Khabar Odisha

ମୁମ୍ବାଇରେ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ, ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ
ମୁମ୍ବାଇ: ବଲିଉଡ୍ ଜଗତରୁ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ଆକ୍ସନ ଷ୍ଟାର୍ ଟାଇଗର ଶ୍ରଫ୍‌ଙ୍କୁ ଟାର୍ଗେଟ୍ କରି ମୁମ୍ବାଇରେ ଗୁଳିକାଣ୍ଡ ଘଟିଛି। ଏହି ଭୟଙ୍କର ଆକ୍ରମଣରେ ଅଭିନେତାଙ୍କ କାର୍ ଡ୍ରାଇଭର ଏବଂ ଘଟଣାସ୍ଥଳରେ ଉପସ୍ଥିତ ଜଣେ ପ୍ରଶଂସକ ଆହତ ହୋଇଥିବା ଜଣାପଡ଼ିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଟାଇଗର ଶ୍ରଫ୍ ଜୁହୁ ସ୍ଥିତ ପୁଷ୍ପା ପାର୍କ୍ ଅଞ୍ଚଳରେ ଫୁଟବଲ୍  ଖେଳିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ବାଇକରେ ଆସିଥିବା ଦୁର୍ବୃତ୍ତମାନେ ହଠାତ୍ ଅଭିନେତାଙ୍କ ଗାଡ଼ିକୁ ଲକ୍ଷ୍ୟ କରି ପ୍ରାୟ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିମାଡ଼ ଶବ୍ଦରେ ସେଠାରେ ଆତଙ୍କ ଖେଳିଯାଇଥିଲା। ଏହି ଆକ୍ରମଣରେ ଡ୍ରାଇଭରଙ୍କ ସମେତ ଜଣେ ସ୍ଥାନୀୟ ଅଟୋ ଚାଳକ ଏବଂ ଜଣେ ଫ୍ୟାନ୍ ମଧ୍ୟ ଆହତ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।

ତେବେ ମୁମ୍ବାଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଆକ୍ରମଣରେ ଅଭିନେତା ଟାଇଗର ଶ୍ରଫ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ପୋଲିସ ଘଟଣାର ତଦନ୍ତ ଜୋରଦାର କରିବା ସହ ଅଜ୍ଞାତ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ଗଠନ କରିଛି।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧମକ

ଏହି ଗୁଳିକାଣ୍ଡ ପଛରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତଥିବା ସାମ୍ନାକୁ ଆସିଛି। ଗ୍ୟାଙ୍ଗର ଜଣେ ସଦସ୍ୟ ଅନିଲ ପଣ୍ଡିତ ନାମକ ବ୍ୟକ୍ତି ଏକ ଅଡିଓ ଜାରି କରି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।

ସେହି ଭାଇରାଲ ଅଡିଓରେ ଅନିଲ ପଣ୍ଡିତ କହିଛି ଯେ, "ଆଜି ମୁମ୍ବାଇରେ ଟାଇଗର ଶ୍ରଫ୍‌ଙ୍କୁ ଯାହା କରାଯାଇଛି, ତା ପାଇଁ ନିଜକୁ ଦାୟୀ କରିଛି। ଆମେ ତାଙ୍କୁ ପୂର୍ବରୁ ବୁଝାଇଥିଲୁ, କିନ୍ତୁ ସେ ବୁଝିଲେ ନାହିଁ। ଯେଉଁମାନେ ଫିଲ୍ମ ଜଗତରେ ଆମଠାରୁ ଅଲଗା ହୋଇ କାମ କରିବେ କିମ୍ବା ସଲମାନଙ୍କ ସହ ମିଶି କାମ କରିବେ, ସେମାନଙ୍କର ଏମିତି ଅବସ୍ଥା ହେବ। ଏହା ପ୍ରଥମ ଏବଂ ଶେଷ ଚେତାବନୀ।"

ଏହା ସହିତ ଅଡିଓରେ ସଲମାନ ଖାନଙ୍କୁ ମଧ୍ୟ ପରୋକ୍ଷରେ ଧମକ ଦିଆଯାଇଛି। ବଲିଉଡରେ ସେଲେବ୍ରିଟିଙ୍କୁ ଟାର୍ଗେଟ୍ କରିବାର ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ସଲମାନ ଖାନ ଏବଂ ରୋହିତ ଶେଟ୍ଟୀଙ୍କ ବାସଭବନ ନିକଟରେ ମଧ୍ୟ ଗୁଳିକାଣ୍ଡ ଘଟିଥିବା ବେଳେ ଅନେକ କଳାକାରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିସାରିଛି। ବର୍ତ୍ତମାନ ଏହି ଘଟଣା ପରେ ବଲିଉଡ୍ କରିଡରରେ କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ଚିନ୍ତା ବଢ଼ିଯାଇଛି।

ମୁମ୍ବାଇରେ ଟାଇଗର ଶ୍ରଫଙ୍କୁ ଲକ୍ଷ୍ୟ କରି ଗୁଳିଚାଳନା; ବାଇକ୍ ଆରୋହୀ ୩ ଦୁର୍ବୃତ୍ତ କଲେ ଗୁଳିମାଡ଼, ଡ୍ରାଇଭର ଏବଂ ଅଟୋ ଚାଳକ ଆହତ
ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଗାଡ଼ିକୁ ମୁମ୍ବାଇର ଜୁହୁଠାରେ ଲକ୍ଷ୍ୟ କରି ଗୁଳିଚାଳନା କରାଯାଇଛି। ବାଇକରେ ଆସିଥିବା ତିନିଜଣ ଅଜ୍ଞାତ ବ୍ୟକ୍ତି ଏହି  ଗୁଳିମାଡ଼ କରିଛନ୍ତି। ମୁମ୍ବାଇ ପୋଲିସ ମାମଲାର ତାପନ୍ତ୍ରୀ ଆରମ୍ଭ କରିଦେଇଛି।

ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ତାଙ୍କ ଗାଡ଼ି ଉପରେ ଗୁଳିଚାଳନା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବାଇକରେ ଆସିଥିବା ତିନିଜଣ ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ଟାଇଗର ଶ୍ରଫଙ୍କ ଡ୍ରାଇଭର ଏବଂ ଜଣେ ଅଟୋ ଚାଳକ ଆହତ ହୋଇଥିବା ଖବର ମିଳିଛି। ଗୁଳିଚାଳନାର ପ୍ରକୃତ କାରଣ ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ପୋଲିସ ଅଭିଯୁକ୍ତମାନଙ୍କୁ ଖୋଜୁଛି। ବର୍ତ୍ତମାନ ମୁମ୍ବାଇ ପୋଲିସ ସମଗ୍ର ଘଟଣାର ତଦନ୍ତ କରୁଛି।

