ଭୁବନେଶ୍ୱର: ଆଜି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା ଦଳ । ପୋଲିସର ଦମନ ଲୀଳାକୁ ପ୍ରତିବାଦ କରି ବିଜେଡ଼ି ନେତାମାନେ ମୁହଁରେ କଳାପଟି ବାନ୍ଧି ଶାନ୍ତପୂର୍ଣ୍ଣ ଆନ୍ଦୋଳନ କରିଛନ୍ତି । ଭୁବନେଶ୍ୱରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ନେତାମାନେ ଆନ୍ଦୋଳନରେ ବସିଛନ୍ତି । ଏଥିରେ ଦଳ ବହୁ ବରିଷ୍ଠ ନେତା ଯଥା ଅଶୋକ ପଣ୍ଡା, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର ଏବଂ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ରହିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଗତ ବୁଧବାର ଏଫ୍ ଏମ୍ କଲେଜ ଛାତ୍ରୀ ମୃତ୍ୟ ମାମଲାରେ ବିଜେଡ଼ି ଭୁବନେଶ୍ୱରରେ ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲା । ଏହି ସମୟରେ ପୋଲିସ ଏବଂ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଥିଲା । ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ପୋଲିସ ପାଣି ଏବଂ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ତେବେ ଏଥିରେ ବିଜେଡ଼ି କିଛି ବରିଷ୍ଠ ନେତା ସାଂସଦ ସୁଲତା ଦେଓ, ବିଧାୟକ ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ ହୋଇଥିବା ଦେଖାଦେଇଥିଲା । ପୋଲିସର ରବର୍ ବୁଲେଟ୍ ମାଡ଼ରେ ସେମାନେ ଆହତ ହୋଥିବା ଦଳ ଅଭିଯୋଗ କରିଥିଲା । ମାତ୍ର ପୋଲିସ କମିଶନର ଅଭିଯୋଗକୁ ଖଣ୍ଡନ କରି କହିଥିଲେ ଯେ ଆନ୍ଦୋଳନକାରୀଙ୍କ ଉପରେ ରବର୍ ବୁଲେଟ୍ ମାଡ଼ ହୋଇନଥିଲା । କେବଳ ପାଣି ଏବଂ ଲୁହା ବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା ।