Khabar Odisha

ସମୁଦ୍ର ଭସାଇ ନେଉଥିଲା ବୃଦ୍ଧଙ୍କୁ, ଜୀବନ ବାଜି ଲଗାଇ ବଞ୍ଚାଇଲେ ଲୋକେ; କୂଳକୁ ଆସିବା ପରେ ମାରିଲେ ଚାପୁଡ଼ା
ଗୁଜରାଟର ପବିତ୍ର ତୀର୍ଥସ୍ଥଳୀ ଦ୍ୱାରକାର ଗୋମତୀ ଘାଟରେ ଘଟିଛି ଏକ ଛାତିଥରା ଘଟଣା। ସମୁଦ୍ରର ଉତ୍ତାଳ ଢେଉ ମଧ୍ୟରେ ଜଣେ ବୃଦ୍ଧ ଭାସିଯାଉଥିବା ବେଳେ ସ୍ଥାନୀୟ ଲୋକେ ନିଜ ଜୀବନକୁ ବିପଦରେ ପକାଇ ତାଙ୍କୁ ଉଦ୍ଧାର କରିଥିଲେ। ହେଲେ ଉଦ୍ଧାର ପରେ ଘଟିଥିବା ଏକ ଘଟଣା ସୋସିଆଲ ମିଡିଆରେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ, ଗୋମତୀ ଘାଟ ନିକଟରେ ଥିବା ପଥରିଆ ସିଢ଼ି ପାଖରେ ଜଣେ ବୃଦ୍ଧ ସମୁଦ୍ରର ପ୍ରବଳ ଢେଉରେ ଫସିଯାଇଥିଲେ। ମୁହୂର୍ତ୍ତକ ମଧ୍ୟରେ ଢେଉ ତାଙ୍କୁ ଭିତରକୁ ଟାଣି ନେଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ବୃଦ୍ଧଙ୍କ ଜୀବନ ବଞ୍ଚିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା।

ଏହା ଦେଖି ସେଠାରେ ଥିବା କିଛି ସାହସୀ ସ୍ଥାନୀୟ ବ୍ୟକ୍ତି ତୁରନ୍ତ ସମୁଦ୍ରକୁ ଡେଇଁ ପଡ଼ିଥିଲେ। ଉତ୍ତାଳ ଢେଉ ଓ ପଥରିଆ ଅଞ୍ଚଳ ମଧ୍ୟରେ ସେମାନେ ବୃଦ୍ଧଙ୍କ ନିକଟରେ ପହଞ୍ଚି ତାଙ୍କୁ କୂଳକୁ ଆଣିବା ପାଇଁ ସଂଘର୍ଷ କରିଥିଲେ। ଏହି ସମୟରେ ଜଣେ ଉଦ୍ଧାରକାରୀ ମଧ୍ୟ ଭାରସାମ୍ୟ ହରାଇ ପଡ଼ିଯିବାକୁ ବସିଥିଲେ। ତଥାପି ସମସ୍ତଙ୍କ ମିଳିତ ଉଦ୍ୟମରେ ଶେଷରେ ବୃଦ୍ଧଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣାଯାଇଥିଲା।

କିନ୍ତୁ ଘଟଣାର ସବୁଠୁ ଚର୍ଚ୍ଚିତ ଦିଗ ଥିଲା ଉଦ୍ଧାର ପରର ଦୃଶ୍ୟ। ଭିଡିଓରେ ଦେଖାଯାଇଛି, ବୃଦ୍ଧ ଜଣକ ସୁରକ୍ଷିତ ଭାବେ କୂଳକୁ ଆସିବା ପରେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡ଼ା ମାରୁଛନ୍ତି। ଅନେକଙ୍କ ମତରେ, ବୃଦ୍ଧଙ୍କ ବେପରୁଆ କାର୍ଯ୍ୟ ପାଇଁ ନିଜ ଜୀବନକୁ ବିପଦରେ ପକାଇଥିବା ଉଦ୍ଧାରକାରୀଙ୍କ ରାଗର ପ୍ରକାଶ ଥିଲା ଏହି ଚାପୁଡ଼ା।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଲକ୍ଷାଧିକ ଲୋକଙ୍କ ନଜର କାଢ଼ିଛି। କେହି ଉଦ୍ଧାରକାରୀଙ୍କ ସାହସକୁ ପ୍ରଶଂସା କରୁଥିବା ବେଳେ, ଆଉ କେହି ଚାପୁଡ଼ା ଘଟଣାକୁ ନେଇ ଭିନ୍ନ ମତ ଦେଉଛନ୍ତି। ତେବେ ଗୋଟିଏ କଥା ସ୍ପଷ୍ଟ, କିଛି ସାହସୀ ଲୋକଙ୍କ ତତ୍ପରତା ନଥାନ୍ତା, ହୁଏତ ଏକ ବଡ଼ ଅଘଟଣ ଘଟିଯାଇଥାନ୍ତା।

ଖାକିର ଅନ୍ୟ ଚେହେରା; ଗରିବ ଶିଶୁ ପାଇଁ ଦୋଳି ବନାଇ ଜିତିଲେ ହୃଦୟ, ଭାଇରାଲ ହେଲେ ଏହି ପୋଲିସ ବାବୁ
ସାଧାରଣତଃ ପୋଲିସ ନାଁ ଶୁଣିଲେ ଲୋକଙ୍କ ମନରେ ଭୟ, କଡ଼ାକଡ଼ି ଯାଞ୍ଚ, ଗିରଫ କିମ୍ବା ଥାର୍ଡ ଡିଗ୍ରୀ ଭଳି ଚିତ୍ର ଭାସିଉଠେ। କିନ୍ତୁ ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ପୋଲିସର ଆଉ ଏକ ମାନବିକ ଓ ସମ୍ବେଦନଶୀଳ ଚେହେରାକୁ ସାମ୍ନାକୁ ଆଣିଛି। ଏହି ଘଟଣା ଦେଖିବା ପରେ ଅନେକେ କହୁଛନ୍ତି “ଖାକି ପୋଷାକ ଭିତରେ ବି ଏକ  ହୃଦୟ ଆଉ ମାନବିକତା ଲୁଚିଛି"।

