Khabar Odisha

ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ; ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ
ଭୁବନେଶ୍ୱର: ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ। ବିନା ମୁରବିରେ ସ୍କୁଲ ଚାଲିଛି। ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାର ୯ ବ୍ଲକରେ ପଦବୀ ଖାଲି ପଡିଛି। ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ସେହିଭଳି ଜଗତସିଂହପୁର, କୋରାପୁଟ, ରାୟଗଡ଼ା ଜିଲ୍ଲାର ୭ ବ୍ଲକ୍, ବାଲେଶ୍ୱର ଜିଲ୍ଲାର ୬ ବ୍ଲକ୍, ଅନୁଗୋଳ, କନ୍ଧମାଳ, ଗଞ୍ଜାମ, ସମ୍ବଲପୁର ଜିଲ୍ଲାର ୫ ବ୍ଲକ୍, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଭଦ୍ରକ ଜିଲ୍ଲାର ୪ ବ୍ଲକ୍, ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, ନୟାଗଡ଼, ସୋନପୁର ଜିଲ୍ଲାର ୩ ବ୍ଲକ୍, ବଲାଙ୍ଗିର, କଟକ, ଖୋର୍ଦ୍ଧା, ମାଲକାନଗିରି, ସୁନ୍ଦରଗଡ଼ ଜିଲ୍ଲାର ୨ ବ୍ଲକ୍, ବରଗଡ଼, ଦେବଗଡ଼, ଗଜପତି ଜିଲ୍ଲାର ଗୋଟିଏ ବ୍ଲକରେ ପଦବୀ ଖାଲି ପଡିଛି। ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ବାରବାଟୀ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ସିମୁଳିଆ ବ୍ଲକର ବିଇଓ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ଯେତେବେଳେ ଓଉପଡା ବିଇଓଙ୍କୁ ଖଇରା ବ୍ଲକର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶୁକ୍ରବାର ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

ବିଇଓମାନେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ତଦାରଖ କରନ୍ତି, ଦରମା ବିଲ୍ ପ୍ରଦାନ କରନ୍ତି ଏବଂ ଅନ୍ୟାନ୍ୟ ସମନ୍ୱୟମୂଳକ କାର୍ଯ୍ୟ କରନ୍ତି। ବ୍ଲକ ଶିକ୍ଷା ଅଧିକାରୀ ମୁଖ୍ୟତଃ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅଧୀନରେ ପ୍ରାଥମିକ, ମାଧ୍ୟମିକ ଏବଂ ଗଣଶିକ୍ଷା ସହିତ କାର୍ଯ୍ୟ କରନ୍ତି। ବ୍ୟବସ୍ଥା ଅନୁଯାୟୀ, ବ୍ଲକ ଶିକ୍ଷା ଅଧିକାରୀଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ଏସ ଆଣ୍ଡ ଏମ୍ ଇ ବିଭାଗ ଅଧୀନରେ ଥିବା ବ୍ଲକର ସମସ୍ତ ପ୍ରକାରର ବିଦ୍ୟାଳୟଗୁଡ଼ିକର ତଦାରଖ କରିବା।

ଅଧିକ ପଢନ୍ତୁ: ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ - ଗଣଶିକ୍ଷା ମନ୍ତ୍ରୀ

ଫେବୃଆରୀ ୧୮ରୁ ଯୁକ୍ତ ପରୀକ୍ଷା, ୪ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା, ହବ୍ ଜଗିବ ଏଆଇ କ୍ୟାମେରା
ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଫେବୃଆରୀ ୧୮ ତାରିଖରୁ ମାର୍ଚ୍ଚ ୨୧ ତାରିଖ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ଚାଲିବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର‌୍ୟ୍ୟାଳୟରେ ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ମୃଣାଳକାନୀ ଦାସ ସୂଚନା ପ୍ରଦାନ କରିଛନ୍ତି ।

ଯୁକ୍ତ ଦୁଇ ପରୀକ୍ଷା ପାଇଁ ସର୍ବମୋଟ ୪ ଲକ୍ଷ ୭ ଶହ ୩୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । କଳାରେ ୨ ଲକ୍ଷ ୫୬ ହଜାର ୪୩ ଜଣ, ବାଣିଜ୍ୟରେ ୨୪ ହଜାର ୫୩୩ ଜଣ, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୨୩୮ ଜଣ ଏବଂ ଧନ୍ଦମୂଳକରେ ୫ ହଜାର ୯୨୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି ସେହିପରି ଜାନୁୟାରୀ ୨ ତାରିଖରୁ ୧୫ ତାରିଖ ଯାଏ ପ୍ରାକ୍ଟିକାଲ ପରୀକ୍ଷା ହେବ । । ଏଥିପାଇଁ ଫର୍ମ ପୂରଣ ଶେଷ ହୋଇଥିବାବେଳେ ଡିସେମ୍ବର ୧୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରବେଶିକା ପତ୍ର ବା ଆଡମିଟ୍ କାର୍ଡ ପ୍ରଦାନ କରାଯିବ ।

ଡିସେମ୍ବର ୨୨ ତାରିଖରୁ ୩୧ ତାରିଖ ଯାଏ ଇଣ୍ଟରନାଲ୍ ପରୀକ୍ଷା ହେବ । ଯେଉଁମାନେ ଏହି ସମୟରେ ପରୀକ୍ଷା ଦେଇ ପାରିବେ ନାହିଁ ସେମାନେ ଜାନୁୟାରୀ ୧୦ ତାରିଖରୁ ୧୫ ତାରିଖ ମଧ୍ୟରେ ଇଣ୍ଟରନାଲ୍ ପରୀକ୍ଷା ଦେଇ ପାରିବେ ।

