ଭୁବନେଶ୍ୱର, ଫେବୃଆରୀ ୧୨(ଖବର ଓଡ଼ିଶା): ଆଉ ୩ ଦିନ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି ଯାହାକୁ ନେଇ ସବୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।
ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆଜି ପୁଣି ଜାରି ହୋଇଛି ନୂଆ ର୍ସକୁଲାର । ଆଜି ଭିସି ଜରିଆରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଭର୍ଚୁଆଲ ବୈଠକ କରି ଏହି ର୍ସକୁଲାର ଜାରି କରିଛନ୍ତି ।
ଏଥିରେ କୁହାଯାଇଛି ଯେ ଭୋଟ ପ୍ରଚାର ସାରିବା ପରେ ଭୋଟ ହେଉଥିବା ଅଞ୍ଚଳରେ ଅନ୍ୟ ଅଞ୍ଚଳର ଲୋକ କିମ୍ବା କୌଣସି ଦଳର ନେତା ରହିପାରିବେ ନାହିଁ । ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ବାହାର ଅଞ୍ଚଳର ଲୋକ ନିର୍ବାଚନ ହେଉଥିବା ଅଞ୍ଚଳ ଖାଲି କରିବା ପାଇଁ ନିର୍ଦେଶ ରହିଛି ।
ଏହା ସହିତ ସମ୍ବେଦନଶୀଳ ବୁଥ୍ କୁ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ଉଭୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନକୁ ନେଇ ଆଜି ବୈଠକରେ ସବିଶେଷ ଆଲୋଚନା ହୋଇଥିବା ସୂଚନା ମିଳିଛି ।