ମହାରାଷ୍ଟ୍ର ପୋଲିସରେ କାର୍ଯ୍ୟରତ ସୁଶୀଲ ଶିଖରେ ଏବେ ଇଣ୍ଟରନେଟର ନୂଆ ହିରୋ ପାଲଟିଛନ୍ତି। ନିୟମିତ ପାଟ୍ରୋଲିଂ ସମୟରେ ତାଙ୍କ ନଜର ପଡ଼ିଥିଲା ଏକ ଯାଯାବର ପରିବାର ଉପରେ। ରାସ୍ତା କଡ଼ରେ ଜୀବନ କାଟୁଥିବା ଏହି ପରିବାର ପାଇଁ ଆକାଶ ହିଁ ଛାତ ଓ ରାସ୍ତା କଡ଼ ହିଁ ଘର ପାଲଟିଥିଲା।

ପରିବାରର ଜଣେ ମହିଳା ନିଜ ଶିଶୁକୁ ଶୁଆଇବା ପାଇଁ ଛିଣ୍ଡା କପଡ଼ା ଓ ବାଉଁଶ ସାହାଯ୍ୟରେ ଏକ ଅସ୍ଥାୟୀ ଦୋଳି ତିଆରି କରିଥିଲେ। ପ୍ରଥମେ ପୋଲିସ ଅଧିକାରୀ ସେହି ଦୋଳିକୁ ହଟାଇ ଦେଉଥିବା ଦେଖି ଆଖପାଖର ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଅନେକଙ୍କ ମନରେ ଧାରଣା ହୋଇଥିଲା ଯେ ବୋଧହୁଏ ସେ ଗରିବ ପରିବାରକୁ ହଇରାଣ କରୁଛନ୍ତି।

କିନ୍ତୁ କିଛି ମୁହୂର୍ତ୍ତ ପରେ ସାମ୍ନାକୁ ଆସିଥିଲା ଘଟଣାର ପ୍ରକୃତ ଚିତ୍ର। ସୁଶୀଲ ଶିଖରେ ନିଜେ ଏକ ନୂଆ ଓ ସୁରକ୍ଷିତ ଝୁଲା ଦୋଳି ଆଣି ସେଠାରେ ଲଗାଇଥିଲେ। ଏହାପରେ ମାଆଙ୍କ କୋଳରୁ ଶିଶୁଟିକୁ ଆଦରରେ ଉଠାଇ ନିଜେ ନୂଆ ଦୋଳିରେ ଶୁଆଇ ଦେଇଥିଲେ। ଏହି ଦୃଶ୍ୟ ଦେଖି ଶିଶୁର ମାଆଙ୍କ ଆଖି ଛଳଛଳ ହୋଇଯାଇଥିଲା।

ଏହା କେବଳ ଏକ ଦୋଳି ଦେବାର କାହାଣୀ ନୁହେଁ। ଏହା ହେଉଛି ମାନବିକତା, ସହାନୁଭୂତି ଓ କର୍ତ୍ତବ୍ୟବୋଧର ଏକ ସୁନ୍ଦର ଉଦାହରଣ। ଯେଉଁ ସମୟରେ ପୋଲିସକୁ ନେଇ ନକାରାତ୍ମକ ଖବର ଅଧିକ ଚର୍ଚ୍ଚାରେ ରହୁଛି, ସେହି ସମୟରେ ସୁଶୀଲ ଶିଖରେଙ୍କ ଏହି କାର୍ଯ୍ୟ ପ୍ରମାଣ କରିଛି ଯେ ଖାକି ପୋଷାକ କେବଳ ଶକ୍ତିର ପ୍ରତୀକ ନୁହେଁ, ବରଂ ମାନବିକତାର ମଧ୍ୟ ଏକ ପରିଚୟ। ଏହି କାରଣରୁ ତାଙ୍କର ଏହି ଭିଡିଓ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତି ନେଇଛି।

ଛତିଶଗଡ଼ ବିମାନ ଦୁର୍ଘଟଣା ଖବର ସମ୍ପୂର୍ଣ୍ଣ ମିଛ; ସରକାରଙ୍କ ସ୍ପଷ୍ଟୀକରଣ, ଭାଇରାଲ ଫଟୋକୁ ନେଇ ସୃଷ୍ଟି ହୋଇଛି ଭ୍ରମ
ଛତିଶଗଡ଼: ଜଶପୁର ବିମାନ ଦୁର୍ଘଟଣା ଖବରରେ ଆସିଲା ନୂଆ ମୋଡ। ରାଜ୍ୟ ସରକାର ଛତିଶଗଡ଼ର ଜଶପୁର ଜିଲ୍ଲାର ନାରାୟଣପୁର ପାହାଡ଼ ନିକଟରେ ଏକ ବିମାନ ଦୁର୍ଘଟଣା ଖବରକୁ ସମ୍ପୂର୍ଣ୍ଣ ଭ୍ରମାତ୍ମକ ବୋଲି କହି ଏହାକୁ ଅସ୍ୱୀକାର କରିଛନ୍ତି। କଲେକ୍ଟର ରୋହିତ ବ୍ୟାସ ସ୍ପଷ୍ଟ କରିଛନ୍ତି ଯେ, ଛତିଶଗଡ଼ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ପାଖରେ ଏନେଇ କୌଣସି ନିଖୋଜ ବିମାନ ବିଷୟରେ କୌଣସି ସୂଚନା ନାହିଁ। ରାଜ୍ୟ ସରକାର ମଧ୍ୟ ଏହି ଖବରକୁ ସମ୍ପୂର୍ଣ୍ଣ ମିଛ ବୋଲି କହି ଏହାକୁ ଅସ୍ୱୀକାର କରିଛନ୍ତି।

