Khabar Odisha

ହୁତି ଆକ୍ରମଣରେ ଅତିଷ୍ଠ ସୌଦି ଆରବ; ସୁରକ୍ଷା ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନର ଘୋଷଣା କଲା ଏହି ଆଫ୍ରିକୀୟ ଦେଶ
ୟେମେନରେ ଯୁଦ୍ଧବିରତି ଭଙ୍ଗ ହେବା ପରେ ସୌଦି ସରକାର ଏବଂ ହୁତି ବିଦ୍ରୋହୀଙ୍କ ମଧ୍ୟରେ ପୁଣିଥରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହି ସମୟରେ ଆଫ୍ରିକୀୟ ଦେଶ ମିଶର (Egypt) ପକ୍ଷରୁ ଏକ ବଡ଼ ବିବୃତି ସାମ୍ନାକୁ ଆସିଛି।

ସୌଦି ଆରବକୁ କ୍ରମାଗତ ଭାବେ ହୁତି ବିଦ୍ରୋହୀଙ୍କ ଆକ୍ରମଣର ସମ୍ମୁଖିନ ହେବାକୁ ପଡ଼ୁଛି ଏବଂ ଏହା ନିଜର ସୁରକ୍ଷାକୁ ନେଇ ସମ୍ପୂର୍ଣ୍ଣ ସତର୍କ ଅଛି। ଏଭଳି ପରିସ୍ଥିତିରେ ରବିବାର ଦିନ ମିଶରର ରାଷ୍ଟ୍ରପତି ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ସୌଦି ଆରବର ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ପାଇଁ ମିଶର ତାକୁ ସମ୍ଭବପର ସମସ୍ତ ସହାୟତା ଦେବାକୁ ପ୍ରସ୍ତୁତ ଅଛି। ଏଭଳି ଏକ ସମୟରେ ଏହି ବିବୃତି ଆସିଛି, ଯେତେବେଳେ ୟେମେନରେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ବିଶ୍ୱର ସର୍ବବୃହତ୍ ତୈଳ ରପ୍ତାନୀକାରୀ ଦେଶ ସୌଦି ଆରବ ଉପରେ ସେମାନଙ୍କର ଆକ୍ରମଣକୁ ଜୋରଦାର କରୁଛନ୍ତି।

ମିଶରର ରାଷ୍ଟ୍ରପତି ଅବଦେଲ ଫତଃ ଅଲ୍-ସିସି ସଂସଦର ଏକ ଜରୁରୀକାଳୀନ ଅଧିବେଶନ ଡକାଇଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ସେନାକୁ ଏହି ଅଧିକାର ଦେବା ଯେ, ଯଦି ସୌଦି ଆରବ ସାହାଯ୍ୟ ମାଗେ, ତେବେ ତାକୁ ସୁରକ୍ଷା ପାଇଁ ସହାୟତା ଯାଇପାରିବ। ମିଶରର ସେନା ଏହି ଅଞ୍ଚଳର ସବୁଠାରୁ ବଡ଼ ଏବଂ ଶକ୍ତିଶାଳୀ ସେନାଗୁଡ଼ିକ ମଧ୍ୟରୁ ଅନ୍ୟତମ। ନିକଟରେ ହୁତି ବିଦ୍ରୋହୀମାନେ ଆନ୍ତର୍ଜାତୀୟ ବିମାନବନ୍ଦର ଏବଂ ସୌଦି ଆରବର ସରକାରୀ ତୈଳ କମ୍ପାନୀ ‘ସୌଦି ଅରାମ୍କୋ’ ଉପରେ ଆକ୍ରମଣ କରିଛନ୍ତି।

ୟେମେନରେ ଯୁଦ୍ଧବିରତି ଭଙ୍ଗ ହେବା ପରେ ସୌଦି ସରକାର ଏବଂ ହୁତି ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ପୁଣି ଆରମ୍ଭ ହୋଇଯାଇଛି। ମିଶରର ରାଷ୍ଟ୍ରପତି କାର୍ଯ୍ୟାଳୟ ଏକ ବିବୃତିରେ କହିଛି, “ମିଶର, ସୌଦି ଆରବର ସୁରକ୍ଷା ଏବଂ ସ୍ଥିରତାର ରକ୍ଷା କରିବା, ଏହାର ସମ୍ବଳ ଓ ଆଞ୍ଚଳିକ ଅଖଣ୍ଡତାକୁ ସୁରକ୍ଷିତ ରଖିବା ଏବଂ ଇସଲାମୀୟ ପବିତ୍ର ସ୍ଥାନଗୁଡ଼ିକର ସୁରକ୍ଷା ନିଶ୍ଚିତ କରିବା ପାଇଁ ସମସ୍ତ ଜରୁରୀ ଓ ସମ୍ଭବ ପଦକ୍ଷେପ ନେବ।”

ଜାତୀୟ ପ୍ରତିରକ୍ଷା ପରିଷଦର ବୈଠକ ପରେ ଘୋଷଣା

ରଏଟର୍ସର ରିପୋର୍ଟ ଅନୁଯାୟୀ, ଏହି ବିବୃତି ମିଶରର ‘ଜାତୀୟ ପ୍ରତିରକ୍ଷା ପରିଷଦ’ ର ଏକ ବୈଠକ ପରେ ଆସିଛି। ଏହି ବୈଠକର ଅଧ୍ୟକ୍ଷତା ରାଷ୍ଟ୍ରପତି ଅଲ୍-ସିସି କରିଥିଲେ, ଯେଉଁଥିରେ ସଂସଦର ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ ଏବଂ ସେନାମୁଖ୍ୟ ମଧ୍ୟ ସାମିଲ ଥିଲେ। ଏହି ପ୍ରସ୍ତାବ ଉପରେ ଭୋଟ୍ ଦେବା ପାଇଁ ସଂସଦର ଏକ ଜରୁରୀକାଳୀନ ଅଧିବେଶନ ଦ୍ୱିପ୍ରହର ୧:୦୦ ଟା (1000 GMT) ପାଇଁ ସ୍ଥିର କରାଯାଇଥିଲା।

ସୌଦି କ୍ରାଉନ୍ ପ୍ରିନ୍ସ ମିଶର ରାଷ୍ଟ୍ରପତିଙ୍କୁ ଭେଟିଥିଲେ

ଶନିବାର ଏକ ଭାଷଣରେ ରାଷ୍ଟ୍ରପତି ଅଲ୍-ସିସି କହିଛନ୍ତି ଯେ, ମିଶର, ସୌଦି ଆରବର କିଙ୍ଗ୍ ସଲମାନ ଏବଂ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବ। ୟେମେନରେ ଯୁଦ୍ଧ ପୁନର୍ବାର ଆରମ୍ଭ ହେବା ପରେ, କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ସେପ୍ଟେମ୍ବର ୧୫ ତାରିଖରେ ରାଷ୍ଟ୍ରପତି ଅଲ୍-ସିସିଙ୍କୁ ଭେଟିଥିଲେ।