ଘଟଣା ସମୟରେ ଟାଇଗର ଶ୍ରଫ୍ ମଧ୍ୟ ଗାଡ଼ି ଭିତରେ ଥିଲେ। ତେବେ ସବୁଠାରୁ ଆଶ୍ୱସ୍ତିର କଥା ହେଲା ଯେ ଏହି ଘଟଣାରେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ତାଙ୍କୁ କୌଣସି ଗୁଳି ବାଜିନାହିଁ। ପୋଲିସ କହିଛି ଯେ ଏହି ମାମଲାର ତଦନ୍ତ କରାଯାଉଛି। ମୁମ୍ବାଇ ପୋଲିସ ପକ୍ଷରୁ ମଧ୍ୟ ଏକ ବିବୃତି ଜାରି କରାଯାଇଛି। ବିବୃତିରେ କୁହାଯାଇଛି, “ଜୁହୁ ପୋଲିସ ଷ୍ଟେସନ୍ ଅନ୍ତର୍ଗତ ଅଞ୍ଚଳରେ ଗୁଳିଚାଳନାର ଏକ ଘଟଣା ସାମ୍ନାକୁ ଆସିଛି। ଟାଇଗର ଶ୍ରଫ୍ ସୁରକ୍ଷିତ ଅଛନ୍ତି। ତାଙ୍କୁ ଗୁଳି ବାଜିନାହିଁ। ମାମଲାର ଅଧିକ ତଦନ୍ତ ଜାରି ରହିଛି।”

ଶ୍ରୀଦେବୀ ନା ଜୁହୀ ଚାୱଲା… କାହାକୁ ଅଧିକ ପସନ୍ଦ କରନ୍ତି ମାଧୁରୀ ଦୀକ୍ଷିତ୍?
ମାଧୁରୀ ଦୀକ୍ଷିତ୍ ଏବେ 'କୌନ୍ ବନେଗା କରୋଡ଼ପତି'ର ମରାଠୀ ସଂସ୍କରଣ ହୋଷ୍ଟ୍ କରୁଛନ୍ତି। ଶୋ’ର ପ୍ରିମିୟରରେ ସୋନାଲୀ ବେନ୍ଦ୍ରେ ମଧ୍ୟ ନଜର ଆସିଥିଲେ। ଏହି ସମୟରେ ମାଧୁରୀଙ୍କୁ ପଚରାଯାଇଥିଲା ଯେ, ତାଙ୍କୁ ଶ୍ରୀଦେବୀ ଏବଂ ଜୁହୀ ଚାୱଲାଙ୍କ ମଧ୍ୟରୁ କିଏ ଅଧିକ ପସନ୍ଦ?

ମାଧୁରୀ ଦୀକ୍ଷିତ୍ ବଲିଉଡର ଟପ୍ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ୯୦ ଦଶକରେ ଅଭିନେତ୍ରୀ ଜଣକ କେବଳ ନିଜର ଅଭିନୟ ନୁହେଁ, ବରଂ ନିଜର ନୃତ୍ୟ ଏବଂ ଚମତ୍କାର ଭାବଭଙ୍ଗିମା ଦ୍ୱାରା ସମସ୍ତଙ୍କୁ ନିଜର ଦିୱାନା ବନାଇଥିଲେ। ହେଲେ, ବିବାହ ପରେ ମାଧୁରୀ ଫିଲ୍ମରୁ ଦୂରେଇ ଯାଇଥିଲେ। କିନ୍ତୁ ଏବେ ପୁଣି ଥରେ ମାଧୁରୀ ପରଦାକୁ ଫେରିଛନ୍ତି ଏବଂ ଅନେକ ଫିଲ୍ମ, ସିରିଜ୍ ସହ ରିଆଲିଟି ଶୋ’ ମଧ୍ୟ କରୁଛନ୍ତି। ମାଧୁରୀ ଦୀକ୍ଷିତ୍ ଏବେ ହୋଷ୍ଟ୍ ବନିଯାଇଛନ୍ତି ଏବଂ 'କୌନ୍ ବନେଗା କରୋଡ଼ପତି'ର ମରାଠୀ ସଂସ୍କରଣ 'କୋଣ ହୋନାର କରୋଡ଼ପତି'  ହୋଷ୍ଟ୍ କରୁଛନ୍ତି।

ଏହାର ପ୍ରିମିୟର୍ ମଧ୍ୟ ହୋଇସାରିଛି, ଯେଉଁଥିରେ ମାଧୁରୀଙ୍କୁ ସାଥ୍ ଦେବା ପାଇଁ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ପହଞ୍ଚିଛନ୍ତି। ଏହି ସମୟରେ ହିଁ ସୋନାଲୀ ମାଧୁରୀଙ୍କୁ ଏପରି ଏକ ପ୍ରଶ୍ନ କରିଛନ୍ତି, ଯାହାର ଜବାବ ହୁଏତ ମାଧୁରୀଙ୍କ ପାଖରେ ସହଜରେ ନଥିଲା। ବାସ୍ତବରେ, ସୋନାଲୀ ପଚାରିଥିଲେ ଯେ ତାଙ୍କୁ ଶ୍ରୀଦେବୀ ଏବଂ ଜୁହୀ ଚାୱଲାଙ୍କ ମଧ୍ୟରୁ କିଏ ଅଧିକ ପସନ୍ଦ? ଆସନ୍ତୁ ଜାଣିବା ଅଭିନେତ୍ରୀ କାହାକୁ ବାଛିଛନ୍ତି।

ଶ୍ରୀଦେବୀ ଓ ଜୁହୀଙ୍କ ମଧ୍ୟରୁ କିଏ ମାଧୁରୀଙ୍କ ପ୍ରିୟ?

ମାଧୁରୀ ଦୀକ୍ଷିତ୍ ସୋନାଲୀଙ୍କ ଏହି ପ୍ରଶ୍ନର ଉତ୍ତରରେ କୌଣସି ଜଣେ ଅଭିନେତ୍ରୀଙ୍କ ନାମ ନେଇନାହାନ୍ତି। ବରଂ ଦୁଇଜଣଯାକ ଅଭିନେତ୍ରୀଙ୍କ ପ୍ରଶଂସା କରିଥିଲେ। ମାଧୁରୀ ଦୁହିଁଙ୍କର ତାରିଫ୍ କଲେ ଏବଂ ସେମାନଙ୍କ ଟ୍ୟାଲେଣ୍ଟ୍  ବିଷୟରେ କଥା ହେଲେ। ଅଭିନେତ୍ରୀ କହିଥିଲେ, "ଶ୍ରୀଦେବୀଙ୍କ କମିକ୍ ଟାଇମିଂ  ଚମତ୍କାର ଥିଲା। ଜୁହୀ ଚାୱଲାଙ୍କ କମିକ୍ ଟାଇମିଂ ମଧ୍ୟ ବହୁତ ଭଲ ଥିଲା ଏବଂ ତାଙ୍କ ହସ ମଧ୍ୟ ବେଶ୍ ସୁନ୍ଦର ଥିଲା। ଦୁହେଁ ବହୁତ ଟ୍ୟାଲେଣ୍ଟେଡ୍ ଥିଲେ, ସେଥିପାଇଁ ମୋତେ ଦୁହେଁ ହିଁ ପସନ୍ଦ ଥିଲେ।"

