣୀ ଉପରେ ଦମ୍‌ ନ ଥାଏ, ଏପରି ଅଶ୍ଳୀଳତା ପ୍ରଦର୍ଶନ କରି ଲାଭବାନ ହେବାକୁ ତଥା ଦର୍ଶକଙ୍କ ଭିଡ଼ ଜମାଇବାକୁ ସେମାନେ ଅଶ୍ଳୀଳତା ଉପରେ ଗୁରୁତ୍ୱାରୋପ କରିଥାନ୍ତି। ତେଣୁ ଏହା ଉପରେ ନିହାତି ଭାବେ ରୋକ ଲାଗିବା ଦରକାର ।ଏହାବାଦ ସେ କହିଛନ୍ତି, ଦର୍ଶକଙ୍କ ମନୋରଞ୍ଜନ ପାଇଁ ଯେଉଁ ନାଟ୍ୟକାର ନାଟକ ଲେଖିପାରୁ ନାହାନ୍ତି ସେମାନେ ଦ୍ୱି ଅର୍ଥବୋଧ ସ୍କ୍ରିପ୍ଟ ଲେଖୁଛନ୍ତି। କିଛି ମାତ୍ରାର ଦର୍ଶନ ଏହାକୁ ପସନ୍ଦ କରନ୍ତି। କିନ୍ତୁ ଜ୍ଞାନୀ ଦର୍ଶକ ଏହାକୁ ପସନ୍ଦ କରନ୍ତି ନାହିଁ, ନାପସନ୍ଦ କରନ୍ତି। ଯାହାର କାହାଣୀ ଉପରେ ଦମ୍‌ ନ ଥାଏ, ଏପରି ଅଶ୍ଳୀଳତା ପ୍ରଦର୍ଶନ କରି ଲାଭବାନ ହେବାକୁ ତଥା ଦର୍ଶକଙ୍କ ଭିଡ଼ ଜମାଇବାକୁ ସେମାନେ ଅଶ୍ଳୀଳତା ଉପରେ ଗୁରୁତ୍ୱାରୋପ କରିଥାନ୍ତି। ତେଣୁ ଏହା ଉପରେ ନିହାତି ଭାବେ ରୋକ ଲାଗିବା ଦରକାର ।

କମଳା ଶତପଥୀ ପାଇବେ 2022 କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ
ଶ୍ରେଷ୍ଠ ଅନୁବାଦ ପାଇଁ କମଳା ଶତପଥୀଙ୍କୁ ମିଳିବ ୨୦୨୨ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ । ଓଡ଼ିଆ ଅନୁବାଦ ପୁସ୍ତକ ‘ସୁନେଲି ବାଦଲ’ ପାଇଁ କମଳା ଶତପଥୀଙ୍କୁ ଏହି ସମ୍ମାନ  ପ୍ରଦାନ କରାଯିବ। ତେବେ ଅନୁବାଦ ପୁସ୍ତକ ଟି ହେଉଛି ତେଲୁଗୁ ଉପନ୍ୟାସ ‘ଭେଣ୍ଡି ମେଘମ୍’ ପୁସ୍ତକର | ତେବେ ଉକ୍ତ ତେଲଗୁ ପୁସ୍ତକର ରଚୟିତା ହେଉଛନ୍ତି ସୟଦ ସଲିମ  ।