ବିମାନ ଦୁର୍ଘଟଣା ନିଶ୍ଚିତ ହୋଇନାହିଁ

ପ୍ରଶାସନର ତଦନ୍ତରୁ ଜଣାପଡିଛି ଯେ କୌଣସି ATC କିମ୍ବା ଫ୍ଲାଇଂ କ୍ଲବ୍ ବିମାନ ନିଖୋଜ ବିଷୟରେ ରିପୋର୍ଟ କରିନାହାଁନ୍ତି। ଏହି ଅଞ୍ଚଳଟି ଓଡ଼ିଶା ଏବଂ ଝାଡ଼ଖଣ୍ଡ ସୀମାନ୍ତ ମଧ୍ୟ ଅଟେ, ତେଣୁ ସ୍ଥାନୀୟ ATC ଏବଂ ଫ୍ଲାଇଂ କ୍ଲବ୍ ସହିତ ଯୋଗାଯୋଗ କରାଯାଇଥିଲା, କିନ୍ତୁ ବିମାନ ଦୁର୍ଘଟଣାର କୌଣସି ନିଶ୍ଚିତତା ମିଳିନାହିଁ।

କୌଣସି ପ୍ରତ୍ୟକ୍ଷଦର୍ଶୀ ବିମାନ ଦୁର୍ଘଟଣା ଦେଖି ନାହାଁନ୍ତି

କଲେକ୍ଟରଙ୍କ ଅନୁଯାୟୀ, କୌଣସି ପ୍ରତ୍ୟକ୍ଷଦର୍ଶୀ ବିମାନ ଦୁର୍ଘଟଣା ଦେଖି ନାହାଁନ୍ତି। ସୋସିଆଲ ମିଡିଆରେ ଦୁଇଟି ସ୍ଥିର ଫଟୋ ଏବଂ ଜଙ୍ଗଲରୁ ଉଠିଥିବା ଧୂଆଁ ଦ୍ୱାରା ଏହି ଗୁଜବ ପ୍ରସାରିତ ହୋଇଥିଲା। କଲେକ୍ଟର କହିଛନ୍ତି, ଧୂଆଁ ଜଙ୍ଗଲର ନିଆଁ ହୋଇପାରେ, ଯାହା ପ୍ରାୟତଃ ଘଟୁଛି। ତଥାପି, ସତର୍କତା ସ୍ୱରୂପ, ଡ୍ରୋନ୍ ଏବଂ ବନ କର୍ମଚାରୀ ବ୍ୟବହାର କରି ଧୂଆଁ ବହନ କରୁଥିବା ଅଞ୍ଚଳ ଯାଞ୍ଚ କରାଯାଉଛି। ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛନ୍ତି ଯେ ବିମାନ ଦୁର୍ଘଟଣା ସମ୍ପୂର୍ଣ୍ଣ ଭାବରେ ଏକ ଗୁଜବ।

ଅଧିକ ପଢନ୍ତୁ: ଅଗ୍ନିବୀର ମୃତ୍ୟୁଙ୍କୁ ନେଇ ବଢ଼ିଲା ରହସ୍ୟ; ନୌସେନା ପ୍ରଶିକ୍ଷଣ କେନ୍ଦ୍ରର ଜିମରୁ ମିଳିଲା ମୃତଦେହ

ଚଳନ୍ତା ଟ୍ରେନରେ ରିଲ୍ସ, ତଳେ ପଡ଼ି ଯୁବକ ଗୁରୁତର
ବାଲେଶ୍ୱର: ରିଲ୍ସର ନିଶା କେବଳ ମନୋରଞ୍ଜନରେ ସୀମିତ ରହିନାହିଁ, ବରଂ ଏବେ ଜୀବନ ପାଇଁ ବିପଦ ସୃଷ୍ଟି କରୁଛି। ବାରମ୍ବାର ସଚେତନତା ସତ୍ତ୍ୱେ ମଧ୍ୟ ଯୁବପିଢ଼ି ଏହି ଆକର୍ଷଣରୁ ଦୂରେଇପାରୁନାହାନ୍ତି। ଏମିତି ଏକ ଅବହେଳାର ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ସିମୁଳିଆ ରେଳ ଷ୍ଟେସନ ନିକଟରେ, ଯେଉଁଠାରେ ଚଳନ୍ତା ଟ୍ରେନର ଦ୍ୱାର ପାଖରେ ରିଲ୍ସ କରୁଥିବା ବେଳେ ୨୯ ବର୍ଷୀୟ ଯୁବକ ମୁଫିଦାର ଇସଲାମ ଗୁରୁତର ଆହତ ହୋଇଛନ୍ତି।

ସୂଚନାଅନୁସାରେ, ଆନ୍ଧ୍ରପ୍ରଦେଶର ବାସିନ୍ଦା ମୁଫିଦାର ଆସାମରେ କାମ କରୁଥିଲେ ଏବଂ ଚେରାପଲି ଟ୍ରେନ ଯୋଗେ ଘରକୁ ଫେରୁଥିଲେ। ରବିବାର ମଧ୍ୟାହ୍ନ ସମୟରେ ମାର୍କୋଣା ଷ୍ଟେସନ ନିକଟରେ ସେ ଟ୍ରେନ ଦ୍ୱାର ପାଖରେ ରିଲ୍ସ ଶୁଟ୍ କରୁଥିବା ବେଳେ ଅଚାନକ ସନ୍ତୁଳନ ହରାଇ ତଳକୁ ଖସି ପଡ଼ିଥିଲେ। ଘଟଣା ପରେ ଟ୍ରେନର ଅନ୍ୟ ଯାତ୍ରୀମାନେ ତୁରନ୍ତ ଚେନ ଟାଣି ଟ୍ରେନକୁ ଅଟକାଇବା ସହ ପୋଲିସକୁ ସୂଚନା ଦେଇଥିଲେ।