ମିଶର ଏବଂ ସୌଦି ହେଉଛନ୍ତି ରଣନୈତିକ ଏବଂ ଅର୍ଥନୈତିକ ଭାଗିଦାର

ମିଶର ଏବଂ ସୌଦି ଆରବ ହେଉଛନ୍ତି ଘନିଷ୍ଠ ରଣନୈତିକ ଓ ଅର୍ଥନୈତିକ ଭାଗିଦାର। ୨୦୧୩ ମସିହାରେ ସେନା ଦ୍ୱାରା ଇସଲାମୀୟ ରାଷ୍ଟ୍ରପତି ମହମ୍ମଦ ମୁର୍ସିଙ୍କୁ କ୍ଷମତାରୁ ହଟାଯିବା ପରେ, ସୌଦି ଆରବ ଏବଂ ଖାଡ଼ିର ଅନ୍ୟ ତୈଳ-ସମୃଦ୍ଧ ଦେଶଗୁଡ଼ିକ ମିଶରକୁ ଅବର୍ଷ ଡଲାର ସହାୟତା, କେନ୍ଦ୍ରୀୟ ବ୍ୟାଙ୍କରେ ଜମା ରାଶି ଏବଂ ପୁଞ୍ଜିନିବେଶ ଭାବେ ସାହାଯ୍ୟ କରିଥିଲେ। ଏହାପୂର୍ବରୁ, ମିଶର ସେହି ସୌଦି-ନେତୃତ୍ୱାଧୀନ ମେଣ୍ଟର ଏକ ଅଂଶ ଥିଲା, ଯାହାକି ୨୦୧୫ ମସିହାରେ ୟେମେନ ସରକାରଙ୍କୁ ସମର୍ଥନ କରିବା ଏବଂ ହୁତି ବିଦ୍ରୋହୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହସ୍ତକ୍ଷେପ କରିଥିଲା। ତଥାପି, ସେହି ସମୟରେ ମିଶରର ଯୁଦ୍ଧ ଭୂମିକା ସୀମିତ ଥିଲା।

୮ରୁ ଅଧିକ ଦେଶରେ ବିକ୍ଷୋଭ ପ୍ରଦର୍ଶନ, ସରକାରଙ୍କ ସମ୍ମୁଖରେ ବଡ଼ ଆହ୍ୱାନ
ନୂଆଦିଲ୍ଲୀ: ବିଶ୍ୱରେ ଏବେ ଆନ୍ଦୋଳନର ନିଆଁ ଜଳୁଛି । ବଡ଼ ବଡ଼ ଦେଶରେ ଜେନ୍-ଜି ପୀଢ଼ି ରାସ୍ତାକୁ ଓହ୍ଲାଇ ସରକାର ବିରୋଧରେ ଖୋଲାଖୋଲି ରଣ ହୁଁକାର ଦେଉଛନ୍ତି । ଶିକ୍ଷା, ନିଯୁକ୍ତି, ଦର ବୃଦ୍ଧି ଭଳି ସମସ୍ୟାକୁ ନେଇ ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି । ଯାହା ଏବେ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଏହା ସମ୍ପୃକ୍ତ ଦେଶର ସରକାରଙ୍କ ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି ।

ଭାରତ, ୟୁରୋପ, ଆମେରିକା, ଆର୍ଜେଣ୍ଟିନା, ଫ୍ରାନ୍ସ, ଇଟାଲୀ, ତୁର୍କୀ, ପର୍ତ୍ତୁଗାଲ ଏବଂ ଅଲବାନିୟାରେ ଇତ୍ୟାଦି ଦେଶରେ ଆନ୍ଦୋଳନର ବହ୍ନି ଜଳୁଛି । ଫ୍ରାନ୍ସରେ ଆନ୍ଦୋଳନର ଦୁଇଟି ପ୍ରମୁଖ ପ୍ରସଙ୍ଗ ରହିଛି ଯଥା ଦରବୃଦ୍ଧି ଏବଂ ଶିକ୍ଷା ବ୍ୟବସ୍ଥା । ଦେଶରେ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଉଛି । ଯାହା ସାଧାରଣ ଜୀବନ ଉପରେ ବଡ଼ ପ୍ରଭାବ ପକାଉଛି । ସେହିପରି ଶିକ୍ଷା ବ୍ୟବସ୍ଥାର ଶୌଚନୀୟ ଅବସ୍ଥା । ଗତ ମାସରେ ପ୍ୟାରିସରେ ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଥିଲା ଯାହା ଏବେ ହିଂସା ଅଭିମୁଖେ ଅଗ୍ରସର ହେଉଛି । ସାଢ଼େ ପାଞ୍ଚ ଲକ୍ଷ ଲୋକ ବିକ୍ଷୋଭରେ ସାମିଲ ହୋଇଥିବା ଫ୍ରାନ୍ସର ମନ୍ତ୍ରୀ ଲୋରେଣ୍ଟ ନୁନେଜ କହିଛନ୍ତି ।

ପଡ଼ୋଶୀ ଦେଶ ବେଲଜିୟମରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଉଚ୍ଚ ଶିକ୍ଷା ମୂଲ୍ୟ ବୃଦ୍ଧି ଯୋଗୁଁ ଛାତ୍ରଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ପର୍ତ୍ତୁଗାଲର ରାଜଧାନୀ ଲିସବନରେ, ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି, କମ୍ ମଜୁରୀ ଏବଂ ସୁଲଭ ମୂଲ୍ୟରେ ଘର ପାଇବାରେ ଅସୁବିଧା ବିରୋଧରେ ହଜାର ହଜାର ଲୋକ ଶୋଭାଯାତ୍ରା କରିଛନ୍ତି । ୨୦୧୭ ମସିହାରୁ ଲିସବନ ଏବଂ ଅନ୍ୟାନ୍ୟ ସହରରେ ସମ୍ପତ୍ତିର ମୂଲ୍ୟ ଦୁଇଗୁଣରୁ ଅଧିକ ହୋଇଯାଇଛି ଏବଂ ଘର ଭଡ଼ାରେ ମଧ୍ୟ ପ୍ରବଳ ବୃଦ୍ଧି ଘଟିଛି। ଏହା କମ୍ ଆୟ କରୁଥିବା ପରିବାର ଏବଂ ଯୁବ କର୍ମଜୀବୀମାନଙ୍କ ଉପରେ ଗୁରୁତର ଆର୍ଥିକ ଚାପ ସୃଷ୍ଟି କରିଛି।

ସେହିପରି ଇଟାଲୀ ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଛି । ମିଲାନରେ, ଲୋକମାନେ ବେତନ ବୃଦ୍ଧି ଦାବି, ମୁଦ୍ରାସ୍ଫୀତି ଏବଂ ଦୈନନ୍ଦିନ ଜୀବନଯାପନ ଖର୍ଚ୍ଚ ବହନ କରିବାରେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦିଓ ଫ୍ରାନ୍ସ ତୁଳନାରେ ଇଟାଲୀରେ ହୋଇଥିବା ଏହି ବିକ୍ଷୋଭଗୁଡ଼ିକ କମ୍ ବ୍ୟାପକ ଥିଲା।