ମାଧୁରୀ ଦୀକ୍ଷିତ୍ ଶ୍ରୀଦେବୀଙ୍କ ଏହି ବିଶେଷତ୍ୱର ମଧ୍ୟ ପ୍ରଶଂସା କରିଥିଲେ ଯେ ସେ ଅନେକ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିଲେ। ସେ କହିଥିଲେ, "ଶ୍ରୀଦେବୀ ଚାରିଟି ଭିନ୍ନ ଭିନ୍ନ ଭାଷାର ଫିଲ୍ମରେ କାମ କରିଥିଲେ - ହିନ୍ଦୀ, ତାମିଲ୍, ତେଲୁଗୁ ଏବଂ ମଲାୟାଲମ୍। ଏହା ବାସ୍ତବରେ ଚମତ୍କାର କଥା ଥିଲା।"

ସୋନାଲୀ ବେନ୍ଦ୍ରେ ମାଧୁରୀଙ୍କୁ ଜଣାଇଲେ ନିଜର ପସନ୍ଦ

ଏହାପରେ ସୋନାଲୀ ବେନ୍ଦ୍ରେ ମଧ୍ୟ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ନିଜର ପସନ୍ଦ ପ୍ରକାଶ କରିଥିଲେ। ସେ କହିଥିଲେ, "ଯେତେବେଳେ ଜୁହୀ ଚାୱଲା ଏବଂ ଶ୍ରୀଦେବୀଙ୍କ ନାମ ନିଆଯାଏ, ସେତେବେଳେ ଆମେ ସମସ୍ତେ ଜାଣୁ ଯେ ସେମାନଙ୍କ ସହ କାହାର ନାମ ନିଆଯାଏ। ସେଥିପାଇଁ ମୋର ପସନ୍ଦ ସବୁବେଳେ ମାଧୁରୀ ଜୀ ହିଁ!" ସୋନାଲୀଙ୍କ ଏହି କଥା ଶୁଣି ମାଧୁରୀ ଦୀକ୍ଷିତ୍ ଲାଜେଇ ଯାଇଥିଲେ।

ଯାହାଙ୍କୁ ହିରୋଇନ୍ ହେବାକୁ ଅଯୋଗ୍ୟ କହିଥିଲେ ନିର୍ଦ୍ଦେଶକ; ସେ ହିଁ ପାଲଟିଲେ ବଲିଉଡ୍‌ର ଡ୍ରିମ୍ ଗର୍ଲ
ଆଜି ବଲିଉଡ୍‌ରେ ହେମା ମାଳିନୀଙ୍କ ନାଁ ଶୁଣିଲେ ମନକୁ ଆସେ ‘ଡ୍ରିମ୍ ଗର୍ଲ’ର ଛବି। ନିଜ ଅଭିନୟ ଓ ନୃତ୍ୟରେ ସେ ଦର୍ଶକଙ୍କ ମନ ଜିଣିଛନ୍ତି। କିନ୍ତୁ ତାଙ୍କ କ୍ୟାରିୟରର ଆରମ୍ଭ ଏତେ ସହଜ ନଥିଲା। ଦିନେ ଜଣେ ନିର୍ଦ୍ଦେଶକ ତାଙ୍କୁ ଫିଲ୍ମରୁ ବାଦ୍‌ ଦେବା ସହ ଭବିଷ୍ୟତରେ ଷ୍ଟାର ହୋଇପାରିବେ ନାହିଁ ବୋଲି କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ହେମା ନିଜ ପ୍ରତିଭା ବଳରେ ସେହି ଆକଳନକୁ ଭୁଲ୍‌ ପ୍ରମାଣିତ କରିଥିଲେ।

ହେମାଙ୍କ ମା’ ଜୟା ଚକ୍ରବର୍ତ୍ତୀ ଝିଅକୁ ଜଣେ ସଫଳ ଅଭିନେତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ। ଛୋଟବେଳୁ ହେମାଙ୍କୁ ନୃତ୍ୟ ଓ ସଙ୍ଗୀତ ଶିକ୍ଷା ଦିଆଯାଇଥିଲା। ତାଙ୍କ ନୃତ୍ୟ ପ୍ରଦର୍ଶନ ଦେଖି ଦକ୍ଷିଣ ଭାରତର ଫିଲ୍ମ ନିର୍ମାତାମାନେ ମଧ୍ୟ ଆକର୍ଷିତ ହୋଇଥିଲେ। ମାତ୍ର କିଶୋରୀ ବୟସରେ ହେମାଙ୍କ ସାମ୍ନାକୁ ଆସିଥିଲା ଏକ ଅପ୍ରତ୍ୟାଶିତ ଘଟଣା।

ତାମିଲ ନିର୍ଦ୍ଦେଶକ ସି.ଭି. ଶ୍ରୀଧର ହେମାଙ୍କୁ ଏକ ଫିଲ୍ମରେ ଲଞ୍ଚ୍‌ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ତାଙ୍କର ଫଟୋଶୁଟ୍‌ ମଧ୍ୟ ହୋଇଥିଲା। ଏହାପରେ ହେମାଙ୍କୁ ଫିଲ୍ମରୁ ବାଦ୍‌ ଦିଆଯାଇଥିଲା। ତାଙ୍କୁ ଦେଖି ହିରୋଇନ୍ ହେବାର ସମ୍ଭାବନା ନାହିଁ ବୋଲି ମନ୍ତବ୍ୟ ଦିଆଯାଇଥିବାରୁ ହେମା ଓ ତାଙ୍କ ପରିବାର ଅପମାନିତ ଅନୁଭବ କରିଥିଲେ।

ଏହି ଘଟଣା ପରେ ମଧ୍ୟ ହେମା ନିଜ ନୃତ୍ୟ ଓ କଳାର ଯାତ୍ରା ଜାରି ରଖିଥିଲେ। ୧୯୬୩ରେ ତାମିଲ ଫିଲ୍ମ ‘ଇଦୁ ସାଥିୟମ୍‌’ର ଏକ ଗୀତରେ ନୃତ୍ୟ କରିବାର ସୁଯୋଗ ମିଳିଥିଲା। ପରେ ରାଜ କପୁରଙ୍କ ଫିଲ୍ମ ‘ସପନୋ କା ସୌଦାଗର’ରେ ୧୯୬୮ରେ ହିନ୍ଦୀ ସିନେମାରେ ପଦାର୍ପଣ କରିଥିଲେ ସେ।

ଏହାପରେ ହେମା ମାଳିନୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିଥିଲା। ଅଭିନୟ ସହ ଶାସ୍ତ୍ରୀୟ ନୃତ୍ୟରେ ତାଙ୍କ ଦକ୍ଷତା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଯେଉଁ ଆରମ୍ଭରେ ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା, ସେହି ଯାତ୍ରା ହିଁ ତାଙ୍କୁ ପରେ ବଲିଉଡ୍‌ର ଡ୍ରିମ୍ ଗର୍ଲ ଭାବେ ପରିଚିତ କରାଇଥିଲା। ଆଜି ସେଇ ଡ୍ରିମ୍ ଗର୍ଲଙ୍କ ଜନ୍ମଦିନ, ସେ ଆଜି ୭୮ ବର୍ଷରେ ପାଦ ଥାପିଛନ୍ତି, ଏଥିପାଇଁ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ରାମାୟଣର ଦ୍ୱିତୀୟ ଟ୍ରେଲର ରିଲିଜ, ରାମ ଓ ରାବଣଙ୍କ ଏମିତି ଲଢେଇ; ନଜର ହଟାଇବା ମୁସ୍କିଲ
ନୂଆଦିଲ୍ଲୀ: ବଲିଉଡ୍‌ର ସବୁଠାରୁ ବଡ଼ ଏବଂ ବହୁପ୍ରତୀକ୍ଷିତ ପୁରାଣ ଆଧାରିତ ଫିଲ୍ମ 'ରାମାୟଣ' କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଫିଲ୍ମର ଦ୍ୱିତୀୟ ଟ୍ରେଲର୍ ରିଲିଜ୍ ହୋଇଯାଇଛି, ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ନୀତେଶ ତିଆରୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମର ଭିଜୁଆଲ୍ ଏବଂ କଳାକାରଙ୍କ ଲୁକ୍ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି।

