ଭୁବନେଶ୍ୱର, ମାର୍ଚ୍ଚ ୨୧(ଖବର ଓଡ଼ିଶା): ଆଉ ଦୁଇ ଦିନ ପରେ ପୌର ନିର୍ବାଚନ ପାଇଁ ହେବାକୁ ଯାଉଛି ଭୋଟ୍ ଗ୍ରହଣ । ଏନେଇ ରାଜ୍ୟରେ ସମସ୍ତ ପୌରାଞ୍ଚଳରେ ପ୍ରସ୍ତୁତି ଶେଷ ହୋଇଛି ।
ତେବେ ପୁରା ରାଜ୍ୟରେ ପୌର ନିର୍ବାଚନ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିବା ସହିତ ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
ରାଜ୍ୟରେ ମୋଟ୍ ୩ ଟି ମ୍ୟୁନିସିପାଲ କର୍ପୋରେସନ୍, ୪୭ଟି ମ୍ୟୁନିସିପାଲଟି ଓ ୫୯ଟି ଏନଏସିରେ ହେବାକୁ ଯାଉଛି ନିର୍ବାଚନ । ପୁରା ରାଜ୍ୟରେ ମେୟର ଓ ଚେୟାରମ୍ୟାନ୍ ପାଇଁ ୫୬୯ ଜଣ କର୍ପୋରେଟର ଓ କାଉନସିଲର ପାଇଁ ମୋଟ୍ ୫୮୪୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଆସନ୍ତା ୨୪ ତାରିଖରେ ସେମାନଙ୍କ ଭାଗ୍ୟ ହେବାକୁ ଯାଉଛି ।
ତେବେ ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ଯେମିତି କୌଣସି ଭୋଟ୍ ବିଭ୍ରାଟ କିମ୍ବା ବିଶୃଙ୍ଖଳା ସ୍ଥିତି ଦେଖାନଦିଏ ସେଥିପାଇଁ ସବୁ ପ୍ରକାର ପଦକ୍ଷପ ଗ୍ରହଣ କରାଯିବ । ମୋଟ୍ ୧୯୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହେବେ ଭୋଟ୍ ଗ୍ରହଣ ସମୟରେ ।
ପୌର ନିର୍ବାଚନରେ ସୁରକ୍ଷା ଓ ଶୃଙ୍ଖଳିତ ମତଦାନକୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ଆଜି ପ୍ରେସମିଟ୍ କରି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।