Khabar Odisha

୩ ସପ୍ତାହରୁ ଅଧିକ କାଶ ହେଉଛି କି? ସାବଧାନ, ହୋଇପାରେ ଏହି ଗମ୍ଭୀର ରୋଗର ଲକ୍ଷଣ
ସାଧାରଣ ଥଣ୍ଡା, ସର୍ଦ୍ଦି କିମ୍ବା ଆଲର୍ଜି ଯୋଗୁଁ କାଶ ହେବା ସ୍ୱାଭାବିକ। କିନ୍ତୁ କାଶ ଯଦି ଦିନ ପରେ ଦିନ ଲାଗି ରହୁଛି, ତେବେ ଏହାକୁ ହାଲୁକା ଭାବେ ନେବା ଠିକ୍ ନୁହେଁ। କାରଣ, ଲଗାତାର କାଶ ଆଜ୍‌ମା, ବ୍ରୋଙ୍କାଇଟିସ୍‌, ଫୁସ୍‌ଫୁସ୍‌ ସଂକ୍ରମଣ ଏପରିକି ଯକ୍ଷ୍ମା ବା ଟିବିର ଲକ୍ଷଣ ମଧ୍ୟ ହୋଇପାରେ। ବିଶେଷକରି ତିନି ସପ୍ତାହ କିମ୍ବା ତା’ଠାରୁ ଅଧିକ ସମୟ କାଶ ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

କାହିଁକି ହୁଏ ଲଗାତାର କାଶ?

କାଶ ଶରୀରର ଏକ ସ୍ୱାଭାବିକ ପ୍ରତିକ୍ରିୟା। ଏହା ଶ୍ୱାସନଳୀରୁ ଧୂଳି, କଫ ଓ ଅନ୍ୟ ଉତ୍ତେଜକ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ। ତେବେ ଦୀର୍ଘସ୍ଥାୟୀ କାଶ ପଛରେ ଏକାଧିକ କାରଣ ରହିପାରେ।

• ଆଲର୍ଜି ଓ ଆଜ୍‌ମା
• ବ୍ରୋଙ୍କାଇଟିସ୍‌ ଏବଂ ଫୁସ୍‌ଫୁସ୍‌ ସଂକ୍ରମଣ
• ଧୂମପାନ ଓ ଧୂଳିଧୂଆଁର ପ୍ରଭାବ
• ପେଟର ଅମ୍ଳ ଖାଦ୍ୟନଳୀ ଦେଇ ଗଳାକୁ ଉଠିବା
• ଯକ୍ଷ୍ମା ବା ଟିବି ଭଳି ରୋଗ

କାଶ ସହ ଏହି ଲକ୍ଷଣ ଦେଖାଦେଲେ ସାବଧାନ!

କେବଳ କାଶ ହେଉଥିବାରୁ ଯକ୍ଷ୍ମା ହୋଇଛି ବୋଲି ଧରିନେବା ଠିକ୍ ନୁହେଁ। କିନ୍ତୁ ଦୀର୍ଘ ସମୟ କାଶ ସହ ଅନ୍ୟ କିଛି ଲକ୍ଷଣ ଦେଖାଦେଲେ ସତର୍କ ହେବା ଆବଶ୍ୟକ।

• କଫ ବାହାରିବା ସହ ଦୀର୍ଘସ୍ଥାୟୀ କାଶ
• ଜ୍ୱର ଓ ରାତିରେ ଅଧିକ ଝାଳ ବାହାରିବା
• ବିନା କାରଣରେ ଓଜନ ହ୍ରାସ
• ଭୋକ କମିଯିବା
• ଛାତିରେ ଯନ୍ତ୍ରଣା ଓ ନିଃଶ୍ୱାସ ନେବାରେ କଷ୍ଟ
• କଫରେ ରକ୍ତ ପଡ଼ିବା

ଏପରି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବିଶେଷକରି କଫରେ ରକ୍ତ ପଡ଼ିଲେ ତୁରନ୍ତ ଚିକିତ୍ସା ସହାୟତା ନିଅନ୍ତୁ।

କେଉଁ ପରୀକ୍ଷା କରିବାକୁ ପଡ଼ିପାରେ?

କାଶର ଅବଧି, ଅନ୍ୟ ଲକ୍ଷଣ ଓ ରୋଗୀଙ୍କ ଅଭ୍ୟାସକୁ ବିଚାରକୁ ନେଇ ଡାକ୍ତର ଆବଶ୍ୟକ ପରୀକ୍ଷା କରାଇପାରନ୍ତି। ଏଥିରେ କଫ ପରୀକ୍ଷା, ଛାତିର ଏକ୍ସ-ରେ ଏବଂ ଫୁସ୍‌ଫୁସ୍‌ର କାର୍ଯ୍ୟକ୍ଷମତା ପରୀକ୍ଷା ସାମିଲ ହୋଇପାରେ। ପରୀକ୍ଷାର ଫଳାଫଳ ଅନୁସାରେ ଚିକିତ୍ସା କରାଯାଏ।

କାଶରୁ ରକ୍ଷା ପାଇଁ କ’ଣ କରିବେ?

ପର୍ଯ୍ୟାପ୍ତ ପାଣି ପିଅନ୍ତୁ, ଧୂଳି ଓ ଧୂଆଁଠାରୁ ଦୂରେଇ ରୁହନ୍ତୁ ଏବଂ ଧୂମପାନ କରୁଥିଲେ ତାହା ବନ୍ଦ କରନ୍ତୁ। ଡାକ୍ତରଙ୍କ ପରାମର୍ଶ ବିନା ଆଣ୍ଟିବାୟୋଟିକ୍‌ କିମ୍ବା ଅନ୍ୟ ଔଷଧ ଖାଆନ୍ତୁ ନାହିଁ। ମନେ ରଖନ୍ତୁ, ତିନି ସପ୍ତାହରୁ ଅଧିକ ସମୟ କାଶ ଲାଗି ରହିଲେ ଏହାକୁ ସାଧାରଣ ଥଣ୍ଡା ଭାବି ଅଣଦେଖା କରନ୍ତୁ ନାହିଁ। ସମୟରେ ଡାକ୍ତରଙ୍କ ପରାମର୍ଶ ନେଲେ ରୋଗର କାରଣ ଜାଣି ଉପଯୁକ୍ତ ଚିକିତ୍ସା କରାଯାଇପାରିବ।

ଭୁଲିଯାଉଛନ୍ତି କି ଛୋଟ ଛୋଟ କଥା? ମସ୍ତିଷ୍କକୁ ସୁସ୍ଥ ରଖିବ ଏହି ୬ଟି ଖାଦ୍ୟ...
ଆଜିର ବ୍ୟସ୍ତ ଜୀବନଶୈଳୀରେ ଅନେକ ଲୋକ ସ୍ମୃତିଶକ୍ତି ହ୍ରାସ, ଏକାଗ୍ରତାର ଅଭାବ ଓ ମାନସିକ ଚାପ ଭଳି ସମସ୍ୟାର ସାମ୍ନା କରୁଛନ୍ତି। ଛୋଟ ଛୋଟ କଥା ଭୁଲିଯିବା କିମ୍ବା ଜିନିଷ କେଉଁଠି ରଖିଛନ୍ତି ମନେ ନପଡ଼ିବା ଭଳି ସମସ୍ୟା ମଧ୍ୟ ଅନେକଙ୍କଠାରେ ଦେଖାଯାଉଛି। ଏଭଳି ସ୍ଥିତିରେ ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ସଠିକ୍ ଖାଦ୍ୟ ଓ ସୁସ୍ଥ ଜୀବନଶୈଳୀ ଗୁରୁତ୍ୱପୂର୍ଣ୍ଣ।

ପୋଷଣ ବିଶେଷଜ୍ଞଙ୍କ ମତରେ, ‘ମାଇଣ୍ଡ ଡାଏଟ୍’ (MIND Diet) ମସ୍ତିଷ୍କର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ପ୍ରସ୍ତୁତ ଏକ ଖାଦ୍ୟ ପଦ୍ଧତି। ଏଥିରେ ସବୁଜ ପନିପରିବା, କୋଳି ଜାତୀୟ ଫଳ, ବାଦାମ, ସମ୍ପୂର୍ଣ୍ଣ ଶସ୍ୟ ଓ ସ୍ୱାସ୍ଥ୍ୟକର ଚର୍ବିଯୁକ୍ତ ଖାଦ୍ୟକୁ ଗୁରୁତ୍ୱ ଦିଆଯାଏ। ତେବେ ଜାଣନ୍ତୁ କେଉଁ ୬ଟି ଖାଦ୍ୟ ଆପଣଙ୍କ ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇପାରେ।

୧. ସବୁଜ ପନିପରିବା

ପାଳଙ୍ଗ ଶାଗ, ବନ୍ଧାକୋବି ଓ ଅନ୍ୟାନ୍ୟ ଗାଢ଼ ସବୁଜ ପନିପରିବାରେ ଭିଟାମିନ୍ କେ, ଫୋଲେଟ୍ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। ଏହା ଶରୀର ସହ ମସ୍ତିଷ୍କର ସାଧାରଣ କାର୍ଯ୍ୟକୁ ସମର୍ଥନ କରିଥାଏ।