ଟ୍ରେଲ୍‌ର ଆରମ୍ଭ ଏକ ଶକ୍ତିଶାଳୀ ଭଏସ୍-ଓଭରରୁ ହୁଏ, ଯେଉଁଥିରେ କୁହାଯାଇଛି ଏକ ଯୁଗ ଏମିତି ବି ଥିଲା, ଯେତେବେଳେ ମାନବ ଭୂମିରେ ଭଗବାନ ବାସ କରୁଥିଲେ। କିନ୍ତୁ ଭଗବାନ ବ୍ରହ୍ମାଙ୍କ ବରଦାନ ଜଣେ ଅସୁରକୁ ଏତେ ଶକ୍ତିଶାଳୀ କରିଦେଲା ଯେ ତାହାର ପ୍ରକୋପରେ ମାନବତା ଧ୍ୱଂସର ଦ୍ୱାରଦେଶରେ ପହଞ୍ଚିଗଲା।" ଟ୍ରେଲରରେ ପ୍ରଭୁ ଶ୍ରୀରାମ ଏବଂ ଲଙ୍କାପତି ରାବଣ ମଧ୍ୟରେ ହେବାକୁ ଥିବା ମହାସଂଗ୍ରାମର ଏକ ଭବ୍ଯ ଝଲକ ଦେଖିବାକୁ ମିଳିଛି।

ଏହି ମେଗା ଫିଲ୍ମରେ ବଲିଉଡ୍‌ରୁ ଆରମ୍ଭ କରି ଦକ୍ଷିଣ ଭାରତୀୟ ସିନେମାର ଦିଗ୍‌ଗଜ କଳାକାରମାନେ ଏକାଠି ନଜର ଆସିବେ। ଏଥିରେ ରଣବୀର କପୁର ପ୍ରଭୁ ଶ୍ରୀରାମ, ସାଇ ପଲ୍ଲବୀ ମା' ସୀତା ଏବଂ ସାଉଥ୍ ଷ୍ଟାର୍ ୟଶ ଲଙ୍କାପତି ରାବଣ ଭୂମିକାରେ ଅଭିନୟ କରୁଛନ୍ତି। ଏହାବ୍ୟତୀତ ସନ୍ନି ଦେଓଲ୍ (ହନୁମାନ), ରବି ଦୁବେ (ଲକ୍ଷ୍ମଣ), ଲାରା ଦତ୍ତା, ରକୁଲ ପ୍ରୀତ ସିଂହ, କାଜଲ ଅଗରୱାଲ ଏବଂ ଅରୁଣ ଗୋଭିଲ୍ ପ୍ରମୁଖ ପ୍ରମୁଖ ଭୂମିକାରେ ନଜର ଆସିବେ।

ଫିଲ୍ମର ସଙ୍ଗୀତକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ଚାଲିଛି, ଯେଉଁଠାରେ ବିଶ୍ୱବିଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏ. ଆର. ରହମନ୍ ଏବଂ ହାନସ୍ ଜିମର୍ ପ୍ରଥମଥର ପାଇଁ ଏକାଠି କାମ କରୁଛନ୍ତି। ଫିଲ୍ମର ଭିଏଫ୍‌ଏକ୍ସ 'DNEG' ଦ୍ୱାରା ପ୍ରସ୍ତୁତ କରାଯାଇଛି। ନିର୍ଦ୍ଦେଶକ ନୀତେଶ ତିଆରୀଙ୍କ ଏହି ବହୁପ୍ରତୀକ୍ଷିତ ଫିଲ୍ମଟି ଆସନ୍ତା ଦୀପାବଳିରେରେ ସିନେମାଘରକୁ ଆସିବ ଏବଂ ଏହାର ଦ୍ୱିତୀୟ ପାର୍ଟ ଆସନ୍ତା ବର୍ଷ ଦୀପାବଳିରେରେ ମୁକ୍ତିଲାଭ କରିବ।

ନିଜେ ଖୋଲିଯାଉଥିଲା ଅଲମାରୀ, ବାଜିବାକୁଲାଗୁଥିଲା ମ୍ୟୁଜିକ୍… ସଲମାନ ଖାନଙ୍କ ରୁମ ରେ 'ଭୂତ'? କହିଲେ— ମୁଁ ତାକୁ ମୋ ପଛରେ ଅନୁଭବ କରିଥିଲି
କରଣ ଜୋହରଙ୍କ ଚାଟ୍ ସୋ' 'କଫି ୱିଥ୍ କରଣ ୯' ରେ ସଲମାନ ଖାନ୍ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ ନିଜ ରୁମରେ ସେ ଅନ୍ୟ କାହାର ଉପସ୍ଥିତି ମଧ୍ୟ ଅନୁଭବ କରୁଥିଲେ। ସଲମାନ ଯେତେବେଳେ ବାଥରୁମ୍ ଯାଉଥିଲେ, ସେତେବେଳେ ଅଲମାରୀ ଆପେ ଆପେ ଖୋଲିଯାଉଥିଲା।

ଅଭିନେତା ସଲମାନ ଖାନ୍ କରଣ ଜୋହରଙ୍କ ଚାଟ୍ ସୋ' ‘କଫି ୱିଥ୍ କରଣ ୯’ ରେ ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟର ରୁମରେ ଘଟୁଥିବା ଅଲୌକିକ ଅନୁଭବ (Supernatural Experience) ସମ୍ପର୍କରେ କଥା ହୋଇଛନ୍ତି। ସେ ଦାବି କରିଛନ୍ତି ଯେ ସେ ନିଜ ରୁମରେ କେବେବି ଏକା ରହି ନାହାନ୍ତି। ସେ କହିଛନ୍ତି ଯେ ମୁଁ ସେଠାରେ ଏପରି କାହା ସହିତ ରହୁଥିଲି, ଯାହାକୁ ମୁଁ କେବେ ଦେଖି ନାହିଁ। ସଲମାନଙ୍କ ଏଭଳି କଥା ଶୁଣି କରଣ ଜୋହର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଆଶ୍ଚର୍ଯ୍ୟଭରା ଦୃଷ୍ଟିରେ ତାଙ୍କ ଆଡ଼କୁ ଚାହିଁ ରହିଥିଲେ। ତେବେ ସଲମାନ ଏହା ସ୍ପଷ୍ଟ କରି ନାହାନ୍ତି ଯେ ସେ ଯେଉଁ କଥାଗୁଡ଼ିକ କହୁଛନ୍ତି, ସେହି ଜିନିଷଗୁଡ଼ିକ ଏବେ ମଧ୍ୟ ସେଠାରେ ଅନୁଭବ ହେଉଛି କି ନାହିଁ। ସଲମାନ ଖାନ୍ କରଣ ଜୋହରଙ୍କ ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ ରେ ଏକ କ୍ୟାମିଓରେ ନଜର ଆସିଥିଲେ। ଶାହାରୁଖ ଖାନ୍ ଅଭିନୀତ ଏହି ଫିଲ୍ମରେ କ୍ୟାମିଓ କରିବାକୁ କେହି ମାନୁ ନଥିଲେ। ଏହାପରେ କରଣ ଜୋହର ସଲମାନଙ୍କ ସହ ଯୋଗାଯୋଗ କରିବାରୁ ସେ କାହାଣୀ ଶୁଣିବା ପାଇଁ କରଣଙ୍କୁ ଡାକିଥିଲେ।