ଆଲବାନିଆରେ ମଧ୍ୟ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟଗୁଡ଼ିକର ଶୋଚନୀୟ ଅବସ୍ଥା, ଶିକ୍ଷା ପାଇଁ ଅତ୍ୟଧିକ ଖର୍ଚ୍ଚ ଏବଂ ପାଠପଢ଼ା ସମାପ୍ତ ହେବା ପରେ ନିଯୁକ୍ତି ସୁଯୋଗର ଅଭାବ ବିରୋଧରେ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛନ୍ତି। ଅକ୍ଟୋବର ୧୩ ତାରିଖରେ, ତିରାନା ସ୍ଥିତ ଶିକ୍ଷା ମନ୍ତ୍ରଣାଳୟ ବାହାରେ ଚାଲିଥିବା ଏକ ବିକ୍ଷୋଭ ସେତେବେଳେ ହିଂସାତ୍ମକ ହୋଇଉଠିଲା ଯେତେବେଳେ ଛାତ୍ରଛାତ୍ରୀମାନେ କୋଠା ଉପରକୁ ଇଟା ଓ କଂକ୍ରିଟ୍ ଖଣ୍ଡ ଫିଙ୍ଗିଥିଲେ । ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ତୁର୍କୀରେ ଶ୍ରମିକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଆର୍ଜେଣ୍ଡିନାରେ ବଜେଟ୍ କାଟଛାଟକୁ ନେଇ ଲୋକେ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ଆର୍ଜେଣ୍ଟିନାରେ ଟ୍ରେଡ୍ ୟୁନିଅନ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ରହିଥିଲା । କାଁ ଭାଁ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା ।

ଆମେରିକାରେ ରାଷ୍ଟ୍ରପତି ଡୋନାନ୍ଡ ଟ୍ରମ୍ପଙ୍କ ବିରୋଧରେ ନୋ କିଂଗ୍ସ ନେଟୱାର୍କ ଶୋଭାଯାତ୍ରା କରିଛି । ଏହାର ଉଦ୍ଦେଶ୍ୟ ଥିଲା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଲୋକମାନଙ୍କୁ ଶୀଘ୍ର ଭୋଟ୍ ଦେବା ପାଇଁ ଉତ୍ସାହିତ କରିବା। ଯଦିଓ ଏହାକୁ 'ନିରପେକ୍ଷ' (କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତ ନୁହେଁ) ବୋଲି କୁହାଯାଇଥିଲା, ବାସ୍ତବରେ ଏହା ଟ୍ରମ୍ପଙ୍କ ନୀତିରେ ଅସନ୍ତୁଷ୍ଟ ଥିବା ଲୋକଙ୍କ ଦ୍ୱାରା ଦୁଇ ବର୍ଷ ଧରି ଚାଲିଆସୁଥିବା ପ୍ରତିବାଦ ଲହରୀର ଏକ ଅଂଶ ଥିଲା।

ସେହିପରି ଶେଷରେ ଭାରତରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ପ୍ରଥମେ ନିଟ୍ ପ୍ରବେଶିକା ପରୀକ୍ଷାକୁ ନେଇ ଶିକ୍ଷା ବିଭାଗରେ ଏକ ବଡ଼ ପ୍ରଦର୍ଶନ ହୋଇଥିଲା । ଏହା ପରେ ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ ମଧ୍ୟ ଆନ୍ଦୋଳନ ଜାରି ରହିଛି । ଭାରତ ସରକାର ଏହାର ମୁକାବିଲା ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି ।

ରୁଷିଆରେ ବଡ଼ ଭୂକମ୍ପ ଝଟକା; ୭.୦ ତୀବ୍ରତା ପରେ ସୁନାମି ନେଇ ଆସିଲା ବଡ଼ ସୂଚନା
ମସ୍କୋ: ରୁଷିଆର କାମଚାଟକା ଉପଦ୍ୱୀପ ନିକଟରେ ଶୁକ୍ରବାର ୭.୦ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ରେକର୍ଡ ହୋଇଛି। ଏହି ଭୂକମ୍ପ ପରେ ସୁନାମି ଆସିବା ନେଇ ଆଶଙ୍କା ଦେଖାଦେଇଥିବା ବେଳେ, ଆମେରିକାର NOAA ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସଂସ୍ଥା ଅନୁସାରେ, ଭୂକମ୍ପ ପରେ କୌଣସି ସୁନାମି ଚେତାବନୀ, ପରାମର୍ଶ କିମ୍ବା ନଜରଦାରୀ ସୂଚନା ଜାରି କରାଯାଇନାହିଁ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଭାରତୀୟ ସମୟ ସକାଳ ୯ଟା ୫ ମିନିଟ୍‌ରେ ଏହି ଭୂକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠଠାରୁ ୧୫୨ କିଲୋମିଟର ଗଭୀରରେ ଥିଲା। ଗଭୀରତା ଅଧିକ ଥିବା ଏହି ଭୂକମ୍ପର ତୀବ୍ରତାକୁ ନେଇ ବିଭିନ୍ନ ସଂସ୍ଥା ନିଜ ନିଜ ଆକଳନ ପ୍ରକାଶ କରିଛନ୍ତି।

EMSCର ବିସ୍ତୃତ ରିପୋର୍ଟରେ ଭୂକମ୍ପର ତୀବ୍ରତା ୬.୯ ଦର୍ଶାଯାଇଥିବା ବେଳେ, NCS ଓ NOAA ଏହାକୁ ୭.୦ ବୋଲି ରେକର୍ଡ କରିଛନ୍ତି। EMSC ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ରୁଷିଆର ପେଟ୍ରୋପାଭଲୋଭସ୍କ-କାମଚାଟସ୍କି ସହରର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ଥିଲା।

ଏହି ଭୂକମ୍ପ ପରେ କୌଣସି ସୁନାମି ବିପଦ ନଥିବା NOAA ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ, ଭୂକମ୍ପ ଯୋଗୁଁ ଅଞ୍ଚଳରେ କୌଣସି କ୍ଷୟକ୍ଷତି, ଆହତ କିମ୍ବା ମୃତାହତ ହୋଇଛନ୍ତି କି ନାହିଁ, ସେନେଇ ଅଧିକାରିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ପାକିସ୍ତାନୀ ଝିଅଙ୍କଠାରୁ ଦୂରେଇ ରୁହନ୍ତୁ, ଚୀନ୍ ନିଜ ନାଗରିକଙ୍କୁ କାହିଁକି ଦେଲା ଚେତାବନୀ?
ଚୀନ୍ ସରକାର ବେଆଇନ ଆନ୍ତର୍ଜାତୀୟ ବିବାହକୁ ନେଇ ଚିନ୍ତାରେ ଅଛନ୍ତି। ବିଭିନ୍ନ ସ୍ତରରେ ଏହାକୁ ନେଇ ଚୀନ୍ ରେ ଚେତାବନୀ ଜାରି କରାଯାଇଛି। ସିଣ୍ଟିଆନ୍ କାଉଣ୍ଟି ପୋଲିସ ଲୋକମାନଙ୍କୁ ପାକିସ୍ତାନୀ ଝିଅଙ୍କଠାରୁ ଦୂରେଇ ରହିବାକୁ କହିଛି।