ସେହିପରି ସାରା ରାଜ୍ୟରେ ମୋଟ ୧୩୫୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ମୋଟ ୨୧୦ଟି ହବ୍ ରହିଛି । ପରୀକ୍ଷା ହବଗୁଡ଼ିକରେ ଏଆଇ କ୍ୟାମେରା ନଜର ରଖିବ । ସେପଟେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁପରିଚାଳନା ଏବଂ ସ୍ୱଚ୍ଛତା ପାଇଁ ସିସିଟିଭି କ୍ୟାମେରା, ଲାଇଭ୍ ଷ୍ଟ୍ରିମିଂ ଓ ୱେବ୍ କାଷ୍ଟିଂର ବ୍ୟବସ୍ଥା କରାଯିବ । ପ୍ରାକ୍ଟିକାଲ ପରୀକ୍ଷାକୁ ସୁପରିଚାଳନା କରିବାକୁ ଲାଇବ୍ ଷ୍ଟ୍ରିମିଂ ଏବଂ ୱେବ୍ କାଷ୍ଟିଂର ବ୍ୟବସ୍ଥା କରାଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ଚଳିତ ବର୍ଷର ସ୍ବତନ୍ତ୍ର OTET ପରୀକ୍ଷା ଫଳ ପ୍ରକାଶ; ୬୬.୫% ପରୀକ୍ଷାର୍ଥୀ କରିଛନ୍ତି ପାସ୍
ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ସ୍ବତନ୍ତ୍ର OTET ପରୀକ୍ଷା ଫଳ। ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷା ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୬୬.୫% ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ମୋଟା ୪୮ ହଜାର ୧୫୩ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ କୃତକାର୍ଯ୍ୟ କରିଛନ୍ତି।

ଉଭୟ ପେପର-I ଓ ପେପର-IIରେ ୭୫ ହଜାର ୪୦୩ ଜଣ ଶିକ୍ଷକ-ଶିକ୍ଷିୟିତ୍ରୀ ଓଟିଇଟି ପାଇଁ ନାମ ପଞ୍ଜିକୃତ କରିଥିଲେ। ସେଥିମଧ୍ୟରୁ ପରୀକ୍ଷା ଦେଇଥିଲେ ମୋଟ ୭୨ହଜାର ୪୧୩ଜଣ ପରୀକ୍ଷାର୍ଥୀ । ପେପର-I ରେ ୧୨ହଜାର ୯୮୮ କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍‌ ହାର ୪୭.୧୭ପ୍ରତିଶତ ରହିଛି । ସେହିପରି ପେପର-IIରେ ୩୫ହଜାର ୧୬୫ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ ହାର ୭୮.୩୫ପ୍ରତିଶତ ରହିଛି। ମୋଟ ୪୮ହଜାର ୧୫୩ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୬୬.୫୦ପ୍ରତିଶତ ପାସ ରହିଥିବା ବିଏସଇ ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ୱେବସାଇଟ www.bseodisha.nic.inରେ ରେଜଲ୍ଟ ଉପଲବ୍ଧ ଥିବାବେଳେ ଆପଣମାନେ ଏଥିରେ ଫଳାଫଳ ଦେଖିପାରିବେ।

ଅଧିକ ପଢନ୍ତୁ: CBSE ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷାର ଚୂଡ଼ାନ୍ତ ତାରିଖ ପ୍ରକାଶ; ୧୧୦ ଦିନ ପୂର୍ବରୁ ପ୍ରକାଶ ପାଇଲା ସୂଚୀ

CBSE ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷାର ଚୂଡ଼ାନ୍ତ ତାରିଖ ପ୍ରକାଶ; ୧୧୦ ଦିନ ପୂର୍ବରୁ ପ୍ରକାଶ ପାଇଲା ସୂଚୀ
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ପରୀକ୍ଷା ତାରିଖ ପ୍ରକାଶ କରିଛି। ଚଳିତ ବର୍ଷ ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ପ୍ରାର୍ଥୀମାନେ CBSE ର ସରକାରୀ ୱେବସାଇଟ୍ www.cbse.gov.in କୁ ଯାଇ ଚୂଡ଼ାନ୍ତ ତାରିଖ ତାରିଖ ଡାଉନଲୋଡ୍ କରିପାରିବେ। CBSE ର ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୧୭ ଫେବୃଆରୀ, ୨୦୨୬ରୁ ଆରମ୍ଭ ହେବ। ଏହା ସହିତ, ବୋର୍ଡ ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଜାତୀୟ ଶିକ୍ଷା ନୀତି (NEP-2020) ଅନୁଯାୟୀ, ଦଶମ ଶ୍ରେଣୀ ପାଇଁ ବୋର୍ଡ ପରୀକ୍ଷା ଦୁଇଥର କରାଯିବ।

ଗୋଟିଏ ସିଫ୍ଟରେ ହେବ ପରୀକ୍ଷା

CBSEର ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ସକାଳ ୧୦.୩୦ ରୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ କେବଳ ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ। CBSE ଫେବୃଆରୀ ୧୭, ୨୦୨୬ ରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପରିଚାଳନା କରିବ। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୭ ରୁ ମାର୍ଚ୍ଚ ୧୦, ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଯେତେବେଳେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୭ ରୁ ଏପ୍ରିଲ ୯, ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ବୋର୍ଡ ପରୀକ୍ଷା ପାଇଁ ତାରିଖ ପତ୍ର ପ୍ରକାଶ କରିବା ସମୟରେ CBSE ସ୍ପଷ୍ଟ କରିଛି ଯେ ପ୍ରଥମ ଥର ପାଇଁ ପରୀକ୍ଷା ଆରମ୍ଭ ହେବାର ୧୧୦ ଦିନ ପୂର୍ବରୁ ତାରିଖ ପତ୍ର ପ୍ରକାଶ କରାଯାଇଛି। ଏହା ବୋର୍ଡ ପରୀକ୍ଷାରେ ଅଂଶଗ୍ରହଣ କରୁଥିବା ଛାତ୍ର ଏବଂ ସ୍କୁଲ ଉଭୟଙ୍କୁ ଅନେକ ସୁବିଧା ପ୍ରଦାନ କରିବ। ଛାତ୍ରଛାତ୍ରୀମାନେ ବୋର୍ଡ ପରୀକ୍ଷା ପାଇଁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିପାରିବେ, ଯାହା ସେମାନଙ୍କୁ ସେମାନଙ୍କର ପ୍ରଦର୍ଶନ ଉନ୍ନତ କରିବାରେ ସାହାଯ୍ୟ କରିବ। ଏହା ବ୍ୟତୀତ, ସମସ୍ତ ସ୍କୁଲ ବୋର୍ଡ ଶ୍ରେଣୀ ପାଇଁ ଭଲ ଯୋଜନା କରିପାରିବେ।