୨. କୋଳି ଜାତୀୟ ଫଳ

ଜାମୁକୋଳି, ଷ୍ଟ୍ରବେରୀ ଓ ଅନ୍ୟାନ୍ୟ କୋଳି ଜାତୀୟ ଫଳରେ ଆଣ୍ଟିଅକ୍ସିଡେଣ୍ଟ ରହିଛି। ଏଗୁଡ଼ିକୁ ନିୟମିତ ସନ୍ତୁଳିତ ଖାଦ୍ୟରେ ସାମିଲ କରିବା ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ।

୩. ଓମେଗା-୩ ଯୁକ୍ତ ମାଛ

ସାମୁଦ୍ରିକ ତେଲିଆ ମାଛରେ ଓମେଗା-୩ ଫ୍ୟାଟି ଏସିଡ୍ ରହିଥାଏ। ଏହା ମସ୍ତିଷ୍କ କୋଷର ଗଠନ ଓ କାର୍ଯ୍ୟ ପାଇଁ ଜରୁରୀ। ନିୟମିତ ଭାବେ ସନ୍ତୁଳିତ ଖାଦ୍ୟରେ ମାଛ ସାମିଲ କରିବା ଉପକାରୀ ହୋଇପାରେ।

୪. ବାଦାମ ଓ ବିଭିନ୍ନ ମଞ୍ଜି

ଅଖରୋଟ, ଚିଆ ସିଡ୍ସ, ଫ୍ଲାକ୍ସ ସିଡ୍ସ ଓ କଖାରୁ ମଞ୍ଜିରେ ସ୍ୱାସ୍ଥ୍ୟକର ଚର୍ବି, ଖଣିଜ ପଦାର୍ଥ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। ଏହାକୁ ଅଳ୍ପ ପରିମାଣରେ ଦୈନନ୍ଦିନ ଖାଦ୍ୟରେ ରଖିପାରିବେ।

୫. ଅଲିଭ୍ ତେଲ

ଅଲିଭ୍ ତେଲରେ ମୋନୋଅନ୍‌ସାଚୁରେଟେଡ୍ ଫ୍ୟାଟ୍ ଓ ଆଣ୍ଟିଅକ୍ସିଡେଣ୍ଟ ରହିଛି। ଏହା ସନ୍ତୁଳିତ ଖାଦ୍ୟ ପଦ୍ଧତିର ଏକ ଉପଯୋଗୀ ଅଂଶ ହୋଇପାରେ।

୬. ଅଣ୍ଡା

ଅଣ୍ଡାରେ କୋଲିନ୍ ଓ ଭିଟାମିନ୍ ବି-୧୨ ସମେତ ଅନେକ ପୋଷକ ତତ୍ତ୍ୱ ରହିଛି। କୋଲିନ୍ ମସ୍ତିଷ୍କର ସାଧାରଣ କାର୍ଯ୍ୟ ଓ ସ୍ନାୟୁ ସଙ୍କେତ ପ୍ରେରଣରେ ଭୂମିକା ନିଭାଏ।

ଖାଦ୍ୟ ସହ ଏହି ଅଭ୍ୟାସ ମଧ୍ୟ ଜରୁରୀ

କେବଳ ଖାଦ୍ୟ ଖାଇଲେ ସ୍ମୃତିଶକ୍ତି ବଢ଼ିଯିବ ବୋଲି ନିଶ୍ଚିତ କରାଯାଇପାରିବ ନାହିଁ। ପର୍ଯ୍ୟାପ୍ତ ନିଦ, ନିୟମିତ ବ୍ୟାୟାମ, ଚାପ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାଣି ପିଇବା ଓ ସନ୍ତୁଳିତ ଖାଦ୍ୟ ମଧ୍ୟ ଜରୁରୀ। ବାରମ୍ବାର ଭୁଲିଯିବା ସମସ୍ୟା ବଢ଼ିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ମୁଢ଼ି ଖାଉଛନ୍ତି କି? ସାବଧାନ! ମଧୁମେହ ରୋଗୀଙ୍କ ପାଇଁ କେତେ ସୁରକ୍ଷିତ ଏହି ପ୍ରିୟ ଜଳଖିଆ?
ଓଡ଼ିଆଙ୍କ ଜଳଖିଆ କଥା ଉଠିଲେ ମୁଢ଼ିର ନାଁ ଆଗକୁ ଆସେ। ପିଆଜ, ଲଙ୍କା ଓ ସୋରିଷ ତେଲ ମିଶା ମୁଢ଼ି ହେଉ କି ଚା’ ସହ ମୁଢ଼ି, ଏହାର ସ୍ୱାଦ ସମସ୍ତଙ୍କୁ ପସନ୍ଦ। ହେଲେ ଆପଣ ଜାଣନ୍ତି କି, ନିୟମିତ ମୁଢ଼ି ଖାଇବା ଦ୍ୱାରା ଶରୀର ଉପରେ କ’ଣ ପ୍ରଭାବ ପଡ଼େ? ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ମୁଢ଼ି ଖାଇବା କେତେ ଠିକ୍? ଜାଣନ୍ତୁ ଏହାର ଲାଭ ଓ ସତର୍କତା।

ମୁଢ଼ି ଖାଇବାରେ ମିଳେ କ’ଣ ଲାଭ?

ମୁଢ଼ି ଚାଉଳରୁ ପ୍ରସ୍ତୁତ ହେଉଥିବା ଏକ ହାଲୁକା ଜଳଖିଆ। ଏଥିରେ ଥିବା କାର୍ବୋହାଇଡ୍ରେଟ୍ ଶରୀରକୁ ଶକ୍ତି ଯୋଗାଇଥାଏ। ଏହା ସହିତ ପିଆଜ, ଟମାଟୋ, କାକୁଡ଼ି ଓ ଅନ୍ୟ ପନିପରିବା ମିଶାଇ ଖାଇଲେ ଅଧିକ ପୋଷକତତ୍ତ୍ୱ ମିଳିପାରେ। ସେହିପରି ମୁଢ଼ିରେ ଭଜା ଚଣା, ବାଦାମ କିମ୍ବା ସିଝା ମଟର ମିଶାଇଲେ ପ୍ରୋଟିନ୍ ଓ ଅନ୍ୟ ପୋଷକତତ୍ତ୍ୱର ପରିମାଣ ବଢ଼ିଥାଏ। ଏହା ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖିବାରେ ସହାୟକ ହୋଇପାରେ।

ମଧୁମେହ ରୋଗୀ ମୁଢ଼ି ଖାଇବା ପୂର୍ବରୁ ସତର୍କ

ମୁଢ଼ିରେ କାର୍ବୋହାଇଡ୍ରେଟ୍ ଅଧିକ ଥିବାରୁ ଏହା ଖାଇବା ପରେ ରକ୍ତରେ ଶର୍କରା ସ୍ତର ଶୀଘ୍ର ବଢ଼ିପାରେ। ତେଣୁ ମଧୁମେହ ରୋଗୀମାନେ ଏହାର ପରିମାଣ ପ୍ରତି ଧ୍ୟାନ ଦେବା ଜରୁରୀ। ନିଜ ରକ୍ତଶର୍କରା ସ୍ତର ଓ ଖାଦ୍ୟ ଯୋଜନା ଅନୁଯାୟୀ ଡାକ୍ତର କିମ୍ବା ଡାଏଟିସିଆନ୍‌ଙ୍କ ପରାମର୍ଶ ନେବା ଉଚିତ।