କରଣ ଜୋହର କୁହନ୍ତି, “ଆପଣ ‘ଜବ୍ ପ୍ୟାର୍ କିସି ସେ ହୋତା ହୈ’ ର ସୁଟିଂ କରୁଥିଲେ ଏବଂ ମୁଁ ସେଟ୍ ରେ ଆପଣଙ୍କୁ (‘କୁଛ୍ କୁଛ୍ ହୋତା ହୈ’ ର) କାହାଣୀ ଶୁଣାଇବାକୁ ଯାଇଥିଲି। ମୁଁ ଦ୍ୱିପ୍ରହର ୨ଟାରେ ପହଞ୍ଚିଥିଲି, ସେତେବେଳେ ଆପଣ କହିଥିଲେ ଯେ ଆପଣଙ୍କର ଦ୍ୱିପ୍ରହର ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସିଫ୍ଟ ଅଛି। ଏହାପରେ ରାତି ୯ଟାରେ କହିଲେ ଯେ ଆପଣ ଘରକୁ ଆସନ୍ତୁ ଏବଂ ଫିଲ୍ମର କାହାଣୀ ଶୁଣାନ୍ତୁ।”

ସଲମାନଙ୍କ ରୁମ୍ ସମ୍ପର୍କରେ ଆଲୋଚନା

ଏହି ସମୟରେ କରଣ ଜୋହର କହିଛନ୍ତି ଯେ ସଲମାନ ତାଙ୍କ ପରିବାର ସହିତ ରହୁଥିଲେ। ସେ କହିଛନ୍ତି, “ସମସ୍ତଙ୍କ ଅବଗତି ନିମନ୍ତେ କହୁଛି, ସଲମାନଙ୍କ ପରିବାର ସାଙ୍ଗରେ ରହୁଥିଲେ। ଅରବାଜ, ସୋହେଲ, ସଲମା ଆଣ୍ଟି, ସଲିମ ସାହେବ.. ପ୍ରତ୍ୟେକେ.. ଏବଂ ଆପଣଙ୍କ ରୁମ୍ ସବୁଠାରୁ ଛୋଟ ଥିଲା। ଆପଣଙ୍କ ରୁମ୍ରେ ଗୋଟିଏ ଅଲମାରୀ ଥିଲା, ଗୋଟିଏ ବିଛଣା ଥିଲା, ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି, କାରଣ ମୁଁ ଭାବୁଥିଲି ଯେ ଏହା ସଲମାନ ଖାନଙ୍କ ରୁମ୍। ମୁଁ ଭିତରକୁ ଗଲି ଏବଂ ଆପଣ ସେଠାରେ ବସିଥିଲେ ଏବଂ ଆପଣ ସବୁ ପୋଷାକ କାଢ଼ି ଦେଇଥିଲେ, ଏବଂ କେବଳ ହଳଦିଆ ରଙ୍ଗର ସର୍ଟ୍ସରେ ଥିଲେ। ମୁଁ ଭାବିବାକୁ ଲାଗିଲି ଯେ ଏହାକୁ ନେଇ କିଏ କିଛି ଅନ୍ୟାନ୍ୟ ନ ଭାବୁ, ତେବେ ମୁଁ (ଅନ୍ୟ ପଟକୁ ଚାହିଁ) କାହାଣୀ ଶୁଣାଇବାକୁ ଲାଗିଲି।”

ସଲମାନଙ୍କ ରୁମରେ ‘କିଏ ଅଛି’?

କରଣ ଜୋହରଙ୍କ କଥା କାଟି ସଲମାନ କହନ୍ତି, “ଆପଣ ଜାଣିଛନ୍ତି, ସେହି ରୁମ୍ରେ ମୁଁ କେବେ ଏକା ରହି ନାହିଁ। ମୁଁ ସେଠାରେ ଏପରି ଜଣେ ବ୍ୟକ୍ତିଙ୍କ ସହିତ ରହୁଥିଲି, ଯାହାକୁ ମୁଁ କେବେ ଦେଖି ନାହିଁ, କେବଳ ଶୁଣିଛି। କେବଳ ପଛରେ ଅନୁଭବ କରିଛି।” ଯେତେବେଳେ କରଣ ଜୋହର ପ୍ରଶ୍ନ କଲେ ଯେ କିଏ? ତେବେ ସଲମାନ ଇଙ୍ଗିତରେ କହିଲେ ଯେ ଜାଣିନି କିଏ। ଆଗକୁ ସଲମାନ କୁହନ୍ତି, “ପ୍ରତିଥର ଯେତେବେଳେ ମୁଁ ବାହାରକୁ ଆସୁଥିଲି, ଲାଇଟ ଗୁଡ଼ିକ ଜଳିବା ଓ ଲିଭା ହେବାକୁ ଲାଗୁଥିଲା।” ସଲମାନଙ୍କ ଏହି କଥା ଶୁଣି କରଣ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଦିଶୁଥିଲେ।

କିନ୍ତୁ ସଲମାନ ନିଜ ରୁମ୍ ସମ୍ପର୍କରେ ଆଶ୍ଚର୍ଯ୍ୟଭରା କଥାଗୁଡ଼ିକ କହିବା ଜାରି ରଖିଥିଲେ। ସେ କହିଛନ୍ତି, “ଅଲମାରୀ ଖୋଲିଯାଉଥିଲା। ମ୍ୟୁଜିକ୍ ବାଜିବାକୁ ଲାଗୁଥିଲା। ଯେତେବେଳେ ମୁଁ ବାଥରୁମ୍ ଯାଉଥିଲି, ମୁଁ ଅନୁଭବ କରୁଥିଲି ଯେ ବାହାରେ କିଏ ଅଛି। ଅଲମାରୀ ସହିତ ଛେଡ଼ଚାଡ଼ କରାଯାଉଥିଲା ଏବଂ ଏହାକୁ ଖୋଲିଦିଆଯାଉଥିଲା। ଏହାପରେ ମୁଁ ଜାଣିବାକୁ ପାଇଲି ଯେ ସେଠାରେ ଅନ୍ୟ କେଏ ବି ଅଛି, ବା କିଛି ଅନ୍ୟ ଜିନିଷ ଅଛି।”