ପରୀକ୍ଷା କ୍ୟାଲେଣ୍ଡରରେ ପରିବର୍ତ୍ତନ

CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଚୂଡ଼ାନ୍ତ ତାରିଖ ପ୍ରକାଶ କରିଛି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅନେକ ପରିବର୍ତ୍ତନ କରାଯାଇଥିବାରୁ ପ୍ରାର୍ଥୀମାନଙ୍କୁ ସେମାନଙ୍କର ପରୀକ୍ଷା କ୍ୟାଲେଣ୍ଡରକୁ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି।

ଅଧିକ ପଢନ୍ତୁ: ଆସିଲା ନୂଆ ନିୟମ; ପଞ୍ଚମ ଓ ଅଷ୍ଟମ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର କରାଯିବ ମୂଲ୍ୟାୟନ, ୩ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ

୮ ହଜାର ବିଦ୍ୟାଳୟରେ ‘ଶୂନ୍ୟ ନାମଲେଖା’, ଜଣେ ଲେଖାଏଁ ଶିକ୍ଷକରେ ଚାଲୁଛି ୧ ଲକ୍ଷ ସ୍କୁଲ୍
ନୂଆଦିଲ୍ଲୀ: ଦେଶର ବିଦ୍ୟାଳୟରେ ନାମ ଲେଖାକୁ ନେଇ ବଡ଼ ରିପୋର୍ଟ ସାମ୍ନାକୁ ଆସିଛି । ପ୍ରାୟ ୮୦୦୦ ବିଦ୍ୟାଳୟରେ ‘ଶୂନ୍ୟ ନାମଲେଖା’ । ଅର୍ଥାତ ଜଣେ ବି ପିଲା ନାମ ଲେଖାଇ ନାହାଁନ୍ତି, ତଥାପି ୨୦ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ମାସକୁ ମାସ ଦରମା ପାଉଛନ୍ତି ।

ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ, ୨୦୨୪-୨୫ ଶିକ୍ଷା ବର୍ଷରେ ଦେଶର ୭,୯୯୩ଟି ସରକାରୀ ବିଦ୍ୟାଳୟରେ ଜଣେ ବି ଛାତ୍ର ନାମ ଲେଖାଇ ନାହାଁନ୍ତି । କିନ୍ତୁ ୨୦,୮୧୭ ଜଣ ଶିକ୍ଷକ ଦରମା ପାଉଛନ୍ତି । ‘ଶୂନ୍ୟ ନାମଲେଖା’ (ଜିରୋ ଏନରୋଲମେଣ୍ଟ) ତାଲିକାରେ ସବୁଠୁ ଆଗରେ ରହିଛି ପଶ୍ଚିମବଙ୍ଗ । ଯେଉଁଠି ୩,୮୧୨ଟି ବିଦ୍ୟାଳୟରେ ୧୭, ୯୬୫ ଜଣ ଶିକ୍ଷକ ଚାକିରୀ କରିଛନ୍ତି । ସେହିପରି ଦ୍ୱିତୀୟ ନଂରେ ଥିବା ତେଲେଙ୍ଗାନାରେ ୨,୨୪୫ ଟି ବିଦ୍ୟାଳୟରେ ୧୦୧୬ ଜଣ ଶିକ୍ଷକ ଦରମା ନେଉଛନ୍ତି । ମଧ୍ୟ ପ୍ରଦେଶରେ ୪୬୩ଟି ସ୍କୁଲରେ ୨୨୩ ଶିକ୍ଷକ ଥିବାବେଳେ ଏଠାରେ ମଧ୍ୟ ନାମ ଲେଖା ହୋଇନାହିଁ । ଉତ୍ତର ପ୍ରଦେଶର ୮୧ଟି ସ୍କୁଲ ସାମିଲ ରହିଛି ।

ତେବେ ଗତ ବର୍ଷ ଅପେକ୍ଷା ଏହି ସଂଖ୍ୟାରେ ୩୮ ପ୍ରତିଶତ ହ୍ରାସ ପାଇଛି । ଗତବର୍ଷ ମୋଟ ୧୨,୯୫୪ ଟି ବିଦ୍ୟାଳୟରେ କୌଣସି ନାମ ଲେଖା ହୋଇନଥିଲା ।

ସେହିପରି କିଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ‘ଶୂନ୍ୟ ନାମଲେଖା’ ମାମଲା ଆସିନାହିଁ । ଏଥିରେ ରହିଛନ୍ତି ହରିୟାଣା, ମହାରାଷ୍ଟ୍ର, ଗୋଆ, ଆସାମ, ହିମାଚଳ ପ୍ରଦେଶ, ଛତିଶଗଡ଼, ନାଗାଲାଣ୍ଡ, ସିକ୍କିମ ଏବଂ ତ୍ରିପୁରା । କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ହେଲା ଦିଲ୍ଲୀ, ପଣ୍ଡିଚେରୀ, ଲାକ୍ଷାଦ୍ୱୀପ, ଦାଦ୍ରା-ନଗର ହାବେଳୀ, ଆଣ୍ଡାମାନ ଓ ନିକୋବର ଏବଂ ଦାମନ ଡିଉ ମଧ୍ୟ ସାମିଲ ।