ଅଧିକ ତେଲ ଓ ଲୁଣ ମଧ୍ୟ ବଢ଼ାଇପାରେ ସମସ୍ୟା

ମୁଢ଼ି ସହ ଅଧିକ ତେଲ, ଲୁଣ ଓ ମିକ୍ସଚର ଖାଇଲେ କ୍ୟାଲୋରି ଓ ସୋଡିୟମ୍‌ର ପରିମାଣ ବଢ଼ିପାରେ। ଅଧିକ ସୋଡିୟମ୍ ଗ୍ରହଣ ଉଚ୍ଚ ରକ୍ତଚାପର ଆଶଙ୍କା ବଢ଼ାଇପାରେ। ଏହାସହ କେବଳ ମୁଢ଼ି ଖାଇଲେ ଶରୀରକୁ ଆବଶ୍ୟକ ସମସ୍ତ ପୋଷକତତ୍ତ୍ୱ ମିଳେ ନାହିଁ। ତେଣୁ ମୁଢ଼ି ଖାଇବା ସମ୍ପୂର୍ଣ୍ଣ ଖରାପ ନୁହେଁ। ଏହାକୁ ସୀମିତ ପରିମାଣରେ ଖାଇବା ସହ ପନିପରିବା ଓ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ମିଶାନ୍ତୁ। ମନେ ରଖନ୍ତୁ, ସୁସ୍ଥ ଖାଦ୍ୟାଭ୍ୟାସ ପାଇଁ କେବଳ ଖାଦ୍ୟ ନୁହେଁ, ଏହାର ପରିମାଣ ଓ ପ୍ରସ୍ତୁତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ଏମ୍ସ ଭୁବନେଶ୍ୱରରେ ଦେଶର ପ୍ରଥମ ପୋର୍ଟେବଲ୍ ବ୍ରେଷ୍ଟ ସେଲ୍ଫ-ଏକ୍ଜାମିନେସନ୍ ବୁଥ୍‌; ମହିଳାଙ୍କୁ ମିଳିବ ସଚେତନତା
ଭୁବନେଶ୍ୱର: ସ୍ତନ କର୍କଟକୁ ନେଇ ବଢ଼ିବ ସଚେତନତା। ମହିଳାମାନେ ନିଜ ସ୍ତନ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହେବା ସହ ରୋଗର ପ୍ରାରମ୍ଭିକ ଲକ୍ଷଣ ଚିହ୍ନିବା ଦିଗରେ ଏକ ନୂଆ ପଦକ୍ଷେପ ନେଇଛି ଏମ୍ସ ଭୁବନେଶ୍ୱର। ସ୍ତନ କର୍କଟ ସଚେତନତା ମାସ ଅବସରରେ ମେଡିକାଲ୍ ଅଙ୍କୋଲୋଜି ବିଭାଗରେ ଦେଶର ପ୍ରଥମ ପୋର୍ଟେବଲ୍ ‘ବ୍ରେଷ୍ଟ ସେଲ୍ଫ-ଏକ୍ଜାମିନେସନ୍’ (BSE) ବୁଥ୍‌ ଉଦ୍‌ଘାଟିତ ହୋଇଛି।

ଏହି ବୁଥ୍‌ରେ ମହିଳାମାନେ ଗୋପନୀୟ ପରିବେଶରେ ସ୍ତନର ସ୍ୱୟଂ-ପରୀକ୍ଷଣ କିପରି କରିବେ, ସେନେଇ ସହଜ ନିର୍ଦ୍ଦେଶାବଳୀ ମାଧ୍ୟମରେ ଜାଣିପାରିବେ। ନିଜ ଶରୀରରେ ଅସ୍ୱାଭାବିକ ପରିବର୍ତ୍ତନକୁ ଚିହ୍ନିବା ଏବଂ ଆବଶ୍ୟକ ସମୟରେ ଡାକ୍ତରୀ ପରାମର୍ଶ ନେବା ପାଇଁ ଏହା ମହିଳାମାନଙ୍କୁ ଉତ୍ସାହିତ କରିବ।

ବୁଥ୍‌ର ଉଦ୍‌ଘାଟନ କରି ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଥିଲେ ଯେ, ସ୍ତନ କର୍କଟକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରିପାରିଲେ ଚିକିତ୍ସାର ଫଳାଫଳ ଭଲ ହୋଇପାରେ। ତେଣୁ ସଚେତନତା ସହ ଠିକ୍ ସମୟରେ ଡାକ୍ତରୀ ପରାମର୍ଶ ନେବା ଜରୁରୀ।

ଏମ୍ସର ମେଡିକାଲ୍ ଅଙ୍କୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସୌରଭ କୁମାର ମିଶ୍ରଙ୍କ ସୂଚନା ଅନୁସାରେ, ବିଭାଗ ସ୍ଥାପନ ହେବାର ଚାରି ବର୍ଷ ମଧ୍ୟରେ ପ୍ରାୟ ୧,୦୦୦ ସ୍ତନ କର୍କଟ ରୋଗୀଙ୍କ ଚିକିତ୍ସା କରାଯାଇଛି। ପ୍ରତି ମାସରେ ପ୍ରାୟ ୧୦୦ ଜଣ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ଯୁବତୀମାନଙ୍କ ମଧ୍ୟରେ ଏହି ରୋଗର ବଢ଼ୁଥିବା ପ୍ରଭାବ ମଧ୍ୟ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ବିଭାଗ ପକ୍ଷରୁ ଏକ ସ୍ଥାୟୀ ବୁଥ୍‌ ପ୍ରତିଷ୍ଠା କରିବାକୁ ଯୋଜନା ରହିଛି।

କେବଳ ଶାରୀରିକ ଚିକିତ୍ସା ନୁହେଁ, ରୋଗୀଙ୍କ ମାନସିକ ସୁସ୍ଥତାକୁ ମଧ୍ୟ ଗୁରୁତ୍ୱ ଦେଉଛି ଏମ୍ସ। ଚାପ ହ୍ରାସ ଓ ଚିକିତ୍ସା ସହ ଖାପ ଖୁଆଇବା ପାଇଁ ଯୋଗ, ଧ୍ୟାନ, ବ୍ୟାୟାମ ଓ ସଙ୍ଗୀତ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଡାକ୍ତର, କର୍ମଚାରୀ ଓ କର୍କଟ ସଂଗ୍ରାମୀମାନେ ଏକାଠି ‘ହମ୍ ହୋଙ୍ଗେ କାମୟାବ ଏକ ଦିନ’ ଗାନ କରିଥିଲେ। ନିଜ ସଂଘର୍ଷର ଅନୁଭୂତି ବାଣ୍ଟି ଅନ୍ୟ ରୋଗୀଙ୍କୁ ସାହସ ଓ ଆଶା ଦେଇଥିଲେ କର୍କଟ ସଂଗ୍ରାମୀମାନେ।

ପ୍ରତିବର୍ଷ ଅକ୍ଟୋବର ମାସକୁ ବିଶ୍ୱବ୍ୟାପୀ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ରୋଗ ସମ୍ପର୍କରେ ସଚେତନତା ବଢ଼ାଇବା, ପ୍ରାରମ୍ଭିକ ଚିହ୍ନଟ ଓ ସମୟୋଚିତ ଚିକିତ୍ସାକୁ ପ୍ରୋତ୍ସାହନ ଦେବା।

ଶୀତଦିନେ ପିଅନ୍ତୁ ଗାଜର ଜୁସ୍, ମିଳିବ ଅନେକ ଲାଭ; ଜାଣନ୍ତୁ ଆଖି, ଚର୍ମ ଓ ହାର୍ଟ ପାଇଁ ଏହା କେତେ ଉପକାରୀ?
ଶୀତଦିନେ ବଜାରରେ ସହଜରେ ମିଳୁଥିବା ଗାଜର କେବଳ ଏକ ପରିବା ନୁହେଁ, ବରଂ ପୋଷକତତ୍ତ୍ୱର ଏକ ଭଲ ଉତ୍ସ। ଗାଜରରେ ଥିବା ବିଟା-କାରୋଟିନ୍, ଭିଟାମିନ୍ ଓ ଆଣ୍ଟିଅକ୍ସିଡେଣ୍ଟ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୁଏ। ବିଶେଷକରି ଗାଜର ଜୁସ୍ ପିଇବା ଦ୍ୱାରା ଆଖି, ହୃଦୟ ଓ ଚର୍ମର ସ୍ୱାସ୍ଥ୍ୟକୁ ଅନେକ ଲାଭ ମିଳିପାରେ। ତେବେ ନିୟମିତ ଗାଜର ରସ ପିଇଲେ ଶରୀରରେ କ’ଣ ପରିବର୍ତ୍ତନ ହୁଏ? ଆସନ୍ତୁ ଜାଣିବା।

୧. ଆଖିର ସ୍ୱାସ୍ଥ୍ୟ ରଖେ ଭଲ

ଗାଜରରେ ଥିବା ବିଟା-କାରୋଟିନ୍ ଶରୀରରେ ଭିଟାମିନ୍ Aରେ ପରିଣତ ହୁଏ। ଏହି ଭିଟାମିନ୍ ଆଖିର ସାଧାରଣ କାର୍ଯ୍ୟ ଓ ଦୃଷ୍ଟିଶକ୍ତି ବଜାୟ ରଖିବାରେ ସହାୟକ। ବିଶେଷକରି ଭିଟାମିନ୍ Aର ଅଭାବ ଯୋଗୁଁ ରାତିରେ ଦେଖିବାରେ ସମସ୍ୟା ହେଉଥିଲେ, ଏହା ଉପକାରୀ ହୋଇପାରେ। ତେବେ ଗାଜର ଜୁସ୍ ପିଇଲେ ଚଷମାର ପାୱାର କମିଯାଏ ବୋଲି ଧରିନେବା ଠିକ୍ ନୁହେଁ।