ଯେତେବେଳେ କରଣ ପଚାରିଲେ ଯେ ଆପଣଙ୍କୁ କ’ଣ ଭୟ ଲାଗିଲା? ତେବେ ସଲମାନ କହିଲେ, “ନା, ଭୟଙ୍କର ନୁହେଁ। ମୋର ମତ ହେଉଛି ସେଠାରେ ମୁଁ କାହାର ଉପସ୍ଥିତି ଅନୁଭବ କରୁଥିଲି। ପ୍ରତିଥର ଯେତେବେଳେ ମୁଁ ମ୍ୟୁଜିକ୍ ଅନ୍ କରୁଥିଲି, ସେତେବେଳେ ମୁଁ ତାକୁ ମୋ ପଛରେ ଅନୁଭବ କରୁଥିଲି ଏବଂ ମୁଁ କହୁଥିଲି ‘କ’ଣ ମ୍ୟୁଜିକ୍ ଶୁଣିବାକୁ ପସନ୍ଦ କରିବେ ଆପଣ’, କେଉଁ ପ୍ରକାରର ସଙ୍ଗୀତ? ତେବେ ମୁଁ ଯେକୌଣସି ବଟନ୍ ଟିପି ଦେଉଥିଲି ଏବଂ ସେଠାରୁ ବାହାରି ଯାଉଥିଲି।”

ସଲମାନ କୁହନ୍ତି, “ପୂର୍ବରୁ ସେଠାରେ ବାହାରେ ଗୋଟିଏ ବିଲିୟର୍ଡ୍ସ ଟେବୁଲ୍ ଥିଲା। ଆମେ ବିଲିୟର୍ଡ୍ସ ଖେଳୁଥିଲୁ, ଆମକୁ ଭିତରୁ କାହାର ଆୱାଜ୍ ଆସୁଥିଲା। ମୋର ଅଲମାରୀ ଖୋଲିଗଲା, ମ୍ୟୁଜିକ୍ ଅନ୍ ହୋଇଗଲା।” ଯେତେବେଳେ କରଣ ପୁଣିଥରେ ପଚାରିଲେ ଯେ ଏଥିରୁ ମଧ୍ୟ ଆପଣଙ୍କୁ ଭୟ ଲାଗିଲା ନାହିଁ କି? ତେବେ ସଲମାନ କହିଲେ, “ନା ନା। କେବେବି ଭୟ ଲାଗିଲା ନାହିଁ। ସେ କିଛି କରୁନଥିଲା। ମୋର ଗୋଟିଏ ହିଁ ଅନୁରୋଧ ଥାଏ ଯେ ଯଦି ଆପଣ ପ୍ରକୃତରେ ବହୁତ ବହୁତ ସୁନ୍ଦର ମହିଳା ଅଟନ୍ତି ତେବେ ଆପଣ ନିଜକୁ ମୋତେ ଦେଖାନ୍ତୁ।”

ଭାରତ ଛାଡ଼ ନୋଟିସ୍: ହାଇକୋର୍ଟ ଯିବେ ଅଭିନେତା ଇମରାନ ଖାନ
ମୁମ୍ବାଇ: ଅଭିନେତା ଇମରାନ ଖାନ ମୁମ୍ବାଇ ପୋଲିସର ଭାରତ ଛାଡ଼ ନୋଟିସକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଆସନ୍ତା ସୋମବାର ଇମରାନଙ୍କ ଓକିଲ ଜୁଲଫିକର୍ ମେମନ ମୁମ୍ବାଇ ପୋଲିସ ନୋଟିସ୍ ବିରୋଧରେ ହାଇକୋର୍ଟରେ ଆବେଦନ ଦାଖଲ କରିବେ ।

ଜୁଲଫିକର୍ ଯୁକ୍ତି ଦେଇଛନ୍ତି ଯେ ଓବରସିଜ୍ ସିଟିଜେନ ଅଫ୍ ଇଣ୍ଡିଆ (ଭାରତୀୟ ବଂଶୋଦ୍ଭବ ବିଦେଶୀ ନାଗରିକ) ବା ଓସିଆଇ କାର୍ଡରେ ଏଭଳି କୌଣସି ନିୟମ ନାହିଁ ଯେ ଓସିଆଇ କାର୍ଡ ଧାରୀ କୌଣସି ପ୍ରଦର୍ଶନରେ ସାମିଲ ହୋଇ ପାରିବେ ନାହିଁ । ମୁମ୍ବାଇ ପୋଲିସର ଏଭଳି ପଦକ୍ଷେପକୁ ସେ କଠୋର ନିଷ୍ପତ୍ତି ବୋଲି ଦର୍ଶାଇଛନ୍ତି । ଏହି ମାମଲାରେ ତ୍ୱରିତ ଶୁଣାଣି ପାଇଁ ମଧ୍ୟ ଆବେଦନ କରାଯିବ । ବିଚାରପତି ମହେଶ ଚନ୍ଦ୍ର ତ୍ରିପାଠୀ ଏବଂ ବିଚାରପତି ଅଦ୍ୱୈତ ସେଠନାଙ୍କ ନିକଟରେ ମାମଲା ଦାଖଲ ହେବ ।

ଉଲ୍ଲେଖ ଯୋଗ୍ୟ, ଅକ୍ଟୋବର ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ 'ସିଜେପି' ଦ୍ୱାରା ଆୟୋଜିତ ଏକ ବିକ୍ଷୋଭ ପ୍ରଦର୍ଶନରେ ଇମ୍ରାନ୍ ଖାନ୍ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ତାଙ୍କ ସହ ତାଙ୍କ ବାନ୍ଧବୀ ଲେଖା ୱାଶିଂଟନ୍ ଏବଂ ତାଙ୍କର ଜଣେ ସମ୍ପର୍କୀୟା ଭଉଣୀ ସାମିଲ ଥିଲେ । ଏହି ବିକ୍ଷୋଭରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ପ୍ରଦର୍ଶନ ହୋଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ମୁମ୍ବାଇ ପୋଲିସ ଇମ୍ରାନ୍ ଖାନ୍‌ଙ୍କୁ ହେପାଜତକୁ ନେଇଥିଲା।

କ’ଣ କହୁଛି ଓସିଆଇ ନିୟମ ?

