Khabar Odisha

୨୭୮ କୋଟିର ପ୍ରକଳ୍ପକୁ ମିଳିଲା ଗତି; ବ୍ରହ୍ମପୁର-ସମ୍ବଲପୁରରେ ଗଢ଼ିଉଠିବ ୨ ନୂଆ ୱର୍ଲ୍ଡ ସ୍କିଲ୍ ସେଣ୍ଟର; ଆରମ୍ଭ ହେଲା ଜମି ହସ୍ତାନ୍ତର ପ୍ରକ୍ରିୟା
ବ୍ରହ୍ମପୁର/ ସମ୍ବଲପୁର: ରାଜ୍ୟର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଶିକ୍ଷଣ ଦେବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ ଆଗକୁ ବଢ଼ିଛି। ବ୍ରହ୍ମପୁର ଓ ସମ୍ବଲପୁରରେ ଦୁଇଟି ନୂଆ ୱର୍ଲ୍ଡ ସ୍କିଲ୍ ସେଣ୍ଟର (WSC) ସ୍ଥାପନ ପାଇଁ ଜମି ଚିହ୍ନଟ ହୋଇଥିବାବେଳେ ଭୂମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।

ଚଳିତ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦୁଇ କେନ୍ଦ୍ର ସ୍ଥାପନ ପାଇଁ ୨୭୮ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ବଜେଟ ଘୋଷଣା ପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏହାର କାର୍ଯ୍ୟକାରୀ ପଦକ୍ଷେପ ନେଇଛି। ଏନେଇ ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ଆବଶ୍ୟକ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି।

ବ୍ରହ୍ମପୁରରେ କ୍ୟାମ୍ପସ ପାଇଁ ଗଞ୍ଜାମ ଜିଲ୍ଲା କନିଶି ତହସିଲ ଅଧୀନ ଲଉଡ଼ିଗାଁକୁ ଚୂଡ଼ାନ୍ତ ଭାବେ ଚୟନ କରାଯାଇଛି। ପ୍ରାୟ ୪୦ ଏକର ଜମି ଉପଲବ୍ଧ ଥିବା ସହ ଆଇଜର୍ ବ୍ରହ୍ମପୁର ନିକଟରେ ଅବସ୍ଥିତ ହେବା ଏବଂ ସମୁଦ୍ର ଉପକୂଳ ସହ ସଂଯୋଗ ଥିବାରୁ ଏହି ସ୍ଥାନକୁ ଅଧିକ ଉପଯୁକ୍ତ ବୋଲି ବିଶେଷଜ୍ଞ ଦଳ ସୁପାରିସ କରିଥିଲେ। ଭବିଷ୍ୟତରେ ଏଠାରେ ମେରିନ୍ ଇଞ୍ଜିନିୟରିଂ ଓ ହସ୍ପିଟାଲିଟି ଭଳି ଆଧୁନିକ ପାଠ୍ୟକ୍ରମ ଆରମ୍ଭ କରିବାର ସୁଯୋଗ ରହିବ।

ସେହିପରି ସମ୍ବଲପୁର ସଦର ତହସିଲ ଅଧୀନ ବଡ଼ସିଂହାରି ମୌଜାରେ ପ୍ରାୟ ୧୫ ଏକର ସରକାରୀ ଜମି ଚିହ୍ନଟ କରାଯାଇଛି। ଏହି ଜମି ବର୍ତ୍ତମାନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଥିବାରୁ ଏହାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନାମରେ ହସ୍ତାନ୍ତର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଭୁବନେଶ୍ୱରରେ ସଫଳତାର ସହ ଚାଲୁଥିବା ୱର୍ଲ୍ଡ ସ୍କିଲ୍ ସେଣ୍ଟର ଭଳି ଆଧୁନିକ ଶିକ୍ଷା ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଏବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିସ୍ତାର କରିବା ସରକାରଙ୍କ ଲକ୍ଷ୍ୟ। ଏହା ଫଳରେ ସେହି ଅଞ୍ଚଳର ଛାତ୍ରଛାତ୍ରୀମାନେ ନିଜ ଜିଲ୍ଲା ନିକଟରେ ରହି ବିଶ୍ୱମାନର ଦକ୍ଷତା ପ୍ରଶିକ୍ଷଣ ପାଇପାରିବେ।

ବିଭାଗୀୟ ସୂତ୍ର ଅନୁସାରେ, ଭୂମି ହସ୍ତାନ୍ତର କାମ ସମ୍ପୂର୍ଣ୍ଣ ହେବା ପରେ କ୍ୟାମ୍ପସ ନିର୍ମାଣ ପାଇଁ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ। ଏହି ଦୁଇ ୱର୍ଲ୍ଡ ସ୍କିଲ୍ ସେଣ୍ଟର କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଆନ୍ତର୍ଜାତିକ ମାନର ପ୍ରଶିକ୍ଷଣ ଓ ରୋଜଗାର ସୁଯୋଗ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

CBSEର ବଡ଼ ନିଷ୍ପତ୍ତି: ଚଳିତ ବର୍ଷର ୧୦ମ ପିଲାଙ୍କ ପାଇଁ ଲାଗୁ ହେବନି ଲାଙ୍ଗୁଏଜ୍ ପଲିସି
ନୂଆ ଦିଲ୍ଲୀ:୨୦୨୬-୨୭ ଶିକ୍ଷା ବର୍ଷ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ନ୍ୟୁ ଲାଙ୍ଗୁଏଜ୍‌ ପଲିସି ବା ନୂତନ ଭାଷା ନୀତି ଲାଗୁ ହେବ ନାହିଁ । ସିବିଏସଇ ସୋମବାର ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି । ଯେଉଁଥିରେ ଚଳିତ ଶିକ୍ଷା ବର୍ଷ ପାଇଁ ଦଶମ ପିଲା କୌଣସି ତୃତୀୟ ଭାଷା ପଢ଼ିବେ ନାହିଁ । କେବଳ ୭ମ, ୮ମ ଏବଂ ୯ମ ଶ୍ରେଣୀର ବର୍ତ୍ତମାନର ବ୍ୟାଚ୍ ଯେଉଁମାନେ ପୂର୍ବରୁ ଦୁଇଟି ବିଦେଶୀ ଭାଷା ଶିକ୍ଷା କରିସାରିଛନ୍ତି, ସେମାନେ ଗୋଟିଏ ଅତିରିକ୍ତ ମାତୃଭାଷା ବା ଭାରତୀୟ ଭାଷାକୁ ତୃତୀୟ ଭାଷା ନେଇ ପଢ଼ିପାରିବେ ।