୨. ହୃଦୟକୁ ରଖେ ସୁସ୍ଥ

ଗାଜର ରସରେ ଥିବା ପଟାସିୟମ୍ ରକ୍ତଚାପ ନିୟନ୍ତ୍ରଣରେ ସହାୟକ ହୋଇପାରେ। ଏହା ସହ ଗାଜରରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଶରୀରର କୋଷଗୁଡ଼ିକୁ ଅକ୍ସିଡେଟିଭ୍ ଚାପରୁ ସୁରକ୍ଷା ଦେବାରେ ଭୂମିକା ନିଭାଏ। ତେବେ ହୃଦୟକୁ ସୁସ୍ଥ ରଖିବା ପାଇଁ କେବଳ ଗାଜର ଜୁସ୍ ଉପରେ ନିର୍ଭର ନକରି ସନ୍ତୁଳିତ ଖାଦ୍ୟ ଓ ନିୟମିତ ବ୍ୟାୟାମ ଜରୁରୀ।

୩. ଚର୍ମରେ ଆଣେ ପ୍ରାକୃତିକ ଚମକ

ସୁସ୍ଥ ଚର୍ମ ପାଇଁ ଭିଟାମିନ୍ A ଓ ଆଣ୍ଟିଅକ୍ସିଡେଣ୍ଟ ଆବଶ୍ୟକ। ଗାଜରରେ ଥିବା ବିଟା-କାରୋଟିନ୍ ଚର୍ମର ସାଧାରଣ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସହାୟକ ହୁଏ। ତେଣୁ ଗାଜରକୁ ଖାଦ୍ୟରେ ସାମିଲ କରିବା ଲାଭଦାୟକ। ତେବେ କେବଳ ଗାଜର ଜୁସ୍ ପିଇଲେ ଚର୍ମ ଉଜ୍ଜ୍ୱଳ ହୋଇଯିବ, ଏହାର କୌଣସି ନିଶ୍ଚିତ ଗ୍ୟାରେଣ୍ଟି ନାହିଁ।

୪. ରୋଗପ୍ରତିରୋଧକ କ୍ଷମତାକୁ କରେ ସହାୟତା

ଗାଜରରେ ଥିବା ଭିଟାମିନ୍ A ଓ ଅନ୍ୟାନ୍ୟ ପୋଷକତତ୍ତ୍ୱ ଶରୀରର ସାଧାରଣ ରୋଗପ୍ରତିରୋଧକ କାର୍ଯ୍ୟ ପାଇଁ ଆବଶ୍ୟକ। ନିୟମିତ ସନ୍ତୁଳିତ ଖାଦ୍ୟର ଅଂଶ ଭାବେ ଗାଜର ଜୁସ୍ ପିଇବା ଶରୀରକୁ ପୋଷଣ ଯୋଗାଇପାରେ। କିନ୍ତୁ ଏହା କୌଣସି ରୋଗରୁ ରକ୍ଷା ପାଇବାର ନିଶ୍ଚିତ ଉପାୟ ନୁହେଁ।

୫. ହଜମ ପ୍ରକ୍ରିୟା ପାଇଁ କେଉଁଟି ଭଲ?

ଗାଜରରେ ଥିବା ଫାଇବର୍ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ଓ କୋଷ୍ଠକାଠିନ୍ୟ କମାଇବାରେ ସହାୟକ। ତେବେ ଗାଜରକୁ ଜୁସ୍ କରିବା ସମୟରେ ଏହାର ଅଧିକାଂଶ ଫାଇବର୍ ଛାଣି ବାହାର କରିଦିଆଯାଇପାରେ। ତେଣୁ ହଜମ ପ୍ରକ୍ରିୟା ପାଇଁ ଗାଜର ଜୁସ୍ ସହ ପୂରା ଗାଜର ଖାଇବା ମଧ୍ୟ ଭଲ ବିକଳ୍ପ।

୬. ଶରୀରକୁ ଯୋଗାଏ ଆବଶ୍ୟକ ପୋଷକତତ୍ତ୍ୱ

ଗାଜର ରସରେ ଭିଟାମିନ୍, ପଟାସିୟମ୍ ଓ ବିଟା-କାରୋଟିନ୍ ରହିଛି। ଏହା ଶରୀରର ଦୈନନ୍ଦିନ ପୋଷଣ ଆବଶ୍ୟକତା ପୂରଣରେ ସହାୟକ ହୋଇପାରେ। ତେବେ ଜୁସ୍‌ରେ ଅଧିକ ଚିନି ମିଶାଇବା ଉଚିତ୍ ନୁହେଁ। ମଧୁମେହ ଥିବା ବ୍ୟକ୍ତିମାନେ ମଧ୍ୟ ଏହାର ପରିମାଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

କେତେ ପରିମାଣରେ ପିଇବେ ଗାଜର ଜୁସ୍?

ଗାଜର ଜୁସ୍‌କୁ ସନ୍ତୁଳିତ ଖାଦ୍ୟର ଏକ ଅଂଶ ଭାବେ ଅଳ୍ପ ପରିମାଣରେ ପିଇପାରିବେ। ତାଜା ଜୁସ୍ ପିଇବା ସହ ଚିନି ନମିଶାଇବା ଭଲ। ମନେ ରଖନ୍ତୁ, ଗାଜର ଜୁସ୍ ସୁସ୍ଥ ଜୀବନଶୈଳୀର ବିକଳ୍ପ ନୁହେଁ। ପର୍ଯ୍ୟାପ୍ତ ପାଣି ପିଇବା, ସନ୍ତୁଳିତ ଖାଦ୍ୟ ଖାଇବା ଓ ନିୟମିତ ବ୍ୟାୟାମ କରିବା ମଧ୍ୟ ଜରୁରୀ।

ପିରିୟଡ୍ସ ବନ୍ଦ ହେବାର ୧୫ ବର୍ଷ ପୂର୍ବରୁ ଆରମ୍ଭ ହୁଏ ଏହି ପରିବର୍ତ୍ତନ; ମହିଳାଙ୍କ ଶରୀରକୁ ନେଇ ନୂଆ ଅଧ୍ୟୟନ
ବୟସ ବଢ଼ିବା ସହ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖାଦିଏ। କେତେବେଳେ ହଠାତ୍ ଗରମ ଲାଗିବା, ରାତିରେ ଅଧିକ ଝାଳ ବାହାରିବା, ନିଦରେ ସମସ୍ୟା ହେବା କିମ୍ବା ବିନା କାରଣରେ ଥକ୍କା ଲାଗିବା ଭଳି ଲକ୍ଷଣକୁ ଅନେକ ମହିଳା ସାଧାରଣ ବୟସଜନିତ ପରିବର୍ତ୍ତନ ଭାବି ଅଣଦେଖା କରନ୍ତି। କିନ୍ତୁ ଏହା ପଛରେ ମେନୋପଜ୍ ବା ଋତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହେବା ପ୍ରକ୍ରିୟା ସହ ଜଡ଼ିତ ହର୍ମୋନ୍ ପରିବର୍ତ୍ତନ ମଧ୍ୟ ରହିପାରେ।

ଏକ ନୂଆ ଅଧ୍ୟୟନ ମହିଳାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ସାମ୍ନାକୁ ଆଣିଛି। ଏଥିରେ ଜଣାପଡ଼ିଛି ଯେ ମେନୋପଜ୍ ସମ୍ପର୍କିତ କିଛି ହର୍ମୋନ୍ ପରିବର୍ତ୍ତନ ଋତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହେବାର ପ୍ରାୟ ୧୫ ବର୍ଷ ପୂର୍ବରୁ ଆରମ୍ଭ ହୋଇପାରେ। ଏହି ପରିବର୍ତ୍ତନ କେବଳ ପ୍ରଜନନ ପ୍ରଣାଳୀରେ ସୀମିତ ନରହି ଶରୀରର ଅନ୍ୟାନ୍ୟ ଅଙ୍ଗ ଓ ରକ୍ତ ପରୀକ୍ଷାରେ ମଧ୍ୟ ପ୍ରତିଫଳିତ ହୋଇପାରେ।

ହର୍ମୋନ୍‌ରେ ପରିବର୍ତ୍ତନ, ଶରୀର ଦେଉଥାଏ ସଙ୍କେତ

ମେନୋପଜ୍ ହେଉଛି ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ପର୍ଯ୍ୟାୟ। ଏହି ସମୟରେ ଅଣ୍ଡାଶୟର କାର୍ଯ୍ୟକ୍ଷମତା ହ୍ରାସ ପାଏ ଏବଂ ଏଷ୍ଟ୍ରୋଜେନ୍ ସମେତ ବିଭିନ୍ନ ହର୍ମୋନ୍‌ର ସ୍ତରରେ ପରିବର୍ତ୍ତନ ହୁଏ। ଏହାର ପ୍ରଭାବରେ ହଠାତ୍ ଗରମ ଲାଗିବା, ରାତିରେ ଝାଳ ବାହାରିବା, ନିଦରେ ସମସ୍ୟା ଓ ମନୋଭାବରେ ପରିବର୍ତ୍ତନ ଭଳି ଲକ୍ଷଣ ଦେଖାଦେଇପାରେ।