ଓସିଆଇ ନିୟମାବଳୀ ଅନୁଯାୟୀ, ବିଦେଶୀ ନାଗରିକମାନଙ୍କର ଭାରତ ମଧ୍ୟରେ କୌଣସି ସାମ୍ବିଧାନିକ କିମ୍ବା ରାଜନୈତିକ ଅଧିକାର ନଥାଏ। ଏହା ବ୍ୟତୀତ, ସେମାନଙ୍କୁ ଭାରତୀୟ ନାଗରିକଙ୍କ ଭଳି ସମାନ ସୁବିଧା-ସୁଯୋଗ ମିଳେ ନାହିଁ । ଯଦିଓ ଏହି ମାନ୍ୟତା ସେମାନଙ୍କୁ ଭାରତକୁ ଏକାଧିକ ଥର ଆସିବା ଏବଂ ଯିବାର ଅନୁମତି ଦେଇଥାଏ। ସମ୍ପତ୍ତି ମାଲିକାନା, ଯାତାୟାତ ଏବଂ କାର୍ଯ୍ୟ କରିବା ଅନୁମତି (ୱାର୍କ ପରମିଟ୍) କ୍ଷେତ୍ରରେ, ସେମାନଙ୍କୁ ଅଣ-ନିବାସୀ ଭାରତୀୟ (NRI) ମାନଙ୍କ ସହ ସମାନ ଅଧିକାର ପ୍ରଦାନ କରାଯାଇଥାଏ। ଏପରିକି ସେମାନେ କୌଣସି ନିର୍ବାଚନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିପାରିବେ ନାହିଁ । ମତଦାନ କିମ୍ବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଅନୁମତି ନାହିଁ । ଯଦି ଏହି ନିୟମାବଳୀର କୌଣସି ଉଲ୍ଲଂଘନ ହୁଏ, ତେବେ ସେମାନଙ୍କୁ ଦେଶ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେବାର ଅଧିକାର ଭାରତ ସରକାରଙ୍କ ପାଖରେ ରହିଛି।

ସିଜେପି ସହ ଆନ୍ଦୋଳନ କରିବା ପଡ଼ିଲା ମହଙ୍ଗା, ଦେଶ ଛାଡ଼ିବାକୁ ଇମରାନଙ୍କୁ ନୋଟିସ୍
ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ଅମିର ଖାନଙ୍କ ଭଣଜା ଇମରାନ ଖାନଙ୍କ ପାଇଁ ଅଡ଼ୁଆ ବଢ଼ିଛି । କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନରେ ସାମିଲ ହେବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ତୁରନ୍ତ ଦେଶ ଛାଡ଼ିବାକୁ ଇମରାନଙ୍କୁ ମୁମ୍ବାଇ ପୋଲିସ ନୋଟିସ୍ ଜାରି କରିଛି । ଆସନ୍ତା ୨୮ ଅକ୍ଟୋବର ସୁଦ୍ଧା ଭାରତ ଛାଡ଼ିବାକୁ ନୋଟିସରେ ନିର୍ଦ୍ଦେଶ ରହିଛି ।

୧୦ ଅକ୍ଟୋବରରେ, ମୁମ୍ବାଇର କ୍ରାନ୍ତି ମଇଦାନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପି ପକ୍ଷରୁ କରାଯାଉଥିବା ଆନ୍ଦୋଳନରେ ଇମରାନ ସାମିଲ ହୋଇଥିଲେ । ଏହି ସମୟରେ ପୋଲିସ ଇମରାନଙ୍କ ସହିତ ପ୍ରାୟ ୪୦୦ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇ ଅଟକ ରଖିଥିଲା । ଇମିଗ୍ରେସନ୍ ଆଇନ ଅନୁସାରେ ଇମରାନକୁ ଦେଶ ଛାଡ଼ିବାକୁ ମୁମ୍ବାଇ ପୋଲିସ ନିର୍ଦ୍ଦେଶ ଦେଇଛି ।

ମୁମ୍ବାଇ ପୋଲିସ କହିଛି ଯେ ଜଣେ ଅଣ ନାଗରିକ ଭାବରେ ଭାରତରେ ଆନ୍ଦୋଳନ କରିବାର  ଇମରାନଙ୍କ ଅଧିକାର ନାହିଁ । ପ୍ରବାସନ ଆଇନ ଅନୁସାରେ ତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଆମେରିକାରେ ଜନ୍ମ ଇମରାନ

ଇମରାନ ଖାନ ଭାରତର ନାଗରିକ ନୁହଁନ୍ତି । ସେ ଆମେରିକାର ସ୍ଥାୟୀ ବାସିନ୍ଦା ଅଟନ୍ତି । ସେ ସେଠାକାର ନାଗରିକତ୍ୱ ଗ୍ରହଣ କରିଛନ୍ତି । କାରଣ ୧୩ ଜାନୁୟାରୀ, ୧୯୮୩ ମସିହାରେ ଇମରାନ ଆମେରିକାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପାଖରେ ଆମେରିକାର ପାସପୋର୍ଟ ସହିତ ଭାରତର ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ ବା ଓସିଆଇ କାର୍ଡ ରହିଛି । ଯେଉଁଥିପାଇଁ ତାଙ୍କ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି । କାରଣ ଓସିଆଇ କାର୍ଡଧାରୀ କିମ୍ବା ଅଣନାଗରିକଙ୍କର ଭାରତ ରାଜନୈତିକ କାର‌୍ୟ୍ୟକ୍ରମ କିମ୍ବା ଆନ୍ଦୋଳନରେ ଅଂଶ ଗ୍ରହଣ କରିବାର ଅଧିକାର ନାହିଁ ।

ବିଜେପି ନେତା ତଥା ପୂର୍ବତନ ସାଂସଦ କିରିଟ ସୋମୈୟା ଇମରାନଙ୍କ ନାଗରିକତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ । ସେ ପୋଲିସ ଏବଂ ପ୍ରବାସନ ଅଧିକାରୀଙ୍କୁ ଏହାର ଯାଞ୍ଚ ପାଇଁ ଦାବି କରିଥିଲେ ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଇମରାନ ଜଣେ ଶିଶୁ କଳାକାର ଭାବରେ “କୟାମତ ସେ କୟାମତ ତକ୍” ଅଭିନୟ କରି ଫିଲ୍ମ ଦୁନିଆକୁ ଆସିଥିଲେ । ଏହା ପରେ ସେ “ଜୋ ଜିତା ୱହି ସିକନ୍ଦର”ରେ ମଧ୍ୟ ଶିଶୁ କଳାକାର ଥିଲେ । ୨୦୦୮ ମସିହାରେ “ଜାନେ ତୁ ୟା ଜାନେନା”ରେ ମୁଖ୍ୟ ଭୂମିକାରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ । ଏହା ପରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ କଣ୍ଠଦାନ ମଧ୍ୟ କରିଛନ୍ତି ।

ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ର ଧମାକା; ବିଶ୍ୱବ୍ୟାପୀ ଆୟ ୫୦୦ କୋଟି ପାର୍
ମୁମ୍ବାଇ: ବକ୍ସ ଅଫିସରେ ପୁଣି କମାଲ୍ କରୁଛି ଅଜୟ ଦେବଗନଙ୍କ କ୍ରାଇମ୍ ଥ୍ରିଲର୍ ‘ଦୃଶ୍ୟମ୍ ୩: ଦ କନକ୍ଲୁଜନ୍’। ସୋମବାର ଆୟରେ ବଡ଼ ହ୍ରାସ ପରେ ମଙ୍ଗଳବାର ଫିଲ୍ମଟି ଜବରଦସ୍ତ କମ୍‌ବ୍ୟାକ୍ କରିଛି। ଦ୍ୱିତୀୟ ମଙ୍ଗଳବାରରେ ଫିଲ୍ମର ଆୟରେ ୪୧ ପ୍ରତିଶତ ବୃଦ୍ଧି ହୋଇଥିବା ରିପୋର୍ଟରେ ଦାବି କରାଯାଇଛି।