ଚୀନ୍ ନିଜ ନାଗରିକମାନଙ୍କୁ ପାକିସ୍ତାନ କିମ୍ବା ଅନ୍ୟ କୌଣସି ଦେଶର ଝିଅଙ୍କୁ ବିବାହ ନ କରିବାକୁ ଚେତାବନୀ ଦେଇଛି। ଚୀନ୍ ଅନୁଯାୟୀ, ଏପରି କରିବା ଦ୍ୱାରା ସେମାନଙ୍କୁ ଆର୍ଥିକ ଏବଂ ଆଇନଗତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରି ଏକ ସମୟରେ ଏହି ଚେତାବନୀ ଜାରି କରାଯାଇଛି, ଯେତେବେଳେ ଚୀନ୍ ପୁରୁଷ ଏବଂ ପାକିସ୍ତାନୀ ମହିଳାଙ୍କ ମଧ୍ୟରେ ବିବାହର ପ୍ରଚଳନ ବୃଦ୍ଧି ପାଉଛି। 'ସାଉଥ୍ ଚାଇନା ମର୍ନିଂ ପୋଷ୍ଟ' ଅନୁଯାୟୀ, ଚୀନ୍ ର ସ୍ଥାନୀୟ ପ୍ରାନ୍ତ ସିଣ୍ଟିଆନ୍ କାଉଣ୍ଟିର ପୋଲିସ ଏହି ଚେତାବନୀ ଜାରି କରିଛି।

ପୋଲିସ ନିଜ ଚେତାବନୀରେ କହିଛି— "ସମ୍ପ୍ରତି ଏଭଳି ଅନେକ ମାମଲା ଦେଖିବାକୁ ମିଳିଛି, ଯେଉଁଠାରେ ଚୀନ୍ ନାଗରିକମାନେ ପାକିସ୍ତାନ କିମ୍ବା ଅନ୍ୟ କୌଣସି ଦ୍ୱିତୀୟ ଦେଶର ଝିଅଙ୍କୁ ବିବାହ କରୁଛନ୍ତି। ଏହି ସମ୍ପର୍କଗୁଡ଼ିକରେ ପ୍ରକୃତ ଭାବପ୍ରବଣତାର ଅଭାବ ରହିଥାଏ ଏବଂ ଏହାଦ୍ୱାରା ଆର୍ଥିକ କ୍ଷତି କିମ୍ବା ଆଇନଗତ ସମସ୍ୟା ସୃଷ୍ଟି ହୋଇପାରେ।"

ପୋଲିସର କହିବାନୁସାରେ, ଏଜେଣ୍ଟମାନଙ୍କ ଫାନ୍ଦରେ ପଡ଼ି ଯେଉଁମାନେ ଏଭଳି କରୁଛନ୍ତି, ସେମାନଙ୍କର କ୍ଷତି ହେବା ନିଶ୍ଚିତ। ପାକିସ୍ତାନ ଏବଂ ଚୀନ୍ ରେ ଏଭଳି ଅନେକ ଏଜେଣ୍ଟ ଅଛନ୍ତି, ଯେଉଁମାନେ ବିବାହ କାର୍ଯ୍ୟଗୁଡ଼ିକୁ ସମ୍ପନ୍ନ କରାନ୍ତି।

ପୋଲିସର ଚେତାବନୀରେ କ’ଣ ରହିଛି?

ରିପୋର୍ଟ ଅନୁଯାୟୀ, ଚୀନ୍ ସରକାରଙ୍କ ନିର୍ଦ୍ଦେଶ ପରେ ଆନ୍ତର୍ଜାତୀୟ ବିବାହକୁ ନେଇ ପ୍ରାନ୍ତ ସ୍ତରରେ ଚେତାବନୀ ଜାରି କରାଯାଉଛି। ଏହି କ୍ରମରେ ସିଣ୍ଟିଆନ୍ କାଉଣ୍ଟି ପ୍ରାନ୍ତର ପୋଲିସ ମଧ୍ୟ ଚେତାବନୀ ଜାରି କରିଛି। ଏହାପୂର୍ବରୁ ହେନାନ ପ୍ରାନ୍ତରେ ପୋଲିସ ସାଧାରଣ ନାଗରିକଙ୍କୁ ଚେତାବନୀ ଦେଇଥିଲା।

ଚେତାବନୀରେ ମୁଖ୍ୟତଃ ୩ଟି କଥା କୁହାଯାଇଛି:

୧. ବେଆଇନ ବିବାହ ସମ୍ପର୍ଣ୍ଣ ହେବା ବିଷୟରେ ପୋଲିସ ସୂଚନା ପାଇଲେ ଠକେଇ ମାମଲା ରୁଜୁ ହୋଇପାରେ।

୨. ଯଦି ମହିଳା କିମ୍ବା ଝିଅ ବାହାରୁ ଆସନ୍ତି, ତେବେ ଇମିଗ୍ରେସନ୍ (ଆବ୍ରାଜନ) ମାମଲା ହୋଇପାରେ।

୩. ବିବାହ ପରେ ଶିଶୁକୁ ହାଜତରେ ରଖାଯାଇପାରେ। ଚୀନ୍ରେ ଲାଭ ପାଇଁ ଆନ୍ତର୍ଜାତୀୟ ବିବାହକୁ ବାରଣ କରାଯାଇଛି।

ପୋଲିସର ଏହି ଚେତାବନୀ କାହିଁକି ଗୁରୁତ୍ୱପୂର୍ଣ୍ଣ?

ଚୀନ୍ ପରିସଂଖ୍ୟାନ ବିଭାଗ ଅନୁଯାୟୀ, ୨୦୧୮ ମସିହାରେ ୧୨୦ ଜଣ ପାକିସ୍ତାନୀ ଝିଅ ଚୀନ୍ ପୁଅଙ୍କୁ ବିବାହ କରିଥିଲେ। ୨୦୨୦ ମସିହାରେ ଏହି ସଂଖ୍ୟା ବୃଦ୍ଧି ପାଇ ୬୦0 ଅତିକ୍ରମ କରିଥିଲା। ଏହା ପରେ ଚୀନ୍ ସରକାର ପାକିସ୍ତାନୀ ଝିଅମାନଙ୍କ ବିବାହ ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରିବା ବନ୍ଦ କରିଦେଇଥିଲେ।

ଚଳିତ ବର୍ଷ ମେ' ମାସରେ ପାକିସ୍ତାନରୁ ଜଣେ ଚୀନ୍ ଯୁବକଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଅଭିଯୋଗ ଥିଲା ଯେ ସେ ଜଣେ ପାକିସ୍ତାନୀ ଝିଅଙ୍କୁ ଫାନ୍ଦରେ ପକାଇ ଚୀନ୍ ନେବାକୁ ଚାହୁଁଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ।

ପାକିସ୍ତାନରେ ବଡ଼ ଅଘଟଣ; ସ୍କୁଲ ଛାତ ଭୁଶୁଡ଼ି ୨୯ମୃତ, ମୃତକଙ୍କ ମଧ୍ୟରେ ଶିକ୍ଷକ
ପାକିସ୍ତାନରେ ବଡ଼ ଅଘଟଣ। ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଲା ଛାତ। ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ ୨୮ ଜଣ ଛାତ୍ରଙ୍କ ସମେତ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୧୩ ବର୍ଷରୁ କମ୍ ବୋଲି ଜଣାପଡ଼ିଛି। ଗୁରୁବାର ପାକିସ୍ତାନର ଉତ୍ତର-ପଶ୍ଚିମ ସହର ପେଶାୱାରରେ ଥିବା ଏକ ଘରୋଇ ସ୍କୁଲରେ ଏହି ଦୁଃଖଦ ଘଟଣା ଘଟିଛି।