ରକ୍ତ ପରୀକ୍ଷାରେ ମଧ୍ୟ ଦେଖାଯାଏ ପରିବର୍ତ୍ତନ

‘ନେଚର ମେଡିସିନ୍’ରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ଗବେଷକମାନେ ଆମେରିକା ଓ ଇସ୍ରାଏଲ୍‌ର ମହିଳାଙ୍କ ବିପୁଳ ପରିମାଣର ଲାବରେଟୋରି ଟେଷ୍ଟ ତଥ୍ୟ ବିଶ୍ଳେଷଣ କରିଥିଲେ। ଏଥିରେ0 ଆଣ୍ଟି-ମୁଲେରିଆନ୍ ହର୍ମୋନ୍ (AMH)ର ସ୍ତର ମେନୋପଜ୍‌ର ପ୍ରାୟ ୧୫ ବର୍ଷ ପୂର୍ବରୁ ଦ୍ରୁତ ହ୍ରାସ ପାଇବା ଏବଂ ଫଲିକଲ୍ ଷ୍ଟିମୁଲେଟିଂ ହର୍ମୋନ୍ (FSH)ର ସ୍ତର ବଢ଼ିବାର ଧାରା ଦେଖିବାକୁ ମିଳିଥିଲା। ସେହିପରି ଏଷ୍ଟ୍ରାଡିଓଲ୍‌ର ସ୍ତର ମଧ୍ୟ ମେନୋପଜ୍‌ର ପ୍ରାୟ ୧୨ ବର୍ଷ ପୂର୍ବରୁ ଦ୍ରୁତ ହ୍ରାସ ପାଇପାରେ।

ହାଡ଼ ଓ ଅନ୍ୟ ଅଙ୍ଗ ଉପରେ ପ୍ରଭାବ

ଅଧ୍ୟୟନରେ ଆମେରିକାର ତଥ୍ୟ ଆଧାରରେ ବିଶ୍ଳେଷଣ କରାଯାଇଥିବା ୯୦ ପ୍ରକାର ଲାବ୍ ଟେଷ୍ଟ ମଧ୍ୟରୁ ୫୨ଟିରେ ମେନୋପଜ୍‌ର ଆଖପାଖ ସମୟରେ ହଠାତ୍ ପରିବର୍ତ୍ତନ ଦେଖାଯାଇଥିଲା। ଏଥିରେ ହାଡ଼ର ସ୍ୱାସ୍ଥ୍ୟ, ଯକୃତ ଓ ବୃକ୍‌କର କାର୍ଯ୍ୟକ୍ଷମତା ଏବଂ ରକ୍ତରେ ଥିବା ଚର୍ବି ସମ୍ପର୍କିତ ପରୀକ୍ଷା ଅନ୍ତର୍ଭୁକ୍ତ ଥିଲା।

ଏଷ୍ଟ୍ରୋଜେନ୍ ହାଡ଼କୁ ମଜଭୁତ ରଖିବାରେ ସହାୟତା କରେ। ଏହାର ସ୍ତର କମିଲେ ହାଡ଼ର ଘନତ୍ୱ ହ୍ରାସ ପାଇବାର ଆଶଙ୍କା ବଢ଼ିପାରେ। ତେଣୁ ମେନୋପଜ୍ ସମୟରେ ଶରୀରରେ ଦେଖାଦେଉଥିବା ପରିବର୍ତ୍ତନକୁ ଗୁରୁତ୍ୱ ଦେବା ଆବଶ୍ୟକ।

କ’ଣ କରିବେ ମହିଳା?

ମେନୋପଜ୍ ସମୟରେ ସବୁ ମହିଳାଙ୍କଠାରେ ସମାନ ଲକ୍ଷଣ ଦେଖାଯାଏ ନାହିଁ। ତେଣୁ ହଠାତ୍ ଗରମ ଲାଗିବା, ଅତ୍ୟଧିକ ଝାଳ ବାହାରିବା କିମ୍ବା ଦୀର୍ଘ ସମୟ ଧରି ଥକ୍କା ଲାଗିବା ଭଳି ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ହର୍ମୋନ୍ ଥେରାପି ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ, ତେଣୁ ଏହାକୁ କେବଳ ଡାକ୍ତରଙ୍କ ପରାମର୍ଶରେ ଗ୍ରହଣ କରିବା ଉଚିତ।

ମେନୋପଜ୍ କେବଳ ପିରିୟଡ୍ସ ବନ୍ଦ ହେବା ନୁହେଁ, ବରଂ ଶରୀରରେ ବିଭିନ୍ନ ପରିବର୍ତ୍ତନର ଏକ ପ୍ରକ୍ରିୟା। ଏହା ବିଷୟରେ ସଚେତନ ରହିବା ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାରେ ସହାୟକ ହୋଇପାରେ।

ଯୁବପିଢ଼ିଙ୍କୁ ଘାରିଲାଣି କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମ୍; ଆଖି ସମସ୍ୟାକୁ ଅଣଦେଖା କଲେ ବଢ଼ିପାରେ ବିପଦ, ସତର୍କ କଲା ଭୁବନେଶ୍ୱର AIIMS
ଭୁବନେଶ୍ୱର: ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ଓ କମ୍ପ୍ୟୁଟର ସ୍କ୍ରିନ୍‌ରେ ଆମେ ଆଖି ପୁରାଇ ବସିରହୁଛେ। ଅନଲାଇନ୍ କାମ ହେଉ କି ସୋସିଆଲ ମିଡିଆରେ ସମୟ ବିତାଇବା, ଦୀର୍ଘ ସମୟ ସ୍କ୍ରିନ୍ ବ୍ୟବହାର ଆଜିର ଜୀବନର ଯେପରିଏକ ଅଂଶ ପାଲଟିଛି, କିନ୍ତୁ ଏହି ଅଭ୍ୟାସ ଆଖି ଉପରେ ପକାଉଛି କି ପ୍ରଭାବ? ଯୁବପିଢ଼ିଙ୍କ ମଧ୍ୟରେ କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମ୍ ସମେତ ବିଭିନ୍ନ ଚକ୍ଷୁ ସମସ୍ୟାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ୱାସ। ଆଖିରେ ଦେଖାଦେଉଥିବା ପ୍ରାରମ୍ଭିକ ଲକ୍ଷଣକୁ ଅଣଦେଖା ନକରିବା ସହ ଠିକ୍ ସମୟରେ ଚିକିତ୍ସା କରାଇବାକୁ ସେ ପରାମର୍ଶ ଦେଇଛନ୍ତି।

ବିଶ୍ୱ ଦୃଷ୍ଟି ଦିବସରେ ସଚେତନତା କାର୍ଯ୍ୟକ୍ରମ

ବିଶ୍ୱ ଦୃଷ୍ଟି ଦିବସ ଅବସରରେ ଏମ୍ସ ଭୁବନେଶ୍ୱରର ଚକ୍ଷୁ ବିଭାଗ ପକ୍ଷରୁ ଚକ୍ଷୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ପାଇଁ ୱାକାଥନ୍‌ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେଇ ଡ. ଆଶୁତୋଷ ବିଶ୍ୱାସ କହିଥିଲେ ଯେ, ଦୀର୍ଘ ସମୟ ଧରି ସ୍କ୍ରିନ୍ ବ୍ୟବହାର କରିବା ଏବଂ ଆଖିର ଉପଯୁକ୍ତ ଯତ୍ନ ନନେବା ଦ୍ୱାରା ଚକ୍ଷୁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ।

ସ୍କ୍ରିନ୍ ବ୍ୟବହାର ସମୟରେ ନିୟମିତ ବିରତି ନେବା, ସମୟାନୁସାରେ ଆଖି ପରୀକ୍ଷା କରାଇବା ଏବଂ ଦୃଷ୍ଟି ସମ୍ବନ୍ଧୀୟ ସମସ୍ୟା ଦେଖାଦେଲେ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ। ଅନେକ ଚକ୍ଷୁ ସମସ୍ୟାକୁ ଠିକ୍ ସମୟରେ ଚିହ୍ନଟ ଓ ଚିକିତ୍ସା କରାଗଲେ ଦୃଷ୍ଟିଶକ୍ତି ହ୍ରାସକୁ ରୋକାଯାଇପାରିବ।

ମାସକୁ ୫ରୁ ୬ ହଜାର ରୋଗୀ ନେଉଛନ୍ତି ଚକ୍ଷୁ ଚିକିତ୍ସା

ଏମ୍ସ ଭୁବନେଶ୍ୱରର ଚକ୍ଷୁ ବିଭାଗରେ ପ୍ରତିଦିନ ପ୍ରାୟ ୨୫୦ରୁ ଅଧିକ ରୋଗୀ ଚିକିତ୍ସା ଓ ପରାମର୍ଶ ପାଇଁ ଆସୁଛନ୍ତି। ମାସକୁ ପ୍ରାୟ ୫,୦୦୦ରୁ ୬,୦୦୦ ରୋଗୀ ଏଠାରେ ଚକ୍ଷୁ ସେବା ନେଉଛନ୍ତି। ଦୃଷ୍ଟିଶକ୍ତି ଜନିତ ତ୍ରୁଟି, ମୋତିଆବିନ୍ଦୁ, ଡାଇବେଟିକ୍ ରେଟିନୋପାଥି, ଗ୍ଲୁକୋମା ଏବଂ କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମ୍ ଭଳି ସମସ୍ୟା ଦେଖିବାକୁ ମିଳୁଛି।

ଆଖିର ଯତ୍ନ ନେବା କାହିଁକି ଜରୁରୀ?