ସେହିପରି କିଛି ବିଦ୍ୟାଳୟମାନଙ୍କରେ ମାତ୍ର ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି । ଦେଶରେ ୧ ଲକ୍ଷ ସ୍କୁଲରେ ୩୩ ଲକ୍ଷ ଛାତ୍ରଛାତ୍ରୀ ଥିବାବେଳେ , ସେଠାରେ ମାତ୍ର ଜଣେ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ୨୦୨୨-୨୩ ଶିକ୍ଷା ବର୍ଷରେ ୧,୧୮,୧୯୦ଟି ଏପରି ବିଦ୍ୟାଳୟ ଥିବାବେଳେ ୨୦୨୩-୨୪ରେ ଏହା ହ୍ରାସ ପାଇ ୧,୧୦,୯୭୧କୁ ଖସିଆସିଛି । ଏଭଳି ସ୍କୁଲ ଥିବା ରାଜ୍ୟମାନଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଆଗରେ ରହିଛି । ଏହା ପରେ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ, ଲାକ୍ଷାଦ୍ୱୀପ ରହିଛି ।

ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ କହିବା ଅନୁଯାୟୀ, ଶିକ୍ଷା ରାଜ୍ୟ ସରକାରଙ୍କ ଅଧିନରେ ଆସୁଛି । ତେଣୁ ଏହି ସବୁ ରାଜ୍ୟର ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ସ୍କୁଲ ଗୁଡ଼ିକର ଭିତ୍ତିଭୂମି ଏବଂ ଶିକ୍ଷକଙ୍କ ମଧ୍ୟରେ ମିଶ୍ରଣ କରାଯାଇଛି ।

ଆସିଲା ନୂଆ ନିୟମ; ପଞ୍ଚମ ଓ ଅଷ୍ଟମ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର କରାଯିବ ମୂଲ୍ୟାୟନ, ୩ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର। ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ମୂଲ୍ୟାୟନ କରାଯିବ। ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଛପାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାହାକୁ ରଖାଯିବ ଏବଂ ପରୀକ୍ଷା ଦିନ ସକାଳେ ବିଦ୍ୟାଳୟରେ ପ୍ରଶ୍ନପତ୍ର ପହଞ୍ଚିବ।

ପରୀକ୍ଷାର ସୁପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି ସହ ୩ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ସ୍ତରୀୟ ଷ୍ଟିୟରିଂ କମିଟିରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ମାଧ୍ୟମିକ, ପ୍ରାଥମିକ, ଏସ୍‌ଟି ଆଣ୍ଡ ଏସ୍‌ସି ଉନ୍ନୟନ ବିଭାଗ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି, ଟେକ୍ସଟ୍‌ବୁକ୍‌ ପ୍ରଡକ୍ସନ୍‌ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ, ଆରଆଇଇ ଭୁବନେଶ୍ୱରର ଅଧ୍ୟକ୍ଷ ଏହି କମିଟିର ସଦସ୍ୟ ରହିଛନ୍ତି। ଟିଇ ଆଣ୍ଡ୍‌ ଏସ୍‌ସିଇଆରଟି ନିର୍ଦ୍ଦେଶକ ସଦସ୍ୟ ଆବାହକ ଭାବେ ସ୍ଥାନ ପାଇଛନ୍ତି। ସେହିପରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ଏବଂ ବ୍ଲକସ୍ତରରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି।

ନିଷ୍ପତ୍ତି ଅନୁଯାୟୀ ଟିଇ ଆଣ୍ଡ୍‌ ଏସ୍‌ସିଇଆରଟି ଦ୍ୱାରା ପରୀକ୍ଷା ଓ ମୂଲ୍ୟାଙ୍କନ ପାଇଁ ଢାଞ୍ଚା ପ୍ରସ୍ତୁତ ସହ ଶିକ୍ଷଣ ଫଳାଫଳ/ଦକ୍ଷତା-ଆଧାରିତ ନମୁନା ପ୍ରଶ୍ନବ୍ୟାଙ୍କ, ଡିଆଇଇଟି ଅଧ୍ୟାପକଙ୍କ ତାଲିମ ଦିଆଯିବ। କାର୍ଯ୍ୟାନ୍ୱୟନ ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ, ରାଜ୍ୟସ୍ତରୀୟ ପରୀକ୍ଷା ସୂଚୀ ପ୍ରସ୍ତୁତି, ଜିଲ୍ଲା ସହ ନମୁନା ପ୍ରଶ୍ନର ଆଦାନପ୍ରଦାନ, ଡିଆଇଇଟି ବ୍ୟତୀତ ଅନ୍ୟ ଅଂଶୀଦାର ଯେପରିକି ଡିଇଓ, ବିଇଓ ଓ ସିଆରସିସିଙ୍କୁ ତାଲିମ ପ୍ରଦାନ ଓସେପା କରିବ। ଜିଲ୍ଲାସ୍ତରୀୟ ମନିଟରିଂ କମିଟି ମାର୍ଗଦର୍ଶନରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ(ଡିଇଓ) ଓ ଡିଆଇଇଟି ସେମାନଙ୍କ ଜିଲ୍ଲା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବେ। ପ୍ରଶ୍ନପତ୍ରଗୁଡ଼ିକ ଟିଇ ଆଣ୍ଡ୍‌ ଏସ୍‌ସିଇଆରଟି ଦ୍ୱାରା ପ୍ରଦାନ କରାଯାଇଥିବା ମୂଲ୍ୟାଙ୍କନ ଢାଞ୍ଚା ଓ ନମୁନା ପ୍ରଶ୍ନ ଉପରେ ଆଧାରିତ ହେବ। ଡିଇଓମାନେ ପ୍ରଶ୍ନପତ୍ର ମୁଦ୍ରଣ ପାଇଁ ପଦକ୍ଷେପ ନେବା ସହ ଜିଲ୍ଲାସ୍ତରରେ ସେଗୁଡ଼ିକର ସୁରକ୍ଷିତ ସଂରକ୍ଷଣକୁ ସୁନିଶ୍ଚିତ କରିବେ।