ସୂଚନା ଅନୁସାରେ, ଅଲ୍-ଖୈର ଏଜୁକେସନ୍ ସେଣ୍ଟରରେ ପିଲାମାନେ ପାଠ ପଢ଼ୁଥିବା ସମୟରେ ଉପର ମହଲାର ଛାତ ଭୁଶୁଡ଼ି ପଡ଼ିଥିଲା। ଫଳରେ ଦୁଇଟି ମହଲା ଭାଙ୍ଗିପଡ଼ିବା ସହ ଅନେକ ଛାତ୍ର ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ।

ଖବର ପାଇ ଉଦ୍ଧାରକାରୀ ଦଳ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏପର୍ଯ୍ୟନ୍ତ ଅତି କମରେ ୪୫ ଜଣ ପିଲାଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଛି। ଆହତ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପେଶାୱାର ପୋଲିସ ମୁଖ୍ୟଙ୍କ କହିବା ଅନୁସାରେ, ଦୁର୍ଘଟଣା ସମୟରେ ତିନୋଟି ଶ୍ରେଣୀଗୃହରେ ୧୧୦ ଜଣ ଛାତ୍ର ଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୪୭ ଜଣଙ୍କୁ ଉଦ୍ଧାର କରାଯାଇଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି।

ଦୁର୍ବଳ ନିର୍ମାଣ ଏବଂ ଛାତ ଉପରେ ଅଧିକ ନିର୍ମାଣ ଭାର ଥିବାରୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ପୋଲିସ ମୁଖ୍ୟ କହିଛନ୍ତି। ଘଟଣାର କାରଣ ଜାଣିବାକୁ ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଫ୍ଲାଇଦୁବାଇ ମାମଲା ପରେ ପାକିସ୍ତାନୀ ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଇସ୍ରାଏଲ ଯାଉଥିବା ବିମାନ ଚଳାଇବା ଉପରେ ଫ୍ରାନ୍ସ ଲଗାଇଲା କଟକଣା
ଏୟାର ଫ୍ରାନ୍ସ (Air France) ପାକିସ୍ତାନୀ ପାଇଲଟ୍ ଏବଂ କେବିନ୍ କ୍ରୁ (ଫ୍ଲାଇଟ୍ ଷ୍ଟାଫ୍)ଙ୍କୁ ଇସ୍ରାଏଲ ଯାଉଥିବା ବିମାନରେ କାମ କରିବାରୁ ରୋକି ଦେଇଛି। ପାକିସ୍ତାନ ଏବଂ ଇସ୍ରାଏଲ ମଧ୍ୟରେ ରାଜନୈତିକ କିମ୍ବା କୂଟନୈତିକ ସମ୍ପର୍କ ନଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।

ଏୟାର ଫ୍ରାନ୍ସ ଏୟାରଲାଇନ୍ସ ପାକିସ୍ତାନର ପାଇଲଟ୍ ଏବଂ କେବିନ୍ କ୍ରୁଙ୍କୁ ଇସ୍ରାଏଲ ଆସିବା-ଯିବା କରୁଥିବା ଫ୍ଲାଇଟ୍ସଗୁଡ଼ିକୁ ଉଡ଼ାଇବା କିମ୍ବା ସେଥିରେ କାମ କରିବାରୁ ବାରଣ କରିଛି। ଯେଉଁ ଦେଶଗୁଡ଼ିକର ଆପୋଷରେ ରାଜନୈତିକ ବା କୂଟନୈତିକ ସମ୍ପର୍କ ନାହିଁ—ଯେପରିକି ପାକିସ୍ତାନ ଏବଂ ଇସ୍ରାଏଲ—ସେହି ଦେଶମାନଙ୍କର ନାଗରିକମାନଙ୍କୁ ସେହି ରୁଟ୍ରେ ଡ୍ୟୁଟି ଦିଆଯିବ ନାହିଁ, ସେହି ନିୟମଗୁଡ଼ିକୁ ଏୟାର ଫ୍ରାନ୍ସ କଡ଼ାକଡ଼ି ଭାବେ ପାଳନ କରୁଛି।

ଆମେରିକୀୟ ଏୟାରଲାଇନ୍ସ ‘ୟୁନାଇଟେଡ୍ ଏୟାରଲାଇନ୍ସ’ ଏବଂ ଚେକ୍ ଏୟାରଲାଇନ୍ସ ‘ସ୍ମାର୍ଟୱିଙ୍ଗ୍ସ’ ମଧ୍ୟ ଏହି ନିୟମଗୁଡ଼ିକୁ ପାଳନ କରିବା ଆରମ୍ଭ କରିଦେଇଛନ୍ତି। ଏଭଳି ପରିସ୍ଥିତିରେ ଏହି ପ୍ରଶ୍ନ ଉଠୁଛି ଯେ ଜାତୀୟତା (Nationalty) ଆଧାରରେ ଲଗାଯାଇଥିବା କଟକଣାଗୁଡ଼ିକ କିପରି ଆନ୍ତର୍ଜାତୀୟ ଏୟାରଲାଇନ୍ ପରିଚାଳନାକୁ ପ୍ରଭାବିତ କରିପାରେ।

ଓମାନର ଇସ୍ରାଏଲ ସହିତ କୌଣସି ରାଜନୈତିକ ସମ୍ପର୍କ ନାହିଁ

ଏହି କଡ଼ାକଡ଼ି ପଛର କାରଣ ଗତ ସେପ୍ଟେମ୍ବର ୩୦, ୨୦୨୬ରେ ଦୁବାଇରୁ ତେଲ ଅଭିଭ୍ ଯାଉଥିବା ଫ୍ଲାଇଦୁବାଇ (Flydubai) ଘଟଣାକୁ ଅନୁମାନ କରାଯାଉଛି। ଫ୍ଲାଇଟ୍ ମଧ୍ୟରେ ଓମାନର ଜଣେ କୋ-ପାଇଲଟ୍ କକପିଟ୍ରେ ଆକ୍ରମଣ କରିବା ପରେ ଏହି ସତର୍କତା ଅବଲମ୍ବନ କରାଯାଉଛି। ଅଭିଯୋଗ ରହିଛି ଯେ କୋ-ପାଇଲଟ୍ ଜଣକ ଫ୍ଲାଇଟ୍ ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ଭାରତୀୟ କ୍ୟାପଟେନ୍ଙ୍କୁ ଆକ୍ରମଣ କରିଥିଲେ।

ଓମାନ ମଧ୍ୟ ସେହି ଦେଶଗୁଡ଼ିକର ତାଲିକାରେ ଅନ୍ତର୍ଭୁକ୍ତ, ଯାହାର ଇସ୍ରାଏଲ ସହିତ କୌଣସି ଆଧିକାରିକ ବା ରାଜନୈତିକ ସମ୍ପର୍କ ନାହିଁ। ଫ୍ରାନ୍ସର ତଦନ୍ତକାରୀ ଗଣମାଧ୍ୟମ ସଂସ୍ଥା ‘ମିଡ଼ିଆପାର୍ଟ’ ଏବଂ ଏଭିଏସନ୍ ଇଣ୍ଟେଲିଜେନ୍ସ କମ୍ପାନୀ ‘ch-aviation’ ଅକ୍ଟୋବର ୧୩, 2026 ର ସେମାନଙ୍କ ରିପୋର୍ଟରେ ଏହି ସୂଚନା ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ଅନୁଯାୟୀ, ଏୟାର ଫ୍ରାନ୍ସ ଏବଂ ୟୁନାଇଟେଡ୍ ଏୟାରଲାଇନ୍ସ ସେମାନଙ୍କର ସମସ୍ତ ପାଇଲଟ୍ ଏବଂ କେବିନ୍ କ୍ରୁଙ୍କୁ ଏହି ରୁଟ୍ରେ ଲାଗିଥିବା ନୂତନ ସୁରକ୍ଷା କଟକଣା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ କରାଇ ଦେଇଛନ୍ତି।

‘ସମସ୍ତ ସୁରକ୍ଷା ସର୍ତ୍ତ ପାଳନ କରାଯାଉଛି’

ଏୟାର ଫ୍ରାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏହା ଇସ୍ରାଏଲ ଦ୍ୱାରା ସ୍ଥିର କରାଯାଇଥିବା ସମସ୍ତ ସୁରକ୍ଷା ସର୍ତ୍ତକୁ ପାଳନ କରୁଛି। ଅନ୍ୟପକ୍ଷରେ, ୟୁନାଇଟେଡ୍ ଏୟାରଲାଇନ୍ସ ମଧ୍ୟ ଏହି କଡ଼ା ନିୟମଗୁଡ଼ିକୁ ସେମାନଙ୍କ କ୍ରୁ-ପ୍ଲାନିଂରେ ସାମିଲ କରିସାରିଛି।

ପାଇଲଟଙ୍କ ଜାତୀୟତା କାରଣରୁ ଇଥିଓପିଆନ୍ ଏୟାରଲାଇନ୍ସର ଏକ ଉଡ଼ାଣକୁ ଫେରିବାକୁ ପଡ଼ିଥିଲା। ଏହି କଡ଼ା ନିୟମଗୁଡ଼ିକର ପ୍ରଭାବ ମଙ୍ଗଳବାର ଦିନ ଦେଖିବାକୁ ମିଳିଥିଲା, ଯେତେବେଳେ ଇସ୍ରାଏଲୀ ଅଧିକାରୀମାନେ ଇଥିଓପିଆନ୍ ଏୟାରଲାଇନ୍ସର ଏକ ଫ୍ଲାଇଟ୍କୁ ଫେରିଯିବା ପାଇଁ ଆଦେଶ ଦେଇଥିଲେ, କାରଣ ସେଥିରେ ଜଣେ ଇଣ୍ଡୋନେସିଆର ପାଇଲଟ୍ ଉପସ୍ଥିତ ଥିଲେ। ‘ଦ ଜେରୁସେଲମ୍ ପୋଷ୍ଟ’ ଅନुଯାୟୀ, ଯେତେବେଳେ ଏହି ଆଦେଶ ଜାରି କରାଯାଇଥିଲା, ସେତେବେଳେ ବିମାନଟିକୁ ଉଡ଼ାଣ ଭରିବାର ପ୍ରାୟ ଏକ ଘଣ୍ଟା ହୋଇସାରିଥିଲା ଏବଂ ଏହା ସେତେବେଳେବି ଇଥିଓପିଆର ଆକାଶମାର୍ଗରେ ହିଁ ଥିଲା।

ସାଉଦି ଆରବରେ ହିନ୍ଦୁ ଯୁବକଙ୍କ ଫାଶୀ ସଜା ରଦ୍ଦ, ଫେସ୍ବୁକ୍ ପୋଷ୍ଟରେ ପୈଗମ୍ବରଙ୍କୁ ନେଇ କରିଥିଲେ ଟିପ୍ପଣୀ

ଫ୍ରାନ୍ସ ଓ ଇସ୍ରାଏଲରେ ମୁସଲିମ୍ ବହୁଳ ଦେଶ କ୍ର୍ୟୁ ସଦସ୍ୟଙ୍କୁ ମିଳିବନି ନିଯୁକ୍ତି
ନୂଆଦିଲ୍ଲୀ: ଫ୍ଲାଇଦୁବାଇ ବିମାନ ଅଘଟଣ ପରେ ଇସ୍ରାଏଲ୍ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଇସ୍ରାଏଲ ବିମାନରେ ଏଣିକି ଦେଖିବାକୁ ମିଳିବେନି ମୁସଲିମ ବହୁଳ ଦେଶର କ୍ର୍ୟୁ ମେମ୍ବର । ଇସ୍ରାଏଲ୍ ସରକାର ପାକିସ୍ତାନ ସମେତ ମୁସଲିମ୍ ବହୁଳ କ୍ର୍ୟୁ ସଦସ୍ୟଙ୍କ ନିଯୁକ୍ତି ଉପରେ କଟକଣା ଲଗାଇଛି । ଇସ୍ରାଏଲ୍ ଏହି ନୂତନ କଟକଣାକୁ ଫ୍ରାନ୍ସ ମଧ୍ୟ ସମର୍ଥନ କରି ଅନୁରୂପ ନିଷ୍ପତ୍ତି ନେଇଛି ।

ଇସ୍ରାଏଲର ଏହି ନୂତନ ନିୟମ ପ୍ରାୟ ବିଶ୍ୱର ୩୧ ଟି ଦେଶର ନାଗରିକଙ୍କ ଉପରେ ପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଯେପରିକି ପାକିସ୍ତାନ, ଇରାନ, ସାଉଦି ଆରବ, ଆଲଜେରିଆ ଏବଂ ତୁନିସିଆ ଭଳି ମୁସଲିମ ବହୁଳ ରାଷ୍ଟ୍ର ପାଇଁ ମହଙ୍ଗା ସାବ୍ୟସ୍ତ ହେବ ।

ସେହିପରି ଏୟାର ଫ୍ରାନ୍ସ ନିଶ୍ଚିତ କରିଛି ଯେ ଏହା ଇସ୍ରାଏଲର ନୂତନ ନିୟମାବଳୀକୁ ମଧ୍ୟ ଲାଗୁ କରିବ । ନିର୍ଦ୍ଦିଷ୍ଟ କିଛି ଦେଶର ବିମାନ କର୍ମଚାରୀଙ୍କୁ ଇସ୍ରାଏଲକୁ ବିମାନ ପରିଚାଳନା କରିବା ପାଇଁ ଅନୁମତି ଦିଆଯାଏ ନାହିଁ । ଏୟାର ଫ୍ରାନ୍ସ କହିଛି, "ସମସ୍ତ ଏୟାରଲାଇନ୍ସ ପରି, ଏୟାର ଫ୍ରାନ୍ସ ଯେଉଁ ଦେଶଗୁଡ଼ିକରେ ସେବା ପ୍ରଦାନ କରେ ସେହି ଦେଶର କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରବେଶ ନିୟମ ପାଳନ କରିବା ଉଚିତ । ସେହି ନିୟମଗୁଡ଼ିକ ଏହାର ଯାତ୍ରୀମାନଙ୍କ ପାଇଁ କିମ୍ବା ଏହାର କର୍ମଚାରୀମାନଙ୍କ ପାଇଁ ପ୍ରଯୁଜ୍ୟ ହେଉ। ତେଲ ଅଭିଭ ପାଇଁ ଯାଉଥିବା ବିମାନ ପାଇଁ ଇସ୍ରାଏଲୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଲାଗୁ ହୋଇଥିବା ନୂତନ ନିୟମ ବିଷୟରେ ପ୍ରାସଙ୍ଗିକ କର୍ମଚାରୀମାନଙ୍କୁ ଅବଗତ କରାଯାଇଛି।"

ଫ୍ଲାଇଦୁବାଇ ଘଟଣା ପରେ ଅକ୍ଟୋବର 1 ରେ, ଇସ୍ରାଏଲର ପରିବହନ ଏବଂ ସଡ଼କ ସୁରକ୍ଷା ମନ୍ତ୍ରଣାଳୟ ବିଦେଶୀ ଏୟାରଲାଇନ୍ସକୁ ଏକ ସ୍ପଷ୍ଟ ବାର୍ତ୍ତା ଜାରି କରିଥିଲା। ଇସ୍ରାଏଲୀ ଏୟାରସ୍ପେସ ମଧ୍ୟରେ ବିମାନ ପରିଚାଳନା କରୁଥିବା ପାଇଲଟ ଏବଂ କ୍ୟାବିନ କ୍ରୁ ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ନଥିବା ଦେଶର ନାଗରିକତା କିମ୍ବା ଦ୍ୱୈତ ନାଗରିକତା ରଖି ପାରିବେ ନାହିଁ ।

ଚୀନକୁ ଭାରତର ଜବାବ: ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ
ନୂଆଦିଲ୍ଲୀ: ଲଦାଖ ଉପରେ ଅଧିକାର ସାବ୍ୟସ୍ତ କରୁଥିବା ଚୀନକୁ ଭାରତ କଡ଼ା ଜବାବ ଦେଇଛି । ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ସ୍ପଷ୍ଟ କରିଛି । ବେଜିଂର ପ୍ରତ୍ୟାଖ୍ୟାନ ବାସ୍ତବତାକୁ କଦାପି ପରିବର୍ତ୍ତନ କରିପାରିବ ନାହିଁ ବୋଲି ଭାରତ କହିଛି ।

ଲଦାଖ ଉପରେ ଚୀନର ମନ୍ତବ୍ୟ ବିଷୟରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି , "ଆମେ ପୁନରାବୃତ୍ତି କରୁଛୁ ଯେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ। ଚୀନର ଅଗ୍ରାହ୍ୟ, ସତକୁ ବଦଳାଇ ପାରିବ ନାହିଁ । ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଘୋଷଣାରେ କୁହାଯାଇଛି ଯେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ୨୮ଟି ସ୍ଥାନ/ବୈଶିଷ୍ଟ୍ୟକୁ ସରକାରୀ ସର୍ଭେ ଅଫ୍ ଇଣ୍ଡିଆ ମାନଚିତ୍ରରେ ମାନକ ନାମ ସହିତ ଚିହ୍ନଟ କରାଯାଇଛି । ଏହି କାର୍ଯ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଏବଂ ସ୍ଥାନୀୟ ଅଂଶୀଦାରମାନଙ୍କ ସହିତ ପରାମର୍ଶ କରି କରାଯାଇଛି। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ସର୍ଭେ ଅଫ୍ ଇଣ୍ଡିଆ ମାନଚିତ୍ରରେ ଏହି ସ୍ଥାନଗୁଡ଼ିକୁ ଆନୁଷ୍ଠାନିକ ଭାବରେ ଚିହ୍ନଟ କରିବାର ଉଦ୍ଦେଶ୍ୟ ହେଉଛି ସେମାନଙ୍କର ସଠିକ୍ ଚିହ୍ନଟ ସୁନିଶ୍ଚିତ କରିବା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ତମ ସଚେତନତାକୁ ପ୍ରୋତ୍ସାହିତ କରିବା।

ଏଠାରେ ଉଲ୍ଲେଖ ଯୋଗ୍ୟ, ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍, ବେଜିଂରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ସମଗ୍ର ଲଦାଖ ତାଙ୍କର । ସେ କହିଥିଲେ ଯେ ଭାରତ ଦ୍ୱାରା ଏକପାଖିଆ ଏବଂ ଅବୈଧ ଭାବରେ ସୃଷ୍ଟି ହୋଇଥିବା ତଥାକଥିତ 'ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ'କୁ ଚୀନ୍ କେବେବି ସ୍ୱୀକୃତି ଦେଇନାହିଁ। ଭାରତ ଦ୍ୱାରା ତଥାକଥିତ ମାନକ ନାମ ଘୋଷଣାକୁ ଚୀନ୍ ଦୃଢ଼ ବିରୋଧ କରେ। ଲଦାଖରେ ୨୮ଟି ସ୍ଥାନ ଏବଂ ଭୌଗୋଳିକ କ୍ଷେତ୍ର ପାଇଁ ଭାରତୀୟ ଗୃହ ମନ୍ତ୍ରଣାଳୟ ଦ୍ୱାରା ନିଷ୍ପତ୍ତି ବେଆଇନ ଏବଂ ଅବୈଧ । ଏହା ଭାରତ-ଚୀନ୍ ସୀମାର ପଶ୍ଚିମ ସେକ୍ଟରରେ ଥିବା ପ୍ରାସଙ୍ଗିକ ଅଞ୍ଚଳଗୁଡ଼ିକ ସର୍ବଦା ଚୀନ୍‌ର ଥିଲା ବୋଲି ସତ୍ୟକୁ ପରିବର୍ତ୍ତନ କରିପାରିବ ନାହିଁ।

ଆମେରିକୀୟ ପତ୍ରକାରଙ୍କ ବଡ଼ ସଙ୍କେତ: ଫ୍ରାନ୍ସ ପ୍ରଦର୍ଶନ ପଛରେ ବାମପନ୍ଥୀ, ପରବର୍ତ୍ତୀ ଟାର୍ଗେଟ୍ ଭାରତ
ନୂଆଦିଲ୍ଲୀ: ଭାରତରେ ଏବେ ମୁଣ୍ଡ ଟେକିଥିବା ଛାତ୍ର ଆନ୍ଦୋଳନ ଏବଂ ସିଜେପି ଆନ୍ଦୋଳନ ପଛରେ ଏକ ବଡ଼ ବାହ୍ୟ ଶକ୍ତି କାମ କରୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଜଣେ ଆମେରିକୀୟ ପତ୍ରକାର ମଧ୍ୟ ସମାନ ଆଶଙ୍କା ପ୍ରକାଶ କରିଛନ୍ତି । ଫ୍ରାନ୍ସରେ ଜାରି ରହିଥିବା ଛାତ୍ର ଆନ୍ଦୋଳନରେ ପ୍ରାୟ ୫୦ଟି ସଙ୍ଗଠନ ସାମିଲ ଥିବା ଫୋକ୍ସ ନ୍ୟୁଜ ଦାବି କରିଛି ।  ଫ୍ରାନ୍ସ ଆନ୍ଦୋଳନକୁ ସମର୍ଥନ କରୁଥିବା ଶକ୍ତି ଭାରତରେ ହେଉଥିବା ଆନ୍ଦୋଳନ ସହିତ ସମ୍ପର୍କ ଥିବା ଆମେରିକାର ସାମ୍ବାଦିକ ଅସ୍ନା ନୋମାନୀ ଦାବି କରିଛନ୍ତି ।

ଫୋକ୍ସ ନ୍ୟୁଜ୍ ଦାବି କରିଛି, ଫ୍ରାନ୍ସ ଛାତ୍ର ଆନ୍ଦୋଳନରେ ମାତ୍ର ୧୫ଟି ଛାତ୍ର ସଂଗଠନ ଥିବାବେଳେ ଅନ୍ୟ ୩୫ଟି ଭିନ୍ନ ଭିନ୍ନ ରାଜନୈତିକ ଦଳ ଥିଲେ । ଏଥିରେ ବାହ୍ୟ ଶକ୍ତି ବେଶ ସକ୍ରିୟ ଅଛନ୍ତି । ଏଥିରେ ଶ୍ରମିକ ସଙ୍ଗଠନ, କମ୍ୟୁନିଷ୍ଟ, ସମାଜବାଦୀ ପାର୍ଟି ଏବଂ ଅନ୍ୟ ରାଜନୈତିକ ଦଳଗୁଡ଼ିକ ସମର୍ଥନ କରିଛନ୍ତି । ଏପରିକି ଏଥିପାଇଁ ବୈଦେଶିକ ପାଣ୍ଠି ଆସୁଥିବା ଅଭିଯୋଗ ହୋଇଛି । କମ୍ୟୁନିଷ୍ଟ ଏବଂ ଇସଲାମ ବିଚାରଧାରାର ସଂଗଠନ ଅନ୍ତର୍ଭୁକ୍ତ ।

ଆମେରିକା ପତ୍ରକାର ଅସ୍ନା ନୋମାନୀ ଏହାକୁ ନେଇ ଚିନ୍ତା ପ୍ରକଟ କରି ଭାରତ ପାଇଁ ଆଶଙ୍କା ପ୍ରକାଶ କରିଛନ୍ତି । ଭାରତରେ ମୁଣ୍ଡ ଟେକିଥିବା ଜେନ୍-ଜି ଆନ୍ଦୋଳନ ପଛରେ ମଧ୍ୟ ଏହି ବାହ୍ୟ ଶକ୍ତି ସାମିଲ ଥିବା ସେ ଅନୁମାନ କରିଛନ୍ତି । ନୋମାନୀ ସୋସିଆଲ୍ ମିଡ଼ିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରିଛନ୍ତି, “ପରବର୍ତ୍ତୀ ଟାର୍ଗେଟ୍:ଭାରତ” (NEXT:INDIA) । ଯାହାକି ଭାରତ ସରକାରଙ୍କ ପାଇଁ ଏକ ବଡ଼ ସଙ୍କେତ । କିଛି ବାମପନ୍ଥୀ ଦଳ ଗୁଡ଼ିକ ଆଗକୁ ବଢ଼ିବାକୁ ଛାତ୍ର ଆନ୍ଦୋଳନର ସାହାରା ନେଉଛନ୍ତି । ନୋମାନି ତାଙ୍କ ପୋଷ୍ଟରେ ଦିଲ୍ଲୀରେ ହେଉଥିବା ପ୍ରତିବାଦ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AISA) ଏବଂ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ଭଳି ଗୋଷ୍ଠୀ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି । ସେ ତାଙ୍କ ପୋଷ୍ଟରେ କୋକ୍ରୋଚ୍ ଜନତା ପାର୍ଟିର ମଧ୍ୟ ଉଲ୍ଲେଖ କରିଛନ୍ତି।

ସେ ସନ୍ଦେହ କରୁଛନ୍ତି ଯେ ସେମାନେ ନେଭିଲ୍ ରୟ ସିଂଘମଙ୍କ ନେଟୱାର୍କ ସହିତ ଜଡିତ ହୋଇପାରନ୍ତି। ସେ ବିଜୟ ପ୍ରସାଦଙ୍କ ନାମ ସ୍ପଷ୍ଟ ଭାବରେ ନେଇ କହିଛନ୍ତି ଯେ ତାଙ୍କର ତଦନ୍ତ କରାଯିବା ଉଚିତ।

ନୋମାନି ତାଙ୍କ ପୋଷ୍ଟରେ ସାଂଘାଇର ଆମେରିକୀୟ ବ୍ୟବସାୟୀ ନେଭିଲ୍ ରୟ ସିଂଘମଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସିଂଘମ ସହିତ ଜଡିତ ଲକ୍ଷ ଲକ୍ଷ ଡଲାର ଭାରତରେ ପ୍ରଚାର ଏବଂ ପ୍ରଭାବ ଅଭିଯାନ ପାଇଁ ବ୍ୟବହୃତ ହୋଇଛି । ନୋମାନି ବିଜୟ ପ୍ରସାଦଙ୍କୁ ସିଂଘମଙ୍କ ଘନିଷ୍ଠ ବୁଦ୍ଧିଜୀବୀ ସହଯୋଗୀ ଏବଂ ସଂଗଠକ ବୋଲି କହିଛନ୍ତି । ପୂର୍ବରୁ ଏକ ରିପୋର୍ଟରେ ଫ୍ରାନ୍ସରେ ଛାତ୍ର ପ୍ରତିବାଦ ଏବଂ ସେମାନଙ୍କର କଥିତ ଅନ୍ତର୍ଜାତୀୟ ସମର୍ଥନ ନେଟୱାର୍କ ସହିତ ଜଡିତ ୫୦ଟି ସଂଗଠନକୁ ଚିହ୍ନଟ କରାଯାଇଥିବା ମଧ୍ୟ ଦାବି କରାଯାଇଥିଲା।

ରିପୋର୍ଟରେ ଫ୍ରାନ୍ସର ଛାତ୍ର, ଗବେଷକ ଏବଂ ବୃତ୍ତିଗତଙ୍କ ଏକ ସଂଗଠନ, ଇଣ୍ଡିଆନ୍ ଆଲାଏନ୍ସ ପ୍ୟାରିସ୍ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ସଂଗଠନଟି ନାଟୋ ସମ୍ପ୍ରସାରଣକୁ ବିରୋଧ କରିବା ପାଇଁ ଜାନୁଆରୀ ୨୦୨୩ରେ ନ୍ୟୁୟର୍କର ମ୍ୟାନହଟନରେ ଏକ କାର୍ଯ୍ୟକ୍ରମର ସହ-ପ୍ରାୟୋଜକ ହୋଇଥିଲା। ଏହି କାର୍ଯ୍ୟକ୍ରମ ନ୍ୟୁୟର୍କର କମ୍ୟୁନିଷ୍ଟ କାର୍ଯ୍ୟକଳାପର ଏକ କେନ୍ଦ୍ର, ଦି ପିପୁଲ୍ସ ଫୋରମରେ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରକୁ ୨୦୧୭ ମସିହାରେ ବ୍ୟବସାୟୀ ନେଭିଲ୍ ରୟ ସିଂଘମଙ୍କଠାରୁ ୨୨.୪୪ ନିୟୁତ ଡଲାର ପାଣ୍ଠି ମିଳିଥିଲା। ଏହି କାର୍ଯ୍ୟକ୍ରମକୁ ଉଦ୍ଧୃତ କରି, ରିପୋର୍ଟରେ ବିଭିନ୍ନ ଦେଶର ସଂଗଠନଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଇଙ୍ଗିତ କରାଯାଇଥିଲା। ନୋମାନି ଭାରତରେ କମ୍ୟୁନିଷ୍ଟ ଚିନ୍ତାଧାରା ସହିତ ଜଡିତ ଲୋକମାନଙ୍କୁ ଏପରି ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କ ବିଷୟରେ ସୂଚନା ସେୟାର କରିବାକୁ କହିଛନ୍ତି।