ଷ୍ଟେସନ କର୍ମଚାରୀଙ୍କ ସହଯୋଗରେ ଆହତ ମୁଫିଦାରଙ୍କୁ ପ୍ରଥମେ ସିମୁଳିଆ ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି, ଯେଉଁଠାରେ ସେ ଚିକିତ୍ସାଧୀନ ଅଛନ୍ତି।

ଏହି ଘଟଣା ପୁଣିଥରେ ମନେପକାଇଛି ଯେ କିଛି ସେକେଣ୍ଡର ଭିଡିଓ ପାଇଁ ଜୀବନକୁ ବିପଦରେ ପକାଇବା କେତେ ଭୟଙ୍କର ହୋଇପାରେ। ସୋସିଆଲ୍ ମିଡିଆର ଲାଇକ୍‌ ଓ ଭ୍ୟୁସ୍‌ ପାଇଁ ଏମିତି ବିପଦଜ୍ଜନକ ଭାବେ ଖେଳିବାର କି ଆବଶ୍ୟକ?

ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ହେବ କଡ଼ା ଆକ୍ସନ; ଆସୁଛି କଡା ଆଇନ
ସୋସିଆଲ ମିଡିଆରେ ଗାଳି ଦେଲେ ଜେଲରେ କଟିବ ଦିନ। କାରଣ ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ଓ ଅପଶବ୍ଦ ବ୍ୟବହାରକୁ ନେଇ ଏବେ ସରକାର କଠୋର ମନୋଭାବ ନେଇଛନ୍ତି। ଆଗାମୀ ଦିନରେ ଏପରି କାର୍ଯ୍ୟ କରିଲେ କେବଳ ସତର୍କତା ନୁହେଁ, ସିଧାସଳଖ ଆଇନଗତ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପଡିପାରେ। ଏପରି ଏକ କଠୋର ଆଇନ ଆଣିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି ଯେ, ସୋସିଆଲ ମିଡିଆରେ ଦିନକୁ ଦିନ ଅସଭ୍ୟତା ବଢ଼ୁଛି। ଅନେକ ଲୋକ ନିଜ ସୀମା ଉଲ୍ଲଂଘନ କରି ଅପଶବ୍ଦ ବ୍ୟବହାର କରୁଛନ୍ତି, ଯାହା ସମାଜରେ ଖରାପ ପ୍ରଭାବ ପକାଉଛି। ମନ୍ତ୍ରୀ କହିଛନ୍ତି, ସୋସିଆଲ ମିଡ଼ିଆ କୁତ୍ସିତ ହେବାକୁ ଆରମ୍ଭ ହେଲାଣି। କିଛି ଲୋକ ଅଭଦ୍ର ମାନସିକତା ଦେଖାଉଛନ୍ତି। ଏହାର ପ୍ରକୃତ ଚିକିତ୍ସା ହେବା ଦରକାର। ଏହାକୁ ରୋକିବା ପାଇଁ “Prevention of Hate Speech and Hate Crime Act” ଆଣିବାକୁ ପ୍ରସ୍ତାବ ରହିଛି।

ଏହି ଆଇନ ଲାଗୁ ହେଲେ, କେବଳ ସୋସିଆଲ ମିଡିଆ ନୁହେଁ, ସର୍ବସାଧାରଣ ସ୍ଥାନରେ ମଧ୍ୟ ଅପଶବ୍ଦ ବ୍ୟବହାର କଲେ ଲୋକମାନେ ଆଇନର ଜାଳରେ ପଡିପାରିବେ। ଆଇନ କମିଶନ ମଧ୍ୟ ଏହି ଦିଗରେ ଏକ ବିସ୍ତୃତ ପ୍ରସ୍ତାବ ଦେଇଛି, ଯାହା ଆଧାରରେ ଶୀଘ୍ର ନୂତନ ନିୟମ ଆସିପାରେ।

ବିଶେଷକରି ଯୁବପିଢ଼ି ମଧ୍ୟରେ ସୋସିଆଲ ମିଡିଆର ବ୍ୟବହାର ବଢ଼ିଥିବା ବେଳେ, ଭାଷାର ଅନିୟନ୍ତ୍ରିତ ବ୍ୟବହାର ନେଇ ଚିନ୍ତା ବଢ଼ିଛି। ମନ୍ତ୍ରୀଙ୍କ କହିବା ଅନୁସାରେ, ଏହା କେବଳ ଆଇନର ପ୍ରଶ୍ନ ନୁହେଁ, ସମାଜିକ ଶିଷ୍ଟାଚାରର ମଧ୍ୟ ଅଂଶ।

ସରକାରଙ୍କ ଏହି ପଦକ୍ଷେପକୁ କେହି ସ୍ୱାଗତ କରୁଥିବା ବେଳେ, କେହି ଏହାକୁ ମତ ପ୍ରକାଶର ସ୍ୱାଧୀନତା ଉପରେ ପ୍ରଭାବ ପକାଇପାରେ ବୋଲି ମତ ଦେଉଛନ୍ତି। ତଥାପି ଏହା ସ୍ପଷ୍ଟ ଯେ ଆଗାମୀ ଦିନରେ ସୋସିଆଲ ମିଡିଆରେ ଅଶ୍ଳୀଳ ଏବଂ ଅପଶବ୍ଦ ବ୍ୟବହାର କଲେ, ତାହାର ମୂଲ୍ୟ ଦେବାକୁ ପଡିବ।