ଧାର୍ଯ୍ୟ ପରୀକ୍ଷା ତାରିଖର ଅତିକମ୍‌ରେ ୭ ଦିନ ପୂର୍ବରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ। ବିଇଓମାନେ ବ୍ଲକସ୍ତରରେ ଏକ ନିର୍ଦ୍ଦିଷ୍ଟ ଷ୍ଟ୍ରଙ୍ଗ ରୁମ୍‌ରେ ପ୍ରଶ୍ନପତ୍ରଗୁଡ଼ିକର ସୁରକ୍ଷିତ ସଂରକ୍ଷଣ ସୁନିଶ୍ଚିତ କରାଇବେ। ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଗଠିତ ଦଳ ପରୀକ୍ଷାର ତିନି ଦିନ ପୂର୍ବରୁ ପ୍ରଶ୍ନପତ୍ର ସଂଗ୍ରହ କରିବେ ଏବଂ ସେମାନଙ୍କର ସୁରକ୍ଷିତ ସଂରକ୍ଷଣ ସୁନିଶ୍ଚିତ କରାଇବେ । ପ୍ରାଥମିକ ଭାବେ କ୍ଲଷ୍ଟର ସ୍ତରରେ ନୋଡାଲ ହାଇସ୍କୁଲ(ଯେଉଁଠାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପତ୍ର ସଂରକ୍ଷଣ କରାଯାଏ)ରେ ରଖିବେ। ସିଆରସିସିମାନେ ଏହି ଦଳର ନେତୃତ୍ୱ ନେବେ। ପରୀକ୍ଷା ଦିନ ସକାଳେ ବିଇଓଙ୍କ ଦ୍ୱାରା ଗଠିତ ଦଳ ଦ୍ୱାରା କଡ଼ା ସୁରକ୍ଷା ଓ ଗୋପନୀୟ ଭାବେ ସମସ୍ତ ସ୍କୁଲକୁ ପ୍ରଶ୍ନପତ୍ର ନେବେ।

ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୌଖିକ ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ମୋଟ ୫୦ ମାର୍କରୁ ୧୦ ମାର୍କ ମୌଖିକ ଓ ୪୦ ମାର୍କ ଲିଖିତ ପରୀକ୍ଷା ରହିବ। ୮ମ ଶ୍ରେଣୀ ପାଇଁ କେବଳ ୫୦ ମାର୍କର ଲିଖିତ ପରୀକ୍ଷା କରାଯିବ। ପ୍ରଶ୍ନପତ୍ରରେ ସମିଟିଭ୍‌ ଆସେସ୍‌ମେଣ୍ଟ-୧ ପୂର୍ବରୁ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୩୦% ପ୍ରଶ୍ନ ଓ ପରେ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୭୦% ପ୍ରଶ୍ନ ରହିବ। ୩୦% ସହଜ, ୪୦% ହାରାହାରି ଓ ୩୦% କଷ୍ଟକର ପ୍ରଶ୍ନ ରହିବ। ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ୬୦% ଅର୍ଥାତ୍‌ ୩୦ ମାର୍କର ଓ ଦୀର୍ଘ ଉତ୍ତରମୂଳକ ୪୦% ଅର୍ଥାତ୍‌ ୨୦ ମାର୍କର ରହିବ। ସ୍କୁଲ ସ୍ତରରେ ବିଷୟଭିତ୍ତିକ ଶିକ୍ଷକଙ୍କ ଦ୍ୱାରା ଉତ୍ତରଖାତାଗୁଡ଼ିକର ମୂଲ୍ୟାୟନ କରାଯାଇ ଛାତ୍ରଛାତ୍ରୀଙ୍କୁ ପ୍ରୋଗ୍ରେସ୍‌ ରିପୋର୍ଟ ଦିଆଯିବ। ଫେବ୍ରୁଆରିରେ ପରୀକ୍ଷା କରାଯିବା ସହ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରିବା ଦିଗରେ ପଦକ୍ଷେପ ନେବେ।

ଅଧିକ ପଢନ୍ତୁ: ବହୁଚର୍ଚ୍ଚିତ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ: ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ପ୍ରକାଶ ପାଇଲା ଓସିଏସ ପରୀକ୍ଷାଫଳ; ପ୍ରିୟାଂଶୁ ପାଲ ଟପ୍ପର
ବହୁ ପ୍ରତୀକ୍ଷିତ ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରିୟାଂଶୁ ପାଲ ଓଏଏସ୍ ଟପ୍ପର ହୋଇଛନ୍ତି ।

ସେହିପରି ଦ୍ୱିତୀୟ ସ୍ଥାନରେ ଅନନ୍ୟା ମିଶ୍ର ଥିବା ବେଳେ ତୃତୀୟରେ ଶୋଭନ ପଟ୍ଟନାୟକ ରହିଛନ୍ତି । ଶ୍ରେଷ୍ଠ ଦଶ ଜଣଙ୍କ ଭିତରେ ଏକମାତ୍ର ମହିଳା ଭାବେ ଅନ୍ୟନ୍ୟା ମିଶ୍ର ସ୍ଥାନ ପାଇଛନ୍ତି। ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୩୯୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୪ ଜଣ ମହିଳା ରହିଛନ୍ତି ।

ଅଧିକ ପଢନ୍ତୁ: ଆସନ୍ତାକାଲି ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା; ରାଜ୍ୟର ୧୯୩ ଟି କେନ୍ଦ୍ରରେ ପରୀକ୍ଷା ଦେବେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ

ଆସନ୍ତାକାଲି ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା; ରାଜ୍ୟର ୧୯୩ ଟି କେନ୍ଦ୍ରରେ ପରୀକ୍ଷା ଦେବେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ
ଆସନ୍ତାକାଲି ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା। ରାଜ୍ୟର ୧୯୩ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ ଦେବେ ଏହି ପରୀକ୍ଷା। ଲଘୁଚାପ ଓ ଲଗାଣ ବର୍ଷା ପାଇଁ ପରୀକ୍ଷା କେନ୍ଦ୍ରରେ ୨୪ ଘଣ୍ଟିଆ ପାୱାର ସପ୍ଲାଇ ପାଇଁ ବୋର୍ଡ ଚିଠି ଲେଖିଛି। ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏ ନେଇ ଚିଠି ଲେଖା ହୋଇଛି।

ଏହି ସ୍ପେସାଲ୍ ଓଟିଇଟି ପାଇଁ ରାଜ୍ୟରେ ଆବେଦନରତ ୭୫ ହଜାରରୁ ଅଧିକ ଇନ୍ସର୍ଭିସ ଶିକ୍ଷକଙ୍କ ମଧ୍ୟରୁ ୨ ହଜାର ୬ ଶହ ଜଣ ଶାରୀରିକ ଅକ୍ଷମ ପ୍ରାର୍ଥୀ ଥିବା ସୂଚନା ମିଳିଛି।ପରୀକ୍ଷାର୍ଥୀମାନଙ୍କୁ ଅଧିକ ୫୦ ମିନିଟ୍ ସମୟ ଦିଆଯିବ। ଏହି ପରୀକ୍ଷା ଦୁଇଟି ସିଟିଂରେ ହେବ। ପେପର-୧ ପରୀକ୍ଷା ପ୍ରଥମ ସିଟିଂରେ ସକାଳ ୯ଟାରୁ ଦିନ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ସେହିପରି ପେପର-୨ ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ୩୦ ମିନିଟ୍ ରେ ଶେଷ ହେବ।

ପୂର୍ବ ପରି ସେହି ପୁରୁଣା ପାର୍ଟନ ଅନୁସାରେ ପ୍ରଶ୍ନ ପ୍ରସ୍ତୁତି କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ହୋଇଛି ସିସିଟିଭି ବ୍ୟବସ୍ଥା। ବୋର୍ଡରେ ରହିଛି ଇଣ୍ଟିଗ୍ରେଟେଡ଼ କମାଣ୍ଡ କଣ୍ଟ୍ରୋଲ ରୁମ। ବୋର୍ଡରୁ ସମସ୍ତ ପରୀକ୍ଷା ନିରୀକ୍ଷଣ କରି ପାରିବେ ଅଧିକାରୀ ପରୀକ୍ଷାରେ ଅନିୟମିତତା ତଥା ଭାଇରାଲ୍ ଓ କପି ଆଦି ନିୟନ୍ତ୍ରଣ ପାଇଁ ପୂର୍ବ ପରି ପ୍ରତି ପ୍ରଶ୍ନପତ୍ରରେ କ୍ୟୁଆର୍ କୋର୍ଡ ଏବଂ ୱାଟର୍ ମାର୍କ ରହିଛି।

ଅଧିକ ପଢନ୍ତୁ: ଦୁର୍ଗାପୂଜା ପାଇଁ ଟ୍ରାଫିକ୍ କଟକଣା ଜାରି କଲା କମିଶନରେଟ୍ ପୋଲିସ; ଭିଡ ବେଳେ କେଉଁ ରାସ୍ତାରେ ଯିବେ?

ଫେବୃୟାରୀ ୧୭ରୁ ସିବିଆଇ ବୋର୍ଡ ପରୀକ୍ଷା ଆରମ୍ଭ; ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷାର ସମ୍ଭାବ୍ୟ ତାରିଖ ଘୋଷଣା କରାଯାଇଛି। ୨୦୨୬ ଫେବୃଆରୀ ୧୭ରୁ ଏହି ୨ ପରୀକ୍ଷା ଆରମ୍ଭ ହେବ ବୋଲି ସିବିଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡ. ସନ୍ୟାମ ଭରଦ୍ୱାଜ ସୂଚନା ଦେଇଛନ୍ତି। ୫ ମାସ ପୂର୍ବରୁ ପରୀକ୍ଷା ନେଇ ସମୟସାରଣୀ ପ୍ରକାଶ ପାଇଥିବାରୁ ଏଥିପାଇଁ ଛାତ୍ରୀଛାତ୍ର ନିଜକୁ ଭଲଭାବେ ପ୍ରସ୍ତୁତ କରିପାରିବେ ବୋଲି ଆଶା କରାଯାଉଛି।