ରିପୋର୍ଟ ଅନୁସାରେ, ରିଲିଜ୍‌ର ଦ୍ୱାଦଶ ଦିନରେ ଫିଲ୍ମଟି ଭାରତରେ ୮.୫୦ କୋଟି ଟଙ୍କାର ନେଟ୍ ଆୟ କରିଛି। ଏହା ସହ ଫିଲ୍ମର ମୋଟ ଘରୋଇ ନେଟ୍ କଲେକ୍ସନ୍ ୩୨୩.୫୦ କୋଟି ଟଙ୍କାରେ ପହଞ୍ଚିଛି।

ବିଶ୍ୱବ୍ୟାପୀ ଆୟ ୫୦୦ କୋଟି ପାର୍

ବକ୍ସ ଅଫିସରେ ଫିଲ୍ମଟି ଆଉ ଏକ ବଡ଼ ମାଇଲଷ୍ଟୋନ୍ ହାସଲ କରିଛି। ରିପୋର୍ଟ ଅନୁଯାୟୀ, ଏହାର ବିଶ୍ୱବ୍ୟାପୀ ମୋଟ ଆୟ ୫୦୧.୮୦ କୋଟି ଟଙ୍କା ଅତିକ୍ରମ କରିଛି। ବିଦେଶୀ ବଜାରରୁ ୧୧୪ କୋଟି ଟଙ୍କାର ଗ୍ରସ୍ ଆୟ ହୋଇଥିବା ବେଳେ ଭାରତରେ ମୋଟ ଗ୍ରସ୍ କଲେକ୍ସନ୍ ୩୮୭.୮୦ କୋଟି ଟଙ୍କା ରହିଛି। ଏହି ସଫଳତା ସହ ‘ଦୃଶ୍ୟମ୍ ୩’ ଅଜୟ ଦେବଗନଙ୍କ କ୍ୟାରିୟରର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ବୋଲି ରିପୋର୍ଟରେ ଦାବି କରାଯାଇଛି।

ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସହ ତବୁ, ଶ୍ରିୟା ସରନ୍ ଓ ଜୟଦୀପ ଅହଲାୱତ୍ ନଜର ଆସିଛନ୍ତି। ଦର୍ଶକଙ୍କ ଭଲ ପ୍ରତିକ୍ରିୟା ଓ ବିଦେଶୀ ବଜାରରେ ଭଲ ପ୍ରଦର୍ଶନ ଫିଲ୍ମର ଆୟକୁ ଆଗକୁ ବଢ଼ାଉଥିବା କୁହାଯାଉଛି। ତେବେ ବକ୍ସ ଅଫିସରେ ଏହି ଦମ୍‌ଦାର୍ ପ୍ରଦର୍ଶନ ଜାରି ରହିଲେ, ଫିଲ୍ମଟି ଆଗକୁ ଆଉ କେଉଁ ରେକର୍ଡ ଭାଙ୍ଗିବ, ତାହା ଉପରେ ରହିବ ସମସ୍ତଙ୍କ ନଜର।

ଶାହରୁଖଙ୍କ ‘King’ ପାଇଁ କାଉଣ୍ଟଡାଉନ୍, ଶେଷ ପର୍ଯ୍ୟାୟରେ ସୁଟିଂ; ଟିଜର୍‌କୁ ଅପେକ୍ଷା
ବଲିଉଡ୍‌ର କିଙ୍ଗ୍ ଖାନ୍ ଶାହରୁଖଙ୍କ ଆଗାମୀ ଫିଲ୍ମ ‘King’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ଫିଲ୍ମର ରିଲିଜ୍ ତାରିଖ ପାଖେଇ ଆସୁଥିବା ବେଳେ ଏହାର ଶେଷ ପର୍ଯ୍ୟାୟ ସୁଟିଂ ଜାରି ରହିଛି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଆକ୍ସନ୍ ଥ୍ରିଲର୍ ଡିସେମ୍ବର ୨୪ରେ ପରଦାକୁ ଆସିବାକୁ ଯୋଜନା ରହିଛି। ଅନ୍ୟପଟେ, ନଭେମ୍ବର ୨ରେ ଶାହରୁଖଙ୍କ ଜନ୍ମଦିନ ଅବସରରେ ଫିଲ୍ମର ପ୍ରଥମ ଟିଜର୍ ରିଲିଜ୍ ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୧ରୁ ମୁମ୍ବାଇର ଗୋରେଗାଓଁରେ ଫିଲ୍ମର ଶେଷ ସୁଟିଂ ସୂଚୀ ଆରମ୍ଭ ହୋଇଛି। ଅକ୍ଟୋବର ୧୨ରେ ଅନ୍ଧେରୀ ଇଷ୍ଟ୍‌ର ଏକ ଷ୍ଟୁଡିଓରେ ଶାହରୁଖଙ୍କ ଗୁରୁତ୍ୱପୂର୍ଣ୍ଣ ଆକ୍ସନ୍ ସିନ୍‌ଗୁଡ଼ିକର ସୁଟିଂ କରାଯାଇଥିବା କୁହାଯାଉଛି। ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଏହି ଆକ୍ସନ୍ ଦୃଶ୍ୟଗୁଡ଼ିକୁ ଶେଷ କରିବାକୁ ନିର୍ମାତା ଯୋଜନା କରିଛନ୍ତି।

ଏହାପରେ ଫିଲ୍ମରେ ଏକ ନୂଆ ଗୀତ ଯୋଡ଼ାଯାଇଥିବା ଖବର ମିଳିଛି। ଏହି ଗୀତରେ ଶାହରୁଖଙ୍କ ଝିଅ ସୁହାନା ଖାନ୍‌ଙ୍କୁ ଦେଖିବାକୁ ମିଳିପାରେ। ପିୟୁଷ ଭଗତ ଓ ଶାଜିଆ ସାମଜୀ ଗୀତଟିର କୋରିଓଗ୍ରାଫି କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ମୁମ୍ବାଇର ଫିଲ୍ମ ସିଟିରେ ଏକ ଭବ୍ୟ ସେଟ୍‌ରେ ଏହାର ସୁଟିଂ କରାଯିବାର ଯୋଜନା ରହିଛି।

ସେପଟେ ଫିଲ୍ମର ଭିଜୁଆଲ୍ ଇଫେକ୍ଟସ୍‌ ଓ ପୋଷ୍ଟ ପ୍ରଡକ୍ସନ୍ କାମ ମଧ୍ୟ ଚାଲିଛି। ତେବେ ଟିଜର୍ ରିଲିଜ୍ ନେଇ ନିର୍ମାତାଙ୍କ ପକ୍ଷରୁ ଏଯାଏଁ କୌଣସି ଅଧିକାରିକ ଘୋଷଣା ହୋଇନାହିଁ। ଏବେ ଶାହରୁଖଙ୍କ ଫ୍ୟାନ୍‌ଙ୍କ ନଜର ରହିଛି ଫିଲ୍ମର ପ୍ରଥମ ଝଲକ ଉପରେ।