ଦୀର୍ଘ ସମୟ ସ୍କ୍ରିନ୍ ଦେଖିବା ଦ୍ୱାରା ଆଖି ଥକିଯିବା, ଶୁଷ୍କତା, ମୁଣ୍ଡବିନ୍ଧା ଓ ଦୃଷ୍ଟି ଅସ୍ପଷ୍ଟ ହେବା ଭଳି ଲକ୍ଷଣ ଦେଖାଦେଇପାରେ। ତେଣୁ ମଝିରେ ମଝିରେ ସ୍କ୍ରିନ୍‌ରୁ ଆଖି ହଟାଇ ବିରତି ନେବା, ଉପଯୁକ୍ତ ଆଲୋକରେ କାମ କରିବା ଏବଂ ଆଖିରେ ଅସୁବିଧା ଲାଗିଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ୱରର ଡିନ୍ ଡ. ଦିଲୀପ କୁମାର ପରିଡ଼ା, ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, ଚକ୍ଷୁ ବିଭାଗ ମୁଖ୍ୟ ଡ. ସୁଚେତା ପରିଜାଙ୍କ ସମେତ ଅନ୍ୟ ଡାକ୍ତରମାନେ ଉପସ୍ଥିତ ଥିଲେ। ଆଖିର ସୁରକ୍ଷା ପାଇଁ ସଚେତନ ରହିବା ସହ ଚକ୍ଷୁ ସମସ୍ୟାକୁ ଅବହେଳା ନକରିବାକୁ ବିଶେଷଜ୍ଞମାନେ ଆହ୍ୱାନ ଦେଇଛନ୍ତି।

ଭାଇରାଲ ହେଉଛି ବାବା ରାମଦେବଙ୍କ ଆୟୁର୍ବେଦିକ ହୁକ୍କା
ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବାବା ରାମଦେବ ଏକ ଅନନ୍ୟ ଆୟୁର୍ବେଦିକ ହୁକ୍କା ଆଣିଛନ୍ତି । ଯେଉଁଥିରେ ଆୟୁର୍ବେଦିକ ଜଡ଼ିବୁଟି ପକାଇ ସେ ବାତ, ପିତ୍ତ ଏବଂ କଫ ଭଲ ହେବାର ଦାବି କରିଛନ୍ତି ।

ବାବା ରାମଦେବ କହିଛନ୍ତି ଯେ ଏହି ହୁକ୍କାରେ ସାଧାରଣତଃ ବ୍ୟବହୃତ ତମାଖୁ କିମ୍ବା ସ୍ୱାଦ ବଦଳରେ ଆୟୁର୍ବେଦିକ ଉପାଦାନର ବ୍ୟବହାର କରାଯାଏ। ଲାଇକୋରିସ୍, ହଳଦୀ, ସୋରିଷ, ଗାଈ ଘିଅ ଏବଂ କର୍ପୁର ଆଦି ବ୍ୟବହାର କରି ତାହାକୁ ହୁକ୍କାରେ ପକାଇ ଜାଳୁଛନ୍ତି । ସେଥିରୁ ବାହାରୁଥିବା ଧୂଆଁକୁ ସେବନ କରିବାକୁ ପଡ଼ିବ । ଏହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ସହଜ ଅନୁଭବ ହେବା ସହିତ ବାତ, ପିତ୍ତ ଏବଂ କଫରୁ ମୁକ୍ତି ମିଳିବ ବୋଲି ଦାବି କରିଛନ୍ତି ।

ତେବେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । କାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନିୟମିତ ହୁକ୍କା ଏବଂ ଇ-ସିଗାରେଟ୍ ବିଷୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥାନ୍ତି। ସ୍ୱାଦଯୁକ୍ତ ହୁକ୍କା ଏବଂ ଇ-ସିଗାରେଟ୍‌ରେ ଥିବା ତମାଖୁ ଏବଂ ବିଭିନ୍ନ ରାସାୟନିକ ପଦାର୍ଥ ଫୁସଫୁସ ପାଇଁ କ୍ଷତିକାରକ ଅଟେ । ରାମଦେବଙ୍କ ଆୟୁର୍ବେଦିକ ହୁକ୍କା ନିୟମିତ ତମାଖୁ ହୁକ୍କା ଠାରୁ ଭିନ୍ନ ବୋଲି କୁହାଯାଉଛି । ତଥାପି ଏହା ଉପରେ ରିସର୍ଚ୍ଚ ଜରୁରୀ ବୋଲି କୁହାଯାଉଛି ।

ଡେଙ୍ଗୁର ମୁକାବିଲା କରିବ "କ୍ୟୁଡେଙ୍ଗା ଟୀକା", ଭାରତ ଦେଲା ମଞ୍ଜୁରି, ୪ ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତି କରିପାରିବେ ଟୀକାକରଣ
ନୂଆଦିଲ୍ଲୀ: ଡେଙ୍ଗୁର ମୁକାବିଲା କରିବ “କ୍ୟୁଡେଙ୍ଗା” ଟୀକା (QDENGA Vaccine) । ଭାରତ ପ୍ରଥମ ଡେଙ୍ଗୁ ଭ୍ୟାକସିନ  “କ୍ୟୁଡେଙ୍ଗା”କୁ ମଞ୍ଜୁରି ପ୍ରଦାନ କରିଛି । ଜାପାନର ଫାର୍ମା କମ୍ପାନୀ ଟାକେଡା (Takeda) ଦ୍ୱାରା ପ୍ରସ୍ତୁକ ଏହି ଟୀକାକୁ ଭାରତ ଡ୍ରଗ୍ କଣ୍ଟ୍ରୋଲ ଜେନରାଲ (ଡିସିଜିଆଇ) ଏହାକୁ ଅନୁମତି ଦେଇଛି । ୪ ବର୍ଷ ଶିଶୁଙ୍କ ଠାରୁ ଆରମ୍ଭ କରି ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପର‌୍ୟ୍ୟନ୍ତ ଟୀକାକରଣ କରିପାରିବେ ।

ପ୍ରତିବର୍ଷ ଭାରତରେ ମୌସୁମୀର ଆଗମନ ପରେ ଡେଙ୍ଗୁର ପ୍ରାଦୁର୍ଭାବ ବଢ଼େ । ପ୍ରତ୍ୟେକ ସହରରେ ହଜାର ହଜାର ସଂଖ୍ୟାରେ ଲୋକେ ଡେଙ୍ଗୁରେ ଆକ୍ରାନ୍ତ ହୁଅନ୍ତି । ଏହାର ନିରାକରଣ ପାଇଁ ଭାରତ ସରକାର କ୍ୟୁଡେଙ୍ଗା ଟୀକାକୁ ମଞ୍ଜୁର ପ୍ରଦାନ କରିଛନ୍ତି । ଭାରତରେ ମଞ୍ଜୁର ହେବାକୁ ଥିବା ଏହା ପ୍ରଥମ ଡେଙ୍ଗୁ ଟୀକା । ଏହାକୁ ଲଗାଇବାକୁ କୌଣସି ପରୀକ୍ଷାର ଆବଶ୍ୟକତା ନାହିଁ । ପୂର୍ବରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଏବଂ ନ ହୋଇଥିବା ବ୍ୟକ୍ତି ଏହି ଟୀକାକରଣ କରାଇପାରିବେ ।  ୪ ବର୍ଷ ଶିଶୁଙ୍କ ଠାରୁ ଆରମ୍ଭ କରି ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପର‌୍ୟ୍ୟନ୍ତ ଟୀକାକରଣ କରିପାରିବେ । ତିନି ମାସ ବ୍ୟବଧାନରେ ମାତ୍ର ଦୁଇଟି ଡୋଜ୍ ଡେଙ୍ଗୁ ଟୀକା ନେବାକୁ ପଡ଼ିବ ।