ସିବିଏସ୍ଇର ସୂଚନାନୁସାରେ, ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଖାପାଖି ୪୫ ଲକ୍ଷ ପିଲା ପରୀକ୍ଷା ଦେବେ। ଉଭୟ ଶ୍ରେଣୀ ପରୀକ୍ଷା ଗୋଟିଏ ସିପ୍ଟରେ ଆରମ୍ଭ ହେବ। ପରୀକ୍ଷା ସହ ଖାତାଦେଖା ଓ ଫଳାଫଳ ଆଦି ପ୍ରକ୍ରିୟା ଜୁଲାଇ ୧୫ ଭିତରେ ଶେଷ କରିବାର ଯୋଜନା ରହିଛି। ସିବିଏସ୍ଇ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା (ଦଶମ) ଫେବୃଆରୀ ୧୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୯ ଯାଏ ଚାଲିବ। ସେହିପରି ସିବିଏସ୍ଇ ସିନିୟର ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ଦ୍ୱାଦଶ) ଏପ୍ରିଲ ୯ରେ ଶେଷ ହେବ। ପରୀକ୍ଷା ଶେଷ ହେବାର ୧୦ ଦିନ ପରେ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ ଓ ଏହା ୧୨ଦିନ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ପରୀକ୍ଷା ନିୟନ୍ତ୍ରକ ଡ. ଭରଦ୍ୱାଜ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ପ୍ରଚଳିତ ଏକ ପ୍ରମୁଖ ସଂସ୍କାର ହେଉଛି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ବୋର୍ଡ ପରୀକ୍ଷା ବ୍ୟବସ୍ଥା, ଯାହା ଫେଲ୍ କିମ୍ବା ବିଷୟ ହରାଇଥିବା ଲୋକଙ୍କୁ ସେମାନଙ୍କର ଶିକ୍ଷାବର୍ଷ ବଞ୍ଚାଇବା ଏବଂ ଚାପ ହ୍ରାସ କରିବାରେ ସାହାଯ୍ୟ କରିବା ପାଇଁ କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପରୀକ୍ଷା ଦେଇପାରି ନାହାଁନ୍ତି କିମ୍ବା ବିଫଳ ହୋଇଛନ୍ତି, ସେମାନେ "ପ୍ରାଥମିକ ପୁନରାବୃତ୍ତି" କିମ୍ବା କମ୍ପାର୍ଟମେଣ୍ଟ ବର୍ଗ ଅଧୀନରେ ଦ୍ୱିତୀୟ ବୋର୍ଡ ପରୀକ୍ଷାରେ ଯୋଗ ଦେଇପାରିବେ ଏବଂ ଦଶମ ଶ୍ରେଣୀ ଯୋଗ୍ୟତା ଅର୍ଜନ କରିପାରିବେ। ଯେଉଁମାନେ ସେମାନଙ୍କର ସ୍କୋର ଉନ୍ନତ କରିବାକୁ ଚାହୁଁଛନ୍ତି, ସେମାନେ ଦ୍ୱିତୀୟ ବୋର୍ଡ ପରୀକ୍ଷାରେ ମଧ୍ୟ ଯୋଗ ଦେଇପାରିବେ।

ଅଧିକ ପଢନ୍ତୁ: ସିବିଆଇ ପାଇଁ ଆସିଲା ନୂଆ ନିୟମ; ବୋର୍ଡ ପରୀକ୍ଷା ପାଇଁ ଉଈଝଋ ୭ଟି ନିୟମକୁ କଲା ବାଧ୍ୟତାମୂଳକ; ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ସମାନତା ଏବଂ ମାନବାଧିକାରକୁ ନେଇ ଆଇନ୍ ପ୍ରସ୍ତୁତ ହେବା ଉଚିତ୍‌: ତସ୍‌ଲିମା ନସରିନ୍‌
ଭୁବନେଶ୍ୱର : ମହିଳାଙ୍କୁ ପ୍ରକୃତ ସମାନତା ପ୍ରଦାନ କରିବାକୁ ହେଲେ ରାଜ୍ୟ ଓ ଧର୍ମର ସଂପର୍କକୁ ବିଚ୍ଛିନ୍ନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ ଲେଖିକା ତଥା ସାମାଜିକକର୍ମୀ ଡକ୍ଟର ତସ୍‌ଲିମା ନସରିନ୍‌।

ଆଇନ୍ ସମାନତା ଏବଂ ମାନବାଧିକାର ଉପରେ ପର୍ଯ୍ୟବେଶିତ ହେବା ଉଚିତ୍‌। ଏହା କୌଣସି ଧାର୍ମିକ ସିଦ୍ଧାନ୍ତ ଦ୍ୱାରା ପରିଚାଳିତ ହେବା ଉଚିତ ନୁହେଁ ଯାହାକି ମହିଳାମାନଙ୍କୁ ସେମାନଙ୍କର ଅଧିକାରରୁ ବଂଚିତ କରେ ବୋଲି କହିଛନ୍ତି ଡକ୍ଟର ନସରିନ୍‌। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ବକ୍ତୃତା କାର୍ଯ୍ୟକ୍ରମରେ ମଙ୍ଗଳବାର ଯୋଗ ଦେଇ ସେ ଏହି ମନ୍ତବ୍ୟ ରଖିଛନ୍ତି।

ପେସାରେ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ହୋଇଥିଲେ ମଧ୍ୟ ଡକ୍ଟର ନସରିନ୍ ହେଉଛନ୍ତି ଜଣେ ବାଂଲାଦେଶୀ ଲେଖିକା ଯାହାଙ୍କୁ କି ନିଜର ଲେଖନୀ ଏବଂ ମତ ନିମନ୍ତେ ନିଜ ଦେଶରୁ ନିର୍ବାସିତ କରାଯାଇଥିଲା। ନିଜ ବକ୍ତବ୍ୟରେ ମହିଳାମାନଙ୍କର ମାନବିକ ସମ୍ମାନ ଏବଂ ସମାନତାକୁ ବଜାୟ ରଖିବା ପାଇଁ ତାଙ୍କ ସଂଘର୍ଷ ସମ୍ପର୍କରେ କହିବା ସହ ଏହି ପଥରୁ ସେ କେବେ ବି ବିଚ୍ୟୁତ ହେବେ ନାହିଁ ବୋଲି କହିଥିଲେ।

ସେ ନିଜ ବକ୍ତବ୍ୟରେ କହିଥିଲେ ଯେ “ବାଂଲାଦେଶ ମୋତେ ନିର୍ବାସିତ କଲା, ପଶ୍ଚିମବଂଗ ଯେଉଁଠାରେ ମୁଁ ରହୁଥିଲି ସେଠାରୁ ବି ମୁଁ ନିର୍ବାସିତ ହେଲି। ମୋର କୌଣସି ଘର ନାହିଁ, ମୋର କୌଣସି ଦେଶ ବି ନାହିଁ। ମୁଁ ଅଭିବ୍ୟକ୍ତିର ସ୍ୱତନ୍ତ୍ରତାରେ ବିଶ୍ୱାସ କରେ ଏବଂ ମହିଳାମାନେ ଧାର୍ମିକ ଅତ୍ୟାଚାରକୁ ପ୍ରତିରୋଧ କରିବା ଉଚିତ୍ ବୋଲି ମୁଁ ମନେ କରେ ବୋଲି ଡକ୍ଟର ନସରିନ୍ ଭରପୂର ଅଡିଟୋରିୟମରେ କହିଛନ୍ତି।

ଡକ୍ଟର ନସରିନ୍‌ଙ୍କର ବହୁଚର୍ଚ୍ଚିତ ଉପନ୍ୟାସ ‘ଲଜ୍ଜା’ ଏବଂ ‘ଦ୍ୱିଖଣ୍ଡିତୋ’ ତାଙ୍କୁ ଓ ତାଙ୍କ ଚିନ୍ତାଧାରାକୁ ଲୋକଲୋଚନକୁ ଆଣିଥିଲା।

ନିଜ ଅତୀତର ପୃଷ୍ଠାକୁ ଓଲଟାଇ ସେ କହିଥିଲେ ଯେ ସେ ବାଂଲାଦେଶର ମୈମେନ୍‌ସିଂ ର ଏକ ଧର୍ମନିରପେକ୍ଷ ମୁସଲିମ୍ ପରିବାରରେ ଜନ୍ମ ଗ୍ରହଣ କରିଥିବା ବେଳେ ତାଙ୍କ ବାପା ଯିଏ କି ନିଜେ ଜଣେ ଡାକ୍ତର ଥିଲେ ତାଙ୍କୁ ମଧ୍ୟ ଡାକ୍ତର ହେବା ପାଇଁ ପ୍ରୋତ୍ସାହିତ କରି ପାଠ ପଢ଼ାଇଥିଲେ। ମୋତେ ଯେତେବେଳେ ୧୨ ବର୍ଷ ବୟସ ହେଲା ମୁଁ ଅନୁଭବ କଲି ଯେ ମୁଁ ଜଣେ ନାସ୍ତିକ ଏବଂ ମହିଳାମାନେ ଧର୍ମ, ସଂସ୍କୃତି, ପ୍ରଥା ଏବଂ ପରମ୍ପରା ଭିତରେ ଦବି ହୋଇ ରହିଯାଉଛନ୍ତି।

ଏହା ପ୍ରତ୍ୟେକ ମହିଳାଙ୍କର ପ୍ରସଙ୍ଗ। ଆମେ ସମସ୍ତେ ଗୋଟିଏ ପଞ୍ଜୁରି ଭିତରେ ଆବଦ୍ଧ ହୋଇ ରହିଯାଇଛୁ। ଆମେ ଏହାକୁ ଉତ୍ପୀଡନ ବଦଳରେ ପରମ୍ପରା ବୋଲି କହୁଛୁ। ତେଣୁ ସମସ୍ତଙ୍କୁ ଏକାଠି ହୋଇ ମହିଳାଙ୍କ ଅଧିକାରର ସୁରକ୍ଷା କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଡକ୍ଟର ନସରିନ୍ କହିଥିଲେ ଯେ ସେ ବଡ଼ ହେଲା ପରେ ଅନେକ ପ୍ରସଙ୍ଗକୁ ସେ ବିରୋଧ କରିବା ଆରମ୍ଭ କରିଥିଲେ। ସେ କହିଥିଲେ ମୁଁ ଯାହା ଦେଖିଲି, ଜୀବନଯାତ୍ରାରେ ଯାହା ଅଭିଜ୍ଞତା ପାଇଲି ଓ ଯାହା ବିଶ୍ୱାସ କଲି ତାହା ହିଁ ଲେଖିବା ଆରମ୍ଭ କରିଥିଲି। ମୁଁ ଅନ୍ୟାୟକୁ ବିରୋଧ କରିବା ସହ ସମାନତା, ସ୍ୱାଧୀନତା ଏବଂ ସତ୍ୟତାର ସପକ୍ଷରେ ମୋ ପ୍ରବନ୍ଧ, କବିତା ଏବଂ ଉପନ୍ୟାସରେ ଲେଖିବା ଆରମ୍ଭ କରିଥିଲି। ଏହା ଉତ୍ପୀଡ଼ନ ବିରୁଦ୍ଧରେ ଅସ୍ତ୍ର ହୋଇ ଉଭା ହେଲା ବୋଲି ସେ କହିଥିଲେ।

ପରିଣାମ ସ୍ୱରୂପ ଲୋକମାନେ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୋର ମୃତ୍ୟୁଦଣ୍ଡ ଦାବି କରିଥିଲେ। ମୋ ଦେଶ ମୋତେ ସୁରକ୍ଷା ଦେଇ ନଥିଲା ଯେଉଁ କାରଣରୁ ମୁଁ ୩୧ ବର୍ଷ ହେବ ନିର୍ବାସିତ ହୋଇ ରହିଛି। ମୁଁ ଜଣେ ମହିଳା ଯାହାର କୌଣସି ଦେଶ ନାହିଁ। ଯେଉଁ ଦେଶରେ ଧର୍ମ ନିରପେକ୍ଷତା ରହିଛି ସେଠାରେ ମହିଳାମାନଙ୍କ ପାଇଁ ଆଶା ରହିଛି ବୋଲି ସେ କହିଥିଲେ।

ସେ କହିଥିଲେ ପୁରୁଷମାନଙ୍କ ସହ ସମାନତା ଏକ ପଶ୍ଚିମ ସଭ୍ୟତାର ଧାରଣା ନୁହେଁ। ‘ମୁଁ ମୋର ଅନୁଭୂତିକୁ ନେଇ ଏହି ପ୍ରସଙ୍ଗ ଉଠାଇଛି’।

ସେ କହିଥିଲେ ଯେ ଯଦି ମହିଳାମାନେ ପ୍ରଶ୍ନ କରିବାର ସାହସ ରଖି ପାରିବେ ତେବେ ପରିବର୍ତନ ସମ୍ଭବ ହୋଇପାରିବ। ନିଜ ବକ୍ତବ୍ୟ ଶେଷରେ ତାଙ୍କର କବିତା ‘ଦ ଡେଥଲେସ୍ ଗାର୍ଲ’ ପଢ଼ି ସମବେତ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଶୁଣାଇଥିଲେ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।