କମଳା ଶତପଥୀ  "କ୍ୟାନସର୍ ନୁହେଁ ଅସାଧ୍ୟ ବେମାରୀ"  ପୁସ୍ତକରେ କର୍କଟ ଉପରେ ଶହେଟି ପ୍ରଶ୍ନର ଉତ୍ତରକୁ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ କରିଥିଲେ  । ସେ ତେଲୁଗୁ ଭାଷାର ଉପନ୍ୟାସରୁ ଅନେକ ଉପନ୍ୟାସ ଅନୁବାଦ କରିଛନ୍ତି | ତା ମଧ୍ୟରୁ ଜୀବନର ସତ୍ୟତା, ରାଣୀର କାହାଣୀ, ଧ୍ବଂସ ତଳର ଜୀବନ ପୁସ୍ତକ ଅନ୍ୟତମ । ଏହା ସହ ଅନେକ ଗଳ୍ପ ସଂକଳନ ମଧ୍ୟ କରିଛନ୍ତି କମଳା ଶତପଥୀ | ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ, ପୂର୍ଣ୍ଣଚ୍ଛେଦ ପରର କାହାଣୀ, ଗୋଟିଏ ପାପର କାହାଣୀ, ସଂପର୍କର ଦୋ’ଛକିରେ ମଣିଷ, ମହାପାତ୍ର ବାବୁଙ୍କ ହାଲ୍ ଚାଲ୍ ଭଳି ଅନେକ ପୁସ୍ତକ ସେ ରଚନା କରିଛନ୍ତି  । ସେହଭିଳି "ଶେଷ ଫଗୁଣ" କବିତା ମଧ୍ୟ ଉଲ୍ଲେଖ କରିଛନ୍ତି କମଳା ଶତପଥୀ ।

ତେବେ ୨୦୨୨ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ର ପୁରସ୍କାର ବାବଦରେ ତାଙ୍କୁ 50 ହଜାର ଟଙ୍କା ଓ ଏକ ତାମ୍ର ଫଳକ ମିଳିବ । ବିଭିନ୍ନ କବିତା, ଉପନ୍ୟାସ ଓ ଗଳ୍ପ ସଙ୍କଳନ ପାଇଁ ତାଙ୍କୁ ସୁଧନ୍ୟା ଗଳ୍ପ ସମ୍ମାନ, ଓଡ଼ିଶା ଲେଖିକା ସମ୍ମାନ, ପ୍ରତିଭା ପୂଜା ସଂସଦ ସମ୍ମାନ, ସାହାଣମେଲା ସମ୍ମାନ, ଗନ୍ଧଗିରି ସମ୍ମାନ ଭଳି ଅନେକ ସମ୍ମାନରେ ତାଙ୍କୁ ସମ୍ମାନୀତ କରାଯାଇଛି  । ଶବ୍ଦସୃଷ୍ଟି ପରିବାର ସମ୍ମାନରେ ମଧ୍ୟ  ସମ୍ମାନୀତ ହୋଇଛନ୍ତି କମଳା  ।

୮୦ ବର୍ଷ ବୟସରେ ଭେଟେରାନ ଫିଲ୍ମ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ
୮୦ ବର୍ଷ ବୟସରେ ଭେଟେରାନ ଫିଲ୍ମ ଅଭିନେତା ତଥା ଟେଲିଭିଜନ ତାରକା ବିକ୍ରମ ଗୋଖଲେଙ୍କ ପରଲୋକ । ପୁଣେର ଏକ ଘରୋଇ ହସ୍ପିଟାଲରେ ଆରପାରିକୁ ଚାଲିଗଲେ ବିକ୍ରମ ।

ଗତ କିଛିଦିନ ଧରି ଭେଣ୍ଟିଲେଟରରେ ରହି ଦୀନନାଥ ମଙ୍ଗସେଖର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବିକ୍ରମ । ବୈକୁଣ୍ଠ କ୍ରିମେଟୋରିୟମରେ ତାଙ୍କର ହେବ ଶେଷକୃତ୍ୟ । ବହୁ ହିନ୍ଦୀ ଓ ମରାଠୀ ଫିଲ୍ମରେ ବିକ୍ରମ ଅଭିନୟ କରିଥିଲେ ।

ଅମିତାଭ ବଚ୍ଚନ ଅଭିନୀତ ଅଗ୍ନିପଥ ଓ ସଞ୍ଜୟ ଲୀଳା ଭନସାଲିଙ୍କ ହିମ ଦିଲ୍ ଦେ ଚୁକେ ସନମରେ ସେ ଅଭିନୟ କରିଥିଲେ ।