QDENGA ଭ୍ୟାକସିନର ବିଶେଷତ୍ୱ

ଡେଙ୍ଗୁର ଭୂତାଣୁ ପ୍ରାୟତଃ 4 ପ୍ରକାର ଅଟେ । କିନ୍ତୁ ସମସ୍ତ ପ୍ରକାର ଭୂତାଣୁ ପାଇଁ କେବଳ ଗୋଟିଏ ହିଁ ଟୀକା କ୍ୟୁଡେଙ୍ଗା ନେବାକୁ ପଡ଼ିବ । କମ୍ପାନୀ ଦାବି କରିଛି, କ୍ୟୁଡେଙ୍ଗା ବ୍ୟାପକ ଗବେଷଣା କରିଛି । ଏହି ଟୀକା ଏପର୍ଯ୍ୟନ୍ତ ୨୮,୦୦୦ ରୁ ଅଧିକ ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଛି । କ୍ଲିନିକାଲ୍ ପରୀକ୍ଷଣରୁ ଜଣାପଡିଛି ଯେ ଦ୍ୱିତୀୟ ଡୋଜ୍ ଦେବାର ୧୨ ମାସ ପରେ ଡେଙ୍ଗୁ ରୋକିବାରେ ଏହା ୮୦.୨% ପ୍ରଭାବଶାଳୀ ଅଟେ । ଏହା ଡେଙ୍ଗୁ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେବାର ବିପଦକୁ ୯୦.୪% ହ୍ରାସ କରିବାରେ ସଫଳ ହୋଇଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ ସାଢ଼େ ଚାରି ବର୍ଷ ପରେ ମଧ୍ୟ ଡେଙ୍ଗୁ ଯୋଗୁଁ ହସ୍ପିଟାଲରେ ଭର୍ତ୍ତିକୁ ରୋକିବାରେ ଏହି ଟୀକା ୮୪.୧% ପ୍ରଭାବଶାଳୀ ରହିଛି । ଏହାର ସୁରକ୍ଷା ଏବଂ ପ୍ରଭାବ ୭ ବର୍ଷ ପର୍ଯ୍ୟନ୍ତ ବଜାୟ ରହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଛି ମଞ୍ଜୁରି

ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କ୍ୟୁଡେଙ୍ଗା ଟୀକାକୁ ସୁପାରିଶ କରିଛି । ଯେଉଁ ଦେଶରେ ଡେଙ୍ଗୁର ମାତ୍ରାଧିକ ପ୍ରଭାବ ରହିଛି ସେହି ଦେଶମାନେ ଏହାକୁ ବ୍ୟବହାର କରିପାରିବେ । ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୁଣାବତ୍ତା, ସୁରକ୍ଷା ଏବଂ ପ୍ରଭାବ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଛି । ପୂର୍ବରୁ ୪୩ଟି ଦେଶ ଏହି ଟୀକାକୁ ମଞ୍ଜୁରି ପ୍ରଦାନ କରିଥିବାବେଳେ ୪୪ ତମ ଦେଶ ଭାରତ ଏଥିରେ ସାମିଲ ହୋଇଛି । ବିଶ୍ୱରେ ୩.୨ କୋଟି ଡୋଜ୍ ବଣ୍ଟନ ସରିଛି । ବ୍ରାଜିଲ, ଆର୍ଜେଣ୍ଟିନା, କଲମ୍ବିଆ ଏବଂ ଇଣ୍ଡୋନେସିଆରେ ଏହା ସାଧାରଣ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛି ।

ଭାରତରେ ଡେଙ୍ଗୁର ସ୍ଥିତି ଚିନ୍ତାଜନକ । ବିଶ୍ୱରେ ଡେଙ୍ଗୁ ଆକ୍ରାନ୍ତରେ ଭାରତରେ କେବଳ ଏକ ତୃତୀୟାଂଶ ରୋଗୀ ଅଟନ୍ତି । ଗତ ୨୦ ବର୍ଷ ମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ପ୍ରତିଶତ ବୃଦ୍ଧି ପାଇଛି । ଗତ ୨୦୨୫ରେ ଦେଶର ୧ ଲକ୍ଷ ୧୩ ହଜାର ଡେଙ୍ଗୁ ମାମଲା ସାମ୍ନାକୁ ଆସିଛି । କିନ୍ତୁ ପ୍ରକୃତ ସଂଖ୍ୟା ଏହା ଠାରୁ ଆହୁରି ଅଧିକ ।

ଅଧିକ ପଢ଼ନ୍ତୁ:- ହେଡକ୍ୱାର୍ଟରରୁ ମିଳିଲା ତ୍ରିପୁରାର ଡିଜିପି ଅନୁରାଗ ଧନଖଡଙ୍କ ମୃତଦେହ, ଆତ୍ମହତ୍ୟା ଆଶଙ୍କା

ସହରାଞ୍ଚଳ ମହିଳାଙ୍କ ମଧ୍ୟରେ ମୋଟାପଣ ଅଧିକ, ଗ୍ରାମାଞ୍ଚଳରେ ୪୨% ମହିଳା ଇଣ୍ଟରନେଟ୍ଠାରୁ ଦୂରରେ... ନ୍ୟାସନାଲ୍ ଫ୍ୟାମିଲି ହେଲ୍ଥ ସର୍ଭେର ବଡ଼ ତଥ୍ୟ
ନ୍ୟାସନାଲ୍ ଫ୍ୟାମିଲି ହେଲ୍ଥ ସର୍ଭେ (NFHS-6) ର ନୂଆ ସୂଚନା ସାମ୍ନାକୁ ଆସିଛି। ସର୍ଭେ ଅନୁଯାୟୀ, ଦେଶରେ ବୟସ୍କମାନଙ୍କ ମଧ୍ୟରେ ମୋଟାପଣ ଏବଂ ହାଇ ବ୍ଲଡ୍ ସୁଗାର୍ ସ୍ତରରେ ଯଥେଷ୍ଟ ବୃଦ୍ଧି ଘଟିଥିବା ବେଳେ, ୫ ବର୍ଷରୁ କମ୍ ବୟସର ପିଲାଙ୍କ ମଧ୍ୟରେ ଡାଇରିଆ (ଝାଡ଼ାବାନ୍ତି) ମାମଲାରେ ସାମାନ୍ୟ ହ୍ରାସ ରେକର୍ଡ କରାଯାଇଛି। ଟିକାକରଣର ସୁଧାର ଏବଂ ସୁରକ୍ଷିତ ପାନୀୟ ଜଳ ଯୋଗାଣ ଯୋଗୁଁ ଶିଶୁମାନଙ୍କ ସ୍ୱାସ୍ଥ୍ୟରେ ଏହି ସୁଧାର ଆସିଛି। ତେବେ ବୟସ୍କମାନଙ୍କ ମଧ୍ୟରେ ବଢୁଥିବା ମୋଟାପଣ ଓ ବ୍ଲଡ୍ ସୁଗାର୍ ଦର୍ଶାଉଛି ଯେ ଦେଶରେ ଜୀବନଶୈଳୀ ଜନିତ ରୋଗର ବୋଝ ବଢିବାରେ ଲାଗିଛି।

ମହିଳାଙ୍କ ମଧ୍ୟରେ ମୋଟାପଣ ସମସ୍ୟା ଅଧିକ

ସର୍ଭେ ଅନୁଯାୟୀ, ୨୦୨୩-୨୪ ମସିହାରେ ୧୫-୪୯ ବର୍ଷ ବୟସର ୩୦.୭% ମହିଳା ଅତ୍ୟଧିକ ଓଜନ ବା ମୋଟାପଣର ଶିକାର ହୋଇଛନ୍ତି। ଏଥିମଧ୍ୟରୁ ସହରାଞ୍ଚଳରେ ଏହି ହାର ୪୨.୮% ଥିବାବେଳେ ଗ୍ରାମାଞ୍ଚଳରେ ଏହା ମାତ୍ର ୨୫.٥% ରହିଛି। ପୂର୍ବ ସର୍ଭେ (NFHS-5) ରେ ଏହି ସାମଗ୍ରିକ ସଂଖ୍ୟା ୨୪% ଥିଲା। ସେହିପରି ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ମୋଟାପଣ ୨୨.୯% ରୁ ବୃଦ୍ଧି ପାଇ ୨୭.୩% ହୋଇଛି। NFHS-6 ପାଇଁ ଦେଶବ୍ୟାପୀ ୭.୧ ଲକ୍ଷରୁ ଅଧିକ ମହିଳା ଏବଂ ୧ ଲକ୍ଷରୁ ଅଧିକ ପୁରୁଷଙ୍କୁ ସାମିଲ କରାଯାଇଥିଲା।

ବ୍ଲଡ୍ ସୁଗାର୍ ସ୍ତର ଚିନ୍ତାଜନକ

୧୫ ବର୍ଷ ବା ତା'ଠାରୁ ଅଧିକ ବୟସର ମହିଳାଙ୍କ ମଧ୍ୟରେ ହାଇ ବ୍ଲଡ୍ ସୁଗାର୍ କିମ୍ବା ଏଥିପାଇଁ ଔଷଧ ଖାଉଥିବା ମହିଳାଙ୍କ ସଂଖ୍ୟା NFHS-5 ର ୧୩. chain ୫% ରୁ ବଢି NFHS-6 ରେ ୧ Cape. ୮% ହୋଇଛି। ଗ୍ରାମାଞ୍ଚଳରେ ଏହି ହାର ୧୬.୨% ଥିବା ବେଳେ ସହରାଞ୍ଚଳରେ ୨୧.୯% ରହିଛି। ପୁରୁଷଙ୍କ କ୍ଷେତ୍ରରେ ସାମଗ୍ରିକ ଭାବେ ଏହି ହାର ୨୦.୯% ରହିଛି (ସହରରେ ୨୩.୯% ଓ ଗ୍ରାମାଞ୍ଚଳରେ ୧୯.୭%)।