ମେ ମାସରେ ଜାରି ସିବିଏସଇ ଦ୍ୱାରା ଜାରି ହୋଇଥିବା ନୂତନ ଭାଷା ନୀତି ନିର୍ଦ୍ଦେଶାବଳୀରେ ୯ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ତିନି ଭାଷା ନୀତି ଗ୍ରହଣ କରିବାକୁ ପଡ଼ିବ ବୋଲି କୁହାଯାଇଥିଲା । ପିଲାମାନେ ପଢ଼ୁଥିବା ତିନୋଟି ଭାଷା ମଧ୍ୟରୁ ଦୁଇଟି ଭାରତର ମୂଳଭାଷା ହେବା ଉଚିତ । ଏହା ପରେ, ଫ୍ରାନ୍ସ, ଜର୍ମାନ, ଜାପାନୀ, ସ୍ପାନିସ୍ ଇତ୍ୟାଦି ବିଦେଶୀ ଭାଷା ଶିଖୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ତୀବ୍ର ବିରୋଧି କରିଥିଲେ । ଏହା ପରେ ବୋର୍ଡ ନିଜର ନିଷ୍ପତ୍ତି ପ୍ରତ୍ୟାହୃତ କରିଛି ଏବଂ ବର୍ତ୍ତମାନ ଦଶମ ଶ୍ରେଣୀର ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଆଉ ନୂତନ ଭାଷା ନୀତି ଅନୁସରଣ କରିବାକୁ ପଡିବ ନାହିଁ । ୨୦୨୬-୨୭ ମଧ୍ୟରେ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ପରିବର୍ତ୍ତନ ହେବ ନାହିଁ ଏବଂ ସେମାନେ ଦୁଇଟି ଭାଷାର ପୁରୁଣା ବ୍ୟବସ୍ଥା ସହିତ ଜାରି ରହିବେ । ଏହି ବ୍ୟାଚ୍ ଦ୍ୱାରା କୌଣସି ତୃତୀୟ ଭାଷା ଗ୍ରହଣ କରିବା ଆବଶ୍ୟକ ନାହିଁ। ୭ମ, ୮ମ ଏବଂ ୯ମ ଶ୍ରେଣୀରେ ପଢ଼ୁଥିବା ବର୍ତ୍ତମାନର ବ୍ୟାଚ୍ ଯେଉଁମାନେ ଦଶମ ଶ୍ରେଣୀକୁ ଉନ୍ନୀତ ହେବେ, ସେମାନେ ତୃତୀୟ ଭାଷା ନେଇ ପଢ଼ିବେ କିନ୍ତୁ ବୋର୍ଡ ପରୀକ୍ଷା ଦେବେ ନାହିଁ ବୋଲି ବୋର୍ଡ ସ୍ପଷ୍ଟ କରିଛି । ।

ନବମ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀ ତିନୋଟି ଭାଷା ପଢ଼ିବେ। ଏହି ତିନୋଟି ଭାଷା ମଧ୍ୟରୁ ଅତି କମରେ ଦୁଇଟି ଭାରତୀୟ ଭାଷା ହେବ । ଭାରତୀୟ ଭାଷା ଯଥା ହିନ୍ଦୀ, ସଂସ୍କୃତ, ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ, ମରାଠୀ, ବଙ୍ଗାଳୀ, ପଞ୍ଜାବୀ, ଗୁଜରାଟୀ, ଓଡ଼ିଆ, ଆସାମୀ, ଇତ୍ୟାଦି। ଅଣ-ମାତୃଭାଷାର ଉଦାହରଣ ହେଉଛି ଇଂରାଜୀ, ଫରାସୀ, ଜର୍ମାନ, ଆରବୀ, ସ୍ପାନିସ୍, ଇତ୍ୟାଦି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗତ ସପ୍ତାହରେ କହିଥିଲେ ଯେ ୭ମ, ୮ମ ଏବଂ ୯ମ ଶ୍ରେଣୀର ଛାତ୍ରଛାତ୍ରୀ ଯେଉଁମାନେ ବିଦେଶୀ ଭାଷା ଶିକ୍ଷା କରିଛନ୍ତି, ସେମାନେ ନିଜ ନିଜ ପସନ୍ଦର ବିକଳ୍ପରେ ସେମାନଙ୍କର ପାଠପଢ଼ା ଜାରି ରଖିପାରିବେ ।

ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ଛାତ୍ରଛାତ୍ରୀଙ୍କୁ ତିନୋଟି ଭାଷା ଶିଖିବାକୁ ନିୟମ ରଖିଛି । ତିନୋଟି ଭାଷା ମଧ୍ୟରୁ ଅତି କମରେ ଦୁଇଟି ଭାରତରୁ ଆସିବ।

ଅଧିକ ପଢ଼ନ୍ତୁ- ଦିଲ୍ଲୀ ସରକାରଙ୍କ ନୂତନ ବୈଦ୍ୟୁତିକ ଗାଡ଼ି ନୀତି: ଇଭି ଗାଡ଼ି କିଣିଲେ ରୋଡ୍ ଟ୍ୟାକ୍ସ ଛାଡ଼, ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି

CHSEର ବଡ଼ ନିଷ୍ପତ୍ତି; +୨ ରିଚେକିଂ ପାଇଁ ମିଳିଲା ଆଉ ସମୟ, ଜୁଲାଇ ୪ ପର୍ଯ୍ୟନ୍ତ ଆବେଦନ
ଭୁବନେଶ୍ୱର: +୨ ପରୀକ୍ଷାର ଫଳାଫଳରେ ମିଳିଥିବା ନମ୍ବରକୁ ନେଇ ଯେଉଁ ଛାତ୍ରଛାତ୍ରୀଙ୍କ ମନରେ ସନ୍ଦେହ ରହିଛି, ସେମାନଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ପକ୍ଷରୁ +୨ ରିଚେକିଂ (Rechecking) ପାଇଁ ଆବେଦନର ଶେଷ ତାରିଖକୁ ବଢ଼ାଯାଇଛି।

ପୂର୍ବରୁ ଆବେଦନ କରିବାର ଶେଷ ତାରିଖ ଜୁନ୍ ୩୦ ରହିଥିବା ବେଳେ, ଏବେ ଏହାକୁ ଜୁଲାଇ ୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁ ଛାତ୍ରଛାତ୍ରୀ କୌଣସି କାରଣବଶତଃ ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କରିପାରିନଥିଲେ, ସେମାନେ ଏହି ଅତିରିକ୍ତ ସୁଯୋଗର ଲାଭ ଉଠାଇପାରିବେ।

ସିଏଚଏସଇ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ରିଚେକିଂ ପ୍ରକ୍ରିୟା ମାଧ୍ୟମରେ ଉତ୍ତରଖାତାର ମୂଲ୍ୟାଙ୍କନ ଠିକ୍ ଭାବେ ହୋଇଛି କି ନାହିଁ, ତାହାର ଯାଞ୍ଚ କରାଯାଏ। ନମ୍ବର ଯୋଗରେ କୌଣସି ତ୍ରୁଟି ରହିଛି କିମ୍ବା କୌଣସି ପ୍ରଶ୍ନର ନମ୍ବର ଯୋଡ଼ାଯିବା ବାକି ରହିଛି କି ନାହିଁ, ସେସବୁ ଯାଞ୍ଚ କରାଯାଇଥାଏ।

ରିଚେକିଂ ପାଇଁ ଆବେଦନ ସମ୍ପୂର୍ଣ୍ଣ ଅନଲାଇନ୍ ମାଧ୍ୟମରେ ଗ୍ରହଣ କରାଯାଉଛି। ତେଣୁ ଆଗ୍ରହୀ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଇଛି।

ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା ନକରି ଜୁଲାଇ ୪ ପୂର୍ବରୁ ଆବେଦନ କରିବାକୁ CHSE ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି। ନିର୍ଦ୍ଧାରିତ ସମୟ ଅତିକ୍ରମ କରିଗଲେ ଆଉ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ। ତେଣୁ ଯଦି ନିଜର ନମ୍ବରକୁ ନେଇ କୌଣସି ସନ୍ଦେହ ରହିଛି, ତେବେ ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ।

NEET ସେଣ୍ଟର ବାହାରେ ଭାବବିହ୍ୱଳ ଦୃଶ୍ୟ; ଦୁଇ ମିନିଟ୍‌ ବିଳମ୍ବ ପାଇଁ ଭାଙ୍ଗିଗଲା ଡାକ୍ତର ହେବାର ସ୍ୱପ୍ନ, କାନ୍ଦି କାନ୍ଦି ଅଚେତ ହେଲେ ବାପା
ମଧ୍ୟପ୍ରଦେଶ: ମାତ୍ର ଦୁଇ ମିନିଟ୍‌ର ବିଳମ୍ବ। ଆଉ ସେହି ଦୁଇ ମିନିଟ୍‌ ହିଁ ଛଡାଇନେଲା ଗୋଟିଏ ଛାତ୍ରୀର ଭବିଷ୍ୟତର ସୁଯୋଗ। ମଧ୍ୟପ୍ରଦେଶର ବିଦିଶାରୁ ଆସିଥିବା ଏହି ଦୃଶ୍ୟ ଆଜି ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକଙ୍କୁ ଭାବୁକ କରିଦେଇଛି।

NEET ପରୀକ୍ଷା ପାଇଁ ନିଜ ଝିଅକୁ ନେଇ ବିଦିଶାର ସରକାରୀ ଗର୍ଲ୍ସ କଲେଜ୍ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ଜଣେ ବାପା। କିନ୍ତୁ ଘଣ୍ଟାର କାଠି ସେମାନଙ୍କ ପକ୍ଷରେ ନଥିଲା। ନିର୍ଦ୍ଧାରିତ ସମୟ ଅପରାହ୍ନ ୧ଟା ୩୦ ମିନିଟ୍‌ରେ ଗେଟ୍ ବନ୍ଦ ହୋଇଯାଇଥିଲା। ବାପା-ଝିଅ ପହଞ୍ଚିଥିଲେ ୧ଟା ୩୨ ମିନିଟ୍‌ରେ।

ମାତ୍ର ଦୁଇ ମିନିଟ୍‌ ପାଇଁ ଝିଅକୁ ପରୀକ୍ଷା ହଲ୍‌କୁ ଯିବାକୁ ଅନୁମତି ମିଳିଲାନି। ବାପା ବାରମ୍ବାର ହାତ ଯୋଡ଼ି ଅଧିକାରୀଙ୍କୁ ଅନୁରୋଧ କଲେ। ଝିଅକୁ ଭିତରକୁ ଛାଡ଼ିଦେବା ପାଇଁ କାନ୍ଦି କାନ୍ଦି ଗୁହାରି କଲେ। କିନ୍ତୁ ନିୟମର ଦୁଆର ଖୋଲିଲାନି।

ଗେଟ୍‌ ବାହାରେ ନିରାଶ ହୋଇ ବସିପଡ଼ିଲେ ସେ। ନିଜକୁ ସମ୍ଭାଳି ନ ପରି ଭୋ ଭୋ ହୋଇ କାନ୍ଦି ତଳେ ପଡି ଅଚେତ ହେଇଗଲେ। ବର୍ଷ ବର୍ଷର ପରିଶ୍ରମ, ଅନେକ ତ୍ୟାଗ, ଅଗଣିତ ଆଶା ଓ ସ୍ୱପ୍ନ... ସବୁକିଛି ମୁହୂର୍ତ୍ତକ ମଧ୍ୟରେ ଭାଙ୍ଗିଯାଇଥିଲା।

ଏହି ଭିଡିଓ କେବଳ ଜଣେ ବାପାଙ୍କ ଅସହାୟତାର କାହାଣୀ ନୁହେଁ। ଏହା ସେହି ହଜାର ହଜାର ପରିବାରର କାହାଣୀ, ଯେଉଁମାନେ ସନ୍ତାନଙ୍କ ସ୍ୱପ୍ନ ପାଇଁ ଦିନରାତି ପରିଶ୍ରମ କରନ୍ତି। ଏହା ସେହି ଛାତ୍ରଛାତ୍ରୀଙ୍କ ବେଦନା, ଯେଉଁମାନେ ଗୋଟିଏ ପରୀକ୍ଷା ପାଇଁ ବର୍ଷ ବର୍ଷ ଧରି ପ୍ରସ୍ତୁତି କରନ୍ତି।

ନିୟମ ନିଶ୍ଚିତ ଭାବେ ଆବଶ୍ୟକ। ପରୀକ୍ଷା ପରିଚାଳନାରେ ସମୟାନୁବର୍ତ୍ତିତା ମଧ୍ୟ ଜରୁରୀ। କିନ୍ତୁ ଏହି ଘଟଣା ପରେ ସୋସିଆଲ ମିଡିଆରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠୁଛି, ମାତ୍ର ଦୁଇ ମିନିଟ୍‌ର ବିଳମ୍ବ ପାଇଁ କି ଜଣେ ଛାତ୍ରୀଙ୍କ ଗୋଟିଏ ବର୍ଷର ପରିଶ୍ରମ ଓ ସ୍ୱପ୍ନକୁ ଅଟକାଇ ଦେବା ଠିକ୍ କି?

ସେହି ଦିନ ଗେଟ୍‌ ବନ୍ଦ ହୋଇଥିଲା ମାତ୍ର ଦୁଇ ମିନିଟ୍‌ ପୂର୍ବରୁ। କିନ୍ତୁ ସେହି ଦୁଇ ମିନିଟ୍‌ରେ ହୁଏତ ଜଣେ ଝିଅର ଡାକ୍ତର ହେବାର ସ୍ୱପ୍ନ, ଜଣେ ବାପାଙ୍କ ଆଶା ଏବଂ ଗୋଟିଏ ପରିବାରର ଅପେକ୍ଷା ନିରବରେ ଭାଙ୍ଗି ଯାଇଥିଲା।

ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଅପଡେଟ୍; ଆସନ୍ତା ୨୮ ତାରିଖରେ ହେବ ଆରଆଇ ଅମିନ ପରୀକ୍ଷା, ବଦଳିବ ଓଟିଇଟି ତାରିଖ
ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ଗୋଟିଏ ଦିନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବଢ଼ୁଥିବା ଚିନ୍ତାର ଅବସାନ ଘଟିଛି । ଆସନ୍ତା ୨୮ ତାରିଖରେ ହେବ ଆରଆଇ ଅମିନ ପରୀକ୍ଷା। ଏଥିସହିତ ଓଟିଇଟି ପରୀକ୍ଷା ତାରିଖ ମଧ୍ୟ ବଦଳିବ। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଦୁଇଟି ଯାକ ପରୀକ୍ଷା ଗୋଟିଏ ଦିନରେ ପଡୁଥିବାରୁ ପରୀକ୍ଷା ତାରିଖ ବଦଳାଇବାକୁ ଗଣଶିକ୍ଷା ବିଭାଗ ସହିତ ଆଲୋଚନା ହୋଇଛି। ଆରଆଇ ଅମିନ ପରୀକ୍ଷାର ଏହା ହେଉଛି ଶେଷ ପର୍ଯ୍ୟାୟ। ଏଥିରେ ପ୍ରାୟ ୧୬ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ।  ସେଥିପାଇଁ ଆରଆଇ ପରୀକ୍ଷାର ତାରିଖରେ ପରିବର୍ତ୍ତନ କରାଯାଇଛି।

ନୂତନ ସୂଚୀ ଅନୁସାରେ, ଜୁନ୍ ୨୮ରେ ଆରଆଇ ପରୀକ୍ଷା ଆୟୋଜିତ ହେବ। ଅନ୍ୟପଟେ, ଜୁଲାଇ ୫ରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ।

ପୂର୍ବରୁ ଏକା ଦିନରେ ଉଭୟ ପରୀକ୍ଷା ହେବାର ସମ୍ଭାବନା ଥିବାରୁ ପରୀକ୍ଷାର୍ଥୀମାନେ ଅସୁବିଧାରେ ପଡ଼ିଥିଲେ ଏବଂ ତାରିଖ ପରିବର୍ତ୍ତନ ପାଇଁ ଦାବି କରୁଥିଲେ। ସେମାନଙ୍କ ଦାବିକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଉଭୟ ପରୀକ୍ଷା ପାଇଁ ପ୍ରସ୍ତୁତି ନେଉଥିବା ପ୍ରାର୍ଥୀମାନେ ବିନା ଦ୍ୱନ୍ଦ୍ୱରେ ପରୀକ୍ଷା ଦେଇପାରିବେ ଏବଂ ନିଜ ଭବିଷ୍ୟତ ପାଇଁ ସୁଯୋଗକୁ ସୁରକ୍ଷିତ କରିପାରିବେ।

ପ୍ରକାଶ ପାଇଲା +୩ ପ୍ରଥମ ମେରିଟ୍ ଲିଷ୍ଟ; ୧.୭୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିଲା ସିଟ୍, ଅଧିକାଂଶ ଷ୍ଟ୍ରିମ୍‌ରେ ରେଭେନ୍ସା ଆଗରେ
ଭୁବନେଶ୍ୱର: ରାଜ୍ୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ +୩ (ଡିଗ୍ରୀ) ନାମଲେଖା ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ରବିବାର ଅପରାହ୍ନ ୨ଟାରେ ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ମୋଟ ୨ ଲକ୍ଷ ୩୭ ହଜାର ୨୦୦ ଆବେଦନକାରୀଙ୍କ ମଧ୍ୟରୁ ୧ ଲକ୍ଷ ୭୮ ହଜାର ୭୮୨ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କଲେଜରେ ସିଟ୍ ମିଳିଛି।

ରାଜ୍ୟରେ ମୋଟ ଅନୁମୋଦିତ ସିଟ୍ ସଂଖ୍ୟା ୨ ଲକ୍ଷ ୮୭ ହଜାର ୩୨୭ ରହିଥିବା ବେଳେ ଚୟନିତ ପ୍ରାର୍ଥୀଙ୍କ ମଧ୍ୟରେ ୬୯ ହଜାର ୧୮୨ ଜଣ ପୁରୁଷ, ୧ ଲକ୍ଷ ୯ ହଜାର ୫୯୧ ଜଣ ମହିଳା ଏବଂ ୯ ଜଣ ଟ୍ରାନ୍ସଜେଣ୍ଡର ରହିଛନ୍ତି।

ଚଳିତ ବର୍ଷ ମଧ୍ୟ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ବିଭିନ୍ନ ମୁଖ୍ୟ ବିଷୟରେ ସର୍ବାଧିକ କଟ୍‌ଅଫ୍ ମାର୍କ ରେକର୍ଡ କରିଛି। ଆର୍ଟସ୍‌ରେ ପଲିଟିକାଲ୍ ସାଇନ୍ସ ପାଇଁ ୯୪.୫୦ ପ୍ରତିଶତ, ଫିଜିକାଲ୍ ସାଇନ୍ସ (ଫିଜିକ୍ସ) ପାଇଁ ୯୬.୫୦ ପ୍ରତିଶତ, ବାୟୋଲଜିକାଲ୍ ସାଇନ୍ସ (ଜୁଓଲୋଜି) ପାଇଁ ୯୪.୮୩ ପ୍ରତିଶତ ଏବଂ କମର୍ସରେ ୮୯.୧୭ ପ୍ରତିଶତ କଟ୍‌ଅଫ୍ ରହିଛି।

ସେହିପରି ଶାସ୍ତ୍ରୀ ଧାରାରେ ଗଡ଼ବିଷ୍ଣୁପୁରସ୍ଥିତ ବ୍ରଜକିଶୋର ସଂସ୍କୃତ ଡିଗ୍ରୀ କଲେଜ ୬୭.୫୭ ପ୍ରତିଶତ କଟ୍‌ଅଫ୍ ସହ ଶୀର୍ଷରେ ରହିଥିବା ବେଳେ, ସେଲ୍ଫ ଫାଇନାନ୍ସିଂ ବିଭାଗରେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜର କମ୍ପ୍ୟୁଟର ସାଇନ୍ସ ପାଇଁ ୯୨ ପ୍ରତିଶତ କଟ୍‌ଅଫ୍ ରହିଛି। କଟକର ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟର ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବି.ଏ.-ଏଲ୍‌.ଏଲ୍‌.ବି କୋର୍ସ ପାଇଁ କଟ୍‌ଅଫ୍ ୮୯.୪୦ ପ୍ରତିଶତ ରହିଛି।

ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନରେ ୪୩,୬୯୩, କଳାରେ ୧,୧୨,୮୨୨, କମର୍ସରେ ୧୫,୬୨୪, ଶାସ୍ତ୍ରୀରେ ୩,୩୭୧, ସେଲ୍ଫ ଫାଇନାନ୍ସିଂରେ ୩,୨୪୫ ଏବଂ ଲ’ରେ ୧୬୭ ଜଣ ପ୍ରାର୍ଥୀ ଚୟନ ହୋଇଛନ୍ତି।

‘ଫ୍ରିଜ୍’ ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀମାନେ ଜୁନ୍ ୨୩ରୁ ୨୫ ତାରିଖ ମଧ୍ୟରେ ନିର୍ଦ୍ଧାରିତ କଲେଜରେ ନାମଲେଖା ସମ୍ପୂର୍ଣ୍ଣ କରିବେ। ‘ସ୍ଲାଇଡ୍’ କିମ୍ବା ‘ଫ୍ଲୋଟ୍’ ବିକଳ୍ପ ନେଇଥିବା ପ୍ରାର୍ଥୀମାନେ ଶୁଳ୍କ ଜମା କରି ଦ୍ୱିତୀୟ ପର୍ଯ୍ୟାୟ ଅପେକ୍ଷା କରିପାରିବେ। ଏଥର ପ୍ରଥମ ଥର ପାଇଁ ‘ଆଲ୍ଟର’ ବିକଳ୍ପ ମଧ୍ୟ ଯୋଡ଼ାଯାଇଛି, ଯାହା ମାଧ୍ୟମରେ ଓଟିପି ଯାଞ୍ଚ ପରେ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ବିକଳ୍ପରେ ପରିବର୍ତ୍ତନ କରିପାରିବେ।

ପାଠ୍ୟପୁସ୍ତକରେ ବଡ଼ ପରିବର୍ତ୍ତନ, ଏଣିକି ବହିରେ ରହିବ ବାରକୋଡ୍; ସ୍କାନ୍ କଲେ ମିଳିବ ଭିଡିଓ ଓ ଡିଜିଟାଲ ପାଠ
ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ଆଧୁନିକ ଓ ତ୍ରୁଟିମୁକ୍ତ କରିବା ଦିଗରେ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଣିକି ସ୍କୁଲ ପାଠ୍ୟପୁସ୍ତକରେ ରହିବ ବାରକୋଡ୍ ବ୍ୟବସ୍ଥା। ଏହା ମାଧ୍ୟମରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ପାଠ୍ୟବସ୍ତୁ ସହ ଜଡ଼ିତ ବିଭିନ୍ନ ଡିଜିଟାଲ ସାମଗ୍ରୀକୁ ସହଜରେ ପାଇପାରିବେ।

ଶିକ୍ଷା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଜିଲ୍ଲାକୁ ସୀମିତ ସଂଖ୍ୟାରେ ପାଠ୍ୟପୁସ୍ତକ ପଠାଯିବ। ସେହି ବହିଗୁଡ଼ିକୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯାଞ୍ଚ କରିବେ। ପାଠ୍ୟପୁସ୍ତକରେ କୌଣସି ତଥ୍ୟଗତ, ବ୍ୟାକରଣଗତ କିମ୍ବା ମୁଦ୍ରଣ ତ୍ରୁଟି ଥିଲେ ତାହାକୁ ଚିହ୍ନଟ କରି ବିଭାଗକୁ ଅବଗତ କରାଯିବ। ଏହାପରେ ଚୂଡ଼ାନ୍ତ ସଂଶୋଧନ କରାଯାଇ ବ୍ୟାପକ ଭାବେ ବହି ଛପାଯିବ।

ଏହି ନୂଆ ବ୍ୟବସ୍ଥାର ସବୁଠୁ ବଡ଼ ଆକର୍ଷଣ ହେଉଛି ବାରକୋଡ୍। ପାଠ୍ୟପୁସ୍ତକରେ ଥିବା ବାରକୋଡ୍‌କୁ ସ୍କାନ୍ କଲେ ସମ୍ପର୍କିତ ଅଧ୍ୟାୟର ଭିଡିଓ, ଡିଜିଟାଲ କଣ୍ଟେଣ୍ଟ, ଚିତ୍ର, ଅତିରିକ୍ତ ସୂଚନା ଓ ଶିକ୍ଷାଦାନ ସାମଗ୍ରୀ ମୋବାଇଲ୍‌ରେ ଉପଲବ୍ଧ ହେବ। ଫଳରେ ପାଠପଢ଼ା ଅଧିକ ଆକର୍ଷଣୀୟ ଓ ବୁଝିବା ସହଜ ହେବ।

ନିକଟ ଅତୀତରେ ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟିକୁ ନେଇ ବିବାଦ ଦେଖାଦେଇଥିଲା। ଏହା ପରେ ଶିକ୍ଷା ବିଭାଗ ପାଠ୍ୟପୁସ୍ତକର ଗୁଣାତ୍ମକ ମାନ ବୃଦ୍ଧି ସହ ତ୍ରୁଟି ରୋକିବା ପାଇଁ ଏହି ନୂଆ ଯୋଜନା ପ୍ରସ୍ତୁତ କରିଛି।

ପ୍ରଯୁକ୍ତି ଓ ଶିକ୍ଷାର ସମନ୍ୱୟ ମାଧ୍ୟମରେ ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଅନୁଭୂତି ଆଣିବା ସହ ଶିକ୍ଷାକୁ ଅଧିକ ସ୍ୱଚ୍ଛ, ସହଜ ଓ ଦକ୍ଷ କରିବ ବୋଲି ଆଶା କରାଯାଉଛି।

୨୨.୭୯ ଲକ୍ଷ ପରୀକ୍ଷାର୍ଥୀ, ୫୪୪୦ ପରୀକ୍ଷା କେନ୍ଦ୍ର, ୫୫୧ ସହର... କାମ ଦେଲା ସତର୍କତା, ନିଟ୍‌ ର ଅଗ୍ନିପରୀକ୍ଷାରେ ଏନଟିଏ (NTA) ପାସ୍
ଗତଥର ୩ ମଇରେ NEET ପରୀକ୍ଷାକୁ ନେଇ ହୋଇଥିବା ବିବାଦ ପରେ ଏଥର ୨୧ ଜୁନ୍ରେ ଆୟୋଜିତ NEET-UG ୨୦୨୬ ପୁନଃ ପରୀକ୍ଷା କେବଳ ଛାତ୍ରଛାତ୍ରୀଙ୍କର ନୁହେଁ, ବରଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA), ଶିକ୍ଷା ମନ୍ତ୍ରଣାଳୟ ଏବ ସମଗ୍ର ସରକାରୀ କଳର ମଧ୍ୟ ପରୀକ୍ଷା ଥିଲା। ପ୍ରାୟ ୨୨.୭୯ ଲକ୍ଷ ପରୀକ୍ଷାର୍ଥୀ, ୫,୪୪୦ ପରୀକ୍ଷା କେନ୍ଦ୍ର, ୫୫୧ଟି ଭାରତୀୟ ସହର ଏବଂ ବିଦେଶର ୧୪ଟି ସହରରେ ଏକାସଙ୍ଗେ ପରୀକ୍ଷା କରାଇବା କୌଣସି ବଡ଼ ଜାତୀୟ ଅଭିଯାନଠାରୁ କମ୍ ନଥିଲା। ପରୀକ୍ଷା ପରେ ସାମ୍ନାକୁ ଆସିଥିବା ଚିତ୍ରରୁ ଜଣାପଡ଼ୁଛି ଯେ କିଛି ସ୍ଥାନୀୟ ଘଟଣାକୁ ଛାଡ଼ିଦେଲେ ସମ୍ପୂର୍ଣ୍ଣ ଆୟୋଜନ ବେଶ୍ ବ୍ୟବସ୍ଥିତ ଓ ନିୟନ୍ତ୍ରିତ ରହିଥିଲା। ଏହି କାରଣରୁ ଏଥର NTA ଏବଂ ସରକାର ଦୁହେଁ ଆଶ୍ୱସ୍ତି ଅନୁଭବ କରିପାରିବେ।

ଓଖଲା ମୁଖ୍ୟାଳୟରେ ନିଜେ ଡେରା ପକାଇଲେ ଶିକ୍ଷାମନ୍ତ୍ରୀ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀର ଓଖଲାସ୍ଥିତ NTA ମୁଖ୍ୟାଳୟରେ ପହଞ୍ଚି ବ୍ୟବସ୍ଥାର ସମୀକ୍ଷା କରିଥିଲେ। ତାଙ୍କୁ ପରୀକ୍ଷା ପାଇଁ କରାଯାଇଥିବା ବୈଷୟିକ ଏବଂ ଲଜିଷ୍ଟିକ୍ ବ୍ୟବସ୍ଥା ବିଷୟରେ ସୂଚନା ଦିଆଯାଇଥିଲା। ଗତବର୍ଷ ଉଠିଥିବା ପ୍ରଶ୍ନ ପରେ ମନ୍ତ୍ରଣାଳୟର ଏହି ସକ୍ରିୟତା ଦର୍ଶାଉଛି ଯେ ସରକାର ଏଥର ପରୀକ୍ଷାର ବିଶ୍ୱସନୀୟତାକୁ ନେଇ ଅତ୍ୟନ୍ତ ଗମ୍ଭୀର ଥିଲେ।

କେବଳ NTA ନୁହେଁ, ସାରା ଦେଶ ଜୁଟିଥିଲା

ପରୀକ୍ଷା ଶେଷ ହେବା ପରେ NTA ସୋସିଆଲ ମିଡିଆରେ 'ଟିମ୍ NTA, ଟିମ୍ ଭାରତ' ବାର୍ତ୍ତା ଜାରି କରିଛି। ଏଜେନ୍ସି କହିଛି ଯେ ଏହା କେବଳ NTAର କାମ ନଥିଲା, ବରଂ ସାରା ଦେଶର ହଜାର ହଜାର ଅଧିକାରୀ-କର୍ମଚାରୀ ଏବଂ ବିଭିନ୍ନ ସଂସ୍ଥାର ମିଳିତ ପ୍ରୟାସ ଥିଲା। ଏଭଳି ଏକ ନେଟୱର୍କ ପ୍ରସ୍ତୁତ କରାଯାଇଥିଲା ଯେପରି ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କ ଧ୍ୟାନ କେବଳ ପ୍ରଶ୍ନପତ୍ର ଉପରେ ରହିବ ଏବଂ ବାକି ସମସ୍ତ ଦାୟିତ୍ୱ ସିଷ୍ଟମ ସମ୍ଭାଳିବ।

ସୁରକ୍ଷା କ୍ଷେତ୍ରରେ ଏଥର କୌଣସି ତ୍ରୁଟି ରଖାଯାଇନି

NEET ୨୦୨୬ ପୁନଃ ପରୀକ୍ଷାରେ ସୁରକ୍ଷା ବ୍ୟବସ୍ଥା ଉପରେ ସବୁଠାରୁ ବଡ଼ ଫୋକସ୍ ରହିଥିଲା। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ବାୟୋମେଟ୍ରିକ ଯାଞ୍ଚ, ଫେସ୍ ଅଥେଣ୍ଟିକେସନ୍, ସିସିଟିଭି ନଜର, ଜାମର ଏବଂ ଦୁଇ ସ୍ତରୀୟ ଯାଞ୍ଚ ବ୍ୟବସ୍ଥା କରାଯାଇଥିଲା। କେବଳ କେନ୍ଦ୍ରଗୁଡ଼ିକରେ ନୁହେଁ, ବରଂ ଜାତୀୟ ସ୍ତରରେ NTA ଏବଂ ଶିକ୍ଷା ମନ୍ତ୍ରଣାଳୟରେ କମାଣ୍ଡ ସେଣ୍ଟରମାନ ପ୍ରସ୍ତୁତ କରାଯାଇଥିଲା। ଏହା ବ୍ୟତୀତ ଉଚ୍ଚଶିକ୍ଷା ବିଭାଗର ୩୪ଟି କେନ୍ଦ୍ରୀୟ ପ୍ରତିଷ୍ଠାନ, ସମସ୍ତ ରାଜ୍ୟ ଏବଂ ଜିଲ୍ଲା କଲେକ୍ଟରେଟ୍ ସ୍ତର ପର୍ଯ୍ୟନ୍ତ ନଜର ରଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି ସମ୍ପୂର୍ଣ୍ଣ ଅଭିଯାନରେ CAPF, ଗୃହ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ, ଭାରତୀୟ ବାୟୁସେନା, NIC, MeitY, ପ୍ରତିରକ୍ଷା ମନ୍ତ୍ରଣାଳୟ, ଡାକ ବିଭାଗ ଏବଂ ଅନେକ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନର ସହଯୋଗ ନିଆଯାଇଥିଲା।

ଭିନ୍ନକ୍ଷମ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଏଥର ପରୀକ୍ଷା ଆୟୋଜନର ଏକ ବଡ଼ ବୈଶିଷ୍ଟ୍ୟ ଏହା ମଧ୍ୟ ଥିଲା ଯେ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପରୀକ୍ଷାର୍ଥୀମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା। NTA ଅନୁଯାୟୀ, ୧୦ ହଜାରରୁ ଅଧିକ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପ୍ରାୟ ୮୧ ଜଣ ଏଭଳି ପରୀକ୍ଷାର୍ଥୀଙ୍କ ପାଇଁ ମଧ୍ୟ ଅଲଗା ବ୍ୟବସ୍ଥା କରାଯାଇଥିଲା, ଯେଉଁମାନେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ। ଏଥିମଧ୍ୟରେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଛାତ୍ର ଏବଂ କିମୋଥେରାପି ନେଉଥିବା ପରୀକ୍ଷାର୍ଥୀ ମଧ୍ୟ ସାମିଲ ଥିଲେ। ଏଜେନ୍ସିର ଦାବି ଅନୁଯାୟୀ, ଏଭଳି ପରୀକ୍ଷାର୍ଥୀଙ୍କ ପାଖରେ ପହଞ୍ଚିବା ଏବଂ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ଅଲଗା ସ୍ତରର ଯୋଜନା ପ୍ରସ୍ତୁତ କରାଯାଇଥିଲା।

ରାଜ୍ୟଗୁଡ଼ିକ ମଧ୍ୟ ବଡ଼ ଭୂମିକା ଗ୍ରହଣ କଲେ

ଅନେକ ରାଜ୍ୟ ସରକାର ପରୀକ୍ଷା ଦିନ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପାଇଁ ଅତିରିକ୍ତ ସୁବିଧା ଯୋଗାଇ ଦେଇଥିଲେ। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଛାଇ, ପିଇବା ପାଣି, ଖାଦ୍ୟ, ଆମ୍ବୁଲାନ୍ସ ଏବଂ ମେଡିକାଲ ସହାୟତାର ବ୍ୟବସ୍ଥା କରାଯାଇଥିଲା। କେତେକ ରାଜ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ପରିବହନ ସୁବିଧା ମଧ୍ୟ ଉପଲବ୍ଧ କରାଇଥିଲେ, ଅର୍ଥାତ୍ ଜାତୀୟ ସ୍ତରରେ ସ୍ଥିର ହୋଇଥିବା ପ୍ରୋଟୋକଲ୍କୁ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଲାଗୁ କରିବାକୁ ଚେଷ୍ଟା କରାଯାଇଥିଲା।

ରେକର୍ଡ ସମୟରେ ପ୍ରସ୍ତୁତ ହେଲା ଏତେ ବଡ଼ ନେଟୱର୍କ

NTA ଅନୁଯାୟୀ, ପରୀକ୍ଷା ଆୟୋଜନ ପାଇଁ ସାରା ଦେଶରେ ପ୍ରାୟ ୭ ଲକ୍ଷ ଅଧିକାରୀ, ପୋଲିସ କର୍ମଚାରୀ, ପର୍ଯ୍ୟବେକ୍ଷକ (Observers) ଏବଂ ପରୀକ୍ଷା କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ଏଜେନ୍ସିର ଦାବି ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ନେଟୱର୍କ ରେକର୍ଡ ୩୭ ଦିନ ମଧ୍ୟରେ ପ୍ରସ୍ତୁତ କରାଯାଇଥିଲା। ପ୍ରଶ୍ନପତ୍ରର ଏକାଧିକ ସେଟ୍ ପ୍ରସ୍ତୁତ କରିବା ପାଇଁ ଦେଶସାରାର ଶିକ୍ଷାନୁଷ୍ଠାନଗୁଡ଼ିକର ବିଶେଷଜ୍ଞମାନେ ମଧ୍ୟ ସହଯୋଗ କରିଥିଲେ।

କିଛି ଘଟଣା ମଧ୍ୟ ଘଟିଲା, କିନ୍ତୁ ବ୍ୟବସ୍ଥା ବିଗିଡ଼ିଲାନି

ଏଭଳି ଏକ ବିଶାଳ ଆୟୋଜନରେ କିଛି ସ୍ଥାନୀୟ ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ମୁମ୍ବାଇରେ ଦୁଇଜଣ ଏବଂ ବେଙ୍ଗାଲୁରୁରେ ଚାରିଜଣ ପରୀକ୍ଷାର୍ଥୀ ମାତ୍ର ଏକ-ଦୁଇ ମିନିଟ୍ ବିଳମ୍ବରେ ପହଞ୍ଚିବା ଯୋଗୁଁ ପ୍ରବେଶ ଅନୁମତି ପାଇନଥିଲେ। ବେଙ୍ଗାଲୁରୁରେ କିଛି ଛାତ୍ରୀ ରେଲିଂ ଡେଇଁ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ପରୀକ୍ଷା ହଲ୍ ଗେଟ୍ ବନ୍ଦ ହୋଇସାରିଥିଲା। ରାଜସ୍ଥାନର ଅଜମେରରେ ହିଜାବ ପିନ୍ଧି ପହଞ୍ଚିଥିବା ଜଣେ ଛାତ୍ରୀଙ୍କୁ ପ୍ରଥମେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ପରେ ଯୁକ୍ତିତର୍କ ଏବଂ ଯାଞ୍ଚ ପରେ ତାଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ଦିଆଯାଇଥିଲା। ଯଦିଓ ଏହି ଘଟଣାଗୁଡ଼ିକ ଚର୍ଚ୍ଚାର ବିଷୟ ପାଲଟିଥିଲା, କିନ୍ତୁ ପରୀକ୍ଷାର ସାମଗ୍ରିକ ବ୍ୟବସ୍ଥା ଉପରେ ଏହାର କୌଣସି ବଡ଼ ପ୍ରଭାବ ପଡ଼ିନଥିଲା।

ପରୀକ୍ଷା ପରେ NTAର ବାର୍ତ୍ତା

ପରୀକ୍ଷା ଶେଷ ହେବା ପରେ NTA ସମସ୍ତ ଛାତ୍ରଛାତ୍ରୀଙ୍କୁ 'ୱେଲ୍ ଡନ୍' (Well Done) କହିଛି ଏବଂ ଆୟୋଜନକୁ ସଫଳ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇଛି। ଏଜେନ୍ସି ନିଜ ବାର୍ତ୍ତାରେ କହିଛି ଯେ ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରଶାସନିକ କଳ ଏକଜୁଟ୍ ହୋଇଥିଲା ଯେପରି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ନିରପେକ୍ଷ ସୁଯୋଗ ମିଳିପାରିବ। NTA ଏହାକୁ 'ଏକ ପରୀକ୍ଷା ଯାହାକୁ ସମସ୍ତେ ମିଶି ସମ୍ପୂର୍ଣ୍ଣ କଲେ' ବୋଲି ଅଭିହିତ କରିଛି।

ଏଥର କଣ ଭରସା ଫେରୁଥିବା ଭଳି ମନେହେଉଛି?

ପୂର୍ବର ଘଟଣାଗୁଡ଼ିକ NTAର ସୁନାମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଏଭଳି ପରିସ୍ଥିତିରେ ଏଥର ପରୀକ୍ଷା କେବଳ ଏକ ଏଗଜାମ୍ ନଥିଲା, ବରଂ ବିଶ୍ୱାସ ଫେରାଇ ଆଣିବାର ଏକ ପ୍ରକ୍ରିୟା ମଧ୍ୟ ଥିଲା। ସମସ୍ତ ଆହ୍ୱାନ ଶେଷ ହୋଇଯାଇଛି ବୋଲି କହିବା ଆଗୁଆ ହେବ, କିନ୍ତୁ ଏତିକି ନିଶ୍ଚିତ ଭାବେ କୁହାଯାଇପାରିବ ଯେ ଏଥର ପ୍ରସ୍ତୁତି ଅଧିକ ବ୍ୟାପକ ଦେଖାଯାଇଥିଲା। ସୁରକ୍ଷାଠାରୁ ଆରମ୍ଭ କରି ନଜର ରଖିବା ଏବଂ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀଙ୍କ ସୁବିଧା ପର୍ଯ୍ୟନ୍ତ ଅନେକ ସ୍ତରରେ ଅତିରିକ୍ତ ପ୍ରୟାସ ନଜର ଆସିଥିଲା।

ସରକାରଙ୍କୁ ମିଳିଲା ଆଶ୍ୱସ୍ତି

NEET-UG ୨୦୨୬ ପୁନଃ ପରୀକ୍ଷା ପରେ ସବୁଠାରୁ ବଡ଼ କଥା ଏହା ରହିଲା ଯେ, ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପେପର ଲିକ୍ କିମ୍ବା ଅବ୍ୟବସ୍ଥା ନୁହେଁ, ବରଂ ପ୍ରଶ୍ନପତ୍ରର କାଠିନ୍ୟତା ଏବଂ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଥିଲା। କୌଣସି ପରୀକ୍ଷା ପରିଚାଳନା ସଂସ୍ଥା ପାଇଁ ଏହାଠାରୁ ବଡ଼ ସକାରାତ୍ମକ ସଙ୍କେତ ବୋଧହୁଏ ଆଉ କିଛି ହୋଇନପାରେ। ୨୨.୭୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ଏହି ବିଶାଳ ପରୀକ୍ଷାରେ କିଛି ଛୋଟ ଘଟଣା ନିଶ୍ଚିତ ଭାବେ ଘଟିଥିଲା, କିନ୍ତୁ ସେଗୁଡ଼ିକ ସମ୍ପୂର୍ଣ୍ଣ ସିଷ୍ଟମ ଉପରେ ଭାରି ପଡ଼ିପାରିନଥିଲେ। ଏହି କାରଣରୁ କୁହାଯାଇପାରିବ ଯେ ଏଥର ସତର୍କତା କାମ ଦେଇଛି। NTA କଠିନ ପରୀକ୍ଷା ଦେଇ ଗତି କରି ନିଜକୁ ଅନେକାଂଶରେ ପ୍ରମାଣିତ କରିଛି ଏବଂ ସରକାର ମଧ୍ୟ ଏବେ କିଛିଟା ଆଶ୍ୱସ୍ତି ଅନୁଭବ କରିପାରିବେ ଯେ ଦେଶର ସବୁଠାରୁ ବଡ଼ ପ୍ରବେଶିକା ପରୀକ୍ଷା କୌଣସି ବଡ଼ ବିବାଦ ବିନା ସମ୍ପନ୍ନ ହୋଇଯାଇଛି।