ଅଧିକ ପଢନ୍ତୁ: ରାଜ୍ୟରେ ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ ନିଯୁକ୍ତିକୁ ମଞ୍ଜୁରୀ; ୩୦ ଜିଲ୍ଲାରେ ଚାକିରି ସୁଯୋଗ, ଶୀଘ୍ର ଆରମ୍ଭ ଆବେଦନ

“ପ୍ରେମ ଆମ ସହ କଲେ ବିବାହ ମୋଦୀଙ୍କ ସାଥିରେ...”; ରାଜ୍ୟସଭାରେ ଖଡ଼ଗେଙ୍କ ଏହି ଡାଏଲଗ୍ ଶୁଣି ହସିଲେ ସବୁ ସଦସ୍ୟ
ନୂଆଦିଲ୍ଲୀ: ଗମ୍ଭୀର ରାଜନୀତିକ ମଞ୍ଚ ମଧ୍ୟରେ ହସର ଝଡ଼। ଖଡ଼ଗେଙ୍କ ଜୋକ୍‌ରେ ହସିଲା ରାଜ୍ୟସଭା। ବୁଧବାର ରାଜ୍ୟସଭାରୁ ଅବସର ନେଉଥିବା ସାଂସଦମାନଙ୍କୁ ବିଦାୟ ଦେବା ଅବସରରେ କଂଗ୍ରେସ ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ,ଏମିତି ଡାଏଲଗ୍ ମାରିଲେ, ଯାହା ଶୁଣି ବିରୋଧୀଙ୍କ ଠୁ ନେଇ ଶାସକ ଦଳ ଯାଏଁ ସମସ୍ତେ ହସି ଉଠିଲେ।

“ରାଜନୀତିରେ ନ ଥାଏ କ୍ଲାନ୍ତି କି ଅବସର"

ଆଜି ଅବସରକାଳୀନ ସମ୍ବର୍ଦ୍ଧନା ବେଳେ ଖଡ଼ଗେ କହିଛନ୍ତି, "ରାଜନୀତି କେବଳ ପଦବୀ ନୁହେଁ, ଏହା ଜୀବନବ୍ୟାପି ଏକ  ଦାୟିତ୍ୱ। ରାଜନୀତିରେ ନା କେହି ଥକେ, ନା କେହି ସତରେ ଅବସର ନେଉଥାଏ। ରାଜନୀତିରେ ଥିବା ଲୋକ ଦେଶସେବା ପ୍ରତି ନିଜ ଦାୟିତ୍ୱକୁ କେବେ ଛାଡ଼ନ୍ତି ନାହିଁ। ପଦବୀ ଶେଷ ହେଲେ ମଧ୍ୟ ଲୋକତନ୍ତ୍ର ପ୍ରତି ଦାୟିତ୍ୱ ଜାରି ରହେ"।

ଦେବେଗୌଡାଙ୍କୁ ନେଇ ଖଡ଼ଗେଙ୍କ ମଜାଦାର କଟାକ୍ଷ

ଗମ୍ଭୀର ଚର୍ଚ୍ଚା ମଧ୍ୟରେ ଆଜି ରାଜ୍ୟସଭାରେ ଖଡ଼ଗେଙ୍କ ଏକ ମଜାଦାର ଟିପ୍ପଣୀ ଗୃହରେ ସମସ୍ତଙ୍କୁ ହସାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡାଙ୍କ  ସହ ୫୪ ବର୍ଷର ସମ୍ପର୍କକୁ ଉଲ୍ଲେଖ କରି ଖଡ଼ଗେ କହିଥିଲେ, “ପରେ କ’ଣ ହେଲା ଜାଣିନି... ହେଲେ ଦେବେଗୌଡା ପ୍ରଥମେ ପ୍ରେମ ଆମ ସହ କଲେ, କିନ୍ତୁ ବିବାହ ମୋଦୀଙ୍କ ସହ”... ଏହି କଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମ୍ନାରେ ସେ କହିବା ସହିତ ରାଜ୍ୟସଭାରେ ସମସ୍ତେ ଏହାକୁ ଶୁଣି ହସିବାକୁ ଲାଗିଥିଲେ। ଏପରିକି ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଏହା ଶୁଣି ହସିଥିଲେ।

ବିଦାୟୀ ସାଂସଦଙ୍କୁ ମୋଦୀଙ୍କ ସନ୍ଦେଶ – ‘ରାଜନୀତିରେ ଫୁଲ୍ ଷ୍ଟପ୍ ନାହିଁ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦାୟ ନେଉଥିବା ୩୭ ଜଣ ସାଂସଦଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ରାଜନୀତିରେ କେବେ ବିରାମ ନାହିଁ, ସେବା ଜାରି ରହିବ। ସେହିପରି ନୂଆ ସାଂସଦମାନଙ୍କୁ ଖଡଗେ, ଦେବେଗୌଡା ଓ ଶରଦ ପୱାର ଭଳି ଅନୁଭବୀ ନେତାଙ୍କଠାରୁ ଶିଖିବାକୁ ଉତ୍ସାହିତ କରିଥିଲେ।

ସେହିପରି କେନ୍ଦ୍ରମନ୍ତ୍ରୀ ରାମଦାସ ଆଥାୱାଲଙ୍କୁ ବିଦାୟ ସଭାରେ ମୋଦୀ କହିଥିଲେ,“ଆଥାୱାଲେ ଆଜି ସଂସଦରୁ ଯାଉଛନ୍ତି ସତ, କିନ୍ତୁ ତାଙ୍କ ହସ ଓ ବ୍ୟଙ୍ଗ କେବେ ଯିବ ନାହିଁ। ପ୍ରଧାନମନ୍ତ୍ରୀ ତାଙ୍କୁ “ଏଭରଗ୍ରିନ୍” ବୋଲି କହି ସମ୍ବୋଧନ କରିଥିଲେ।