କେନ୍ଦ୍ରଶାସିତ ଅଞ୍ଚଳରେ ମୋଟାପଣ ସବୁଠୁ ବଡ଼ ସମସ୍ୟା

୧୫-୪୯ ବର୍ଷର ମହିଳାଙ୍କ ମଧ୍ୟରେ ଅଧିକ ଓଜନ ବା ମୋଟାପଣ ସମସ୍ୟା କେନ୍ଦ୍ରଶାସିତ ଅଞ୍ଚଳରେ ସବୁଠୁ ଅଧିକ ଦେଖିବାକୁ ମିଳିଛି। ପୁଡୁଚେରୀରେ ଏହି ହାର ସର୍ବାଧିକ ୪୬.୩% ଥିବାବେଳେ ଚଣ୍ଡୀଗଡ଼ରେ ୪୪%, ଦିଲ୍ଲୀରେ ୪୧.୪%, ପଞ୍ଜାବରେ ୪୦.୮% ଏବଂ ତାମିଲନାଡୁରେ ୪୦.୫% ରହିଛି। ଅପରପକ୍ଷରେ ବିହାର, ଛତିଶଗଡ଼ ଏବଂ ଆସାମ ଭଳି ରାଜ୍ୟରେ ମହିଳାଙ୍କ ମଧ୍ୟରେ ମୋଟାପଣର ପ୍ରସାର ବହୁତ କମ୍ ରହିଛି। ପୁରୁଷଙ୍କ କ୍ଷେତ୍ରରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଏହି ହାର ସବୁଠାରୁ ଅଧିକ (୩୮%) ରେକର୍ଡ କରାଯାଇଛି।

ପୁରୁଷଙ୍କ ମଧ୍ୟରେ ହାଇପରଟେନସନ (ଉଚ୍ଚ ରକ୍ତଚାପ) ଅଧିକ

ବୟସ୍କମାନଙ୍କ ମଧ୍ୟରେ ହାଇପରଟେନସନ ସମସ୍ୟା ମହିଳାଙ୍କ ତୁଳନାରେ ପୁରୁଷଙ୍କ ମଧ୍ୟରେ ଅଧିକ ଦେଖାଯାଇଛି। ପୁରୁଷଙ୍କ କ୍ଷେତ୍ରରେ ଏହି ମାମଲା ୨୨.୧% ଥିବାବେଳେ ମହିଳାଙ୍କ କ୍ଷେତ୍ରରେ ଏହା ୧୯.୪% ରହିଛି।

ଇଣ୍ଟରନେଟ୍ ବ୍ୟବହାରରେ ଦ୍ରୁତ ବୃଦ୍ଧି

ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ଇଣ୍ଟରନେଟ୍ ବ୍ୟବହାର ହାର ଦ୍ରୁତ ଗତିରେ ବଢିଛି। NFHS-5 ରେ ମାତ୍ର ୫୨.୯% ମହିଳା ଇଣ୍ଟରନେଟ୍ ବ୍ୟବହାର କରୁଥିବା ବେଳେ NFHS-6 ରେ ଏହା ବୃଦ୍ଧି ପାଇ ୭୩.୪% ହୋଇଛି (ଏହାର ଅର୍ଥ ଗ୍ରାମାଞ୍ଚଳର ବାକି ପ୍ରାୟ ୪୨% ମହିଳା ଏବେ ମଧ୍ୟ ଇଣ୍ଟରନେଟ୍ ବ୍ୟବହାରଠାରୁ ଦୂରରେ ଅଛନ୍ତି)। ସହରାଞ୍ଚଳରେ ୮୨.୩% ମହିଳା ଇଣ୍ଟରନେଟ୍ ବ୍ୟବହାର କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୬୮.୭% ରହିଛି। ପୁରୁଷଙ୍କ କ୍ଷେତ୍ରରେ ସାମଗ୍ରିକ ଭାବେ ୮୦% ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି।

ଏହାସହିତ ବ୍ୟାଙ୍କ କିମ୍ବା ସଞ୍ଚୟ ଖାତାର ନିଜେ ବ୍ୟବହାର କରୁଥିବା ମହିଳାଙ୍କ ସଂଖ୍ୟା ୭୮.୬% ରୁ ବଢି ୮୯.୦% ହୋଇଛି ଏବଂ ନିଜସ୍ୱ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ମହିଳାଙ୍କ ସଂଖ୍ୟା ୫୩.୯% ରୁ ବଢି ୬୩.୬% ହୋଇଛି।

ଶିକ୍ଷା ଓ ବିଦ୍ୟୁତୀକରଣରେ ସୁଧାର

• ଶିକ୍ଷା: ୧୫ ରୁ ୪୯ ବର୍ଷ ବୟସର ମହିଳାଙ୍କ ମଧ୍ୟରେ ୫୦.୪% ମହିଳା ଏବେ ୧୦ ବର୍ଷରୁ ଅଧିକ ସମୟ ଧରି ସ୍କୁଲ ଯାଉଛନ୍ତି, ଯାହା NFHS-5 ରେ ମାତ୍ର ୩୯.୪% ଥିଲା। ପୁରୁଷଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୬୧.୪% ରହିଛି।

• ବିଜୁଳି: ଦେଶରେ ୯୮.୨% ଘରକୁ ବିଜୁଳି ସଂଯୋଗ ପହଞ୍ଚି ସାରିଛି (ସହରରେ ୯୯.७% ଏବଂ ଗ୍ରାମାଞ୍ଚଳରେ ୯୭.୫%)।

• ଶିଶୁ ମୃତ୍ୟୁ ହାର: ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁ ହାରରେ ୩୮% ହ୍ରାସ ଘଟିଛି। ୨୦୧୪ ରେ ପ୍ରତି ୧,୦୦୦ ଜୀବିତ ଜନ୍ମରେ ଶିଶୁ ମୃତ୍ୟୁ ସଂଖ୍ୟା ୪୫ ଥିବାବେଳେ ୨୦୨୪ ରେ ଏହା ୨୮ କୁ ହ୍ରାସ ପାଇଛି।

ଅପରେସନ (ସିଜରିଆନ୍) ଜନ୍ମ ମାମଲା ବୃଦ୍ଧି

ଏବେ ଦେଶରେ ୮୮.୭% ପ୍ରସବ ହସ୍ପିଟାଲ୍ କିମ୍ବା କୌଣସି ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଉଛି, ଯେଉଁଥିରୁ ୮୩% ସରକାରୀ ଅନୁଷ୍ଠାନରେ ହେଉଛି। ତେବେ ଅପରେସନ (ସି-ସେକସନ) ମାଧ୍ୟମରେ ପ୍ରସବ ହେବା ମାମଲା ୧୪.୮% ରୁ ବଢି ୧ tenant. ୪% ହୋଇଛି। ଗ୍ରାମାଞ୍ଚଳ (୧୪.୨%) ତୁଳନାରେ ସହରାଞ୍ଚଳ (୨୩.୪%) ରେ ଅପରେସନ ଜନିତ ପ୍ରସବ ଅଧିକ ହେଉଛି। ସେହିପରି ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନପାନ କରୁଥିବା ଶିଶୁଙ୍କ ସଂଖ୍ୟା ୪୧.୮% ରୁ ବଢି ୫୦.୧% ହୋଇଛି।

ଘରୋଇ ହିଂସାରେ ହ୍ରାସ ଏବଂ ଡାଇରିଆ ନିୟନ୍ତ୍ରଣ

ବିବାହିତ ମହିଳାଙ୍କ ସହ ଘରୋଇ ହିଂସା ମାମଲାରେ ହ୍ରାସ ଘଟିଛି। ସହର (୧୭.୫%) ତୁଳନାରେ ଗ୍ରାମାଞ୍ଚଳରେ (୨୨.୩%) ସ୍ୱାମୀଙ୍କ ଦ୍ୱାରା ମାଡ଼ପିଟ୍ ମାମଲା ଅଧିକ ରହିଛି। ପିଲାଙ୍କ କ୍ଷେତ୍ରରେ ସୁରକ୍ଷିତ ପାନୀୟ ଜଳ ଓ ଟିକାକରଣ ଯୋଗୁଁ ୫ ବର୍ଷରୁ କମ୍ ପିଲାଙ୍କ ଡାଇରିଆ ହାର ୦.୭% ରୁ କମି ୦.୫% ହୋଇଛି ଏବଂ ରୋଟା ଭାଇରସ୍ ଟିକାର କଭରେଜ୍ ୩୬.୪% ରୁ ବୃଦ୍ଧି ପାଇ ୮୫.୪% ରେ ପହଞ୍ଚିଛି।