ସୁନ୍ଦରଗଡ଼, ଫେବୃଆରୀ ୧୨(ଖବର ଓଡ଼ିଶା): ଆଉ ଦିନ କେଇଟା ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ । ଆଉ ଏଥିପାଇଁ ରାଜ୍ୟର ସଦବୁ ପଞ୍ଚାୟତରେ ଏବେ ଜୋରସୋରରେ ଚାଲିଛି ପ୍ରଚାର । ବିଶେଷ ଭାବରେ ସରପଞ୍ଚ ପ୍ରାର୍ଥୀଙ୍କୁ ନେଇ ଏବେ ରାଜନୀତି ସରଗରମ ରହିଛି ।
ଏଭଳି ସ୍ଥିତିରେ ସହରିଆ ଲୋକଙ୍କ ପାଇଁ ଉଦାହରଣ ସାଜିଛନ୍ତି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ମାଲୁପଡା ଗ୍ରାମବାସୀ ।
ଏହି ଗାଁରେ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରଚାର କାମ ଦେଇନି ବରଂ ଲୋକ ନିଜେ ପରଖିଛନ୍ତି ତାଙ୍କ ପାଇଁ ଯୋଗ୍ୟ ପ୍ରାର୍ଥୀ କିଏ ।
ସୂଚନା ଅନୂସାରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ପଞ୍ଚାୟତର ମାଲୁପଡା ଗ୍ରାମବାସୀ ନିଜ ଗାଁରୁ ଛିଡା ହୋଇଥିବା ସମସ୍ତ ସରପଞ୍ଚ ପ୍ରାର୍ଥୀଙ୍କ ଯୋଗ୍ୟତା ପରୀକ୍ଷା କରାଇଛନ୍ତି ।
ଏହି ପଞ୍ଚାୟତରେ ମୋଟ୍ ୯ ଜଣ ପ୍ରାର୍ଥୀ ଛିଡା ହୋଇଥିବା ବେଳେ ୮ ଜଣ ପ୍ରାର୍ଥୀ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ଯୋଗ୍ୟତା ପରୀକ୍ଷା ଦେବାକୁ ରାଜି ହୋଇଛନ୍ତି ଓ ଏହି ପରୀକ୍ଷାରେ ୩ ଜଣ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଏହିମାନଙ୍କୁ ହିଁ ଗ୍ରାମବାସୀ ଭୋଟ୍ ଦେବା ପାଇଁ ସ୍ଥିର କରିଛନ୍ତି ।
ମାତ୍ର କିଛି ଟଙ୍କା ନେଇ ପ୍ରାର୍ଥୀଙ୍କ କଥାରେ ଭାସି ଯାଇ ଭୋଟ୍ ଦେଉଥିବା ଲୋକଙ୍କ ପ।।ଇଁ ଏହି ଗ୍ରାମବାସୀ ଏକ ବଡ଼ ଉଦାହରଣ ସାଜିଛନ୍ତି ।