ଖରା ପାଇଁ ବଦଳିଲା ସ୍କୁଲ ସମୟ; ଖୋର୍ଦ୍ଧାରେ ସକାଳୁଆ ସ୍କୁଲ, ପୁରୀରେ ବଢ଼ିଲା ଛୁଟି
ଭୁବନେଶ୍ୱର: ଜୁନ ମାସ ଅଧାରୁ ଅଧିକ ବିତିଯାଇଥିଲେ ମଧ୍ୟ କମୁନି ତାତି। ଖରା, ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ। ବିଶେଷକରି ସ୍କୁଲ ପଢ଼ୁଆ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଦୁଇ ଜିଲ୍ଲାରେ ନିଆଯାଇଛି ଦୁଇ ପ୍ରକାର ନିଷ୍ପତ୍ତି। ଖୋର୍ଦ୍ଧାରେ ଆସନ୍ତାକାଲିଠାରୁ ସକାଳୁଆ ସ୍କୁଲ ଘୋଷଣା ହୋଇଥିବା ବେଳେ ପୁରୀରେ ସ୍କୁଲ ଛୁଟି ଅବଧିକୁ ୨୨ ଜୁନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜୁନ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲରେ ସକାଳୁଆ ପାଠପଢ଼ା ହେବ। ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ କ୍ଲାସ ଚାଲିବ। ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକରେ ପିଇବା ପାଣି ଏବଂ ଓଆରଏସ୍‌ର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି।

ଅନ୍ୟପଟେ ପୁରୀ ଜିଲ୍ଲାରେ ତାପମାତ୍ରା ଓ ଗୁଳୁଗୁଳିର ପ୍ରଭାବ ଜାରି ରହିଥିବାରୁ ସ୍କୁଲ ଛୁଟି ଅବଧିକୁ ବଢ଼ାଯାଇଛି। ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ୨୨ ଜୁନ ପର୍ଯ୍ୟନ୍ତ ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଏହି ଆଦେଶ ଜାରି କରିଛନ୍ତି।

ଏହି ସମୟରେ ପାଣିପାଗ ବିଭାଗ ମଧ୍ୟ ଆଉ ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଉଷ୍ମ ଓ ଆଦ୍ର ପାଗ ଜାରି ରହିବ ବୋଲି ସତର୍କ କରିଛି। ଉପକୂଳର ୧୪ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ସମ୍ବଲପୁର ପାଇଁ ହିଟ୍‌ୱେଭ୍‌ ଚେତାବନୀ ଜାରି କରାଯାଇଛି।

ତେବେ ଆଶ୍ୱସ୍ତିର କଥା ହେଉଛି, ରାଜ୍ୟରେ ମୌସୁମୀ ବାୟୁ ଏବେ ଧୀରେ ଧୀରେ ସକ୍ରିୟ ହେଉଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଏହା ସମଗ୍ର ଓଡ଼ିଶାକୁ ଛୁଇଁବା ସମ୍ଭାବନା ରହିଛି। ସେହିପରି କାଳବୈଶାଖୀ ଓ ଟ୍ରଫ୍‌ ଲାଇନ୍‌ର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିପାରେ। ତଥାପି ବର୍ଷା ଆସିବା ପର୍ଯ୍ୟନ୍ତ ଖରାର ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ମିଳିବାର ଆଶା କମ୍ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ପାଠ୍ୟପୁସ୍ତକରେ ତ୍ରୁଟି,ସଂଶୋଧନ କରି ପଢ଼ିବେ ଛାତ୍ରଛାତ୍ରୀ; SCERTର ସଫେଇ, ‘ଆସନ୍ତା ବର୍ଷ ଆଉ ଭୁଲ ହେବନି’
ଭୁବନେଶ୍ୱର: ରାଜ୍ୟର ସ୍କୁଲଗୁଡ଼ିକ ଖୋଲିଯାଇଛି, ପିଲାମାନେ ନୂଆ ଶିକ୍ଷାବର୍ଷକୁ ସ୍ୱାଗତ କରିଛନ୍ତି। କିନ୍ତୁ ଏଥର ପାଠ୍ୟପୁସ୍ତକକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ବହିରେ ରହିଥିବା ବିଭିନ୍ନ ତ୍ରୁଟି ଯୋଗୁଁ ଛାତ୍ରଛାତ୍ରୀଙ୍କ ପଢ଼ାଶୁଣା ଉପରେ ପ୍ରଭାବ ପଡ଼ିବା ଆଶଙ୍କା ଦେଖାଦେଇଥିବାବେଳେ, ଏନେଇ ସ୍ପଷ୍ଟୀକରଣ ଦେଇଛି SCERT।

SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି, ଚଳିତ ବର୍ଷ ପାଇଁ ନୂଆ ବହି ଛପା ହେବ ନାହିଁ। ବର୍ତ୍ତମାନ ଛପା ହୋଇଥିବା ବହିରେ ଯେଉଁ ତ୍ରୁଟି ଚିହ୍ନଟ ହୋଇଛି, ସେଗୁଡ଼ିକୁ ସଂଶୋଧନ କରି ଏକ ବିଶେଷ ‘ସଂଶୋଧନ ପୁସ୍ତିକା’ ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କୁ ପଠାଯାଇଛି। ଶିକ୍ଷକମାନଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଛି।

ଛୋଟ କ୍ଲାସର ପିଲାମାନଙ୍କ କ୍ଷେତ୍ରରେ ଶିକ୍ଷକମାନେ ଶ୍ରେଣୀଗୃହରେ ସିଧାସଳଖ ଭାବେ ଭୁଲ ସଂଶୋଧନ କରି ପଢ଼ାଇବେ। ବଡ଼ କ୍ଲାସର ଛାତ୍ରଛାତ୍ରୀମାନେ ନିଜେ ଶିକ୍ଷକଙ୍କ ସହାୟତାରେ ବହିରେ ତ୍ରୁଟି ସୁଧାରି ପାଠ ପଢ଼ିବେ। ବିଭାଗର କହିବା ଅନୁଯାୟୀ, ଏହା ଛାତ୍ରଛାତ୍ରୀଙ୍କ ତଥ୍ୟ ଯାଞ୍ଚ କରିବାର ଦକ୍ଷତା ଓ ବୁଦ୍ଧିଗତ ବିକାଶକୁ ମଧ୍ୟ ସହାୟତା କରିବ।

ତେବେ ପାଠ୍ୟପୁସ୍ତକରେ ଏତେ ବଡ଼ ଧରଣର ତ୍ରୁଟି କିପରି ହେଲା, ତାହାକୁ ନେଇ ରାଜ୍ୟ ସରକାର ଗୁରୁତ୍ୱ ସହ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ପାଠ୍ୟବହି ମଗାଇ ସମୀକ୍ଷା କରିଥିବାବେଳେ ଘଟଣାର ତଦନ୍ତ ପାଇଁ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ରିପୋର୍ଟ ଆସିବା ପରେ ଦାୟୀ ଅଧିକାରୀ ଓ ସଂସ୍ଥା ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ସଙ୍କେତ ମିଳିଛି।

SCERT ପକ୍ଷରୁ ଆଶ୍ୱାସନ ଦିଆଯାଇଛି ଯେ ୨୦୨୭-୨୮ ଶିକ୍ଷାବର୍ଷରୁ ସମ୍ପୂର୍ଣ୍ଣ ସଂଶୋଧିତ ଓ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ପ୍ରକାଶ ପାଇବ। ସେପର୍ଯ୍ୟନ୍ତ ପିଲାଙ୍କ ପାଠ ଚାଲିବ ପୁରୁଣା ବହି ଓ ସଂଶୋଧନ ପୁସ୍ତିକାର ସହାୟତାରେ। ଏବେ ଦେଖିବାକୁ ବାକି, ଏହି ବ୍ୟବସ୍ଥା ଶିକ୍ଷାର ଗୁଣବତ୍ତାକୁ କେତେ ଦୂର ସୁରକ୍ଷିତ ରଖିପାରୁଛି।