ରାଜ୍ୟସଭାର ଏହି ବିଦାୟୀ ଦିନ କେବଳ ରାଜନୀତି ନୁହେଁ, ଏହା ମଣିଷ ପ୍ରତି ଥିବା ସମ୍ପର୍କ ଓ ସମ୍ମାନକୁ ଦର୍ଶାଉଛି। ଏହି  ବିଦାୟୀ ଦିନ ଦର୍ଶାଉଛି ଯେ, ରାଜନୀତିରେ ମତଭେଦ ଥାଏ ସତ, କିନ୍ତୁ ପରସ୍ପର ପ୍ରତି ମନରେ ସମ୍ପର୍କ ଓ ସମ୍ମାନ ବି ସେମିତି ଅବିକଳ ରହିଥାଏ।

ଶରୀରର କଷ୍ଟ ଅପେକ୍ଷା ପରିବାରର ଦାୟିତ୍ୱ ବଡ଼; ଭଙ୍ଗା ହାତରେ ଅଟୋ ଚଲାଉଛନ୍ତି ଏହି ବ୍ୟକ୍ତି
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ନିଜର ଭଙ୍ଗା ହାତ ସତ୍ତ୍ୱେ ପରିବାର ପ୍ରତିପୋଷଣ ପାଇଁ ଅଟୋ ଚଲାଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଦେଖାଯାଉଛି ଯେ, ଅଟୋ ଚାଳକଙ୍କ ଡାହାଣ ହାତରେ ଏକ ବାହ୍ୟ ମେକାନିକାଲ୍ ରଡ୍ (External Fixator) ଲାଗିଛି। ସାଧାରଣତଃ ହାଡ଼ ଭୟଙ୍କର ଭାବେ ଭାଙ୍ଗିଗଲେ ଏହିପରି ରଡ୍ ବ୍ୟବହାର କରାଯାଇଥାଏ।

ଏତେ ଯନ୍ତ୍ରଣାଦାୟକ ପରିସ୍ଥିତିରେ ବି ପରିବାରର ପେଟ ପୋଷିବା ପାଇଁ ସେ ରାସ୍ତାରେ ଅଟୋ ଚଲାଉଛନ୍ତି। ଏହି ଭିଡିଓଟି କେଉଁ ସ୍ଥାନର ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କର ଏହି ସାହସ ଓ ସଂଘର୍ଷକୁ ଦେଖି ଭାବବିହ୍ୱଳ ହୋଇପଡ଼ିଛନ୍ତି। ଅନେକ ଲୋକ ତାଙ୍କୁ ଜଣେ 'ଅସଲି ନାୟକ' ବୋଲି କହି ପ୍ରଶଂସା କରୁଛନ୍ତି।

କୁହାଯାଏ ଯେ, ଯେତେବେଳେ କାନ୍ଧରେ ପରିବାରର ବୋଝ ଓ ପେଟର ଭୋକ ଥାଏ, ସେତେବେଳେ ଶରୀରର କଷ୍ଟ ମଧ୍ୟ ଛୋଟ ମନେହୁଏ। ଏହି ବ୍ୟକ୍ତିଜଣକ ତାହାର ଏକ ଜ୍ୱଳନ୍ତ ଉଦାହରଣ।

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍; ଦେଖନ୍ତୁ କିପରି ଥିଲା ଧ୍ୱଂସାବଶେଷର ସେଇ ମୁହୂର୍ତ୍ତ..
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଭୂମିରେ ଖସିପଡ଼ିଛି ଏବଂ ହଠାତ୍ ଆକାଶରେ ଏକ ଅଗ୍ନିଗୋଲା ଦେଖାଯାଉଛି। ଏହି ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ମୋଟ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଭିଡିଓରେ ସମୟ ୮ଟା ୪୬ରେ ବିମାନ ଦୁର୍ଘଟଣା ହୋଇଥିବା ଦେଖାଯାଉଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ, କିନ୍ତୁ ସେତେବେଳେ ବହୁତ ଡେରି ହୋଇଯାଇଥିଲା। ବିମାନରେ ଥିବା ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା। ବିମାନଟି ଦୁଇଟି ଖଣ୍ଡ ହୋଇଯାଇଥିଲା। ସମସ୍ତ ମୃତକଙ୍କ ଶରୀର ସମ୍ପୂର୍ଣ୍ଣ ଜଳିଯାଇଥିଲା।

ସିସିଟିଭି ଫୁଟେଜରେ କଣ ରହିଛି

ସିସି ଟିଭି ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଧକ୍କା ପରେ ଘନ ଧୂଆଁ ବ୍ୟାପିଥିଲା। ନିଆଁ ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ କିଛି ସମୟ ପାଇଁ ପାଖକୁ ଯିବାକୁ ସାହସ କରିପାରି ନଥିଲେ। ଦୁର୍ଘଟଣା ପରେ, ସମଗ୍ର ଅଞ୍ଚଳ ଅରାଜକତାରେ ପରିଣତ ହୋଇଯାଇଥିଲା ଏବଂ ବହୁ ଦୂର ଯାଏଁ ନିଆଁ ଦେଖାଯାଉଥିଲା।

ଏହି ଫୁଟେଜଟି ଏୟାରଷ୍ଟ୍ରିପ୍ ନିକଟରେ ସ୍ଥାପିତ ଏକ ସିସି ଟିଭି କ୍ୟାମେରାରୁ ଆସିଛି, ଯେଉଁଥିରେ ବିମାନଟି ଏକ ଅସ୍ଥିର ସ୍ଥିତିରେ ତଳକୁ ଖସିପଡ଼ୁଥିବା ଦେଖାଯାଉଛି। କିଛି ସେକେଣ୍ଡ ପରେ, ବିମାନଟି ଭୂମିରେ ଆଘାତ କରେ, ଯାହା ଫଳରେ ଏକ ବଡ଼ ବିସ୍ଫୋରଣ ଏବଂ ନିଆଁ ଲାଗିଯାଏ।

ବିମାନଟି ସମ୍ପୂର୍ଣ୍ଣ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଦୁର୍ଘଟଣାସ୍ଥଳରେ କାଗଜପତ୍ର ଏବଂ ଅନେକ ଫାଇଲ୍ ବିଛାଡ଼ି ପଡ଼ିଥିଲା। ମୃତଦେହଗୁଡ଼ିକ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଦୁର୍ଘଟଣାସ୍ଥଳରୁ ମୃତଦେହଗୁଡ଼ିକୁ ବାରାମତୀର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅଜିତ ପାୱାରଙ୍କ ମୃତଦେହ ବାରାମତୀ ହସ୍ପିଟାଲରେ ପହଞ୍ଚିବା ମାତ୍ରେ ସେଠାରେ ପୂର୍ବରୁ ଉପସ୍ଥିତ ସମର୍ଥକମାନେ କାନ୍ଦିବାକୁ ଲାଗିଲେ। ସେମାନେ ସେମାନଙ୍କର ପ୍ରିୟ ନେତାଙ୍କ ଏକ ଝଲକ ଚାହୁଁଥିଲେ। ଲୋକଙ୍କ କାନ୍ଦୁଥିବା ମୁହଁ ଦର୍ଶାଉଥିଲା ଯେ ସେମାନେ ସେମାନଙ୍କ ନେତାଙ୍କୁ କେତେ ଭଲ ପାଉଥିଲେ।

ଅଧିକ ପଢନ୍ତୁ: ଅଜିତ ପାୱାରଙ୍କଠାରୁ ୱାଇଏସଆର ପର୍ଯ୍ୟନ୍ତ; ବିମାନ ଦୁର୍ଘଟଣାରେ ଜୀବନ ହରାଇଛନ୍ତି ଦେଶର ଅନେକ ରାଜନେତା, ତାଲିକାରେ ରହିଛନ୍ତି ୩ ମୁଖ୍ୟମନ୍ତ୍ରୀ

କାହିଁକି ଏହି ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ହେଲେ ଲଣ୍ଡା; ଇଣ୍ଟରନେଟରେ ଭାଇରାଲ ହେଉଛି ଭିଡିଓ, ଘଟଣା ଜାଣିଲେ ଆଖିରେ ଆସିବ ଲୁହ
ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓଟି ବନ୍ଧୁତା, କରୁଣା ଏବଂ ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ସ୍ଥାପନ କରୁଛି। ଭିଡିଓରେ, ଦେଖିବାକୁ ମିଳିଛି  କର୍କଟ ରୋଗ ସହିତ ଲଢ଼ୁଥିବା ଜଣେ ଛାତ୍ରୀର ସମର୍ଥନରେ କିଭଳି ପୁରା ବିଦ୍ୟାଳୟ ଏକାଠି ହୋଇଛି। ଯେଉଁଥିରେ କି ସ୍କୁଲର ଅନ୍ୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ କର୍କଟ  ପୀଡିତ ଝିଅକୁ ସମର୍ଥନ କରି ଲଣ୍ଡା ହୋଇଛନ୍ତି। ଏହି ଘଟଣାଟି ହେଉଛି ରାଜସ୍ଥାନର ଯୋଧପୁର ଜିଲ୍ଲାର।

ସୂଚନା ମୁତାବିକ,ଯୋଧପୁର ଜିଲ୍ଲାର ଏକ ବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରୀ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସା ଯୋଗୁଁ ସେ ତାଙ୍କ କେଶ ହରାଇଛନ୍ତି। ଏଭଳି ସ୍ଥିତିରେ ଝିଅଟିକୁ ଉତ୍ସାହିତ କରିବା ପାଇଁ ଯେପରି ତାଙ୍କୁ ଏକା ଅନୁଭବ ହେବନି, ସେଥିପାଇଁ ସ୍କୁଲ ଅନ୍ୟ ଛାତ୍ରୀମାନେ ମଧ୍ୟ ଲଣ୍ଡା ହୋଇଛନ୍ତି। ଏପରିକି ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ  ପୀଡିତା ଛାତ୍ରୀଙ୍କ ମନୋବଳ ବଢାଇବା ପାଇଁ ଛୁଟି କାଟି ଲଣ୍ଡା ହୋଇଛନ୍ତି।

ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ଭିଡିଓଟି ଯୋଧପୁରର ଏକ ସ୍କୁଲର ବୋଲି ଦାବି କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରାଯାଇ ନାହିଁ। ତେବେ ଭିଡିଓଟି ଭାଇରାଲ ହେବା ପରେ, ଦେଶବ୍ୟାପୀ ଲୋକେ ଏହାକୁ  ପ୍ରଶଂସା କରୁଛନ୍ତି।

ସ୍କୁଲ୍ ଏପରି କାହିଁକି କଲା ?

ଝିଅଟି କେଶ ଝଡ଼ିବା ଯୋଗୁଁ ହତାଶ ଏବଂ ବିରକ୍ତ ଦେଖାଯାଉଥିଲା। ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ସ୍କୁଲର ଛାତ୍ର ଏବଂ ଶିକ୍ଷକମାନେ ତାକୁ ଉତ୍ସାହିତ କରିବା ପାଇଁ ଲଣ୍ଡା ହୋଇଛନ୍ତି। ଝିଅଟିର ଗମ୍ଭୀର ରୋଗ ହୋଇଥିବାରୁ ତାକୁ ନିରାଶ ନକରିବା ପାଇଁ, ଛାତ୍ର ଏବଂ ଶିକ୍ଷକମାନେ ଏକାଠି ହୋଇ ଏହି ନିଷ୍ପତ୍ତି ନେଇଥିଲେ। ଏହି ଭାଇରାଲ ଭିଡିଓଟି କେବଳ ଏକ ଭାବପ୍ରବଣ ମୁହୂର୍ତ୍ତ ନୁହେଁ, ବରଂ ଏକ ଶକ୍ତିଶାଳୀ ବାର୍ତ୍ତା ଦେଉଛି, ଯେତେବେଳେ କେହି ଆପଣଙ୍କ କଷ୍ଟ ସମୟରେ ଆପଣଙ୍କ ସହିତ ଠିଆ ହୁଅନ୍ତି, ସେତେବେଳେ ଯନ୍ତ୍ରଣା କମିବା ପରି ମନେ ହୁଏ।

ୟୁଟ୍ୟୁବ୍ ଦେଖି ଡାକ୍ତର କଲେ ଅସ୍ତ୍ରୋପଚାର, ଦୁଇ ଦିନ ପରେ ମହିଳାଙ୍କ ମୃତ୍ୟୁ ହଇଚଇ ସୃଷ୍ଟି କଲା
ଉତ୍ତରପ୍ରଦେଶ: ୟୁପିର ବାରାବଙ୍କାରେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା: ସାମ୍ନାକୁ ଆସିଛି । ଏଠାରେ ଏଠାରେ ୟୁଟ୍ୟୁବ୍ ଦେଖି ଅପରେସନ୍ କରିଥିବା ନକଲି ଡାକ୍ତରଙ୍କ ଯୋଗୁ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ମାମଲା କୋଠୀ ଥାନା ଅଞ୍ଚଳର। ପୀଡ଼ିତ ଫତେ ବାହାଦୁର କହିଛନ୍ତି, ଚଳିତ ମାସ ୫ ତାରିଖ ଦ୍ବିପ୍ରହରରେ ତାଙ୍କ ପତ୍ନୀ ମୁନିଶରା ରାୱତଙ୍କ ପେଟରେ ଯନ୍ତ୍ରଣା ହେଲା। ସେ ତାଙ୍କୁ କୋଠୀ ବଜାର ସ୍ଥିତ ଶ୍ରୀ ଦାମୋଦର ଔଷଧାଳୟ ହସ୍ପିଗଲକୁ । 6861 ଜ୍ଞାନ ପ୍ରକାଶ ମିଶ୍ର ଓ ବିବେକ ମିଶ୍ର ଏହାର ପରିଚାଳନା କରୁଛନ୍ତି । ଯାଞ୍ଚରୁ ଜ୍ଞାନ ପ୍ରକାଶ ମହିଳାଙ୍କର ଷ୍ଟୋନ୍ ହୋଇଥିବା କହି ଅପରେସନ୍ ଖର୍ଚ୍ଚ ୨୫ ହଜାର କହିଲେ କିନ୍ତୁ ମାମଲା ୨୦ ହଜାରରେ ଛିଣ୍ତିଲା।

ଫତେ ବାହାଦୁରଙ୍କ ଅଭିଯୋଗ ଅନୁସାରେ, ଟଙ୍କା ପୈଠ ହେବା ପରେ ଜ୍ଞାନ ପ୍ରକାଶ ମଦ ନିଶାରେ ୟୁଟ୍ୟୁବ୍ ଭିଡିଓ ଦେଖି ପତ୍ନୀଙ୍କ ଅପରେସନ୍ ଆରମ୍ଭକଲେ । ଅତ୍ୟନ୍ତ ଅବହେଳାରେ ତାଙ୍କ ପେଟକୁ କାଟିଦେଲେ । ତାଙ୍କ ଛୋଟ ଅନ୍ତଃନଳୀ ଓ ଅନେକ ସ୍ନାୟୁ ମଧ୍ୟ କାଟିଦେଲେ। ଅପରେସନ୍ ପରେ ମହିଳା ରାତିସାରା ଯନ୍ତ୍ରଣାରେ ଛଟପଟ ହେଲେ। ପର ଦିନ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହେଲା । ଏହା ପରେ ହସ୍ପିଟାଲ ସଂଚାଳକ ଜ୍ଞାନ ପ୍ରକାଶ ମିଶ୍ର ଓ ତାଙ୍କ ପରିବାର ଫେରାର ହୋଇଗଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯଞ୍ଚ୍ କଲା। ଶବର ପୋଷ୍ଟମର୍ଟମ୍ ମଧ୍ଯ କରାଗଲା । ଫତେ ବାହାଦୁରଙ୍କ ଅଭିଯୋଗ ଯେ ହସ୍ପିଟାଲ ସମ୍ପୂର୍ଣ ନକଲି ଏବଂ ଅଭିଯୁକ୍ତଙ୍କ ପାଖରେ କୌଣସି ପ୍ରକାର ମେଡିକାଲ ଡିଗ୍ରୀ ନାହିଁ । ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ଏକ ଟିମ୍ ଗଠନ କରିଛି।

ଅଧିକ ପଢନ୍ତୁ: ଭଗବାନ କୃଷ୍ଣଙ୍କୁ ବିବାହ କଲେ ଯୁବତୀ: ହିନ୍ଦୁ ରୀତିନୀତି ସମ୍ପର୍ଣ୍ଣ ହେଲା ବିବାହ